"ଅମିତ ତ୍ରିବେଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (-ଗୁଜୁରାଟ +ଗୁଜରାଟ)
ଟିକେ →‎ବାହାର ଆଧାର: DEFAULTSORT replacement, replaced: {{DEFAULTSORT: → {{Hide text|
୨୮ କ ଧାଡ଼ି: ୨୮ କ ଧାଡ଼ି:


<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->

{{Hide text|Trivedi, Amit}}


{{Persondata
{{Persondata
୩୫ କ ଧାଡ଼ି: ୩୭ କ ଧାଡ଼ି:
| PLACE OF BIRTH= [[Mumbai]], [[Maharashtra]], India
| PLACE OF BIRTH= [[Mumbai]], [[Maharashtra]], India
}}
}}
{{DEFAULTSORT:Trivedi, Amit}}
[[ଶ୍ରେଣୀ:୧୯୭୯ ଜନ୍ମ]]
[[ଶ୍ରେଣୀ:୧୯୭୯ ଜନ୍ମ]]

୧୮:୧୨, ୨୨ ଅପ୍ରେଲ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଅମିତ ତ୍ରିବେଦୀ
Background information
ଜନ୍ମ (1979-04-08) ୮ ଅପ୍ରେଲ ୧୯୭୯ (ବୟସ ୪୫)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ଶୈଳୀଫିଲ୍ମସଙ୍ଗୀତ, ଧ୍ଵନି ସଙ୍ଗୀତ
ପେଷାସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ବାଦକ, ଗୀତିକାର
କାର୍ଯ୍ୟକାଳ୨୦୦୧ - ବର୍ତ୍ତମାନ ପର୍ଯ୍ୟନ୍ତ

ଅମିତ ତ୍ରିବେଦୀ ଏକ ଭାରତୀୟ ସଙ୍ଗୀତଜ୍ଞ ଅଟନ୍ତି । ସେ ଏକାଧାରାରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ଗାୟକ, ଗିତୀକାର ତଥା ବାଦ୍ୟଯନ୍ତ୍ର, ଯେପରିକି ସିନ୍ଥେସାଇଜର, ପିଆନୋ ଆଦି ବଜାଇବାରେ ମଧ୍ୟ ବିଶେଷଜ୍ଞତା ପ୍ରାପ୍ତ କରିଛନ୍ତି । ବିଭିନ୍ନ ବିଜ୍ଞାପନ ଏବଂ ପପ୍ ସଙ୍ଗୀତ ନିର୍ଦ୍ଦେଶନା ଦେବା ପରେ ଚଳଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ହିସାବରେ ହିନ୍ଦୀ ଚଳଚିତ୍ର ଆମିର ପାଇଁ ପ୍ରଥମେ କାମ କରିଥିଲେ ।[୧] କିନ୍ତୁ, ୨୦୧୦ ମସିହାରେ ଦେବ.ଡି ଚଳଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ତାଙ୍କୁ ଖୁବ ପ୍ରସିଦ୍ଧି ଆଣିଦେବା ସହ ଉକ୍ତ ଚଳଚିତ୍ରରେ ଉଚ୍ଚକୋଟୀର ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଜାତୀୟ ପୁରସ୍କାର ଦେବାରେ ସହାୟ ହେଇଥିଲା । [୨][୩]

