"ଋତୁସ୍ରାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ନୂତନ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୮ କ ଧାଡ଼ି: ୮ କ ଧାଡ଼ି:


<!-- ଋତୁଚକ୍ର -->
<!-- ଋତୁଚକ୍ର -->
[[ହରମୋନ]]ମାନଙ୍କର ସ୍ତର କମ ବେଶୀ ହେବାଯୋଗୁ [[ଋତୁଚକ୍ର]] ହୁଏ । <!-- <ref name=Women2014Men/> --> ହରମୋନ ପ୍ରଭାବ ଫଳରେ ଜରାୟୁର ଅନ୍ତଃସ୍ତର ମୋଟା ହୁଏ ଓ [[ଓଭମ|ଅଣ୍ଡା]] କ୍ଷରଣ ହୁଏ ଓ ଏହି ଅଣ୍ଡାକୁ ଗ୍ରହଣ କରି ଜରାୟୁରେ [[ଗର୍ଭାବସ୍ଥା]] ହୁଏ । <!-- <ref name=Women2014Men/> --> ଋତୁଚକ୍ରର ପ୍ରାୟ ୧୪ତମ ଦିନରେ ଅଣ୍ଡା କ୍ଷରଣ ହୁଏ ଓ ସମ୍ଭାବ୍ୟ ଫିଟସ ଧାରଣ କରି [[ପୋଷକ]] ଯୋଗାଣ କରିବାକୁ ସ୍ଥୁଳ ଜରାୟୁ ତିଆରି ହୋଇଥାଏ । <!-- <ref name=Women2014Men/> --> ଗର୍ଭାଧାନ ନ ହେଲେ ଜରାୟୁର ବୃଦ୍ଧିପ୍ରାପ୍ତ ସ୍ତର ଭାଙ୍ଗିଯାଏ ଋତୁସ୍ରାବ ହୁଏ । <ref name=Women2014Men/>

<!-- ସ୍ୱାସ୍ଥ୍ୟ ଅବସ୍ଥା -->






୧୫:୧୯, ୪ ଅକ୍ଟୋବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଏହି ବିଷୟ ମାନବ ମହିଳାଙ୍କର ଋତୁସ୍ରାବ ସମ୍ବନ୍ଧରେ ଲିଖିତ । ମନୁଷ୍ୟ ବ୍ୟତୀତ ଅନ୍ୟ ସ୍ତନ୍ୟପାୟୀଙ୍କର ଋତୁସ୍ରାବ ବିଷୟରେ ପଢ଼ିବା ନିମନ୍ତେ ଋତୁସ୍ରାବ (ସ୍ତନ୍ୟପାୟୀ) ଦେଖନ୍ତୁ ।

Figure showing the progression of the menstrual cycle and the different hormones contributing to it.

ଋତୁସ୍ରାବ ବା ମାସିକ ଧର୍ମ ବା ମାସିକିଆ ବା ରଜଃସ୍ରାବ, (ଇଂରାଜୀ ଭାଷାରେ ମେନ୍‌ସ୍ଟୃଏସନ, ପିରିଅଡ଼ ଓ ମନ୍ଥଲି ଯଥାକ୍ରମେ menstruation, period, monthly,[୧] ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ ।[୨] ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ବାହାରେ ।[୩] ବ୍ରଣ ହୁଏ, ସ୍ତନ ଦରଜ ହୁଏ ଓ ଫୁଲିଯାଏ, ଥକ୍କା ଲାଗେ, ବିରକ୍ତି ଆସେ ଓ ଭାବନାତ୍ମକ ପରିବର୍ତ୍ତନ ହୁଏ । [୪] ୨୦ ରୁ ୩୦ % ମହିଳାଙ୍କର ସାଧାରଣ ଜୀବନ‌ଯାତ୍ରା ଏହା ଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ରଖାଯାଇଛି । ୩ ରୁ ୮ % କେଶରେ ଏହି ସ୍ଥିତି ଗମ୍ଭୀର ହୁଏ । [୩]

