"ଗରୁଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୭ କ ଧାଡ଼ି: ୭ କ ଧାଡ଼ି:

ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବା ଯୋଗୁଁ ହିନ୍ଦୁଧର୍ମର ବୈଷ୍ଣବ ଧର୍ମାନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ବ ଅଥବା ଗରୁଡ ପ୍ରତିମୁର୍ତ୍ତି ପୂଜାପାଇଥାଏ । ଏପରିକି ମହାଭାରତରେ ବର୍ଣିତ ତଥ୍ୟ ଅନୁଯାୟୀ ଗୁରୁ ଦ୍ରୋଣାଚାର୍ଯ୍ୟ ନ୍ନିଜର ସେନାବାହିନୀକୁ ଗରୁଡ ସେନା ନାମରେ ନାମିତ କରିଥିଲେ ଓ ପ୍ରଭୁ ଶ୍ରୀ କୃଷ୍ଣ ନିଜର ନନ୍ଦିଘୋଷ ରଥର ପତାକରେ ଗରୁଡ ଚିହ୍ନକୁ ସ୍ଥାନ ଦେଇଥିଲେ । ପୁରୀ ରଥ ଯାତ୍ରା ସମୟରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପତାକରେ ମଧ୍ୟ ଗରୁଡ ଚିହ୍ନ ପ୍ରତୀୟମାନ ହୁଏ ।

ବୌଦ୍ଧଧର୍ମ ଗ୍ରନ୍ଥରେ ଗରୁଡଙ୍କୁ କେତେକ ବିଶିଷ୍ଟ ରାଜ୍ୟର ରାଜା ଓ ତନ୍ତ୍ରୀକ ଶକ୍ତି ବିଶିଷ୍ଟ ଇଚ୍ଛାଧାରୀ ପୁରୁଷ ରୂପେ ମଧ୍ୟ ବର୍ଣନା କରାଯାଇଛି । ବୌଦ୍ଧ ଧର୍ମଗ୍ରନ୍ଥରେ ଯେଉଁ ଚାରିପ୍ରକାର ଗରୁଡ ରାଜାଙ୍କ ବିଷୟରେ ବର୍ଣନା କରାଯାଇଛି ସେମାନେ ହେଲେ:- ବିଶାଳ ଶକ୍ତିଶାଳୀ ଗରୁଡ ରାଜା, ବିଶାଳକାୟ ଗରୁଡ ରାଜା, ଇଚ୍ଛାପୂର୍ତ୍ତି ଗରୁଡ ରାଜା ଓ ସ୍ଵ-ଇଚ୍ଛାଧାରୀ ଗରୁଡ ରାଜା ଇତ୍ୟାଦି ।

୧୯:୩୭, ୫ ସେପ୍ଟେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଗରୁଡ

ଗରୁଡ ଗୋଟିଏ ପକ୍ଷୀ ଜାତିୟା ପ୍ରାଣୀ । ହିନ୍ଦୁ ଓ ବୌଦ୍ଧ ଧର୍ମଗ୍ରନ୍ଥ ରେ ଗରୁଡ ବିଷୟରେ ଅନେକ କିଛି ଲେଖା ଥିବାର ଜଣାପଡେ । ହିନ୍ଦୁ ଧର୍ମ ଅନୁଯାୟୀ, ଗରୁଡ ବିଷ୍ଣୁଙ୍କ ବାହାନ ରୂପେ ଜଣାଶୁଣା । ହିନ୍ଦୁ ଶାସ୍ତ୍ରରେ ଗରୂଡକୁ ବିଷ୍ଣୁଙ୍କ ବାହନ ଓ ଦେବତା ରୂପେ ପୂଜା କରାଯାଏ । ଗରୁଡ ସର୍ପଜାତୀୟ ପ୍ରାଣୀ ତଥା ନାଗସାପ ଜାତୀୟ ପ୍ରାଣୀର ଗୋଟିଏ ପରମ ଶତୃ ଭବେ ପରିଚିତ। ଗରୁଡ ବିଭିନ୍ନ ନାମରେ ଜଣାଶୁଣା ଯଥା:- ଚିରାଗ, ଗଗନେଶ୍ଵର, କାମାୟୁଷ, କାଶ୍ୟପି,ଖଗେଶ୍ଵର, ସୁଧାହରା, ତାରକ୍ଷ ଇତ୍ୟାଦି । ଭାଗବତ ଗୀତାରେ ବର୍ଣିତ ତଥ୍ୟ ଅନୁଯାୟୀ, କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଗରୁଡଙ୍କୁ ପକ୍ଷୀରାଜ ବୋଲି ଆଖ୍ୟା ଦେଇଥିଲେ ।

