"ପ୍ରାଣକୃଷ୍ଣ ପରିଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (-ବିଧାନସଭା +ବିଧାନ ସଭା)
ଟିକେ Bot: Automated text replacement (-ନିର୍ବାଚନମଣ୍ଡଳୀ +ନିର୍ବାଚନ ମଣ୍ଡଳୀ)
୪୩ କ ଧାଡ଼ି: ୪୩ କ ଧାଡ଼ି:
|alt =
|alt =
| office = [[ବିଧାନ ସଭା ସଭ୍ୟ|ବିଧାୟକ]], [[ଓଡ଼ିଶା ବିଧାନ ସଭା|ପ୍ରଥମ ବିଧାନ ସଭା]]
| office = [[ବିଧାନ ସଭା ସଭ୍ୟ|ବିଧାୟକ]], [[ଓଡ଼ିଶା ବିଧାନ ସଭା|ପ୍ରଥମ ବିଧାନ ସଭା]]
| constituency = [[ବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନମଣ୍ଡଳୀ)|ବାଲିକୁଦା]]
| constituency = [[ବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବାଲିକୁଦା]]
| term_start = ୧୯୫୨
| term_start = ୧୯୫୨
| term_end = ୧୯୫୭
| term_end = ୧୯୫୭

୧୬:୦୫, ୨୯ ଜାନୁଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ପ୍ରାଣକୃଷ୍ଣ ପରିଜା
Born(1891-04-01)୧ ଅପ୍ରେଲ ୧୮୯୧
DiedError: Need valid birth date (second date): year, month, day
Resting placeପାରିଜାତକ, କାଣ୍ଟନମେଣ୍ଟ ରୋଡ଼, କଟକ
Nationalityଭାରତୀୟ
Citizenshipଭାରତୀୟ
Alma materରେଭେନ୍‌ସା କଲିଜିଏଟ ସ୍କୁଲ,ରେଭେନ୍ସା ମହାବିଦ୍ୟାଳୟ,
କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ
Occupation(s)ଅଧ୍ୟାପକ, ବୈଜ୍ଞାନିକ
Awardsପଦ୍ମ ଭୂଷଣ
ପ୍ରାଣକୃଷ୍ଣ ପରିଜା
ବିଧାୟକ, ପ୍ରଥମ ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀବୈକୁଣ୍ଠ ନାଥ ମହାନ୍ତି
ନିର୍ବାଚନ ମଣ୍ଡଳୀବାଲିକୁଦା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳସ୍ଵାଧୀନ

ପ୍ରାଣକୃଷ୍ଣ ପରିଜା (୧୮୯୧-୧୯୭୮) ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ବୈଜ୍ଞାନିକ ଓ ଅଧ୍ୟାପକ । [୨]

