"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୭୩ କ ଧାଡ଼ି: ୭୩ କ ଧାଡ଼ି:


ଏପ୍ରିଲ ୧୯୫୯ରେ ସଶସ୍ତ୍ରବାଦୀ ଆଫ୍ରିକୀୟମାନେ ଜାତୀୟ କଂଗ୍ରେସର କାର୍ଯ୍ୟକୁ ନାପସନ୍ଦ କରି ପ୍ୟାନ-ଆଫ୍ରିକାନ-କଂଗ୍ରେସର ଗଠନ କଲେ; ଯାହାର ସଭାପତି ମଣ୍ଡେଲାଙ୍କ ବନ୍ଧୁ ରବର୍ଟ ସୋବୁକ୍ୱେ ଥିଲେ ।<ref>{{harvnb|Mandela|1994|pp=327–330}}; {{harvnb|Sampson|2011|pp=117–122}}; {{harvnb|Smith|2010|pp=171–173}}.</ref> ମେ ୧୯୬୦ ପର୍ଯ୍ୟନ୍ତ ଦୁଇଦଳ ଆଣ୍ଟି-ପାସ ଆନ୍ଦୋଳନ ଜାରି ରଖିଲେ । ପୋଲିସ ଦ୍ୱାରା ଜଣେ ପ୍ୟାନ ଆଫ୍ରିକାନ କଂଗ୍ରେସ ସଦସ୍ୟଙ୍କୁ ଜଳେଇ ଦିଆଯିବା ପରେ ଶାର୍ପଭିଲ୍ଲେ ସଂହାରରେ ୬୯ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଲା । ଏହାର ପ୍ରତିବାଦରେ ମଣ୍ଡେଲା ନିଜର ପାସ ଜଳାଇ ଦେଇଥିଲେ ଏବଂ ଦେଶ ସାରା ବିରୋଧ ହେବାରୁ ସରକାର ସାମରିକ ଆଇନ ଲାଗୁ କରିବାକୁ ବାଧ୍ୟ ହେଲେ ।<ref>{{harvnb|Mandela|1994|pp=342–346}}; {{harvnb|Sampson|2011|pp=130–131}}; {{harvnb|Smith|2010|pp=173–175}}.</ref> ଜରୁରୀକାଳୀନ ପରିସ୍ଥିତିରେ ମଣ୍ଡେଲା ଓ ତାଙ୍କର ସହକର୍ମୀ ମାନଙ୍କୁ ମାର୍ଚ ୩୦ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗିରଫ କରାଯାଇଥିଲା ଏବଂ ଜାତୀୟ କଂଗ୍ରେସ ତଥା ପ୍ୟାନ ଆଫ୍ରିକାନ କଂଗ୍ରେସକୁ ଏପ୍ରିଲ ପର୍ଯ୍ୟନ୍ତ ନିଷିଦ୍ଧ ଘୋଷଣା କରାଗଲା ।<ref>{{harvnb|Mandela|1994|pp=347–357}}; {{harvnb|Sampson|2011|pp=132–133}}; {{harvnb|Smith|2010|p=175}}.</ref> ପୁଣି ଅଗଷ୍ଟ ମାସରେ ଜରୁରୀକାଳୀନ ପରିସ୍ଥିତିର ସମାପ୍ତି ପରେ ସମସ୍ତଙ୍କୁ ମୁକ୍ତ କରିଦିଆଯାଇଥିଲା ।<ref>{{harvnb|Mandela|1994|pp=357–364}}; {{harvnb|Sampson|2011|pp=134–135}}; {{harvnb|Smith|2010|p=177}}.</ref> ମଣ୍ଡେଲା ନିଜ ଖାଲି ସମୟରେ ଅଲ-ଇନ-ଆଫ୍ରିକାନ କନଫରେନ୍ସକୁ ସୁଦୃଢ଼ କରି ପିଟରମାରିଜବର୍ଗ, ନାଟାଲରେ ପ୍ରାୟ ୧୪୦୦ ଅଣ-ଅପାର୍ଥିଡ଼ ସଦସ୍ୟଙ୍କ ସହ ମିଶି ମେ ୩୧ରେ (ଦକ୍ଷିଣ ଆଫ୍ରିକାର ସ୍ୱାଧୀନତା ଦିବସ) ଘରେ ରହି ବିରୋଧ କରିବାକୁ ନିଷ୍ପତି ନେଲେ ।<ref>{{harvnb|Mandela|1994|pp=373–374}}; {{harvnb|Sampson|2011|pp=140–143}}; {{harvnb|Smith|2010|pp=183–185}}.</ref> ମାର୍ଚ ୨୯, ୧୯୬୧ରେ ପ୍ରାୟ ଛଅ ବର୍ଷ କେସ ଚାଲିବା ପରେ ବିଚାରପତି ମଣ୍ଡେଲାଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ କରିଥିଲେ, ଯାହା ସରକାରଙ୍କ ପାଇଁ ଏକ ଲଜ୍ଜ୍ୟାର ବିଷୟ ଥିଲା ।<ref>{{harvnb|Mandela|1994|pp=377–380}}; {{harvnb|Sampson|2011|p=143}}; {{harvnb|Smith|2010|p=178}}.</ref>
