"ରମଣୀ ରଞ୍ଜନ ଜେନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଗୁରୁ ରଘୁନାଥ ଦତ୍ତ ସମ୍ମାନ
± 3 categories using HotCat
୭୯ କ ଧାଡ଼ି: ୭୯ କ ଧାଡ଼ି:


[[ଶ୍ରେଣୀ:୧୯୪୧ ଜନ୍ମ]]
[[ଶ୍ରେଣୀ:୧୯୪୧ ଜନ୍ମ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ବାଲେଶ୍ଵରର ଲୋକ]]
[[ଶ୍ରେଣୀ:ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶୀଳ୍ପି]]
[[ଶ୍ରେଣୀ:ଓଡ଼ିଶୀ ନୃତ୍ୟଶିଳ୍ପୀ]]
[[ଶ୍ରେଣୀ:ଭାରତୀୟ ଶାସ୍ତ୍ରୀୟ ନୃତ୍ୟଗୁରୁ]]
[[ଶ୍ରେଣୀ:ଭାରତୀୟ ଶାସ୍ତ୍ରୀୟ ନୃତ୍ୟଗୁରୁ]]
[[ଶ୍ରେଣୀ:ଓଡ଼ିଶୀ ନାଟଶିଳ୍ପୀ]]
[[ଶ୍ରେଣୀ:ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶୀଳ୍ପି]]

୧୦:୩୭, ୨୫ ଡିସେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ରମଣୀ ରଞ୍ଜନ ଜେନା
ଜନ୍ମ (1941-08-15) ୧୫ ଅଗଷ୍ଟ ୧୯୪୧ (ବୟସ ୮୨)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ(କଥକ ନୃତ୍ୟ)
ବୃତ୍ତିଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ନୃତ୍ୟ ଗୁରୁ
(s)କମଳା କଳାପୀଠ, ତ୍ରିବେଣୀ କଳା ସଙ୍ଗମ
ସନ୍ତାନରଶ୍ମି ରଞ୍ଜନ ଜେନା(ପୁତ୍ର), ଇତିଶ୍ରୀ ଜେନା(ପୁତ୍ରବଧୂ)
ପିତାମାତା(s)ଘନଶ୍ୟାମ ଜେନା, ସାଧବାଣୀ ଜେନା[୧]

ରମଣୀ ରଞ୍ଜନ ଜେନା ଜଣେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏବଂ ନୃତ୍ୟ ଗୁରୁ । [୨]

ରମଣୀ ରଞ୍ଜନ, ୧୯୪୧ ମସିହା ଅଗଷ୍ଟ ୧୫ ତାରିଖରେ ବାଲେଶ୍ଵର ଜିଲ୍ଲାର, ରେମୁଣା ନିକଟସ୍ଥ ଉଡ଼ମ୍ବର ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ନୃତ୍ୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ନିଜେ ଗଢିଥିବା, ଯାତ୍ରାଦଳରେ ଅଭିନୟ ଆରମ୍ଭ କରି,ସେ କଟକର ଜନତା ରଙ୍ଗମଞ୍ଚରେ ଯୋଗଦାନ କରିଥିଲେ । ୧୧ ବର୍ଷ ବୟସରୁ, ନୃତ୍ୟ ଶିକ୍ଷା ଆରମ୍ଭ କରିଥିବା ରମଣୀ ରଞ୍ଜନ, ଗୁରୁ ଗୟାଧର ପଣ୍ଡା, ରାମସ୍ଵାମୀ, ରାମଗୋପାଳ ମିଶ୍ର, ରଘୁନାଥ ଦତ୍ତ ଓ ମାୟାଧର ରାଉତଙ୍କଠାରୁ ବିଭିନ୍ନ ସମୟରେ ନୃତ୍ୟ ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ ଆସି, କଟକର କଳାବିକାଶ କେନ୍ଦ୍ରରେ ଯୋଗଦାନ କରିଥିଲେ ଏବଂ ଏହିଠାରେ ତାଙ୍କର ଓଡ଼ିଶୀ ନୃତ୍ୟଶିକ୍ଷାର ମୂଳଦୂଆ ପଡ଼ିଥିଲା । ଏହି କେନ୍ଦ୍ରରୁ ସେ କଥକ ନୃତ୍ୟରେ ମଧ୍ୟ ସ୍ନାତକତା ଲାଭକରିଥିଲେ ।

