"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୩୮ କ ଧାଡ଼ି: ୧୩୮ କ ଧାଡ଼ି:


=== ଲୋହିତ ରକ୍ତ କଣିକା ବିସ୍ତାର ===
=== ଲୋହିତ ରକ୍ତ କଣିକା ବିସ୍ତାର ===
ଲୋହିତ ରକ୍ତ କଣିକାର ଆକାର ଅନୁସାରେ ଆନିମିଆର ବର୍ଗୀକରଣ କରାଯାଏ । ମିନ କର୍ପସକୁଲାର ଭଲ୍ୟୁମ ଅନୁସାରେ ଆକାର ନିରୁପଣ କରାଯାଏ । ସାଧାରଣ (୮୦ଏଫଏଲ) ଆକାରଠାରୁ କମ ଥିଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼(୧୦୦ଏଫଏଲରୁ ବେଶି) ଥିଲେ ମାକ୍ରୋସାଇଟିକ ଅନିମିଆ ଓ ସାଧାରଣ(୮୦ରୁ୧୦୦ଏଫଏଲ) ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଏହି ଆକାରରୁ କାରଣ ମଧ୍ୟ ଜଣାଯାଏ ଯଥା:- ମାଇକ୍ରୋସାଇଟିକ ଅଧିକାଂଶ ସମୟରେ ଲୌହ ଅଭାବ ଯୋଗୁ ହୁଏ । ଏହି ବର୍ଗୀକରଣର ଗୋଟିଏ ଅସୁବିଧା ହୁଏ ଯଦି ମିଶ୍ରିତ କାରଣ ଥାଏ ଯଥା:- ଲୌହ ଅଭାବ (ମାଇକ୍ରୋସାଇଟିକ) ସ‌ହିତ ଭିଟାମିନ ବି୧୨ ଅଭାବ (ମାକ୍ରୋସାଇଟିକ) ମିଶିଗଲେ ନର୍ମୋସାଇଟିକ ହୋଇଯାଏ ।

=== ତିଆରି ବନାମ ନଷ୍ଟ ବା କ୍ଷତି ===
ସବୁଠାରୁ ଅଧିକ ପ୍ରାସଙ୍ଗିକ ବର୍ଗୀକରଣ ଏକାଧିକ ମାନ‌ଦଣ୍ଡକୁ ନେଇ କରାଯାଏ ବିଶେଷତଃ ରେଟିକୁଲୋସାଇଟ କାଉଣ୍ଟ ବା ହିସାବ । ଏହାଦ୍ୱାରା ଅଧିକ ତିଆରି ବା ଅଧିକ ନଷ୍ଟ/କ୍ଷତି ଜଣାଯାଏ । ନଷ୍ଟ/କ୍ଷତି ହୋଇଥିଲେ ପ୍ରାନ୍ତୀୟ ରକ୍ତ ସ୍ମିଅର(ପେରିଫାରାଲ ବ୍ଲଡ଼ ସ୍ମିଅର) ପରୀକ୍ଷାରେ ତୃଟି ଦେଖାଯାଏ ଯେପରିକି ଅଧିକ ଏଲଡିଏଚ ଥିଲେ ଜୀବକୋଷ ନଷ୍ଟ; କିମ୍ବା ରକ୍ତସ୍ରାବ ଚିହ୍ନ ଯେପରିକି ଗୁଆଇଆକ-ପଜିଟିଭ ଝାଡ଼ା, ଏକ୍ସ‌-ରେ ଦର୍ଶନ ଓ ଖୋଲା ରକ୍ତସ୍ରାବ ।





୦୯:୧୫, ୧୭ ନଭେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ରକ୍ତହୀନତା
Anemias
ଲୌହ ଅଭାବ ଜନିତ ମାନବ ଆନିମିଆ ରୋଗୀର ରକ୍ତ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିhematology[*]
ଆଇସିଡ଼ି-୧୦D50.-D64.
ଆଇସିଡ଼ି-୯-ସିଏମ୍280-285
ରୋଗ ଡାଟାବେସ663
ମେଡ଼ିସିନ-ପ୍ଲସ000560
ଇ-ମେଡ଼ିସିନmed/132 emerg/808 emerg/734
MeSHD000740

ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା
ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ ।[୧][୨]>[୩] ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ ।[୪] ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । [୫]

ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, [[ଭିଟାମିନ ବି୧୨]] ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି. (130 to 140 g/L ବା13 to 14 g/dL) ଓ ମହିଳାଙ୍କଠାରେ ୧୨ରୁ ୧୩ଗ୍ରା/ଡେ.ଲି. (120 to 130 g/L ବା 12 to 13 g/dL)ରୁ କମ୍ ହେବା ଆବଶ୍ୟକ । [୫][୬] ଆନିମିଆର ସଠିକ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ ।[୫]

ଗର୍ଭବତୀ ମହିଳା ମାନେ ଲୌହ ବା ଆଇରନ ପିଲ୍ ଖାଇଲେ ଏହାର ପ୍ରତିଷେଧ ହୁଏ ।[୫][୭] ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧିକ ପୂରକ(supplement) ଖାଦ୍ୟ ଦେବା ନିଷେଧ । ଚିହ୍ନ ଓ ଲକ୍ଷଣ ଦେଖି ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ । [୫] ଲକ୍ଷଣହୀନ ଆନିମିଆରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ନାହିଁ; ହେମୋଗ୍ଲୋବିନ ସ୍ତର ୬ରୁ୮ଗ୍ରା/ଡେ.ଲି.(60 to 80 g/L ବା 6 to 8 g/dL) ରୁ କମ ଥିଲେ ଦିଆଯାଏ ।[୫][୮] ଆକ୍ୟୁଟ ରକ୍ତସ୍ରାବ ଥିଲେ ମଧ୍ୟ ଏହି ଧାରା ମାନିହେବ । [୫] ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଟ୍ରାନ୍ସଫ୍ୟୁଜନ ଦିଆଯାଏ ।[୫] ଅତ୍ୟଧିକ ଆନିମିଆ ଥିଲେ ରକ୍ତକଣିକା ସୃଷ୍ଟିକାରୀ ଔଷଧ ଦେବାକୁ ପରାମର୍ଶ ଦିଆଯାଏ ।[୮]

ଆନିମିଆ ଗୋଟିଏ ଅତି ସାଧାରଣ ରକ୍ତ ରୋଗ ଯାହା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କୁ ଆକ୍ରମଣ କରେ । [୫] ଲୌହ-ଅଭାବ ଆନିମିଆ ପ୍ରାୟ ଏକ ବିଲିଅନ(ଶହେ କୋଟି) ଲୋକଙ୍କର ଥାଏ । [୯] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଏହି ରୋଗର ଅଧିକ ଶିକାର ହୁଅନ୍ତି,[୯] ପିଲା ବୟସ୍କ ଓ ଗର୍ଭାବତୀ ମହିଳା ମାନଙ୍କଠାରେ ଅଧିକ ଦେଖାଯାଏ ।[୫] ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ ।[୬] ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood") ।[୧୦] ସନ ୧୯୯୦ରେ ଲୌହ ଅଭାବ ଜନିତ ଆନିମିଆ ଯୋଗୁ ୨୧୩,୦୦୦ ମୃତ୍ୟୁ ହୋଇଥିଲା ଯାହା ସନ ୨୦୧୩ରେ କମିଯାଏ ୧୮୩,୦୦୦ ମୃତ୍ୟୁ ହୋଇଥିଲା । [୧୧]

ଚିହ୍ନ ଓ ଲକ୍ଷଣ

ଆନିମିଆ ରୋଗର ମୂଖ୍ୟ ଲକ୍ଷଣ ସମୂହ ।[୧୨]

ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅସ୍ପଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।
ସାଧାରଣତଃ ଦୂର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ ଅଣନିଶ୍ଵାସି (dyspnea) ଲାଗେ । ଅତ୍ୟଧିକ ଆନିମିଆ ଥିଲେ ସ୍ଵଳ୍ପ ଅମ୍ଳଜାନ ବହନ ଶକ୍ତିକୁ ଭରଣା କରିବା ନିମନ୍ତେ ହୃତପିଣ୍ଡ ଅଧିକ ରକ୍ତ ସରବରାହ କରେ । ଏଥି ଯୋଗୁ ଛାତି ଧଡ଼ଧଡ଼ ହୁଏ, ଆଗରୁ ହୃଦରୋଗ ଥିଲେ ଆଞ୍ଜିନା ହୁଏ ରହି ରହି କ୍ଲଡିକେସନ ହୁଏହୃଦଘାତ ଲକ୍ଷଣ ପ୍ରକାଶ ପାଏ ।
ରୋଗୀର ଚମ, ମ୍ୟୁକୋସା(Mucosa), ଆଖି ପତାର ଭିତର ପାଖ (Conjunctiva) ଓ ନଖ ଇତ୍ୟାଦି ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( koilonychia) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ ହଳଦିଆ କାମଳ ବା ଜଣ୍ଡିସ ହୁଏ । ସିକ୍ଲ ସେଲ ଆନିମିଆ, ଥାଲାସେମିଆହେମୋଲାଇଟିକ ଆନିମିଆରେ ରକ୍ତ କଣିକା ନଷ୍ଟ ହୋଇ ଜଣ୍ଡିସ ହୁଏ ।
ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡ଼ି ଫୁଲି ଉଠେ, ହୃତପିଣ୍ଡରୁ ମର୍‌ମର୍ (Murmur, ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ ।
ପିଲାମାନଙ୍କର ସ୍ଥାୟୀ ଆନିମିଆ ଥିଲେ ସ୍ନାୟୁ ସଠିକ ଭାବେ ତିଆରି ନ ହୋଇ ପାରି ବ୍ୟବ‌ହାରିକ ଗୋଳମାଳ ହୁଏ, ସ୍କୁଲରେ ଶିକ୍ଷା ଗ୍ରହଣ ଶକ୍ତି କମିଯାଏ ଓ ପରୀକ୍ଷା ଫଳ ଭଲ ହୁଏ ନାହିଁ । ଲୌହ ଅଭାବ ଆନିମିଆରେ ରେସ୍ଟଲେସ ଲେଗ ସିଣ୍ଡ୍ରୋମ ଅଧିକ ଦେଖାଯାଏ ।

କାରଣ

ଚିତ୍ରରେ ରକ୍ତନଳୀ ମଧ୍ୟରେ ସାଧାରଣ ଲୋହିତ ରକ୍ତ କଣିକା ବାଧାହୀନ ଭାବରେ ବୋହିଚାଲିଛି । ଭିତର ଚିତ୍ରରେ ସାଧାରଣ ହେମୋଗ୍ଲୋବିନ ଥିବା ସାଧାରଣ ଲୋହିତ ରକ୍ତ କଣିକା ଦେଖାଯାଉଛି । [୧୩]

ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି ହେମୋଲାଇଟିକ ଆନିମିଆରେ ହୁଏ ।), ୩. ରକ୍ତ କ୍ଷୟ ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ ଯଦି ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା [[ଲୌହ ଅଭାବ] ନ ଥାଏ ଓ ଏହା ସାଧାରଣତଃ ଲୌହ ଅଭାବ ଯୋଗୁ ହୁଏ ।[୧୪])

ତୃଟିଯୁକ୍ତ ତିଆରି

ଅତ୍ୟଧିକ ନଷ୍ଟ

ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ ହେମୋଲାଇଟିକ ଆନିମିଆ କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା କାମଳ ସହ ଲାକ୍ଟେଟ ଡିହାଡ୍ରୋଜେଜେନ ପରିମାଣ ବୃଦ୍ଧି ପାଏ ।

ରକ୍ତ କ୍ଷୟ

ଅତ୍ୟଧିକ ତରଳ ପଦାର୍ଥ ଭାର

ଅତ୍ୟଧିକ ତରଳ ପଦାର୍ଥ ଭାର ବା (ହାଇପରଭଲ୍ୟୁମିଆ) ହେବାଦ୍ୱାରା ହେମୋଗ୍ଲୋବିନ ଗାଢ଼ପଣ କମିଯାଇ ଆପେକ୍ଷିକ ଆନିମିଆ ହୁଏ ।

  • ହାଇପରଭଲ୍ୟୁମିଆର ସାଧାରଣ କାରଣ ମଧ୍ୟରେ ଅତ୍ୟଧିକ ସୋଡ଼ିୟମ ଓ ତରଳ ପଦାର୍ଥ ଦେହକୁ ଗଲେ, ସୋଡ଼ିୟମ ତ‌ଥା ଜଳ ଅବଧାରଣ ଓ ତରଳ ପଦାର୍ଥ ରକ୍ତନଳୀ ଭିତରକୁ ପ୍ରବେଶ ।[୨୩]
  • ଗର୍ଭାବସ୍ଥା ଆନିମିଆ: ଅତ୍ୟଧିକ ରକ୍ତ ପରିମାଣ ହେତୁ ।