ଏପ୍ରିଲ ୧୯୫୯ରେ ସଶସ୍ତ୍ରବାଦୀ ଆଫ୍ରିକୀୟମାନେ ଜାତୀୟ କଂଗ୍ରେସର କାର୍ଯ୍ୟକୁ ନାପସନ୍ଦ କରି ପ୍ୟାନ-ଆଫ୍ରିକାନ-କଂଗ୍ରେସର ଗଠନ କଲେ; ଯାହାର ସଭାପତି ମଣ୍ଡେଲାଙ୍କ ବନ୍ଧୁ ରବର୍ଟ ସୋବୁକ୍ୱେ ଥିଲେ ।<ref>{{harvnb|Mandela|1994|pp=327–330}}; {{harvnb|Sampson|2011|pp=117–122}}; {{harvnb|Smith|2010|pp=171–173}}.</ref> ମେ ୧୯୬୦ ପର୍ଯ୍ୟନ୍ତ ଦୁଇଦଳ ଆଣ୍ଟି-ପାସ ଆନ୍ଦୋଳନ ଜାରି ରଖିଲେ । ପୋଲିସ ଦ୍ୱାରା ଜଣେ ପ୍ୟାନ ଆଫ୍ରିକାନ କଂଗ୍ରେସ ସଦସ୍ୟଙ୍କୁ ଜଳେଇ ଦିଆଯିବା ପରେ ଶାର୍ପଭିଲ୍ଲେ ସଂହାରରେ ୬୯ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଲା । ଏହାର ପ୍ରତିବାଦରେ ମଣ୍ଡେଲା ନିଜର ପାସ ଜଳାଇ ଦେଇଥିଲେ ଏବଂ ଦେଶ ସାରା ବିରୋଧ ହେବାରୁ ସରକାର ସାମରିକ ଆଇନ ଲାଗୁ କରିବାକୁ ବାଧ୍ୟ ହେଲେ ।<ref>{{harvnb|Mandela|1994|pp=342–346}}; {{harvnb|Sampson|2011|pp=130–131}}; {{harvnb|Smith|2010|pp=173–175}}.</ref> ଜରୁରୀକାଳୀନ ପରିସ୍ଥିତିରେ ମଣ୍ଡେଲା ଓ ତାଙ୍କର ସହକର୍ମୀ ମାନଙ୍କୁ ମାର୍ଚ ୩୦ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗିରଫ କରାଯାଇଥିଲା ଏବଂ ଜାତୀୟ କଂଗ୍ରେସ ତଥା ପ୍ୟାନ ଆଫ୍ରିକାନ କଂଗ୍ରେସକୁ ଏପ୍ରିଲ ପର୍ଯ୍ୟନ୍ତ ନିଷିଦ୍ଧ ଘୋଷଣା କରାଗଲା ।<ref>{{harvnb|Mandela|1994|pp=347–357}}; {{harvnb|Sampson|2011|pp=132–133}}; {{harvnb|Smith|2010|p=175}}.</ref> ପୁଣି ଅଗଷ୍ଟ ମାସରେ ଜରୁରୀକାଳୀନ ପରିସ୍ଥିତିର ସମାପ୍ତି ପରେ ସମସ୍ତଙ୍କୁ ମୁକ୍ତ କରିଦିଆଯାଇଥିଲା ।<ref>{{harvnb|Mandela|1994|pp=357–364}}; {{harvnb|Sampson|2011|pp=134–135}}; {{harvnb|Smith|2010|p=177}}.</ref> ମଣ୍ଡେଲା ନିଜ ଖାଲି ସମୟରେ ଅଲ-ଇନ-ଆଫ୍ରିକାନ କନଫରେନ୍ସକୁ ସୁଦୃଢ଼ କରି ପିଟରମାରିଜବର୍ଗ, ନାଟାଲରେ ପ୍ରାୟ ୧୪୦୦ ଅଣ-ଅପାର୍ଥିଡ଼ ସଦସ୍ୟଙ୍କ ସହ ମିଶି ମେ ୩୧ରେ (ଦକ୍ଷିଣ ଆଫ୍ରିକାର ସ୍ୱାଧୀନତା ଦିବସ) ଘରେ ରହି ବିରୋଧ କରିବାକୁ ନିଷ୍ପତି ନେଲେ ।<ref>{{harvnb|Mandela|1994|pp=373–374}}; {{harvnb|Sampson|2011|pp=140–143}}; {{harvnb|Smith|2010|pp=183–185}}.</ref> ମାର୍ଚ ୨୯, ୧୯୬୧ରେ ପ୍ରାୟ ଛଅ ବର୍ଷ କେସ ଚାଲିବା ପରେ ବିଚାରପତି ମଣ୍ଡେଲାଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ କରିଥିଲେ, ଯାହା ସରକାରଙ୍କ ପାଇଁ ଏକ ଲଜ୍ଜ୍ୟାର ବିଷୟ ଥିଲା ।<ref>{{harvnb|Mandela|1994|pp=377–380}}; {{harvnb|Sampson|2011|p=143}}; {{harvnb|Smith|2010|p=178}}.</ref>