ପ୍ରଥମ ଋତୁସ୍ରାବ ୧୨ ରୁ ୧୫ ବର୍ଷ ବୟସରେ ଆରମ୍ଭ ହୁଏ ଯାହାକୁ ରଜୋଦର୍ଶନ (ଇଂରାଜୀ ଭାଷାରେ ମେନାର୍କି/ menarche) କୁହାଯାଏ । [୧] ଋତୁସ୍ରାବ ଆହୁରି ଆଗରୁ ୮ ବର୍ଷ ବୟସରେ ମଧ୍ୟ ବେଳେ ବେଳେ ଆରମ୍ଭ ହୁଏ ଓ ଏହାକୁ ମଧ୍ୟ "ସାଧାରଣ" କୁହାଯାଏ । [୨] ବିକଶିତ ଦେଶମାନଙ୍କରେ ଏହା ଶୀଘ୍ର ଆରମ୍ଭ ହୁଏ ଓ ବିକାଶଶୀଳ ଦେଶମାନଙ୍କରେ ବିଳମ୍ବରେ ଆରମ୍ଭ ହୁଏ । ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତି ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ ରୁ ୪୫ ଦିନ ଓ ବୟଃପ୍ରାପ୍ତ ମହିଳାଙ୍କର ୨୧ ରୁ ୩୧ ଦିନ (ହାରାହାରି ୨୮ ଦିନ) ସମୟ ଲାଗେ । [୨][୫] ପ୍ରାୟ ୪୫ ରୁ ୫୫ ବୟସ ମଧ୍ୟରେ ଋତୁବନ୍ଦ ହୁଏ ଯେଉଁ ସମୟଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ । [୬] ଋତୁସ୍ରାବ ସାଧାରଣତଃ ୨ ରୁ ୭ ଦିନ ପର୍ଯ୍ୟନ୍ତ ଲାଗିରହେ । [୨]

ହରମୋନମାନଙ୍କର ସ୍ତର କମ ବେଶୀ ହେବାଯୋଗୁ ଋତୁଚକ୍ର ହୁଏ । ହରମୋନ ପ୍ରଭାବ ଫଳରେ ଜରାୟୁର ଅନ୍ତଃସ୍ତର ମୋଟା ହୁଏ ଓ ଅଣ୍ଡା କ୍ଷରଣ ହୁଏ ଓ ଏହି ଅଣ୍ଡାକୁ ଗ୍ରହଣ କରି ଜରାୟୁରେ ଗର୍ଭାବସ୍ଥା ହୁଏ । ଋତୁଚକ୍ରର ପ୍ରାୟ ୧୪ତମ ଦିନରେ ଅଣ୍ଡା କ୍ଷରଣ ହୁଏ ଓ ସମ୍ଭାବ୍ୟ ଫିଟସ ଧାରଣ କରି ପୋଷକ ଯୋଗାଣ କରିବାକୁ ସ୍ଥୁଳ ଜରାୟୁ ତିଆରି ହୋଇଥାଏ । ଗର୍ଭାଧାନ ନ ହେଲେ ଜରାୟୁର ବୃଦ୍ଧିପ୍ରାପ୍ତ ସ୍ତର ଭାଙ୍ଗିଯାଏ ଋତୁସ୍ରାବ ହୁଏ । [୨]




ସମ୍ୟକ ଦୃଷ୍ଟିପାତ

Menstrual cycle

ନିୟମିତ ଋତୁସ୍ରାବ ପ୍ରାୟ ୩ ରୁ ୫ ଦିନ ପର୍ଯ୍ୟନ୍ତ ହୁଏ କିନ୍ତୁ ୨ ରୁ ୭ ଦିନ ପର୍ଯ୍ୟନ୍ତ ସାଧାରଣ[୭] ବୋଲି ଧରାଯାଏ । ଋତୁସ୍ରାବର ପ୍ରଥମ ଦିନଠାରୁ ଆରମ୍ଭ କରି ପରବର୍ତ୍ତୀ ଋତୁସ୍ରାବ ଆରମ୍ଭ ପର୍ଯ୍ୟନ୍ତ ସମୟକୁ ଋତୁ ଚକ୍ର (Menstrual cycle) କୁହାଯାଏ । ଏହା ୨୮ ଦିନ ସମୟ ନିଏ କିନ୍ତୁ ୨୧ ରୁ ୩୫ ଦିନ ସମୟକୁ ସାଧାରଣ (Normal) [୮] ବୋଲି ଧରାଯାଏ । କୁଆଁରୀ ସମୟରେ ୨୧ ରୁ ୪୫ ଦିନ ପର୍ଯ୍ୟନ୍ତ ଋତୁ ଚକ୍ର ହୋଇ ପାରେ । ଋତୁସ୍ରାବ ପୂର୍ବରୁ ସ୍ତନ ପୀଡ଼ା ଫୁଲା ଓ ବ୍ରଣ ଇତ୍ୟଦି ଲକ୍ଷଣମାନଙ୍କୁ ଋତୁସ୍ରାବ ପୂର୍ବ ମୋଲିମିନା (Premenstrual molimina)[୯] କୁହାଯାଏ ।
ସାଧାରଣତଃ ଋତୁସ୍ରାବ ପରିମାଣ ୩୫ ମିଲି.ଲି (ବଡ଼ ଚା ଚାମଚରେ ୨.୪ ଚାମଚ) ହୋଇଥିଲେ ମଧ୍ୟ ୧୦ ରୁ ୮୦ ମିଲି.ଲି ପରିମାଣକୁ ନର୍ମାଲ ବା ସାଧାରଣ ବୋଲି ଧରାଯାଏ । ଏହି ସ୍ରାବକୁ ଋତୁ ତରଳ ପଦାର୍ଥ କହିବା ଅଧିକ ସମିଚୀନ ହେବ । ଏହି ପଦାର୍ଥରେ କିଛି ପରିମାଣ ରକ୍ତ, ଜରାୟୁ ମୂଖର ଝିଲ୍ଲୀ, ଜୋନୀପଥ ସ୍ରାବ, ଓ ଜରାୟୁର ଭିତର ଆସ୍ତରଣର ତନ୍ତୁ ଥାଏ । ଏହି ସ୍ରାବର ରଙ୍ଗ ବ୍ରାଉନ ଲାଲ ହୁଏ, ଶୀରା ରକ୍ତଠାରୁ ଟିକିଏ ଗାଢ଼ ।