ରୋଗ ନିର୍ଣ୍ଣୟ

Peripheral blood smear microscopy of a patient with ଲୌହ ଅଭାବ ଆନିମିଆ

ସମ୍ପୁର୍ଣ୍ଣ ରକ୍ତ ଗଣନା(complete blood count) ଆଧାରରେ ଆନିମିଆ ରୋଗ ନିର୍ଣ୍ଣୟ କରାଯାଏ ।ଲୋହିତ ରକ୍ତ କଣିକା ସଂଖ୍ୟା ନିର୍ଣ୍ଣୟ ଓ ହେମୋଗ୍ଲୋବିନ ପରିମାନ ସ‌ହିତ ଅଟୋମେଟିକ କାଉଣ୍ଟରରେ ଫ୍ଲୋ ସାଇଟୋମେଟ୍ରି ସାହାଯ୍ୟରେ ଲୋହିତ ରକ୍ତ କଣିକାର ଆକାରର ମାପ ନେଇ ଆନିମିଆର କାରଣ ଜାଣିହୁଏ । ଯେଉଁ ସ୍ଥାନରେ ଏହିଭଳି ଯନ୍ତ୍ରର ସୁବିଧା ନାହିଁ, ସେଠାରେ ରକ୍ତ ସ୍ମିଅର ନେଇ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରାଯାଏ ।

ଆଧୁନିକ କାଉଣ୍ଟରରେ ୪ଟି ମାନ‌ଦଣ୍ଡ ନିଆଯାଏ: ଲୋହିତ ରକ୍ତ କଣିକା ସଂଖ୍ୟା, ହେମୋଗ୍ଲୋବିନ ଗାଢ଼ତା, ଏମସିଭି ଓ ଆରଡିଡବ୍ଲ୍ୟୁ ମାପ କରାଯାଏ ଓ ବୟସ ତ‌ଥା ଲିଙ୍ଗ ଅନୁପାତରେ ମାନ‌କ ଥିବା ସଂଖ୍ୟା ସ‌ହ ତୁଳନା କରାଯାଏ ।

ଅନିମିଆ ନିମନ୍ତେ ଡବ୍ଲ୍ୟୁଏଚଓ ସୀମାରେଖା ।[୨୪] (୧ ଗ୍ରା/ଡେଳି = ୦.୬୨୦୬ ମିମୋଲ/ଲି)
ବୟସ ବା ଲିଙ୍ଗ ଦଳ ହେମୋଗ୍ଲୋବିନ ସୀମାରେଖା (ଗ୍ରା/ଡେଲି) ହେମୋଗ୍ଲୋବିନ ସୀମାରେଖା (ମିମୋଲ/ଲି)
ପିଲା (୦.୫–୫.୦ ବର୍ଷ) ୧୧.୦ ୬.୮
ପିଲା (୫–୧୨ ବର୍ଷ) ୧୧.୫ ୭.୧
କିଶୋର/ଟିନ (୧୨–୧୫ ବର୍ଷ) ୧୨.୦ ୭.୪
ମହିଳା, ଗର୍ଭ ନ ଥିବା (>୧୫ ବର୍ଷ) ୧୨.୦ ୭.୪
ଗର୍ଭବତୀ ମହିଳା ୧୧.୦ ୬.୮
ପୁରୁଷ (>୧୫ ବର୍ଷ) ୧୩.୦ ୮.୧