===ଉମଖୋଂତ ୱେ ସିଜୱେ ଏବଂ ଆଫ୍ରିକା ଗସ୍ତ:୧୯୬୧-୧୯୬୨===
===ଉମଖୋଂତ ୱେ ସିଜୱେ ଏବଂ ଆଫ୍ରିକା ଗସ୍ତ:୧୯୬୧-୧୯୬୨===
୨୯ ମେ’ରେ ହେବାକୁ ଥିବା ପ୍ରତିରୋଧ ପାଇଁ ମଣ୍ଡେଲା ସାରା ଦେଶ ଅଜ୍ଞାତ ରୂପେ ଗସ୍ତ କରିଥିଲେ ଓ ପୋଲିସ ତାଙ୍କ ବିରୁଦ୍ଧରେ ୱାରାଣ୍ଟ ଜାରୀ କରିଥିଲା ।<ref>{{harvnb|Mandela|1994|pp=283–287}}; {{harvnb|Sampson|2011|pp=144–146, 154}}; {{harvnb|Smith|2010|pp=186–188, 193}}.</ref> ମଣ୍ଡେଲା ଅନ୍ୟ ସମ୍ୱାଦଦାତାଙ୍କ ସହିତ ଗୋପନରେ ସାକ୍ଷାତ କରି ଏହା ଜଣେଇଦେଇଥିଲେ ଯେ ପ୍ୟାନ-ଆଫ୍ରିକାନ-କଂଗ୍ରେସର ପୋକୋ ଗୋଠସହ ମିଶି ଅଣ-ଅପାର୍ଥିଡ଼ ମାନେ ଏକ ବଡ଼ ବିପ୍ଳବ କରିବେ ।<ref>{{harvnb|Mandela|1994|pp=289–291}}; {{harvnb|Sampson|2011|pp=147–149}}; {{harvnb|Smith|2010|pp=188–189}}.</ref> ସେ ଅହୁରି ମଧ୍ୟ ବିଶ୍ୱାସ କରୁଥିଲେ ଯେ ଜାତୀୟ କଂଗ୍ରେସ ଏକ ସଶସ୍ତ୍ର ବାହିନୀ ଗଠନ କରିବା ଉଚିତ ଏବଂ ଅହିଂସାରେ ବିଶ୍ୱାସ ରଖୁଥିବା ଜାତୀୟ କଂଗ୍ରେସ ନେତା ଆଲବର୍ଟ ଲୁଥୁଲିଙ୍କୁ ମନାଇବାରେ ସଫଳ ହୋଇଥିଲେ ।<ref>{{harvnb|Mandela|1994|pp=393–396}}; {{harvnb|Sampson|2011|pp=150–151}}; {{harvnb|Smith|2010|pp=206–210}}.</ref>
୨୯ ମେ’ରେ ହେବାକୁ ଥିବା ପ୍ରତିରୋଧ ପାଇଁ ମଣ୍ଡେଲା ସାରା ଦେଶ ଅଜ୍ଞାତ ରୂପେ ଗସ୍ତ କରିଥିଲେ ଓ ପୋଲିସ ତାଙ୍କ ବିରୁଦ୍ଧରେ ୱାରାଣ୍ଟ ଜାରୀ କରିଥିଲା ।<ref>{{harvnb|Mandela|1994|pp=283–287}}; {{harvnb|Sampson|2011|pp=144–146, 154}}; {{harvnb|Smith|2010|pp=186–188, 193}}.</ref> ମଣ୍ଡେଲା ଅନ୍ୟ ସମ୍ୱାଦଦାତାଙ୍କ ସହିତ ଗୋପନରେ ସାକ୍ଷାତ କରି ଏହା ଜଣେଇଦେଇଥିଲେ ଯେ ପ୍ୟାନ-ଆଫ୍ରିକାନ-କଂଗ୍ରେସର ପୋକୋ ଗୋଠସହ ମିଶି ଅଣ-ଅପାର୍ଥିଡ଼ ମାନେ ଏକ ବଡ଼ ବିପ୍ଳବ କରିବେ ।<ref>{{harvnb|Mandela|1994|pp=289–291}}; {{harvnb|Sampson|2011|pp=147–149}}; {{harvnb|Smith|2010|pp=188–189}}.</ref> ସେ ଅହୁରି ମଧ୍ୟ ବିଶ୍ୱାସ କରୁଥିଲେ ଯେ ଜାତୀୟ କଂଗ୍ରେସ ଏକ ସଶସ୍ତ୍ର ବାହିନୀ ଗଠନ କରିବା ଉଚିତ ଏବଂ ଅହିଂସାରେ ବିଶ୍ୱାସ ରଖୁଥିବା ଜାତୀୟ କଂଗ୍ରେସ ନେତା ଆଲବର୍ଟ ଲୁଥୁଲିଙ୍କୁ ମନାଇବାରେ ସଫଳ ହୋଇଥିଲେ ।<ref>{{harvnb|Mandela|1994|pp=393–396}}; {{harvnb|Sampson|2011|pp=150–151}}; {{harvnb|Smith|2010|pp=206–210}}.</ref>
୮୨ କ ଧାଡ଼ି: ୭୯ କ ଧାଡ଼ି:


ଫେବ୍ରୁଆରୀ ୧୯୬୨ରେ [[ଇଥିଓପିଆ]]ର ଆଦ୍ଦିସ ଆବାବାରେ ହେବାକୁ ଥିବା ପ୍ୟାନ-ଆଫ୍ରିକାନ ଫ୍ରିଡ଼ମ ମୁଭମେଣ୍ଟ ଫର ଇଷ୍ଟ, ସେଣ୍ଟ୍ରାଲ ଏଣ୍ଡ ସଦର୍ଣ୍ଣ ଆଫ୍ରିକା ସମାବେଶରେ ଯୋଗ ଦେବାକୁ ଜାତୀୟ କଂଗ୍ରେସ ମଣ୍ଡେଲାଙ୍କୁ ମନୋନୀତ କରିଥିଲା ।<ref>{{harvnb|Mandela|1994|pp=418–425}}; {{harvnb|Sampson|2011|pp=160–162}}; {{harvnb|Smith|2010|pp=251–254}}.</ref> ସେ ସେଠାକୁ ଗୋପନରେ ଯାଇ ସମ୍ରାଟ ହାଇଲେ ସେଲାସି-୧ଙ୍କୁ ଭେଟି ତାଙ୍କ ପରେ ନିଜ ଭାଷଣ ଦେଇଥିଲେ ।<ref>{{harvnb|Mandela|1994|pp=427–432}}; {{harvnb|Sampson|2011|pp=163–165}}; {{harvnb|Smith|2010|pp=255–256}}.</ref> ସମାବେଶ ପରେ ସେ କାଇରୋ, [[ଇଜିପ୍ଟ]] ଯାତ୍ରା କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଗମାଲ ଅବ୍ଦେଲ ନାସେରଙ୍କୁ ପ୍ରସଂଶା କରିଥିଲେ; ଏହା ପରେ ଟ୍ୟୁନିସିଆର ଟ୍ୟୁନିସ ଯାତ୍ରା କରି ସେଠାରେ ରାଷ୍ଟ୍ରପତି ହବିବ ବୌରଗୁଇବାଙ୍କୁ ଭେଟି ଅସ୍ତ୍ରଶସ୍ତ୍ର ପାଇଁ ୫୦୦୦ ପାଉଣ୍ଡର ଆର୍ଥିକ ସହାୟତା ପାଇଥିଲେ । ଏହା ପରେ ମରୋକ୍କୋ, ମାଲି, ଗୁଏନିଆ, ସିଏରା ଲିଓନ, ଲିବେରିଆ ଓ ସେନେଗାଲ ଗସ୍ତ କରିଥିଲେ ଏବଂ ଲିବେରିଆର ରାଷ୍ଟ୍ରପତି ୱିଲିଅମ ଟ୍ୟୁବମ୍ୟାନ,ଗୁଏନିଆର ରାଷ୍ଟ୍ରପତି ଅହମଦ ସେକୌ ଟୌରେଙ୍କ ଠାରୁ ଆର୍ଥିକ ସହାୟତା ପାଇଥିଲେ ।<ref>{{harvnb|Mandela|1994|pp=432–440}}; {{harvnb|Sampson|2011|pp=165–167}}; {{harvnb|Smith|2010|pp=256–259}}.</ref> ଆଫ୍ରିକା ଛାଡ଼ି ସେ ଲଣ୍ଡନ ଯାଇ ଅଣ-ଅପାର୍ଥିଡ଼ କାର୍ଯ୍ୟକର୍ତ୍ତା,ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବାମପନ୍ଥୀ ନେତାଙ୍କ ସହ ଭେଟ ହୋଇଥିଲେ ।<ref>{{harvnb|Mandela|1994|pp=441–443}}; {{harvnb|Sampson|2011|pp=167–169}}; {{harvnb|Smith|2010|pp=259–261}}.</ref> ଇଥିଓପିଆକୁ ଫେରିବା ପରେ ସ୍ୱତନ୍ତ୍ର ଭାବେ ଛଅ ମାସ ଗରିଲା ଯୁଦ୍ଧ କୌଶଳ ଶିଖିବାକୁ ଚାହିଁଥିଲେ ମଧ୍ୟ ଦୁଇ ମାସ ପରେ ଦକ୍ଷିଣ ଆଫ୍ରିକାରୁ ଡାକରା ଆସିବା ଫଳରେ ଫେରିଯାଇଥିଲେ ।<ref>{{harvnb|Mandela|1994|pp=443–445}}; {{harvnb|Sampson|2011|pp=169–170}}; {{harvnb|Smith|2010|pp=261–262}}.</ref>
ଫେବ୍ରୁଆରୀ ୧୯୬୨ରେ [[ଇଥିଓପିଆ]]ର ଆଦ୍ଦିସ ଆବାବାରେ ହେବାକୁ ଥିବା ପ୍ୟାନ-ଆଫ୍ରିକାନ ଫ୍ରିଡ଼ମ ମୁଭମେଣ୍ଟ ଫର ଇଷ୍ଟ, ସେଣ୍ଟ୍ରାଲ ଏଣ୍ଡ ସଦର୍ଣ୍ଣ ଆଫ୍ରିକା ସମାବେଶରେ ଯୋଗ ଦେବାକୁ ଜାତୀୟ କଂଗ୍ରେସ ମଣ୍ଡେଲାଙ୍କୁ ମନୋନୀତ କରିଥିଲା ।<ref>{{harvnb|Mandela|1994|pp=418–425}}; {{harvnb|Sampson|2011|pp=160–162}}; {{harvnb|Smith|2010|pp=251–254}}.</ref> ସେ ସେଠାକୁ ଗୋପନରେ ଯାଇ ସମ୍ରାଟ ହାଇଲେ ସେଲାସି-୧ଙ୍କୁ ଭେଟି ତାଙ୍କ ପରେ ନିଜ ଭାଷଣ ଦେଇଥିଲେ ।<ref>{{harvnb|Mandela|1994|pp=427–432}}; {{harvnb|Sampson|2011|pp=163–165}}; {{harvnb|Smith|2010|pp=255–256}}.</ref> ସମାବେଶ ପରେ ସେ କାଇରୋ, [[ଇଜିପ୍ଟ]] ଯାତ୍ରା କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଗମାଲ ଅବ୍ଦେଲ ନାସେରଙ୍କୁ ପ୍ରସଂଶା କରିଥିଲେ; ଏହା ପରେ ଟ୍ୟୁନିସିଆର ଟ୍ୟୁନିସ ଯାତ୍ରା କରି ସେଠାରେ ରାଷ୍ଟ୍ରପତି ହବିବ ବୌରଗୁଇବାଙ୍କୁ ଭେଟି ଅସ୍ତ୍ରଶସ୍ତ୍ର ପାଇଁ ୫୦୦୦ ପାଉଣ୍ଡର ଆର୍ଥିକ ସହାୟତା ପାଇଥିଲେ । ଏହା ପରେ ମରୋକ୍କୋ, ମାଲି, ଗୁଏନିଆ, ସିଏରା ଲିଓନ, ଲିବେରିଆ ଓ ସେନେଗାଲ ଗସ୍ତ କରିଥିଲେ ଏବଂ ଲିବେରିଆର ରାଷ୍ଟ୍ରପତି ୱିଲିଅମ ଟ୍ୟୁବମ୍ୟାନ,ଗୁଏନିଆର ରାଷ୍ଟ୍ରପତି ଅହମଦ ସେକୌ ଟୌରେଙ୍କ ଠାରୁ ଆର୍ଥିକ ସହାୟତା ପାଇଥିଲେ ।<ref>{{harvnb|Mandela|1994|pp=432–440}}; {{harvnb|Sampson|2011|pp=165–167}}; {{harvnb|Smith|2010|pp=256–259}}.</ref> ଆଫ୍ରିକା ଛାଡ଼ି ସେ ଲଣ୍ଡନ ଯାଇ ଅଣ-ଅପାର୍ଥିଡ଼ କାର୍ଯ୍ୟକର୍ତ୍ତା,ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବାମପନ୍ଥୀ ନେତାଙ୍କ ସହ ଭେଟ ହୋଇଥିଲେ ।<ref>{{harvnb|Mandela|1994|pp=441–443}}; {{harvnb|Sampson|2011|pp=167–169}}; {{harvnb|Smith|2010|pp=259–261}}.</ref> ଇଥିଓପିଆକୁ ଫେରିବା ପରେ ସ୍ୱତନ୍ତ୍ର ଭାବେ ଛଅ ମାସ ଗରିଲା ଯୁଦ୍ଧ କୌଶଳ ଶିଖିବାକୁ ଚାହିଁଥିଲେ ମଧ୍ୟ ଦୁଇ ମାସ ପରେ ଦକ୍ଷିଣ ଆଫ୍ରିକାରୁ ଡାକରା ଆସିବା ଫଳରେ ଫେରିଯାଇଥିଲେ ।<ref>{{harvnb|Mandela|1994|pp=443–445}}; {{harvnb|Sampson|2011|pp=169–170}}; {{harvnb|Smith|2010|pp=261–262}}.</ref>

