"ଚୁମ୍ବନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ removed Category:ଜୀବନଶୈଳୀ using HotCat
ଟିକେ →‎ଆଧାର: re-categorisation per [https://or.wikipedia.org/s/t0f this]
୨୯ କ ଧାଡ଼ି: ୨୯ କ ଧାଡ଼ି:
{{ଆଧାର}}
{{ଆଧାର}}


[[ଶ୍ରେଣୀ:ଜୀବନ ଶୈଳୀ]]
[[ଶ୍ରେଣୀ:ଚଳଣି]]

୧୫:୦୭, ୨୬ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

A Little Coaxing
A painting by William Bouguereau (1890).

ବିଭିନ୍ନ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ଚୁମ୍ବନ ପ୍ରେମ,ରୋମାନ୍ସ,ଯୌନ ଆକର୍ଷଣ,ସମ୍ମାନ,ବନ୍ଧୁତା,ସ୍ନେହ ଓ ଶାନ୍ତି ର ପ୍ରତୀକ ।

ଇତିହାସ

ଚୁମ୍ବନ ଶବ୍ଦର ପ୍ରୟୋଗ ବେଦ,ସଂସ୍କୃତ ଲେଖାମାନ,ବୁଦ୍ଧ ଧର୍ମ ,ହିନ୍ଦୁ ଧର୍ମରେ ପ୍ରାୟ ୩୫୦୦ ବର୍ଷ ତଳୁ ବ୍ୟବହାର ହୋଇ ଆସୁଛି । ପରେ ଶାସ୍ତ୍ରୀୟ ଯୁଗରେ ମୁଖ ଚୁମ୍ବନ କଥା ପ୍ରଥମେ ସର୍ବପ୍ରଥମେ ହିନ୍ଦୁ ମହାକାବ୍ୟ ମହାଭାରତ ରେ ବର୍ଣ୍ଣନା କରଯାଇଥିଲା ।[୧] ରୋମାନ ମାନେ ଚୁମ୍ବନ ଶବ୍ଦକୁ ପ୍ରଚାରିତ କରିଥିଲେ । ସେମାନେ ମୁଖ ଚୁମ୍ବନକୁ ବଶିଉମ ଓ କାମନାକୁ ମନରେ ରଖି ଚୁମ୍ବନକୁ ସେମାନେ ସୁଆଭିଉମ କହୁଥିଲେ ।

ପ୍ରକାର

ଯୌନ ବା ରୋମାଣ୍ଟିକ ଚୁମ୍ବନ

A romantic kiss.

ଚୁମ୍ବନ ହେଉଛି ପ୍ରେମର ଗୁରୁତ୍ଵପୂର୍ଣ ଆଧାର । ଏଥିରେ ପ୍ରେମୀ ଯୁଗଳ ବହୁ ସମୟ ଧରି ମୁଖ ଚୁମ୍ବନ କରିଥାନ୍ତି । ସେଇ ମୂହୁର୍ତ୍ତରେ ସେମାନେ ପରସ୍ପରକୁ ତିଳେ ମାତ୍ର ଭୁଲି ଯିବାକୁ ଚାହାନ୍ତି ନାହିଁ ।

Lovers kissing in the park

ସ୍ନେହର ଚୁମ୍ବନ

ଏହି ଚୁମ୍ବନ ମନୁଷ୍ୟ ନିଜ ମନରେ ଥିବା ଆକୁଳ ମମତା,ଆବିଳତା ପ୍ରକାଶ ପାଇଁ ଦେଇଥାଏ । ବାପା ମା ମାନେ ତାଙ୍କ ପିଲା ମାନଙ୍କୁ ଏହି ଚୁମ୍ବନ ଦେଇଥାନ୍ତି ।

ଧର୍ମ

ଖ୍ରୀଷ୍ଟିୟାନ ଧର୍ମ , ଇସଲାମ ଧର୍ମରେ ଚୁମ୍ବନ ଗୋଟିଏ ପାରମ୍ପରିକ ରିତି ଅଟେ ।

Denis Thatcher, husband of Margaret Thatcher, kissing the hand of Nancy Reagan wife of US President in 1988

