"ଋତୁସ୍ରାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଋତୁସ୍ରାବ ବିଷୟ ଲେଖାଗଲା
 
୧୦ କ ଧାଡ଼ି: ୧୦ କ ଧାଡ଼ି:
== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}

[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]]

୨୦:୪୫, ୨୨ ଅକ୍ଟୋବର ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଏହି ବିଷୟ ମାନବ ମହିଳାଙ୍କର ଋତୁସ୍ରାବ ସମ୍ବନ୍ଧରେ ଲିଖିତ । ମନୁଷ୍ୟ ବ୍ୟତୀତ ଅନ୍ୟ ସ୍ତନ୍ୟପାୟୀଙ୍କର ଋତୁସ୍ରାବ ବିଷୟରେ ପଢ଼ିବା ନିମନ୍ତେ ଋତୁସ୍ରାବ (ସ୍ତନ୍ୟପାୟି) ଦେଖନ୍ତୁ ।
ପ୍ରତିଶବ୍ଦ - ମାସିକିଆ, ପିରିଅଡ଼; ଇଂରାଜୀରେ monthly, period[୧][୨] ଋତୁସ୍ରାବ (Menstruation) ଅର୍ଥ ମହିଳାଙ୍କର ଜରାୟୁରୁ ବିର୍ଗତ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ । ଏହା ପ୍ରଥମ ଯୌନ ପୂର୍ଣ୍ଣତା ପ୍ରାପ୍ତ ସମୟରୁ ଋତୁସ୍ରାବ ଆରମ୍ଭ ହୋଇ ଋତୁ ବିରତି ପର୍ଯ୍ୟନ୍ତ ଚାଲୁ ରହେ । ଋତୁ ବିରତି ହେଲେ ପ୍ରଜନନ କ୍ଷମତାର ଅନ୍ତ ହେବ ଧରାଯାଏ ।
ମହିଳାଙ୍କର ଗର୍ଭାଧାନ ସମୟରେ ଓ ଛୁଆକୁ ସ୍ତନ୍ୟପାନ କରେଇବା ସମୟରେ ଋତୁସ୍ରାବ ବନ୍ଦ ରହେ । ଏହି ସମସ୍ତ ଅଭାବରେ ଯଦି ଋତୁସ୍ରାବ ୯୦ ଦିନରୁ ବେଶୀ ସମୟ ଧରି ନ ହୁଏ ତେବେ ଡାକ୍ତରୀ ପରୀକ୍ଷା ଆବଶ୍ୟକ ହୁଏ କାରଣ ଅନେକ କିସମର ସ୍ଵାସ୍ଥ୍ୟଗତ ସମସ୍ୟା ଉପୁଜେ ।

ସମ୍ୟକ ଦୃଷ୍ଟିପାତ

Menstrual cycle

ନିୟମିତ ଋତୁସ୍ରାବ ପ୍ରାୟ ୩ ରୁ ୫ ଦିନ ପର୍ଯ୍ୟନ୍ତ ହୁଏ କିନ୍ତୁ ୨ ରୁ ୭ ଦିନ ପର୍ଯ୍ୟନ୍ତ ସାଧାରଣ[୩] ବୋଲି ଧରାଯାଏ । ଋତୁସ୍ରାବର ପ୍ରଥମ ଦିନଠାରୁ ଆରମ୍ଭ କରି ପରବର୍ତ୍ତୀ ଋତୁସ୍ରାବ ଆରମ୍ଭ ପର୍ଯ୍ୟନ୍ତ ସମୟକୁ ଋତୁ ଚକ୍ର (Menstrual cycle) କୁହାଯାଏ । ଏହା ୨୮ ଦିନ ସମୟ ନିଏ କିନ୍ତୁ ୨୧ ରୁ ୩୫ ଦିନ ସମୟକୁ ସାଧାରଣ (Normal) [୪] ବୋଲି ଧରାଯାଏ । କୁଆଁରୀ ସମୟରେ ୨୧ ରୁ ୪୫ ଦିନ ପର୍ଯ୍ୟନ୍ତ ଋତୁ ଚକ୍ର ହୋଇ ପାରେ । ଋତୁସ୍ରାବ ପୂର୍ବରୁ ସ୍ତନ ପୀଡ଼ା ଫୁଲା ଓ ବ୍ରଣ ଇତ୍ୟଦି ଲକ୍ଷଣମାନଙ୍କୁ ଋତୁସ୍ରାବ ପୂର୍ବ ମୋଲିମିନା (Premenstrual molimina)[୫] କୁହାଯାଏ ।
ସାଧାରଣତଃ ଋତୁସ୍ରାବ ପରିମାଣ ୩୫ ମିଲି.ଲି (ବଡ଼ ଚା ଚାମଚରେ ୨.୪ ଚାମଚ) ହୋଇଥିଲେ ମଧ୍ୟ ୧୦ ରୁ ୮୦ ମିଲି.ଲି ପରିମାଣକୁ ନର୍ମାଲ ବା ସାଧାରଣ ବୋଲି ଧରାଯାଏ । ଏହି ସ୍ରାବକୁ ଋତୁ ତରଳ ପଦାର୍ଥ କହିବା ଅଧିକ ସମିଚୀନ ହେବ । ଏହି ପଦାର୍ଥରେ କିଛି ପରିମାଣ ରକ୍ତ, ଜରାୟୁ ମୂଖର ଝିଲ୍ଲୀ, ଜୋନୀପଥ ସ୍ରାବ, ଓ ଜରାୟୁର ଭିତର ଆସ୍ତରଣର ତନ୍ତୁ ଥାଏ । ଏହି ସ୍ରାବର ରଙ୍ଗ ବ୍ରାଉନ ଲାଲ ହୁଏ, ଶୀରା ରକ୍ତଠାରୁ ଟିକିଏ ଗାଢ଼ ।

ଆଧାର

  1. Logan, Carolyn (April 15, 1997). "Take Your Choice". Counterbalance: Gendered Perspectives on Writing and Language. p. 41. ISBN 1551111276. Retrieved February 18, 2013.
  2. Jurgens, Janice J.; Powers, Bethel A. (1992). "An Exploratory Study of the Menstrual Euphemisms, Beliefs and Taboos of Head Start Mothers". In Sampselle, Carolyn M. (ed.). Violence Against Women: Nursing Research, Education, and Practice Issues. p. 37. ISBN 1560322179. Retrieved February 18, 2013.
  3. "Menstruation and the Menstrual Cycle". Womenshealth.gov. November 2002. Archived from the original on 2 Mar 2007. Retrieved 11 June 2005.
  4. American Congress of Obstetricians and Gynecologists. "Menstruation in girls and adolescents: Using the menstrual cycle as a vital sign". ACOG.
  5. https://en.wiktionary.org/wiki/molimina