ଓଡ଼ିଶୀ ଅଭିନୟରେ ନିପୂଣ, ରମଣୀ ରଞ୍ଜନ ପରବର୍ତ୍ତୀ ସମୟରେ, ଦେଶବିଦେଶର ଓଡ଼ିଶୀ ନୃତ୍ୟ ପରିବେଷଣ କରି, ଏହି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଶିଳ୍ପୀର ମର୍ଯ୍ୟଦା ଲାଭକରିଥିଲେ । କଟକର କଳାବିକାଶ କେନ୍ଦ୍ରରେ, ସେ ୬ ବର୍ଷ କାଳ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ୧୯୭୩ ମସିହାରେ ସେ, ରୁକ୍ମିଣୀ ଦେବୀ ଅରୁନ୍ଦଲେ କଳାକ୍ଷେତ୍ରରେ ଓଡ଼ିଶୀ ନୃତ୍ୟଗୁରୁ ଭାବରେ ଯୋଗଦାନ କରିଥିଲେ ଓ ଏଠାରେ ୪ ବର୍ଷ ଶିକ୍ଷାଦାନକରିବା ପରେ, ପୁଣି କଟକ ଫେରିଆସିଥିଲେ । ୧୯୮୩ ମସିହାରେ, କଟକରେ ସେ ନିଜର ନୃତ୍ୟଶିକ୍ଷା ଅନୁଷ୍ଠାନ, କମଳା କଳାପୀଠ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ, ସେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ଶିକ୍ଷାଦାନ କରିଥିଲେ । ୧୯୮୯ ମସିହାରେ, ସେ ଦିଲ୍ଲୀଯାଇ, ପ୍ରଥମେ ସେଠାର ଜଗନ୍ନାଥ ମନ୍ଦିର ଓ ପରେ ତ୍ରିବେଣୀ କଳା ସଙ୍ଗମରେ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ସେ ବେଙ୍ଗାଳୁରୁସ୍ଥିତ ପ୍ରତିମା ବେଦୀଙ୍କ ନୃତ୍ୟଗ୍ରାମରେ ମଧ୍ୟ ଶିକ୍ଷାଦାନ କରିଛନ୍ତି ।

ନୃତ୍ୟ ନିର୍ଦ୍ଦେଶନା

ନୃତ୍ୟାଭିନୟ

  • ପ୍ରେମ ସୂଧାନିଧୀ
  • ଋତୁସମ୍ହାର
  • ଋତୁରାଜ
  • କଲୁରୀ ବେଣ୍ଟ

ଓଡ଼ିଆ କଥାଚିତ୍ର

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୮୫-୮୬[୩]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୮[୪]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୮[୫]
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୨୦୦୯[୬]
  • ଗୁରୁ ରଘୁନାଥ ଦତ୍ତ ସମ୍ମାନ - ୨୦୧୪[୭]

ଆଧାର

  1. ଧରିତ୍ରୀ ୦୯/୦୪/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ ଧରିତ୍ରୀ ଆଳାପ
  2. Mr. Reginald Massey (4 January 2014). India's Dances Their History Technique & Repertoire. Abhinav Publications. pp. 273–. GGKEY:7HZYQ0H4C22.
  3. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  4. http://sangeetnatak.gov.in/sna/sna-awards2008/ramani-ranjan-jena.htm
  5. http://www.thehindu.com/todays-paper/tp-national/tp-otherstates/kelucharan-mohapatra-awards-announced/article1330139.ece
  6. http://www.srjan.com/moreaward.aspx?awardid=34&events=4
  7. ଧରିତ୍ରୀ ଭୁବନେଶ୍ଵର ସଂସ୍କରଣ ୩୦/୧୨/୨୦୧୪ ପୃଷ୍ଠା ୧୨