"ବୀରେନ ରାଉତରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ବୀରେନ ରାଉତରାୟ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୫:୫୮, ୨୫ ନଭେମ୍ବର ୨୦୧୪ ଅନୁସାରେ କରାଯାଇଥିବା ବଦଳ

ବୀରେନ ରାଉତରାୟ
ଫାଇଲ:ବୀରେନ ରାଉତରାୟ.jpg
Born(1939-09-27)୨୭ ସେପ୍ଟେମ୍ବର ୧୯୩୯
ମେରିଆବଜାର, କଟକ
Died୨୪ ନଭେମ୍ବର ୨୦୧୪(2014-11-24) (ବୟସ ୭୫)
Cause of deathହୃଦଘାତ
Resting placeକଟକ
Nationalityଭାରତୀୟ
Educationଡିଗ୍ରୀ ଇଞ୍ଜିନିୟରିଂ
Alma materରେଭେନ୍ସା ମହାବିଦ୍ୟାଳୟ
Occupationଓଡ଼ିଆ ନାଟ୍ୟକାର ଓ ଅଭିନେତା
Spouseବନଶ୍ରୀ ରାଉତରାୟ
Childrenରାଜକିଶୋର, ଇତିଶ୍ରୀ
Parent(s)ଭ୍ରମରବର ରାଉତରାୟ, ତାରାମଣି ଦେବୀ

ବୀରେନ ରାଉତରାୟ, ଜଣେ ଜଣାଶୁଣା ଓଡ଼ିଆ ନାଟ୍ୟକାର ଓ ଅଭିନେତା । ଖଳନାୟକ ଚରିତ୍ରରେ ଅଭିନୟ ପାଇଁ ସେ ମଞ୍ଚ, ଟେଲିଭିଜନ ବା ଚଳଚିତ୍ର, ସବୁଠି ବେଶ ପରିଚିତ ।[୧]

ବୀରେନ ରାଉତରାୟ, ଜଗତସିଂହପୁର ନିବାସୀ ସ୍ଵାଧିନତା ସଂଗ୍ରାମୀ ଭ୍ରମରବର ରାଉତରାୟ ଓ ତାରାମଣି ଦେବୀଙ୍କର ଜ୍ୟେଷ୍ଠପୁତ୍ର ଥିଲେ । ସେ ୧୯୩୯ ମସିହା ସେପ୍ଟେମ୍ବର ମାସ ୨୭ତାରିଖରେ କଟକର ମେରିଆବଜାରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ.ସି ଓ ବୁର୍ଲା ଆର.ଇ.ସିରୁ ଡିଗ୍ରୀ ଇଞ୍ଜିନିୟରିଂ ଶିକ୍ଷା ଲାଭ କରି, ସେ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ଯନ୍ତ୍ରୀ ରୂପେ କାର୍ଯ୍ୟକରିଥିଲେ । ସେ ୧୯୭୭ ମସିହାରେ, ଗୃହନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ ।

୧୯୫୫ ମସିହାରେ ମଞ୍ଚାଭିନୟରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା । ପ୍ରାୟ ୩୫ଟିରୁ ଅଧିକ ଚଳଚିତ୍ର, ୨୦୦ରୁ ଅଧିକ ମଞ୍ଚନାଟକ ଓ ଦୂରଦର୍ଶନରେ ଅଭିନୟ କରି ସେ ଲୋକପ୍ରିୟତା ଲାଭ କରିପାରିଛନ୍ତି । ବହୁ ନାଟକ ନିଜେ ରଚନା କରିଛନ୍ତି ଓ ଏଥିପାଇଁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । "ଚିତ୍ରୋତ୍ପଳା" ଓ "ସଂସ୍କୃତି ବିହାର" ଭଳି ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରହି ସେ, କଳା ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ।

ସାହିତ୍ୟକୃତି

ନାଟକ

  • କସ୍ତୁରୀ ମୃଗ
  • ତୃଷ୍ଣା
  • ରାଣା ପ୍ରତାପ ସିଂହ
  • ଜାମୁକୋଳି ଗଛ
  • ଅଙ୍ଗ ରାଜା
  • ଭଙ୍ଗା ବେହେଲାର ସ୍ଵର

ପତ୍ରିକା

  • ନାଟ୍ୟଶ୍ରୀ

ଅଭିନିତ ଚଳଚିତ୍ର

ସମ୍ମାନ ଓ ପୁରସ୍କାର

  • ଶ୍ରେଷ୍ଠ ଚରିତ୍ର ଓଅ ଖଳନାୟକ ଭାବେ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର - ୧୯୮୩(ଭକ୍ତ ସାଲବେଗ ଚଳଚିତ୍ର ପାଇଁ) [୨]
  • ଓଡ଼ିଶା ଫିଲ୍ମ ଜର୍ଣ୍ଣାଲିଷ୍ଟ ଆୱର୍ଡ
  • ରୋଟାରି ଆୱର୍ଡ
  • ଶ୍ରେଷ୍ଠ ନାଟ୍ୟକାର ସମ୍ମାନ( କସ୍ତୁରୀ ମୃଗ) - ୧୯୬୯[୩]

ଆଧାର

  1. http://www.newindianexpress.com/magazine/article127949.ece
  2. ଧରିତ୍ରୀ ୨୫/୧୧/୨୦୧୪ ପୃଷ୍ଠା ୧୧
  3. ସମ୍ବାଦ ୨୫/୧୧/୨୦୧୪ ପୃଷ୍ଠା ୪