ବାଲ୍ୟଜୀବନ ଓ ଶିକ୍ଷା

ପ୍ରାଣକୃଷ୍ଣଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାର, ବାଲିକୁଦା ଅନ୍ତର୍ଗତ ଇଚ୍ଛାପୁରଠାରେ ହୋଇଥିଲା । ପିତା ବିଶ୍ଵନାଥ ପରିଜା ଓ ମାତା ଜୟନ୍ତୀ ଦେବୀଙ୍କ ପୁତ୍ର, ପ୍ରାଣକୃଷ୍ଣଙ୍କ ବାଲ୍ୟଜୀବନ ସେହି ବାଲିକୁଦାରେ ଅତିବାହିତ ହୋଇଥିଲା । ବାଲିକୁଦା ମଧ୍ୟଇଂରାଜୀ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଶେଷକରି, ସେ ୧୯୦୪ ମସିହାରେ କଟକର ରେଭେନ୍‌ସା କଲିଜିଏଟ ସ୍କୁଲରେ ନାମ ଲେଖାଇଥିଲେ । ସ୍କୁଲ୍ ଯିବା ପାଇଁ,ବହୁ ସମୟରେ ତାଙ୍କୁ ବାଲିକୁଦାରୁ କଟକ,୩୬ ମାଇଲ ବାଟ, ଚାଲି ଚାଲି ଯିବାକୁ ପଡୁଥିଲା । ସେ ରେଭେନ୍‌ସା କଲିଜିଏଟ ସ୍କୁଲରୁ ମାଟ୍ରିକ ଓ ରେଭେନ୍ସା ମହାବିଦ୍ୟାଳୟରୁ କୃତିତ୍ଵର ସହ ଆଇ.ଏସ୍. ସି. ପାସକରିଥିଲେ । ୧୯୧୩ ମସିହାରେ ସେ କଲିକତାର ପ୍ରେସିଡେନ୍ସି ମହାବିଦ୍ୟାଳୟରୁ ଗଣିତରେ ଅନର୍ସ ସହ ବି.ଏସ୍. ସି. ପାସ କରିଥିଲେ ଓ ଛାତ୍ରବୃତ୍ତି ପାଇ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ୧୯୧୪ ମସିହାରେ ଇଂଲଣ୍ଡ ଯାତ୍ରା କରିଥିଲେ । କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ, ସେ ପ୍ରଥମ ଭାରତୀୟ ଭାବରେ ଫ୍ରାଙ୍କସ୍ମାର୍ଟ ଛାତ୍ରବୃତ୍ତି ପାଇବାର ଗୌରବ ଅର୍ଜ୍ଜନ କରିଥିଲେ । କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ସମୟରେ, ସେ ବୀରବଲ ସାହାଣୀ, ଚିନ୍ତାମନ ଦ୍ଵାରକାନାଥ ଦେଶମୁଖ, ଅଫଜଲ ହୁସେନ, ହନୁମନ୍ତରାଇ, ରାମାନୁଜମ, ଜନ ମଥାଇ ଆଦି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସହପାଠୀଭାବରେ ପାଇଥିଲେ । ପ୍ରାଣକୃଷ୍ଣ ଓ ସୁଭାଷ ଚନ୍ଦ୍ର ବୋଷଙ୍କ ମଧ୍ୟରେ ଘନିଷ୍ଟ ବନ୍ଧୁତା ଥିଲା । ସୁଭାଷ ଚନ୍ଦ୍ର ବୋଷ ଲଣ୍ଡନରେ ଅଧ୍ୟୟନ କରିବା ସମୟରେ, ପ୍ରଥମ କିଛି ଦିନ, ପ୍ରାଣକୃଷ୍ଣଙ୍କ ସହ ରହୁଥିଲେ ।

