"ଚିତ୍ରା (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Adding category ନକ୍ଷତ୍ର
ଟିକେ Bot: Automated text replacement (-ଶ୍ରେଣୀ:ଜ୍ୟୋତିଷୀ +)
୩୮ କ ଧାଡ଼ି: ୩୮ କ ଧାଡ଼ି:
[[ଶ୍ରେଣୀ:ଧର୍ମ]]
[[ଶ୍ରେଣୀ:ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]

[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ଗଣସମ୍ପାଦନା ଅଭିଯାନ ୧୦୦୦୦ରେ ତିଆରି ପ୍ରସଙ୍ଗ]]
[[ଶ୍ରେଣୀ:ଗଣସମ୍ପାଦନା ଅଭିଯାନ ୧୦୦୦୦ରେ ତିଆରି ପ୍ରସଙ୍ଗ]]
[[ଶ୍ରେଣୀ:ନକ୍ଷତ୍ର]]
[[ଶ୍ରେଣୀ:ନକ୍ଷତ୍ର]]

୧୫:୫୪, ୯ ଜୁନ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ରାଶି ଚକ୍ରରେ ଚିତ୍ରା ନକ୍ଷତ୍ରର ଅବସ୍ଥିତି

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ଚତୁର୍ଦ୍ଦଶ ନକ୍ଷତ୍ର ହେଉଛି ଚିତ୍ରା । ରାଶିଚକ୍ର (ଅପମଣ୍ଡଳ)ରେ କନ୍ୟା ରାଶିରେ ୨୩ ଡିଗ୍ରୀ ୨୦ ମିନିଟରୁ ତୁଳାରାଶିରେ ୬ ଡିଗ୍ରୀ ୪୦ ମିନିଟ ଯାଏଁ ବ୍ୟାପ୍ତ ।

ଜ୍ୟୋତିଷୀୟ ପରିଚୟ

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ଵତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ଵତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧] ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।

ତେବେ ଅଶ୍ଵିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୁପେ ଗଣନା କରିଅଛନ୍ତି । [୨]

ବିଶେଷତ୍ଵ

  • ହିନ୍ଦୁ ଜ୍ୟୋତିଷ ମତେ ଚିତ୍ରା ନକ୍ଷତ୍ର ଏକଗୋଟି ତାରାପୁଞ୍ଜର (en:Spica) ସମାହାର ।[୩] ଏହି ତାରାପୁଞ୍ଜ ଏକ ମୋତି ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ଚିତ୍ରା ।[୪]
  • ଚିତ୍ରା ରାଶିଚକ୍ରରେ କନ୍ୟା (ରାଶି) ରାଶିରେ ୨୩ ଡିଗ୍ରୀ ୨୦ ମିନିଟରୁ ତୁଳାରାଶିରେ ୬ ଡିଗ୍ରୀ ୪୦ ମିନିଟ ଯାଏଁ ବ୍ୟାପ୍ତ ।
  • ମଙ୍ଗଳ ଏହାର ଅଧିପତି ।[୫]
  • ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ରାକ୍ଷସଗଣ ଓ ତାମସଗୁଣ ସହ ସମ୍ବନ୍ଧିତ ।[୬][୭]
  • ବୈଦିକ ଜ୍ୟୋତିଷ ମତେ ଚିତ୍ରା ନକ୍ଷତ୍ର ଲିଙ୍ଗ ଭେଦରେ ସ୍ତ୍ରୀ ଏବଂ ଜାତି ଭେଦରେ ଭୃତ୍ୟ ।[୮]
  • ଚିତ୍ରା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ବୁଦ୍ଧିମାନ ଏବଂ ଭାବପ୍ରବଣ ପ୍ରକୃତିର ହୋଇଥାଆନ୍ତି ।[୯][୧୦]
  • ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ଚିତ୍ରା ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।[୧୧]
ପ୍ରଥମ ପାଦ- Pe (पे)
ଦ୍ଵିତୀୟ ପାଦ- Po (पो),
ତୃତୀୟ ପାଦ- Ra (रा) ଏବଂ
ଚତୁର୍ଥ ପାଦ- Ri (री)

ପୌରାଣିକ କିମ୍ବଦନ୍ତୀ

ଅଧିକ ତଥ୍ୟ

ଆଧାର

  1. "The 27 Nakshatras". Retrieved 25 September 2015.
  2. "Fundamentals of Vedic Astrology" (PDF). Retrieved 25 September 2015.
  3. Harness, Deniss M. The Nakshastras. Motilal Banarasidas. pp. 2–3.
  4. "The 27 'Nakshatras' in the Hindu System of Astrology". Retrieved 24 September 2015.
  5. "27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish". Retrieved 24 September 2015.
  6. "Nakshatras, the lunar zodiac of Vedic Astrology". Retrieved 25 September 2015.
  7. Rath, Sanjaya. "Naxatra Basics". Retrieved 10 October 2015.
  8. Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.
  9. "The 27 Nakshtras". Retrieved 26 September 2015.
  10. "27 Naxatras". Retrieved 26 September 2015.
  11. "How to name your baby as per Hindu Astrology?"www.mypanchang.com, Retrieved 25 September 2015