ଜୀବନ କାଳ

ଯୁବାବସ୍ଥାରେ ଶାସ୍ତ୍ରୀୟ ସଙ୍ଗୀତ ଦ୍ଵାରା ପ୍ରଭାବିତ ହେଇ ସେ ବାଦ୍ୟ ଯନ୍ତ୍ର ବଜାଇବା ପ୍ରତି ଆଗ୍ରହ ଦର୍ଶାଇଥିଲେ। ମାତ୍ର ୧୯-୨୦ ବର୍ଷ ବୟସ ମଧ୍ୟରେ ସେ ସ୍ଵର ସଂଯୋଜନା ଆରମ୍ଭ କରିବା ସହିତ, ଓମ୍ ନାମକ ଏକ ବ୍ୟାଣ୍ଡର ସଦସ୍ୟ ରୂପେ ସାମିଲ ହେଇଥିଲେ । ଏହି ସଙ୍ଗୀତ ଭିତ୍ତିକ ବ୍ୟାଣ୍ଡ ସେତେବେଳେ ବିଭିନ୍ନ କଲେଜ ତଥା ସହରରେ ଛୋଟମୋଟ କାର୍ଯ୍ୟକ୍ରମ ପ୍ରଦର୍ଶିତ କରୁଥିଲା, ସେମାନଙ୍କୁ ଅସଲ ପରିଚୟ ସେତେବେଳେ ମିଳିଲା, ଯେତେବେଳେ ଟାଇମ୍ସ ମ୍ୟୁଜିକ ତାଙ୍କର ଏକ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ତାଙ୍କୁ ନିଜର ଏକ ସଙ୍ଗୀତ ଆଲବମ ବନେଇବା ପାଇଁ ଅନୁବନ୍ଧିତ କଲେ । ଏହି ଆଲବମଟି ସେତେବେଳେ ଏତେ ପ୍ରସିଦ୍ଧି ଲାଭ ନ କରିଥିଲେ ମଧ୍ୟ ଅମିତ ତ୍ରିବେଦୀଙ୍କ ସଙ୍ଗୀତ ଜୀବନକୁ ଏକ ନୂଆ ମୋଡ ଦେଇଥିଲା ।[୪] ଏହା ପରେ ପରେ ସେ ଜାତୀୟ ସ୍ତରୀୟ ବିଭିନ୍ନ ନାଟକ (ହିନ୍ଦୀ, ଗୁଜରାଟି, ଇଂରାଜୀ) ତଥା ଦୂରଦର୍ଶନ ଭିତ୍ତିକ କାର୍ଯ୍ୟକ୍ରମ ଗୁଡିକର ପାର୍ଶ୍ଵ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଚାଲିଥିଲେ । ଏପରିକି ମ୍ୟାକ ଡୋନଲଡସ, ଏୟାରଟେଲ ଭଳି କିଛି ଅଗ୍ରଣୀୟ କମ୍ପାନୀମାନଙ୍କ ବିଜ୍ଞାପନ ପାଇଁ ମଧ୍ୟ ସେ ସଙ୍ଗୀତ ସଂଯୋଜନା କରିଥିଲେ ।[୫] ବିଶିଷ୍ଟ ସାଉଣ୍ଡ ଇଂଜିନିୟର ତଥା "ଅଡିଓ ଗ୍ୟାରେଜ ରେକର୍ଡିଙ୍ଗ ଷ୍ଟୁଡିଓ"ର ମାଲିକ ଅରବିନ୍ଦ ବିଶ୍ଵକର୍ମା, ଅମିତ ତ୍ରିବେଦୀଙ୍କୁ ସୋନି ବି.ଏମ.ଜିକୁ ପ୍ରସ୍ତାବିତ କଲେ ଏବଂ ଫଳସ୍ଵରୂପ ବିଭିନ୍ନ ଅଣ-ଫିଲ୍ମ ଭିତ୍ତିକ ପପ୍ ଆଲବମର ସଙ୍ଗୀତ ନିର୍ଦ୍ଦେଶନା ଦେବା ପାଇଁ ସୋନି ବି.ଏମ.ଜି ତାଙ୍କୁ ୨ ବର୍ଷର ଚୁକ୍ତିବଦ୍ଧ କଲେ । ଏହି ୨ ବର୍ଷ ମଧ୍ୟରେ ସେ ଅଭିଜିତ ସାଵନ୍ତଙ୍କ "ଜୁନୁନ" ତଥା ପ୍ରଶାନ୍ତ ତମାଙ୍ଗଙ୍କ ଆଲବମ ଆଦି ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହା ବ୍ୟତୀତ ସେ ଅନେକ ଚଳଚିତ୍ର ପାଇଁ ସଙ୍ଗୀତ ବ୍ୟବସ୍ଥାପନା ମଧ୍ୟ କରିଛନ୍ତି, ଯେପରିକି ୨୦୦୪ ମସିହାରେ ଅମର୍ତ୍ତ୍ୟ ରାଉତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମରାଠି ଚଳଚିତ୍ର "ଉତ୍ତରାୟନ" ପାଇଁ ସେ ସଙ୍ଗୀତ ବ୍ୟବସ୍ଥାପକ ହିସାବରେ କାମ କରିଥିଲେ ।

