"ରୁମାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ clean up, replaced: ଔଷଧିୟ → ଔଷଧୀୟ using AWB
ଟିକେ →‎ଆହୁରି ପଢ଼ନ୍ତୁ: re-categorisation per https://or.wikipedia.org/s/t0f
୩୭ କ ଧାଡ଼ି: ୩୭ କ ଧାଡ଼ି:
* [http://www.bandannacompany.com/index.html One of the few USA manufacturer of handkerchiefs and bandannas]
* [http://www.bandannacompany.com/index.html One of the few USA manufacturer of handkerchiefs and bandannas]


[[ଶ୍ରେଣୀ:ଜୀବନ ଶୈଳୀ]]
[[ଶ୍ରେଣୀ:ଚଳଣି]]

୧୫:୦୯, ୨୬ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ରୁମାଲ

ପରିଚୟ

ରୁମାଲ, ଇଂରାଜୀରେ Handkerchief (pronounced /ˈhæŋkərtʃɪf/), ବା handkercher ବା hanky, ହେଉଛି ଚତୁର୍ଭୁଜାକାର ଏକ ଛୋଟ କପଡ଼ା, ଯାହାକୁ ସହଜରେ ପକେଟ ବା ପର୍ସରେ ନେଇହେବ। ଏହାର କାମ ହେଉଛି ମୁହଁ, ହାତ ବା ନାକ ପୋଛିବା।

ବେଳେ ବେଳେ ଏହା ହାକିମମାନଙ୍କ ସୁଟ୍ କୁ ସଜେଇବା ପାଇଁ ପକେଟରେ ରଖାଯାଇଥାଏ। ସାତରୁ ସତୁରୀ, ନର ଅବା ନାରୀ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି।

ସୁଟ ପକେଟରେ ରୁମାଲ

ପ୍ରଚଳନ

କୁହାଯାଏ ଖ୍ରୀ.ପୂ.୨୦୦ ଆଗରୁ କିଛି ଲୋକ ରୋମରେ ରୁମାଲ ବ୍ୟବହାର କରୁଥିଲେ। ସେତେବେଳେ ଏହାର ନାମ ଥିଲା ସୁ ଡେରିୟମ୍ ଅର୍ଥାତ୍ ଝାଳ ପୋଛିବାର କପଡ଼ା। ଖଣ୍ଡ ଯୁଦ୍ଧରେ ଏହାକୁ ବିଜୟ ବା ପରାଜୟର ସଙ୍କେତ ସଦୃଶ ମଧ୍ୟ ପତାକା ପରି ହଲା ଯାଉଥିଲା। ସେତେବେଳେ ଏହାର ଦାମ ବହୁତ ଅଧିକ ଥିଲା।

ଭାରତୀୟମାନେ ସିଲେଇ ହୋଇନଥିବା ଲୁଗାପଟା (ଯଥା ଧୋତି ଚାଦର ଅଥବା ଶାଢ଼ୀ) ଆଦି ବ୍ୟବହାର କରୁଥିବାରୁ ରୁମାଲର ବ୍ୟବହାର ପୁରାତନ ଭାରତରେ ନଥିଲା।

କେତେକଙ୍କ ମତରେ ଇଂରେଜ ଶାସକ ରିଚାର୍ଡ ଦ୍ୱିତୀୟ ହେଉଛନ୍ତି ରୁମାଲର ଆବିଷ୍କାରକ। ରିଚାର୍ଡ ଫ୍ରାନ୍ସରେ ଜନ୍ମ ଗ୍ରହଣ କରିଥିଲେ ଓ ଫ୍ରାନ୍ସର ରାଜକୁମାରୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ରାଜ ପରିବାର ତରଫରୁ ଝାଳ ପୋଛିବାପାଇଁ ତଉଲିଆ ପରି ଏକ ବସ୍ତ୍ର ଉପହାର ସ୍ୱରୂପ ତାଙ୍କୁ ମିଳିଥିଲା। ଏ ଗୁଡ଼ିକ ଖୁବ୍ ଓଜନିଆଥିଲା। ରାଜା ରିଚାର୍ଡ ଏହାକୁ ଛୋଟ ଛୋଟ କରି କଟାଇ ଝାଳ ପୋଛିବା ପାଇଁ ବ୍ୟବହାର କଲେ ଓ ସେଇ ଦିନଠାରୁ ଆରମ୍ଭ ହେଲା ରୁମାଲର ପ୍ରଚଳନ।