==କାରାବାସ==
==କାରାବାସ==
===ଗିରଫ:୧୯୬୨-୧୯୬୪===
===ଗିରଫ:୧୯୬୨-୧୯୬୪===
୮୮ କ ଧାଡ଼ି: ୮୪ କ ଧାଡ଼ି:
===ପୋଲ୍ସମୁର କାରାଗାର:୧୯୮୨-୧୯୮୮===
===ପୋଲ୍ସମୁର କାରାଗାର:୧୯୮୨-୧୯୮୮===
===ଭିକ୍ଟର ଭର୍ଷ୍ଟର କାରାଗାର ଓ ଛାଡ଼:୧୯୮୮-୧୯୯୦===
===ଭିକ୍ଟର ଭର୍ଷ୍ଟର କାରାଗାର ଓ ଛାଡ଼:୧୯୮୮-୧୯୯୦===

==ବ୍ୟକ୍ତିଗତ ଓ ସାମାଜିକ ଜୀବନ==
==ବ୍ୟକ୍ତିଗତ ଓ ସାମାଜିକ ଜୀବନ==
===ଭାବମୂର୍ତ୍ତି===
===ଭାବମୂର୍ତ୍ତି===
===ରାଜନୈତିକ ଚିନ୍ତାଧାରା===
===ରାଜନୈତିକ ଚିନ୍ତାଧାରା===
===ପରିବାର===
===ପରିବାର===

==ପ୍ରଭାବ==
==ପ୍ରଭାବ==

==ଆଧାର==
==ଆଧାର==
{{ଆଧାର|2}}
{{ଆଧାର|2}}

୧୯:୩୮, ୨୮ ଜୁନ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ନେଲସନ ମଣ୍ଡେଲା
ମେ ୨୦୦୮ ରେ ନେଲସନ ମଣ୍ଡେଲା
କାର୍ଯ୍ୟକାଳ
୧୦ ମେ ୧୯୯୪ – ୧୪ ଜୁନ ୧୯୯୯
ପୂର୍ବ ଅଧିକାରୀଫେଡ଼୍ରିକ ୱିଲିଅମ ଦେ କ୍ଲର୍କ
ପର ଅଧିକାରୀଥାବୋ ମ୍ବେକି
ବ୍ୟକ୍ତିଗତ ସବିଶେଷ
ଜନ୍ମ
ରୋଲିହ୍ହଲ୍ଲା ମଣ୍ଡେଲା

(1918-07-18) ୧୮ ଜୁଲାଇ ୧୯୧୮ (ବୟସ ୧୦୫)
ମ୍ୱେଜୋ, ସଂଯୁକ୍ତ ଦକ୍ଷିଣ ଆଫ୍ରିକା
ଜାତୀୟତାଦକ୍ଷିଣ ଆଫ୍ରିକୀୟ
ରାଜନୀତିକ ଦଳଆଫ୍ରିକୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଏଭେଲିନ ନତୋକୋ ମାସେ(୧୯୪୪–୧୯୫୭)
ୱିନି ମାଦିକିଜେଲା ମଣ୍ଡେଲା(୧୯୫୮–୧୯୬୬)
ଗ୍ରାକା ମାସେଲ(୧୯୯୮–ବର୍ତ୍ତମାନ)
ସନ୍ତାନମାଦିବା ଥେମ୍ବେକିଲେ
ମାକଗାଥୋ ମଣ୍ଡେଲା
ମାକାଜିୱେ
ମାକି
ଜେନାନି
ଜିନ୍ଦଜିସ୍ୱା
ଘରହଫଟନ ଇଷ୍ଟେଟ, ଗଉଟେଙ୍ଗ, ଜୋହାନ୍ସବର୍ଗ, ଦକ୍ଷିଣ ଆଫ୍ରିକା
ଶିକ୍ଷାନୁଷ୍ଠାନଫୋର୍ଟ ହାରେ ବିଶ୍ୱବିଦ୍ୟାଳୟ
ୟୁନିଭର୍ସିଟି ଅଫ ଲଣ୍ଡନ ଏକ୍ସଟରନାଲ ସିଷ୍ଟମ
ଦକ୍ଷିଣ ଆଫ୍ରିକା ବିଶ୍ୱବିଦ୍ୟାଳୟ
ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟ
ସନ୍ତକ
ୱେବସାଇଟwww.nelsonmandela.org

ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା(ଜନ୍ମ - ୧୮ ଜୁଲାଇ ୧୯୧୮) ଦକ୍ଷିଣ ଆଫ୍ରିକା ର ପୂର୍ବତନ ରାଷ୍ଟ୍ରମୁଖ୍ୟ ଅଟନ୍ତି । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ରାଷ୍ଟ୍ରପତି ହେବା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକାରେ ଦୀର୍ଘ କାଳରୁ ଚାଲି ଆସୁଥିବା "ଅପାର୍ଥିଡ଼"ର ପ୍ରମୁଖ ବିରୋଧୀ "ଆଫ୍ରିକୀୟ ଜାତୀୟ କଂଗ୍ରେସ" ଏବଂ ଏହାର ସଶସ୍ତ୍ର ଗୋଠ "ଉମଖୋଂତୋ ୱେ ସିଜୱେ"ର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଅସ୍ପୃଶ୍ୟତା ବିରୋଧରେ ଲଢ଼ି ସେ ନିଜ ଜୀବନକାଳର ୨୭ ବର୍ଷ ରୋବେନ ଦ୍ୱୀପର କାରାଗାରରେ କଟାଇଥିଲେ । ଦକ୍ଷିଣ ଆଫ୍ରିକା ଓ ସମଗ୍ର ବିଶ୍ୱରେ ରଙ୍ଗଭେଦ ନୀତିର ବିରୋଧରେ ଲଢ଼େଇ କରି ଶ୍ରୀ ମଣ୍ଡେଲା ସ୍ୱତନ୍ତ୍ରତା ଓ ସମାନତା ର ପ୍ରତୀକ ରୂପେ ଗଣମାନ୍ୟ ହୁଅନ୍ତି ।

ପ୍ରାରମ୍ଭିକ ଜୀବନ

ବାଲ୍ୟ ଜୀବନ: ୧୯୧୮-୧୯୩୬

ନେଲସନ ମଣ୍ଡେଲାଙ୍କ ଜନ୍ମ ୧୮ ଜୁଲାଇ ୧୯୧୮ରେ ଦକ୍ଷିଣ ଆଫ୍ରିକାର କେପ ରାଜ୍ୟର ଉମତାତୁର ମ୍ୱେଜୋ ଗ୍ରାମରେ ହୋଇଥିଲା [୧] ତାଙ୍କର ନାମ ପୂର୍ବରୁ ଯୋଗ ହୋଇଥିବା "ରୋଲିହ୍ହଲ୍ଲା"ର ଅର୍ଥ ଯୋହା ଭାଷାରେ "ସଙ୍କଟକାରୀ"[୧], ଏବଂ ପରେ ତାଙ୍କ ବଂଶର ନାମ ଅନୁସାରେ ସେ "ମାଦିବା" ନାମରେ ପରିଚିତ ହୋଇଥିଲେ ।[୨] ନେଲସନଙ୍କ ପୈତୃକ ପୂର୍ବପୁରୁଷ ନଗୁବେଙ୍ଗଚୁକା ତାସ୍କେଇଆନ ଅଞ୍ଚଳ(ବର୍ତ୍ତମାନ ପୂର୍ବ କେପ ରାଜ୍ୟ)ରେ[୩] ବସବାସ କରୁଥିବା "ଥେମ୍ବୁ" ସମ୍ପ୍ରଦାୟର ରାଜା ଥିଲେ, ଏବଂ ପରବର୍ତ୍ତୀ ଜଣେ ରାଜାଙ୍କ ନାମ "ମଣ୍ଡେଲା" ଥିବାରୁ ତାଙ୍କର ଶେଷନାମଟି ସେହିଠାରୁ ଆସିଅଛି । [୪] ତାଙ୍କ ବାପା ଗାଡ଼ଲା ହେନେରୀ ମଫାକାନ୍ୟିସ୍ୱା ୧୯୧୫ରେ ଜଣେ ଅଞ୍ଚଳ ପ୍ରମୁଖ ଥିଲେ ।[୫] ୧୯୨୬ରେ ଗାଡ଼ଲା ଦୁର୍ନୀତି ପାଇଁ ବରଖାସ୍ତ ହୋଇଥିଲେ; ଓ ନେଲସନଙ୍କୁ କୁହାଯାଇଥିଲାଯେ ଉପରିସ୍ଥ ମାଜିଷ୍ଟ୍ରେଟଙ୍କ ଦାବୀ ପୂରଣ ନ କରିପାରିବାରୁ ସେ ବରଖାସ୍ତ ହୋଇଛନ୍ତି ।[୬] ଗାଡ଼ଲା କାମାତା ଦେବୀଙ୍କ ଭକ୍ତ[୭] ଥିଲେ ଓ ଜଣେ ବହୁପତ୍ନୀଧାରୀ ବ୍ୟକ୍ତି(ଚାରି ସ୍ତ୍ରୀ, ଚାରି ପୁଅ ଏବଂ ନଅ ଝିଅ) ଥିଲେ । ନେଲସନ ଗାଡ଼ାଲାଙ୍କ ତୃତୀୟ ପତ୍ନୀ ନୋସେକେନି ଫାନ୍ନିଙ୍କ ପୁତ୍ର ଥିଲେ ।[୮]

ନେଲସନଙ୍କ କହିବା ଅନୁସାରେ ତାଙ୍କ ବାଲ୍ୟକାଳ ମା ଓ ଦୁଇ ଭଉଣୀଙ୍କ ସହିତ କୁନୁ ଗ୍ରାମରେ ବହୁ ପ୍ରାଚୀନ ସଂସ୍କାର, ରୀତିନୀତି ମଧ୍ୟରେ କଟିଥିଲା ।[୯] ବାଲ୍ୟକାଳରେ ସେ ଅଧିକାଂଶ ସମୟ ଗୋ-ଚାରଣ ବାଳକ ମାନଙ୍କ ମଧ୍ୟରେ କାଟିଥିଲେ ।[୧୦] ତାଙ୍କ ବାପା ମାଆ ଅଶିକ୍ଷିତ ଥିଲେ, କିନ୍ତୁ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କୁ ସାତ ବର୍ଷ ବୟସରେ ଏକ ଆଞ୍ଚଳିକ ମେଥୋଡ଼ିଷ୍ଟ ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରିବାକୁ ପଠାଇଥିଲେ । ମୋଥୋଡିଷ୍ଟ ଭାବେ ବାପ୍ଟାଇଜଡ ହେବା ପରେ ତାଙ୍କ ଶିକ୍ଷକଙ୍କ ଦ୍ୱାରା ସେ ଇଂରାଜୀ ପୂର୍ବନାମ "ନେଲସନ" ପ୍ରାପ୍ତ ହୋଇଥିଲେ ।[୧୧] ମଣ୍ଡେଲାଙ୍କୁ ନଅ ବର୍ଷ ହୋଇଥିବା ସମୟରେ ତାଙ୍କ ବାପା କୁନୁ ଗ୍ରାମରେ ପରିବାର ସହ ବସବାସ କରିବାକୁ ଆସିଥିଲେ ଓ ଏକ ଅଜଣା ଶ୍ୱାସ ରୋଗରେ ପ୍ରାଣ ହରାଇଥିଲେ ।[୧୨] ନେଲସନ ଏହା ମାନନ୍ତି ଯେ କ୍ରାନ୍ତିକାରୀ ଅଭିମାନ ଓ ସ୍ୱଚ୍ଛ ଭାବମୂର୍ତ୍ତି ସେ ନିଜ ବାପାଙ୍କଠାରୁ ଆହରଣ କରିଥିଲେ ।[୧୩]