ଯଦିଓ ଆଜିର ଯୁଗରେ ବିରଳପ୍ରାୟ ଏହି ପ୍ରାଣୀ ଦେଖିବାକୁ ମିଳେନାହିଁ ତଥାପି ଅନେକାଂଶ ସ୍ଥାନରେ ଛଞ୍ଚଣ ଓ ଅମରପକ୍ଷୀ କୁ ଗରୂଡ ଜାତୀୟ ପ୍ରାଣୀ ବୋଲି ପ୍ରସ୍ତୁତ କରାଯାଇଥାଏ । ହିନ୍ଦୁଧର୍ମ ଗ୍ରନ୍ଥ ଓ ପୁରାଣ ଇତ୍ୟଦିରେ ଗରୁଡକୁ ଏକ୍ ଭିନ୍ନ ଜାତୀୟ ମନୁଷ୍ୟ ଓ ପକ୍ଷୀର ଏକ ମିଶ୍ରଣ ପ୍ରାଣୀ ଭାବରେ ଚିତ୍ରଣ କରାଯାଇଛି । ଗରୁଡର କର୍ମ ଓ ଚରିତ୍ରକୁ ହିନ୍ଦୁ ଓ ବୌଦ୍ଧ ଧର୍ମ ଗ୍ରନ୍ଥରେ ଆତି ନିଖୁଣ ଭାବେ ବର୍ଣନା କରାଯାଇଛି । ହିନ୍ଦୁ ଧର୍ମଗ୍ରନ୍ଥ ମହାଭାରତରେ ଗରୁଡର ଜନ୍ମ ଓ କର୍ମ ବିଷୟରେ ସବିଶେଷ ବ୍ୟାଖ୍ୟା କରାଯାଇଛି । ଉକ୍ତ ଗ୍ରନ୍ଥରେ ଥିବା ବର୍ଣନା ଅନୁଯାୟି କାଶ୍ୟପ ୠଷିଙ୍କୁ ଗରୁଡଙ୍କ ପିତା ଭାବେ ବର୍ଣନା କରାଯାଇଛି । ପ୍ରଜାପତି ଦକ୍ଷଙ୍କ ଦୁଇ କନ୍ୟା ବିନତା ଏବଂ କଦରୁଙ୍କୁ ସେ ବିବାହ କରିଥିଲେ । କାଶ୍ୟପ ଋଷି ନିଜର ଦୁଇ ପତ୍ନୀଙ୍କୁ ସେମାନଙ୍କ ଇଚ୍ଛା ମୁତାବକ, ବିନତାଙ୍କୁ ଦୁଇଟି ପୁତ୍ର ଓ କଦୁରୁଙ୍କୁ ଶହେଗୋଟି ସର୍ପ ଜାତୀୟ ପୁତ୍ର ପ୍ରାପ୍ତ ନିମନ୍ତେ ବରଦାନ କରିଥିଲେ । ଫଳସ୍ଵରୁପ ବିନତାଙ୍କ ଗର୍ଭରୁ ଯେଉଁ ଶିଶୁଟି ଜନ୍ମ ଲାଭ କଲା ସେ ଦେଖିବାକୁ ଉଭୟ ମନୁଷ୍ୟ ଓ ପକ୍ଷୀ ଜାତୀୟ ମିଶ୍ରଣ ପ୍ରାଣୀ ସ୍ଵରୁପ, ଏବଂ ତହାର ନାମ ଗରୁଡ ଥିଲା ।