"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ DEFAULTSORT replacement, replaced: {{DEFAULTSORT: → {{Hide text|
୩୨ କ ଧାଡ଼ି: ୩୨ କ ଧାଡ଼ି:
* ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
* ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
* ୧୯୯୨- ୧୯୯୪: ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ଵର
* ୧୯୯୨- ୧୯୯୪: ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ଵର
* ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
* ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ


== କଥାଚିତ୍ର ଜୀବନ ==
== କଥାଚିତ୍ର ଜୀବନ ==
୮୮ କ ଧାଡ଼ି: ୮୮ କ ଧାଡ଼ି:


{{Commons cat|Sarat Pujari}}
{{Commons cat|Sarat Pujari}}

{{Hide text|Pujari, Sarat}}


{{Persondata <!-- Metadata: see [[Wikipedia:Persondata]]. -->
{{Persondata <!-- Metadata: see [[Wikipedia:Persondata]]. -->
୯୮ କ ଧାଡ଼ି: ୧୦୦ କ ଧାଡ଼ି:
| PLACE OF DEATH =
| PLACE OF DEATH =
}}
}}
{{DEFAULTSORT:Pujari, Sarat}}
[[ଶ୍ରେଣୀ:୧୯୩୪ ଜନ୍ମ]]
[[ଶ୍ରେଣୀ:୧୯୩୪ ଜନ୍ମ]]
[[ଶ୍ରେଣୀ:୨୦୧୪ ମୃତ୍ୟୁ]]
[[ଶ୍ରେଣୀ:୨୦୧୪ ମୃତ୍ୟୁ]]

୧୮:୧୧, ୨୨ ଅପ୍ରେଲ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଶରତ ପୂଜାରୀ
ଜନ୍ମ(1934-08-08)୮ ଅଗଷ୍ଟ ୧୯୩୪
ମୃତ୍ୟୁ୧୧ ମଇ ୨୦୧୪(2014-05-11) (ବୟସ ୭୯)
ମୃତ୍ୟୁର କାରଣହୃଦ୍‌ଘାତ
ଶିକ୍ଷାଡିପ୍ଳୋମା (ଚିତ୍ରାଙ୍କନ), ସ୍ନାତକ (ଅର୍ଥନୀତି)
ଶିକ୍ଷାନୁଷ୍ଠାନଆହ୍ଲାବାଦ ବିଶ୍ଵବିଦ୍ୟାଳୟ
ବୃତ୍ତି(ସମୂହ)ଅଧ୍ୟାପକ, ଅଧ୍ୟକ୍ଷ
ସକ୍ରିୟ ବର୍ଷ୧୯୫୯-୨୦୧୪
ପ୍ରସିଦ୍ଧିଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ
ବୈବାହିକ-ସାଥୀସାନ୍ତ୍ଵନା
ସନ୍ତାନଦୁଇ ପୁତ୍ର (ସିଦ୍ଧାର୍ଥ, ସୌମେନ) ଓ ଦୁଇ କନ୍ୟା (ଶିଖା, ସାଗରିକା)
ପୁରସ୍କାରଜୟଦେବ ପୁରସ୍କାର (୧୯୮୫)

ଶରତ ପୂଜାରୀ ( ୮ ଅଗଷ୍ଟ ୧୯୩୪-୧୧ ମଇ ୨୦୧୪) ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା । ତାଙ୍କର ଜନ୍ମ ୮ ଅଗଷ୍ଟ ୧୯୩୪ରେ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ହୋଇଥିଲା । ୬୦ ଦଶକର ଆରମ୍ଭରୁ ୨୦୧୨ ଯାଏଁ ସେ ଓଡ଼ିଆ କଥାଚିତ୍ର ଜଗତରେ, ଜଣେ ସକ୍ରିୟ ଅଭିନେତା ଭାବରେ ଅନେକ ସଫଳ ଚଳଚ୍ଚିତ୍ରର ଅଭିନୟ କରିଥିଲେ ।

ଶିକ୍ଷା ଓ ପ୍ରାରମ୍ଭିକ ଜୀବନ

ଶରତଙ୍କ ବାପା ସମ୍ବଲପୁର ଝାଡୁଆପଡାର ମୂଳନିବାସୀ ସଚ୍ଚିଦାନନ୍ଦ ପୂଜାରୀ ନୟାଗଡ ରାଜ୍ୟରେ ଦେୱାନ ଥିଲେ । ୧୯୩୪ ଅଗଷ୍ଟ ୮ ତାରିଖ ରେ ନୟାଗଡରେ ଶରତ ପୂଜାରୀଙ୍କ ଜନ୍ମ ହୋଇଥିଲା। ବିଭିନ୍ନ ସ୍ଥାନରେ ଶିକ୍ଷା ଶେଷ କଲା ପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ ବରଗଡ଼ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । ୧୯୬୬ ରେ ତାପଙ୍ଗ ଲାଇଟ୍ ଫାଉଣ୍ଡ଼୍ରୀରେ ୱାର୍କ୍ସ ମ୍ୟାନେଜର ଭାବରେ କିଛି ଦିନ କାର୍ଯ୍ୟ କଲା ପରେ ମାତ୍ର ୩୪ ବର୍ଷ ବୟସରେ ଲରମ୍ଭା କଲେଜ ରେ ଅଧ୍ଧ୍ୟକ୍ଷ ହେବାର ସୌଭାଗ୍ୟ ଅର୍ଜନ କରିପାରିଥିଲେ। [୧]

