"ଗୌରୀଶଙ୍କର ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୧୮ କ ଧାଡ଼ି: ୧୮ କ ଧାଡ଼ି:
| occupation =
| occupation =
|signature =
|signature =
| website = http://karmaveergourishankar.org/
| website = http://karmaveergourishankar.info/ <!-- http://karmaveergourishankar.org/ -->
}}
}}
'''ଗୌରୀଶଙ୍କର ରାୟ''' ୧୮୩୮ ମସିହା ଜୁଲାଇ ୧୩ ତାରିଖ, ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ [[କଟକ ଜିଲ୍ଲା]] ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
'''ଗୌରୀଶଙ୍କର ରାୟ''' ୧୮୩୮ ମସିହା ଜୁଲାଇ ୧୩ ତାରିଖ, ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ [[କଟକ ଜିଲ୍ଲା]] ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
୩୪ କ ଧାଡ଼ି: ୩୪ କ ଧାଡ଼ି:


== ଆଧାର ==
== ଆଧାର ==
{{ଆଧାର}}
{{Reflist|30em}}


[[ଶ୍ରେଣୀ:୧୮୩୮ ଜନ୍ମ]]
[[ଶ୍ରେଣୀ:୧୮୩୮ ଜନ୍ମ]]
[[ଶ୍ରେଣୀ:୧୯୧୭ ମୃତ୍ୟୁ]]
[[ଶ୍ରେଣୀ:୧୯୧୭ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ଭାଷା]]
[[ଶ୍ରେଣୀ:ଓଡ଼ିଆ ଭାଷା]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]
[[ଶ୍ରେଣୀ:କଟକ ଜିଲା ଲୋକ]]

୦୭:୫୩, ୭ ନଭେମ୍ବର ୨୦୧୪ ଅନୁସାରେ କରାଯାଇଥିବା ବଦଳ

କର୍ମବୀର

ଗୌରୀଶଙ୍କର ରାୟ
ଜନ୍ମ(1838-07-13)୧୩ ଜୁଲାଇ ୧୮୩୮
ଦୀକ୍ଷିତପଡ଼ା, ଅସୁରେଶ୍ଵର, କଟକ
ମୃତ୍ୟୁ୭ ମାର୍ଚ୍ଚ ୧୯୧୭(1917-03-07) (ବୟସ ୭୮)
ଜାତୀୟତାଭାରତୀୟ
ୱେବସାଇଟhttp://karmaveergourishankar.info/

ଗୌରୀଶଙ୍କର ରାୟ ୧୮୩୮ ମସିହା ଜୁଲାଇ ୧୩ ତାରିଖ, ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ କଟକ ଜିଲ୍ଲା ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶା ମୋଗଲ ଶାସନାଧୀନ ହେଲା ପରେ ବଙ୍ଗର ଶାସନ କର୍ତ୍ତା ତୋଡ଼ରମଲ୍ଲଙ୍କୁ ଓଡ଼ିଶାର ରାଜସ୍ୱ-ବନ୍ଦୋବସ୍ତ କରିବାକୁ ପଠାଇଥିଲେ। ତାଙ୍କ ସହିତ ସହିତ ଯେଉଁ ବଙ୍ଗୀୟ ରାଜ କର୍ମଚାରୀମାନେ ଓଡ଼ିଶା ଆସି, ଓଡ଼ିଶାରେ ଘରଦ୍ଵାର କରି ରହି ଯାଇଥିଲେ, ଗୌରୀ ଶଙ୍କରଙ୍କ ପୂର୍ବପୁରୁଷ ଥିଲେ ସେଇମାନଙ୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କ ପଦବୀ ଥିଲା ‘ବସୁ’, ଏମାନେ ଥିଲେ ରାଜବଂଶୀୟ କାୟସ୍ଥ । ମୋଗଲ ଶାସକମାନଙ୍କୁ, ରାଜସ୍ୱ ବନ୍ଦୋବସ୍ତ କରିବାରେ ସହାୟତା କରିଥିବା ହେତୁ ଏମାନଙ୍କୁ ‘ରାୟ’ ଉପାଧି ମିଳିଥିଲା । ଗୌରୀ ଶଙ୍କରଙ୍କ ପ୍ରପିତାମହ ମାଧବଚନ୍ଦ୍ର ‘ବସୁ’ ଉପାଧି ବର୍ଜନ କରି ‘ରାୟ’ ହୋଇଥିଲେ ।