ବନ୍ଧୁତ୍ଵର ଚୁମ୍ବନ

ଏହି ଚୁମ୍ବନ ସାଧାରଣତଃ ଆମେରିକା, ଇଉରୋପ ସଂସ୍କୃତିରେ ବନ୍ଧୁ ମାନଙ୍କ ଭିତରେ ବ୍ୟବହାର କରାଯାଏ । ଆଗରୁ ଏହା ମହିଳା ମାନଙ୍କ ଭିତରେ ସୀମିତ ଥିଲା କିନ୍ତୁ ଏବେ ତାହା ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ ହେଉଛି ।

ସମକାଳୀନ ପ୍ରଥା

ପଶ୍ଚ୍ୟତ ସଭ୍ୟତା ରେ ଓଠ ଚୁମ୍ବନ ମମତା ଆଦାନ ପ୍ରଦାନର ଏକ ମାଧ୍ୟମ ଅଟେ । ମୁହଁ ଖୋଲି,ଓଠ ରେ ଓଠ ମିଶାଇ ଓ ଜିଭ ରେ ଜିଭ ଛୁଇଁ ଚୁମ୍ବନର ଅଭ୍ୟାସକୁ ଫରାସୀ ଚୁମ୍ବନ ବୋଲି କୁହାଯାଏ ।

ଚଳଚିତ୍ରରେ ଚୁମ୍ବନ

ପ୍ରଥମ ଚୁମ୍ବନ ଆମେରିକାର ରୋମାଣ୍ଟିକ ଫିଲ୍ମ The kiss(୧୮୯୬) ରେ ହୋଇଥିଲା । ଏହି ଚୁମ୍ବନ ୩୦ ସେକେଣ୍ଡ ଧରି ଚାଲିଥିଲା । ପରେ ପରେ ପ୍ରଯୋଜକ ମାନେ ରୋମାଣ୍ଟିକ ନାୟକ ଓ ନାୟିକାଙ୍କ ଦ୍ଵାରା ଚୁମ୍ବନ ଥିବା ଚଳଚିତ୍ର ପ୍ରଯୋଜନା କଲେ । ଏକ ଫିଲ୍ମରେ ରୋନାଲ୍ଡ କୋଲମାନ ପ୍ରଥମେ ଭ୍ୟାଲିଣ୍ଟିନୋଙ୍କ ହାତ ଛୁଇଁ,ହାତ ଉପରକୁ ଉଠାଇ ତାଙ୍କ ବେକ,ପିଠି ଓ ଓଠ କୁ ଚୁମ୍ବନ କରି ଚର୍ଚାକୁ ଆସିଥିଲେ ।

Rock Hudson and Julie Andrews kissing in film Darling Lilli (1968)

ଉପକାରିତା

  • ଚୁମ୍ବନ ଚାପ ମୁକ୍ତ କରାଏ ।
  • ସମ୍ପର୍କ କୁ ସୁଦୃଢ କରାଏ ।
  • କୋଲେଷ୍ଟ୍ରୋଲ ସ୍ତର କମାଇଥାଏ ।
  • ଚୁମ୍ବନ ଦ୍ଵାରା adrenal gland epinephrine ଓ norepinephrine ରକ୍ତରେ ପ୍ରବାହିତ କରାଇଥାଏ । ଯାହାଦ୍ୱାରା ହାର୍ଟ ରୁ ରକ୍ତ ଜଲ୍ଦି ପମ୍ପ ହୁଏ ।

ରୋଗ ସଂକ୍ରମଣ

ଓଠ ଚୁମ୍ବନ ଦ୍ଵାରା infectious mononucleosis ଓ herpes simplex ଆଦି ରୋଗ ସଂକ୍ରମିତ ହୋଇଥାଏ ।

ଆଧାର