ଏହିପରି ଭାବେ ଅମିତଙ୍କୁ ହିନ୍ଦୀ ଚଳଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେବାର ପ୍ରଥମ ସୁଯୋଗ ମିଳିଲା, ଯେତେବେଳେ ତାଙ୍କର ସହକର୍ମୀ ମିତ୍ର ତଥା ଗାୟିକା ଶିଳ୍ପା ରାଓ, ବିଶିଷ୍ଟ ଚଳଚିତ୍ର ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ଅମିତଙ୍କ ନାମ ସୁଝାଇ ଥିଲେ । ଅନୁରାଗ କଶ୍ୟପ ମଧ୍ୟ ସେତେବେଳେ ତାଙ୍କର ପରବର୍ତ୍ତୀ ଚଳଚିତ୍ର "ଦେବ.ଡି" ପାଇଁ ଏକ ଯୁବ ସଙ୍ଗୀତ ନିର୍ଦ୍ଦେଶକ ସନ୍ଧାନରେ ଥିଲେ ଏବଂ ଅମିତ ତ୍ରିବେଦୀଙ୍କ ଦ୍ଵାରା ସଂଯୋଯିତ ହେଇଥିବା ସଙ୍ଗୀତରେ ଖୁବ ପ୍ରଭାବିତ ହେଇ ତାଙ୍କୁ "ଦେବ.ଡି"ର ସମସ୍ତ ସଙ୍ଗୀତ ନିର୍ଦ୍ଦେଶନା ଭାର ପ୍ରଦାନ କରିଥିଲେ । "ଦେବ.ଡି" ଅମିତଙ୍କ ସଙ୍ଗୀତ ନିର୍ଦ୍ଦେଶନା ହିସାବରେ ପ୍ରଥମ ହିନ୍ଦୀ ଚଳଚିତ୍ର ହେବାର ଥିଲା, ପ୍ରସ୍ତୁତିରେ ବିଳମ୍ବ ହେତୁ ସଙ୍ଗୀତ ନିର୍ଦ୍ଦେଶନାରେ "ଆମିର" ହିଁ ଅମିତଙ୍କ ପ୍ରଥମ ହିନ୍ଦୀ ଚଳଚିତ୍ର ହିସାବରେ ମୁକ୍ତିଲାଭ କରିଥିଲା ।[୬][୭]

ଆଧାର

  1. Why we should applaud Aamir by Raja Sen, Rediff.com, 5 June 2008.
  2. "Dev.D - music review by Amanda Sodhi". Planet Bollywood. 2008-12-28. Retrieved 2011-10-18.
  3. Amit Trivedi’s music in Dev D derives from his musical journey Indian Express, 21 January 2009.
  4. "Amit Trivedi - 'I don't believe stars are needed to make the music a hit' | Editorial-Just Talk". Radioandmusic.com. 2010-01-14. Retrieved 2011-10-18.
  5. "Making music, from Aamir to Dev D". Rediff.com. 2004-12-31. Retrieved 2011-10-18.
  6. "Aamir : Music Review by Joginder Tuteja". Bollywoodhungama.com. Retrieved 2011-10-18.
  7. "Aamir - music review by Gianysh Toolsee". Planet Bollywood. 2008-05-25. Retrieved 2011-10-18.

ବାହାର ଆଧାର