ଗ୍ରାମ ଚାଟଶାଳୀରେ ପ୍ରାଥମିକ ଓଡ଼ିଆ ଶିକ୍ଷା ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଶିକ୍ଷା ସମାପ୍ତ ପରେ ପ୍ରଥମେ ମାସିକ ୨୦ ଟଙ୍କା ବେତନରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଏବଂ ପରେ କଟକ କମିଶନରଙ୍କ କାର୍ଯ୍ୟାଳୟରେ କିରାଣି ଭାବରେ କାର୍ଯ୍ୟ କରିଥିଲେ। ଗୌରୀଶଙ୍କର ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ ।[୧] ଏହି କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା ଏବଂ ଏହାର ମାସକ ପରେ ଏଠାରୁ ପ୍ରଥମ ଓଡ଼ିଆ ସମ୍ବାଦ ପତ୍ର ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା।[୨] [୩] ଏହା ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପରେ ଏହା ଦୈନିକ ହୋଇଥିଲା । ଗୌରୀ ଶଙ୍କର ଥିଲେ କଟକ ପ୍ରିଣ୍ଟିଂ କମ୍ପାନୀର ଆଜୀବନ ସଚିବ ଓ ‘ଉତ୍କଳ ଦୀପିକା’ ର ପ୍ରଥମ ସମ୍ପାଦକ ।

ଗୌରୀ ଶଙ୍କର ଥିଲେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ଅନ୍ୟତମ ବିଶିଷ୍ଟ କର୍ଣ୍ଣଧାର । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ[୪] ହୋଇ ସୁଦ୍ଧା, ଉତ୍କଳ ସାହିତ୍ୟ ସମାଜର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ଭାବରେ ସେ ନିଜ ଓଡ଼ିଆ ପ୍ରୀତି ଓ ସଙ୍ଗଠନ ଶକ୍ତିର ପରିଚୟ ଦେଇ ଯାଇଛନ୍ତି।[୫] ତାଙ୍କର ବଳିଷ୍ଟ ସମ୍ପାଦନାରେ ଉତ୍କଳ ଦୀପିକା ଓଡ଼ିଆ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା ।

କଟକ ଟାଉନ୍‌ ହଲ ତାଙ୍କରି ଅବଦାନ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପୂର୍ବରୁ ୧୯୧୭ ମସିହା ମାର୍ଚ୍ଚ ୭ ତାରିଖ ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ସେ ଇହଧାମ ତ୍ୟାଗ କରିଥିଲେ ।

ଆଧାର

  1. "GOURI SHANKAR RAY". orissadiary.com. 2012. Retrieved 29 June 2012. He was the associate founder of Cuttack Printing Company
  2. "Orissa Government Portal". odisha.gov.in. 2012. Retrieved 30 June 2012. The first news paper Utkal Deipika is brought out by the Cuttack printing company.
  3. "HISTORY OF CUTTACK". cuttack.nic.in. 2011. Retrieved 30 June 2012. The first Newspaper of Odisha "UtkalDipika" was publish by the Cuttack printing Company due to the efforts of Gourisankar Ray in 1866
  4. "The Hindu : Dear Oriyas, Rise!". hindu.com. 2001. Retrieved 29 June 2012. Gauri Shankar Ray, a Bengali who had settled down in Orissa and upheld the cause of Oriya against Bengali.
  5. "History - Odisha - States and Union Territories - Know India: National Portal of India". india.gov.in. 2012. Retrieved 30 June 2012. 1882 AD: Utkal Sabha under the secretary Gouri Sankar Ray formed.