ଶାରୀରିକ ଅନୁଭୁତି

ମହିଳାମାନଙ୍କର ଋତୁଚକ୍ର ସମୟରେ ହରମୋନ କମ ବେଶି ହେବା ଯୋଗୁ କେତେକ ଶାରୀରିକ ଲକ୍ଷଣ ଦେଖାଯାଏ । ଋତୁସ୍ରାବ ସମୟରେ ଓ ପୂର୍ବରୁ ଜରାୟୁର ମାଂସପେଶୀ ସଙ୍କୋଚନ ହେତୁ କ୍ରାମ୍ପ ହୁଏ ଓ ଯନ୍ତ୍ରଣା ହୁଏ । କେତେକ ମହିଳା ଥକ୍କା ଅନୁଭବ କରନ୍ତି, ସ୍ତନ ଦରଜ ହୁଏ, ବାନ୍ତି ଲାଗେ ଓ ଯୌନ ଇଚ୍ଛାରେ ପରିବର୍ତ୍ତନ ହୁଏ । ଜଳୀୟ ଅଂଶ ଅଧିକ ହେବାରୁ ସ୍ତନ ଫୁଲି ଯାଏ ଓ ଅଶ୍ଵସ୍ତି ଲାଗେ । ଏହି ଅନୁଭୁତି ଗୁଡ଼ିକ ବହୁତ କମ ହୁଏ । କମ ପରିମାଣର ଲୁଣ, କେଫିନ ଓ ମଦ୍ୟପାନ କରିବା ସହ ସ୍ଵାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଦ୍ଵାରାଏହି ଲକ୍ଷଣ କମିଯାଏ [୧୦]। ଏହି ଲକ୍ଷଣ ସମୁହ ସବୁ ଋତୁସ୍ରାବ ସମୟରେ ସମାନ ଅନୁଭୁତ ହୁଏ ନାହିଁ ଓ ସବୁ ମହିଳାଙ୍କର ସମାନ ଅନୁଭୁତି ହୁଏ ନାହିଁ । ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟରେ ବାଧା ହେଲେ ତାହାକୁ ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡର (premenstrual dysphoric disorder) କହନ୍ତି ।

ଯନ୍ତ୍ରଣାଦାୟକ କ୍ରାମ୍ପ

ଆଧାର

  1. ୧.୦ ୧.୧ Women's Gynecologic Health. Jones & Bartlett Publishers. 2011. p. 94. ISBN 9780763756376.
  2. ୨.୦ ୨.୧ ୨.୨ ୨.୩ ୨.୪ "Menstruation and the menstrual cycle fact sheet". Office of Women's Health. December 23, 2014. Retrieved 25 June 2015.
  3. ୩.୦ ୩.୧ Biggs, WS; Demuth, RH (15 October 2011). "Premenstrual syndrome and premenstrual dysphoric disorder". American family physician. 84 (8): 918–24. PMID 22010771.
  4. "Premenstrual syndrome (PMS) fact sheet". Office on Women's Health. December 23, 2014. Retrieved 23 June 2015.
  5. American Academy of Pediatrics Committee on, Adolescence; American College of Obstetricians and Gynecologists Committee on Adolescent Health, Care; Diaz, A; Laufer, MR; Breech, LL (November 2006). "Menstruation in girls and adolescents: using the menstrual cycle as a vital sign". Pediatrics. 118 (5): 2245–50. PMID 17079600.
  6. "Menopause: Overview". http://www.nichd.nih.gov. 2013-06-28. Retrieved 8 March 2015. {{cite web}}: External link in |website= (help)
  7. "Menstruation and the Menstrual Cycle". Womenshealth.gov. November 2002. Archived from the original on 2 Mar 2007. Retrieved 11 June 2005.
  8. American Congress of Obstetricians and Gynecologists. "Menstruation in girls and adolescents: Using the menstrual cycle as a vital sign". ACOG.
  9. https://en.wiktionary.org/wiki/molimina
  10. "Water retention: Relieve this premenstrual symptom". Mayo Clinic. Retrieved 20 September 2011.