ନେଲସଙ୍କ ମାଆ ତାଙ୍କୁ ମାକହେକେଜ୍ୱନି ସ୍ଥିତ "ଗ୍ରେଟ ପ୍ୟାଲେସ"କୁ ନେଇ ଯାଇଥିଲେ, ଏବଂ ସେଠାରେ ଜୋଙ୍ଗିନ୍ତାବା ଡାଲିନ୍ଦ୍ୟେବୋଙ୍କ ତତ୍ତ୍ୱାବଧାନରେ ଛାଡ଼ିଆସିଥିଲେ । ମାଆଙ୍କୁ ବହୁବର୍ଷ ପର୍ଯ୍ୟନ୍ତ ନ ଦେଖିବା ସତ୍ତ୍ୱେ ନେଲସନ ଅନୁଭବ କରିଥିଲେ ଯେ ଜୋଙ୍ଗିନ୍ତାବା ଓ ତାଙ୍କ ପତ୍ନୀ ନୋଏଙ୍ଗଲାଣ୍ଡ ତାଙ୍କୁ ନିଜ ସନ୍ତାନ ଭାବେ ଦେଖୁଥିଲେ; ଓ ତାଙ୍କ ନିଜ ପୁତ୍ର ଜଷ୍ଟିସ ତଥା ଝିଅ ନୋମାଫୁଙ୍କ ପରି ସମାନ ଅଧିକାର ଦେଇଥିଲେ ।[୧୪] ସେ ପ୍ରତି ରବିବାର ଚର୍ଚ୍ଚର କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ଓ ତାଙ୍କ ଜୀବନରେ ଖ୍ରୀଷ୍ଟିଆନ ଧର୍ମ ଏକ ପ୍ରମୁଖ ଅଂଶ ହୋଇ ଯାଇଥିଲା ।[୧୫] ପ୍ୟାଲେସ ନିକଟସ୍ଥ ଏକ ମେଥୋଡିଷ୍ଟ ମିଶନ ବିଦ୍ୟାଳୟରେ ସେ ଇଂରାଜୀ, ଯୋହା ଓ ଭୂଗୋଳ ଅଧ୍ୟୟନ କରୁଥିଲେ ।[୧୬] ପ୍ୟାଲେସକୁ ଆସୁଥିବା ବୁଦ୍ଧିଜୀବୀଙ୍କ ଭାଷଣରେ ପ୍ରଭାବିତ ହୋଇ ଆଫ୍ରିକୀୟ ଇତିହାସ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା ।[୧୭] ତାଙ୍କୁ ୧୬ ବର୍ଷ ହୋଇଥିବା ସମୟରେ ସେ ଜଷ୍ଟିସ ତଥା ଅନ୍ୟ ବାଳକମାନଙ୍କ ସହ ମିଶି ତ୍ୱକଛେଦନ ସମାରୋହରେ(circumcision ritual) ଅଂଶ ଗ୍ରହଣ କରିବାକୁ ଟାଇହାଲାର୍ହା ଗସ୍ତ କରିଥିଲେ, ଓ ଏହାପରେ ତାଙ୍କ ନାମ "ଡାଲିବୁଙ୍ଗା" ହୋଇଥିଲା ।[୧୮]