କର୍ମଜୀବନ

୧୯୨୦ ମସିହାରେ,କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ସମାପ୍ତ କରିବା ପରେ, ଡଃ ପରିଜା ଗ୍ରେଟବ୍ରିଟେନ ସ୍ଥିତ ଫୁଡ ଇନଭେଷ୍ଟିଗେସନ ବୋର୍ଡ଼ରେ ଫଳ ସଂରକ୍ଷଣ ବିଭାଗର ଗବେଷକ ଭାବରେ ନିଯୁକ୍ତି ପାଇଥିଲେ । ୧୯୨୧ ଅଗଷ୍ଟ ମାସ ୪ ତାରିଖରେ, ଇଣ୍ଡିଆନ ଏଜୁକେସନାଲ ସର୍ଭିସରେ ନିଯୁକ୍ତି ପାଇ, ସେ ରେଭେନ୍ସା ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନର ମୁଖ୍ୟ ରୂପେ ଯୋଗ ଦେଇଥିଲେ । କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ସମୟରେ ଆତର ଶ୍ଵାସପ୍ରକ୍ରିୟା ସମ୍ବନ୍ଧରେ ତାଙ୍କର ଗବେଷିତ ପ୍ରବନ୍ଧ, ଲଣ୍ଡନସ୍ଥିତ ପ୍ରସିଦ୍ଧ ପ୍ରୋସିଡିଙ୍ଗସ୍ ଅଫ୍ ଦି ରୟାଲ ସୋସାଇଟିରେ ପ୍ରକାଶିତ ହେବା ପରେ, ଅନ୍ତର୍ଜାତୀୟ ସ୍ତରରେ ଡଃ ପ୍ରାଣକୃଷ୍ଣ ପରିଜା ଜଣେ ଶ୍ରେଷ୍ଠ ଉଦ୍ଭୀଦ ବିଜ୍ଞାନୀ ଭାବରେ ପରିଚିତ ହୋଇପାରିଥିଲେ । ୧୯୩୮ ଫେବୃୟାରୀ ୭ ତାରିଖରେ, ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଲେ । ୧୯୪୩ ମସିହାରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଥମ କୂଳପତି, ୧୯୪୯ ମସିହାରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରୋ-ଭାଇସଚାନ୍ସଲର ଓ ୧୯୫୧ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରୋ-ଚାନ୍ସଲର ଭାବରେ ନିଯୁକ୍ତି ପାଇଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟରେ ସେ, ଅନେକ କାଳ ଅଧ୍ୟାପନ କରିଥିଲେ ଓ ତାଙ୍କରି ନାମରେ ସେଠାକାର ପରିଜା ପାଠାଗାର[୩] ନାମିତ ।[୪] ୧୯୫୨ ମସିହାରେ, ସେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ (୧୯୫୨-୧୯୫୭) ହୋଇଥିଲେ । [୫] ୧୯୫୫ ମସିହାରେ ସେ ପୁଣି ଥରେ, ଉତ୍କଳ ବିଶ୍ଵବିଦ୍ୟାଳୟର କୂଳପତି ଦାୟିତ୍ଵ ଗ୍ରହଣ କରି, ପ୍ରାୟ ଦଶବର୍ଷ ପର୍ଯ୍ୟନ୍ତ ସେହି ଦାୟିତ୍ଵ ନିର୍ବାହ କରିଥିଲେ । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ, ୧୯୫୮ ଜାନୁୟାରୀ ପହିଲା ଦିନ ତତ୍କାଳୀନ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳ ବିଶ୍ଵବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୧୯୬୩ ଜାନୁୟାରୀ ୨ ତାରିଖ ଦିନ, ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଉତ୍କଳ ବିଶ୍ଵବିଦ୍ୟାଳୟର ନୂତନ ଗୃହକୁ ଉଦଘାଟନ କରିଥିଲେ । ୧୯୬୦ ମସିହା ଜାନୁୟାରୀ ପ୍ରଥମ ସପ୍ତାହରେ ଭାରତୀୟ ବିଜ୍ଞାନ କଂଗ୍ରେସର ୪୭ତମ ଅଧିବେଶନ, ଡଃ ପରିଜାଙ୍କ ସଭାପତିତ୍ଵରେ ବମ୍ବେଠାରେ ଅନୁଷ୍ଠିତ ହୋଇଥିଲା । ତାଙ୍କରି ଉଦ୍ୟମକ୍ରମେ ୧୯୬୨ ମସିହାରେ ଭାରତୀୟ ବିଜ୍ଞାନ କଂଗ୍ରେସର ଐତିହାସିକ ଅଧିବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା ।

ପୁରସ୍କାର

  • ପଦ୍ମ ଭୂଷଣ [୬]
  • ଫ୍ରାଙ୍କସ୍ମାର୍ଟ ଛାତ୍ରବୃତ୍ତି[୭]

ଆଧାର

  1. Balikuda locals remember son of the soil Dr Parija
  2. http://orissa.gov.in/e-magazine/Orissareview/2012/Jan/engpdf/22-24.pdf
  3. http://utkaluniversity.ac.in/page.php?page=library
  4. P.G. Rama Rao. "Among celebrities". The Telegraph. Retrieved 06 December 2010. {{cite news}}: Check date values in: |accessdate= (help)
  5. List of members of OLA, 1951-2004
  6. "Padma Awards Directory (1954-2011)" (PDF). Ministry of Home Affairs (India). Dr. Pran Krishna Parija PB OR Litt. & Edu. {{cite web}}: Text "Ministry of Home Affairs" ignored (help)
  7. ସମାଜ ୦୨/୦୪/୨୦୧୪ ପୃଷ୍ଠା ୧୪, ଗିରିଜାଶଙ୍କର ତରାସିଆଙ୍କ ଦ୍ଵାର ଲିଖିତ ପ୍ରବନ୍ଧ 'ମହାନ ପ୍ରାଜ୍ଞ ପରିଜା ସାହେବ'