ଅଧୁନା ବଡ଼ ବଡ଼ ମେଡିକାଲରେ କେତେକ ଅଟୋମେଟିକ କାଉଣ୍ଟର ଉପଲବ୍ଧ ହେବା ଯୋଗୁ ରେଟିକୁଲୋସାଇଟ ଗଣନା ଓ ଆନିମିଆ ପ୍ରତି ଉନ୍ନତ ଆଭିମୁଖ୍ୟ ସମ୍ଭବ ହେଉଛି । ଅସ୍ଥିମଜ୍ଜାରେ ତିଆରି ହେଉଥିବା ନୂଆ ଲୋହିତ ରକ୍ତ କଣିକା ସଂଖ୍ୟାର ଗଣନାକୁ ରେଟିକୁଲୋସାଇଟ କାଉଣ୍ଟ କୁହାଯାଏ । ଆନିମିଆ ସ୍ତର ଓ ରେଟିକୁଲୋସାଇଟ ଗଣନାରେ ଉନ୍ନତିର ଅନୁପାତକୁ ରେଟିକୁଲୋସାଇଟ ତିଆରି ଇଣ୍ଡେକ୍ସ କୁହାଯାଏ । ଆନିମିଆ ସ୍ତର ଅଧିକ ଥିଲେ ସାଧାରଣ ରେଟିକୁଲୋସାଇଟ ଗଣନା ମଧ୍ୟ ଯଥେଷ୍ଟ ପ୍ରତିକ୍ରିୟା ନ ହେବା ଦର୍ଶାଏ । ଅଟୋମେଟେଡ କାଉଣ୍ଟର ନ ଥିଲେ ରକ୍ତ ଫିଲ୍ମକୁ ବିଶେଷ ପଦ୍ଧତିରେ ସ୍ଟେନ କରି ଗଣନା କରାଯାଏ । ଅଣୁବୀକ୍ଷଣ ଯନ୍ତ୍ରରେ ତିଆରି ହେଉଥିବା ଯୁବ ଲୋହିତ ରକ୍ତ କଣିକାମାନଙ୍କର ସଂଖ୍ୟା ଓ ଆକାର ଦେଖି ଅସ୍ଥିମଜ୍ଜାର କାର୍ଯ୍ୟକାରୀତା ଜାଣିହୁଏ । ନୁଆ ଲୋହିତ ରକ୍ତ କଣିକା ପୁରୁଣାମାନଙ୍କ ଅପେକ୍ଷା ସାମାନ୍ୟ ବଡ଼ ଓ ସେଥିରେ ପଲିକ୍ରୋମାସିଆ ଥାଏ । ରକ୍ତସ୍ରାବର ଉତ୍ସା ଜଣାଥିଲେ ଏରିଥ୍ରୋପଏସିସ ସାହାଯ୍ୟରେ ଅସ୍ଥିମଜ୍ଜା ଏହି କ୍ଷତିକୁ ଭରଣା କରିପାରିବା କି ନାହିଁ ଓ କେଉଁ ଅନୁପାତରେ କରିବ ତାହା ମୂଲ୍ୟାଙ୍କନ କରିହୁଏ । କାରଣ ଜଣା ନ ଥିବା କେଶରେ କରାଯାଉଥିବା ପରୀକ୍ଷା: When the cause is not obvious, clinicians use other tests, such as: ଇଏସଆର, ଫେରିଟିନ, ସେରମ ଲୌହ, ଟ୍ରନ୍ସଫେରିନ, ଲୋରକ ଫୋଲେଟ ସ୍ତର, ସେରମ ଭିଟାମିନ ବି୧୨, ହେମୋଗ୍ଲୋବିନ ଇଲେକ୍‌ଟ୍ରୋଫେରେସିସ, ବୃକ୍‌କ କାର୍ଯ୍ୟକାରୀତା ପରୀକ୍ଷା ଇତ୍ୟାଦି । ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହେଉଥିଲେ ଅସ୍ଥିମଜ୍ଜା ପରୀକ୍ଷା କରାଯାଏ ଯାହା ଯନ୍ତ୍ରଣା ଦାୟକ ଓ କ୍ୱଚିତ କରାଯାଏ ।