ପଦ ପଦବୀ

  • ୧୯୫୯-୧୯୬୬: ଅଧ୍ୟାପକ (ଅର୍ଥନୀତି), ପଞ୍ଚାୟତ କଲେଜ, ବରଗଡ଼
  • ୧୯୬୮ରୁ ୧୯୯୨: ଅଧ୍ୟକ୍ଷ, ଲରମ୍ଭା କଲେଜର
  • ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
  • ୧୯୯୨- ୧୯୯୪: ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ଵର
  • ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ

କଥାଚିତ୍ର ଜୀବନ

୧୯୫୯ରେ 'ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା' କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "ଜୀବନସାଥୀ', "ସାଧନା', "ମାଟିର ମଣିଷ', "ଅରୁନ୍ଧତୀ' ପ୍ରଭୃତି ସିନେମାରେ ଉଲ୍ଲେଖନୀୟ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "କିଏ କାହାର' ସିନେମା କଟକ ସହରର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ଵୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦେଶିତ "ତଅପୋଇ', "ଅଶାନ୍ତ ଗ୍ରହ' ଓ "ଅସ୍ତରାଗ' କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ଗଦାଧର ପୁଟୀଙ୍କ ନିର୍ଦ୍ଦେଶିତ ପୂଜା ପାଇଁ ଫୁଲଟିଏ (୨୦୦୭)। ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ସଫଳତା ହାସଲ କରିଥିଲା । "କା', "ଅନ୍ଧ ଦିଗନ୍ତ', "ଭୂଖା', "ଦୃଷ୍ଟି', "ଅରଣ୍ୟ ରୋଦନ', "ଆରଣ୍ୟକ', "ଶେଷଦୃଷ୍ଟି', "ସତମିଛ' ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ଵ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ରର ନିର୍ଦେଶନା ତଥା ଅଧ୍ୟାପନା ଜୀବନରେ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।

କଥାଚିତ୍ର ନାମ ଚରିତ୍ର ଭୂମିକା ବର୍ଷ
ମାଟିର ମଣିଷ ବରଜୁ ଅଭିନେତା ୧୯୬୬
କା ଅଭିନେତା ୧୯୬୬
ଅରୁନ୍ଧତୀ ମନୋଜ ଅଭିନେତା ୧୯୬୭
ତଅପୋଇ ନିର୍ଦ୍ଦେଶକ ୧୯୭୮
ଅଶାନ୍ତ ଗ୍ରହ ଶରତ ଅଭିନେତା-ନିର୍ଦ୍ଦେଶକ ୧୯୮୨
ଅସ୍ତରାଗ ନିର୍ଦ୍ଦେଶକ ୧୯୮୨
ଅନ୍ଧ ଦିଗନ୍ତ ଅଭିନେତା ୧୯୮୮
ଭୂଖା ଅଭିନେତା ୧୯୮୯
ଦୃଷ୍ଟି ଅଭିନେତା ୧୯୯୦
ଅରଣ୍ୟ ରୋଦନ ଅଭିନେତା ୧୯୯୨
ଆରଣ୍ୟକ ରାଜା ସାହେବ ଅଭିନେତା ୧୯୯୪
ଶେଷ ଦୃଷ୍ଟି କେଦାର ବାବୁ ଅଭିନେତା ୧୯୯୭
ଶୂନ୍ୟସ୍ୱରୂପ ଅଭିନେତା ୧୯୯୭
ନୂଆ ବୋଉ ପ୍ରଯୋଜକ, ଅଭିନେତା ୧୯୬୨

ପୁରସ୍କାର ଓ ସମ୍ମାନ

ଆଧାର

  1. Singha, Minati. "Veteran actor Sarat Pujari passes away". Times of India. Retrieved 13 May 2014.
  2. "The Hindu : Other States / Orissa News : Hemant Das remembered". hindu.com. 2011. Retrieved 24 January 2013. Hemant Das Kala Samman -- was conferred on legendary actor and Odisha Sangeet Natak Akademi president Sarat Pujari
  3. cinemasagar.com: Actor Sarat Pujari Felicited by Cine Artist’s association
  4. odisha360.com: Veteran Odia Actor Sarat Pujari Felicitated
  5. incredibleorissa.com: Cine Artist Association Orissa awarded veteran actor Sarat Pujari at Utkal Mandap
  6. "Kadambini Samman for actor Sarat Pujari". The Hindu. Retrieved 13 May 2014.

ଅଧିକ ତଥ୍ୟ