ବ୍ୟବହାର

  • ପରବର୍ତ୍ତୀ କାଳରେ ରୁମାଲର ପ୍ରଚଳନ ଏତେ ଅଧିକ ହେଲା ଯେ, କେତେକ ସ୍କୁଲରେ ଏହାକୁ ବେକରେ ବାନ୍ଧିବାର ନିୟମ ରହିଛି।
  • ମହିଳାମାନେ ସେମାନଙ୍କର ନିଜ ପୋଷାକ ସହିତ ସମରଙ୍ଗର ରୁମାଲଟିକୁ ସର୍ବଦା ନିଜ ମୁଣି (ପର୍ସ)ରେ ରଖିଥାନ୍ତି।
  • କେହି କେହି ମୁଣ୍ଡ ବିନ୍ଧିଲେ ରୁମାଲ ବାନ୍ଧନ୍ତି ତ କେହି କେହି ରୁମାଲ ବାନ୍ଧି ଫେସନ କରନ୍ତି।
  • ସର୍ଦ୍ଦିକାଶ ହେଲେ ସିଙ୍ଘାଣି ପୋଛିବାକୁ ରୁମାଲ କାମରେ ଆସେ, କେହି କେହି ଏଥିରେ ଇଉକାଲିପଟାସ ତେଲ ପରି କିଛି ଔଷଧୀୟ ତୈଳ ଲଗାଇ ଶୁଙ୍ଘିଥାନ୍ତି।
  • ଖାଦ୍ୟ ନେବା ଆଣିବା କଲା ବେଳେ ରୁମାଲକୁ ଘୋଡ଼ାଇ ନେଇଥାନ୍ତି। ମୋଗଲ କାଳରେ ଖାଦ୍ୟଦ୍ରବ୍ୟରେ ସଜା ଥାଳିକୁ ସୁନ୍ଦର କରିବାପାଇଁ ରଙ୍ଗ ବେରଙ୍ଗର କୁଟୀ କାମ କରା ହେଇଥିବା ରୁମାଲରେ ଘୋଡ଼ା ଯାଉଥିଲା।
  • ଉପହାର ସଦୃଶ।
  1. ୧୭୦୦ ଶତାବ୍ଦୀରେ ଝିଅମାନେ ସୁନ୍ଦର ସୁନ୍ଦର ରୁମାଲ ତିଆରି କରି ନିଜ ପ୍ରେମୀ ମାନଙ୍କୁ ଉପହାର ଦେବାର ପ୍ରଥା ଆରମ୍ଭ ହେଲା। ସେତେବେଳେ ଏହାକୁ ପ୍ରେମର ପ୍ରତୀକ ରୂପେ ଗ୍ରହଣ କରା ଯାଉଥିଲା। ଆଜି ମଧ୍ୟ ଏହି ପ୍ରଥା ଜୀବିତ।
  2. କେହି କେହି ରୁମାଲକୁ ଉପହାର ଦେବା ଅଶୁଭ ବୋଲି ମନେ କରିଥାନ୍ତି। ସେମାନଙ୍କ ମତରେ ରୁମାଲ ଉପହାର ଦେଲେ ସୁସମ୍ପର୍କ ହଠାତ ଶତ୍ରୁତାରେ ପରିଣତ ହୋଇଯାଏ। ସେଥିପାଇଁ ଝିଅମାନେ ଯାହାକୁ ରୁମାଲ ଦିଅନ୍ତି, ତା’ ବାବଦରେ କିଛି ପଇସା ରଖନ୍ତି।
  • ଯିଏ ସିଲେଇ ଶିଖିବାକୁ ଯାଏ, ସେ ତା’ର ପ୍ରଥମ କାମ ଆରମ୍ଭ କରେ ରୁମାଲ ତିଆରିରୁ।
  • କାହା କଥାକୁ ମନେ ରଖିବାପାଇଁ ‘‘ରୁମାଲରେ ଗଣ୍ଠି ପକାଇ ରଖ’’ ବୋଲି ମଧ୍ୟ କୁହାଯାଏ।

ଆଧାର

ବାହାର ଆଧାର

  • ପ୍ରଜାତନ୍ତ୍ର ସାପ୍ତାହିକୀ - ୨୭ ଜାନୁଆରୀରୁ ୨ ଫେବ୍ରୁଆରୀ ୨୦୦୨।

ଆହୁରି ପଢ଼ନ୍ତୁ