ଲୋହିତ ରକ୍ତ କଣିକା ବିସ୍ତାର

ଲୋହିତ ରକ୍ତ କଣିକାର ଆକାର ଅନୁସାରେ ଆନିମିଆର ବର୍ଗୀକରଣ କରାଯାଏ । ମିନ କର୍ପସକୁଲାର ଭଲ୍ୟୁମ ଅନୁସାରେ ଆକାର ନିରୁପଣ କରାଯାଏ । ସାଧାରଣ (୮୦ଏଫଏଲ) ଆକାରଠାରୁ କମ ଥିଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼(୧୦୦ଏଫଏଲରୁ ବେଶି) ଥିଲେ ମାକ୍ରୋସାଇଟିକ ଅନିମିଆ ଓ ସାଧାରଣ(୮୦ରୁ୧୦୦ଏଫଏଲ) ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଏହି ଆକାରରୁ କାରଣ ମଧ୍ୟ ଜଣାଯାଏ ଯଥା:- ମାଇକ୍ରୋସାଇଟିକ ଅଧିକାଂଶ ସମୟରେ ଲୌହ ଅଭାବ ଯୋଗୁ ହୁଏ । ଏହି ବର୍ଗୀକରଣର ଗୋଟିଏ ଅସୁବିଧା ହୁଏ ଯଦି ମିଶ୍ରିତ କାରଣ ଥାଏ ଯଥା:- ଲୌହ ଅଭାବ (ମାଇକ୍ରୋସାଇଟିକ) ସ‌ହିତ ଭିଟାମିନ ବି୧୨ ଅଭାବ (ମାକ୍ରୋସାଇଟିକ) ମିଶିଗଲେ ନର୍ମୋସାଇଟିକ ହୋଇଯାଏ ।

ତିଆରି ବନାମ ନଷ୍ଟ ବା କ୍ଷତି

ସବୁଠାରୁ ଅଧିକ ପ୍ରାସଙ୍ଗିକ ବର୍ଗୀକରଣ ଏକାଧିକ ମାନ‌ଦଣ୍ଡକୁ ନେଇ କରାଯାଏ ବିଶେଷତଃ ରେଟିକୁଲୋସାଇଟ କାଉଣ୍ଟ ବା ହିସାବ । ଏହାଦ୍ୱାରା ଅଧିକ ତିଆରି ବା ଅଧିକ ନଷ୍ଟ/କ୍ଷତି ଜଣାଯାଏ । ନଷ୍ଟ/କ୍ଷତି ହୋଇଥିଲେ ପ୍ରାନ୍ତୀୟ ରକ୍ତ ସ୍ମିଅର(ପେରିଫାରାଲ ବ୍ଲଡ଼ ସ୍ମିଅର) ପରୀକ୍ଷାରେ ତୃଟି ଦେଖାଯାଏ ଯେପରିକି ଅଧିକ ଏଲଡିଏଚ ଥିଲେ ଜୀବକୋଷ ନଷ୍ଟ; କିମ୍ବା ରକ୍ତସ୍ରାବ ଚିହ୍ନ ଯେପରିକି ଗୁଆଇଆକ-ପଜିଟିଭ ଝାଡ଼ା, ଏକ୍ସ‌-ରେ ଦର୍ଶନ ଓ ଖୋଲା ରକ୍ତସ୍ରାବ ।


ଆଧାର

  1. MedicineNet.com --> Definition of Anemia Last Editorial Review: 12/9/2000 8:31:00 AM
  2. merriam-webster dictionary --> anemia Retrieved on May 25, 2009
  3. Stedman's medical dictionary (28th ed. ed.). Philadelphia: Lippincott Williams & Wilkins. 2006. p. Anemia. ISBN 9780781733908. {{cite book}}: |edition= has extra text (help)
  4. Hematology : clinical principles and applications (3. ed. ed.). Philadelphia: Saunders. 2007. p. 220. ISBN 9781416030065. {{cite book}}: |edition= has extra text (help); |first1= has generic name (help); |first1= missing |last1= (help)
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ Janz, TG; Johnson, RL; Rubenstein, SD (Nov 2013). "Anemia in the emergency department: evaluation and treatment". Emergency medicine practice. 15 (11): 1–15, quiz 15-6. PMID 24716235.
  6. ୬.୦ ୬.୧ Smith RE, Jr (Mar 2010). "The clinical and economic burden of anemia". The American journal of managed care. 16 SupplIssues: S59-66. PMID 20297873.
  7. Bhutta, ZA; Das, JK; Rizvi, A; Gaffey, MF; Walker, N; Horton, S; Webb, P; Lartey, A; Black, RE; Lancet Nutrition Interventions Review, Group; Maternal and Child Nutrition Study, Group (Aug 3, 2013). "Evidence-based interventions for improvement of maternal and child nutrition: what can be done and at what cost?". Lancet. 382 (9890): 452–77. doi:10.1016/S0140-6736(13)60996-4. PMID 23746776.
  8. ୮.୦ ୮.୧ Qaseem, A; Humphrey, LL; Fitterman, N; Starkey, M; Shekelle, P; Clinical Guidelines Committee of the American College of, Physicians (Dec 3, 2013). "Treatment of anemia in patients with heart disease: a clinical practice guideline from the American College of Physicians". Annals of internal medicine. 159 (11): 770–9. doi:10.7326/0003-4819-159-11-201312030-00009. PMID 24297193.
  9. ୯.୦ ୯.୧ Vos, T; Flaxman, AD; Naghavi, M; Lozano, R; Michaud, C; Ezzati, M; Shibuya, K; Salomon, JA; et al. (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.
  10. "anaemia". Dictionary.com. Retrieved 7 July 2014.
  11. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  12. eMedicineHealth > anemia article Author: Saimak T. Nabili, MD, MPH. Editor: Melissa Conrad Stöppler, MD. Last Editorial Review: 12/9/2008. Retrieved on 4 April 2009
  13. "Red Blood Cells (Erythrocytes)". PubMed Health Glossary - PubMedHealth. NIH - National Cancer Institute. {{cite web}}: line feed character in |website= at position 23 (help)
  14. National Heart Lung and Blood Institute > What Causes Anemia? Retrieved on June 9, 2010
  15. ୧୫.୦୦ ୧୫.୦୧ ୧୫.୦୨ ୧୫.୦୩ ୧୫.୦୪ ୧୫.୦୫ ୧୫.୦୬ ୧୫.୦୭ ୧୫.୦୮ ୧୫.୦୯ ୧୫.୧୦ ୧୫.୧୧ ୧୫.୧୨ ୧୫.୧୩ ୧୫.୧୪ ୧୫.୧୫ Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7.{{cite book}}: CS1 maint: multiple names: authors list (link) 8th edition.
  16. Jump up to: a b c d e f g h i j k l m n o p q r s t u v w x y z aa Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7. 8th edition.
  17. Kumar, Vinay; Abbas, Abul K.; Fausto, Nelson; & Mitchell, Richard N. (2007). Robbins Basic Pathology (8th ed.). Saunders Elsevier. p. 432 ISBN 978-1-4160-2973-1
  18. Cotran, Ramzi S.; Kumar, Vinay; Fausto, Nelson; Nelso Fausto; Robbins, Stanley L.; Abbas, Abul K. (2005). Robbins and Cotran pathologic basis of disease. St. Louis, Mo: Elsevier Saunders. p. 637. ISBN 0-7216-0187-1.{{cite book}}: CS1 maint: multiple names: authors list (link)
  19. ୧୯.୦ ୧୯.୧ AUTOIMMUNE HEMOLYTIC ANEMIA (AIHA) By J.L. Jenkins. The Regional Cancer Center. 2001 Archived ଅକ୍ଟୋବର ୭, ୨୦୦୯ at the Wayback Machine
  20. Berentsen S, Beiske K, Tjønnfjord GE (October 2007). "Primary chronic cold agglutinin disease: An update on pathogenesis, clinical features and therapy". Hematology. 12 (5): 361–70. doi:10.1080/10245330701445392. PMC 2409172. PMID 17891600.{{cite journal}}: CS1 maint: multiple names: authors list (link)
  21. Brooker S; Hotez PJ; Bundy DA (2008). "Hookworm-related anaemia among pregnant women: a systematic review". PLoS Neglected Tropical Diseases. 2 (9): e291. doi:10.1371/journal.pntd.0000291. PMC 2553481. PMID 18820740.{{cite journal}}: CS1 maint: unflagged free DOI (link)
  22. Gyorkos TW; Gilbert NL; Larocque R; Casapía M (2011). "Trichuris and hookworm infections associated with anaemia during pregnancy". Tropical Medicine & International Health. 16 (4): 531–7. doi:10.1111/j.1365-3156.2011.02727.x.
  23. Page 62 (Fluid imbalances) in: Portable Fluids and Electrolytes (Portable Series). Hagerstwon, MD: Lippincott Williams & Wilkins. 2007. ISBN 1-58255-678-4.
  24. World Health Organization (2008). Worldwide prevalence of anaemia 1993–2005 (PDF). Geneva: World Health Organization. ISBN 978-92-4-159665-7. Archived from the original (PDF) on 12 March 2009. Retrieved 2009-03-25. {{cite book}}: Unknown parameter |deadurl= ignored (|url-status= suggested) (help)