କ୍ଲାର୍କବରୀ,ହିଲ୍ଡଟାଉନ ଓ ଫୋର୍ଟ ହାରେ: ୧୯୩୬-୧୯୪୦

ମଣ୍ଡେଲା,୧୯୩୭

ଥେମ୍ବୁ ରାଜକୀୟ ପରିଷଦରେ ସଭ୍ୟ ହେବା ନିମନ୍ତେ ମଣ୍ଡେଲା ଆବଶ୍ୟକୀୟ ଜ୍ଞାନ ଆହରଣ ପାଇଁ ଇଙ୍ଗକୋବୋ ଠାରେ ଥିବା କ୍ଲାର୍କବରୀ ବୋର୍ଡିଙ୍ଗ ଅନୁଷ୍ଠାନରେ ଉଚ୍ଚ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ଏହି ଅନୁଷ୍ଠାନଟି ଥେମ୍ବୁଲାଣ୍ଡରେ କଳା ଆଫ୍ରିକୀୟ ମାନଙ୍କ ସବୁଠାରୁ ବଡ଼ ପାଶ୍ଚାତ୍ୟ ଶିକ୍ଷାନୁଷ୍ଠାନ ଥିଲା ।[୧୯] ସେଠାରେ ମଣ୍ଡେଲା ସମସ୍ତଙ୍କ ସହ ମିଶିବା ପାଇଁ ଖେଳକୁଦରେ ବିଶେଷ ଆଗ୍ରହ ଦେଖାଇଥିଲେ ।[୨୦] ଦୁଇ ବର୍ଷ ମଧ୍ୟରେ "ଜୁନିଅର ସାର୍ଟିଫିକେସନ" ସମାପ୍ତ କରି,[୨୧] ୧୯୩୭ରେ ମଣ୍ଡେଲା ହିଲ୍ଡଟାଉନ ଚାଲିଯାଇଥିଲେ ଏବଂ ବ୍ୟୁଫୋର୍ଟରେ ଥିବା ମୋଥୋଡ଼ିଷ୍ଟ କଲେଜରେ ଜଷ୍ଟିସଙ୍କ ସହିତ ନାମ ଲେଖାଇଥିଲେ ।[୨୨] ସେଠାରେ ପ୍ରଧାନ ଶିକ୍ଷକ ଇଂରାଜୀ ସଂସ୍କୃତି ଓ ସରକାରୀ ବ୍ୟବସ୍ଥା ଉପରେ ଜୋର ଦେଉଥିଲେ ମଧ୍ୟ ମଣ୍ଡେଲା ପ୍ରାଚୀନ ଆଫ୍ରିକୀୟ ସଂସ୍କୃତିରେ ମନୋନିବେଶ କରି ସୋଥୋ ଭାଷା କହୁଥିବା ଜଣକ ସହ ପ୍ରଥମ ଅଣ-ଯୋହା ବନ୍ଧୁତା ସ୍ଥାପନ କରିଥିଲେ ।[୨୩] ନିଜର ଖାଲି ସମୟରେ ଦୂର ଦୌଡ଼ ଏବଂ ବକ୍ସିଂ ରେ ମନଦେଇ ସେ ଦ୍ୱିତୀୟ ବର୍ଷ ସୁଦ୍ଧା ପାରଙ୍ଗମ ହୋଇ ଉଠିଥିଲେ ।[୨୪]

ଯୋଙ୍ଗିନ୍ତାବାଙ୍କ ପ୍ରୋତ୍ସାହନରେ ମଣ୍ଡେଲା; ଆଲିସ, ଇଷ୍ଟର୍ଣ୍ଣ କେପରେ ଥିବା ଫୋର୍ଟ ହାରେ ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୫୦ ଜଣ ସହପାଠୀଙ୍କ ସହିତ କଳାରେ ସ୍ନାତକ ଶିକ୍ଷା ଆରମ୍ଭ କରିଥିଲେ । ସେଠାରେ ସେ ଇଂରାଜୀ, ନୃତତ୍ତ୍ୱ ବିଜ୍ଞାନ, ରାଜନୀତି ବିଜ୍ଞାନ, ସରକାରୀ ବ୍ୟବସ୍ଥା ଓ ରୋମାନ ଡଚ ନିୟମ ଇତ୍ୟାଦି ପ୍ରଥମ ବର୍ଷରେ ଅଧ୍ୟୟନ କରିଥିଲେ ।[୨୫] ସେ ୱେଷ୍ଟର୍ଣ୍ଣ ହାଉସ ଛାତ୍ରାବାସରେ ରହିବା ସମୟରେ ଅଲିଭର ଟାମ୍ବୋ ଏବଂ ନିଜର ସମ୍ବନ୍ଧୀ କେ.ଡ଼ି. ମାଟାଞ୍ଜିମାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ ।[୨୬] ଖେଳକୁଦରେ ବିଶେଷ ଆଗ୍ରହ ହେତୁ ମଣ୍ଡେଲା ଲାଟିନ ଆମେରିକୀୟ ବଲରୁମ ନୃତ୍ୟଶୈଳୀ ଶିଖିଥିଲେ ଓ ଆବ୍ରାହମ ଲିଙ୍କନଙ୍କ ବିଷୟରେ ଏକ ଡ୍ରାମାରେ ଅଭିନୟ ମଧ୍ୟ କରିଥିଲେ ।[୨୭] ଖ୍ରୀଷ୍ଟିଆନ ଛାତ୍ରସଂଘର ସଭ୍ୟଭାବେ ସେ ପାଖାପାଖି ଅଞ୍ଚଳରେ ବାଇବେଲ ଶିକ୍ଷା ଦେଉଥିଲେ[୨୮] ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନକୁ ବାଚନିକ ସମର୍ଥନ ଦେଇଥିଲେ ।[୨୯] କିନ୍ତୁ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭ୍ୟ ମାନଙ୍କ ସହିତ ବନ୍ଧୁତା ହୋଇ ମଧ୍ୟ ସେ କୌଣସି ଆଖିଦୃଶିଆ ସମର୍ଥନ ଦେଖାଇ ନଥିଲେ ।[୩୦] ଦ୍ୱିତୀୟ ବର୍ଷର ଛାତ୍ରଙ୍କ ଅତ୍ୟାଚାରରେ ପିଡ଼ୀତ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ସହାୟତା କରି[୩୧] ଏବଂ ଷ୍ଟୁଡ଼େଣ୍ଟ ରିପ୍ରେଜେଣ୍ଟେଟିଭ କାଉନସିଲ ସହ ମିଶି ଦିଆଯାଉଥିବା ଖାଦ୍ୟର ନିମ୍ନ ଗୁଣବତ୍ତା ବିରୋଧରେ ଅନଶନ କରି ବିଶ୍ୱବିଦ୍ୟାଳୟରୁ ସାମୟିକ ଭାବେ ବରଖାସ୍ତ ହୋଇଥିଲେ ଏବଂ ବିଶ୍ୱବିଦ୍ୟାଳୟ ଛାଡ଼ି ଦେଇଥିଲେ ।[୩୨]

ଜୋହାନ୍ସବର୍ଗରେ ରହଣି: ୧୯୪୧-୧୯୪୩

ଡିସେମ୍ବର ୧୯୪୦ରେ ମାକହେକେଜ୍ୱନିକୁ ଫେରିବା ପରେ ସେ ଜାଣିଲେ ଯେ ଯୋଙ୍ଗିନ୍ତାବା ତାଙ୍କର ଏବଂ ନିଜ ପୁଅ ଜଷ୍ଟିସଙ୍କର ବିବାହ ଅଲଗା ଜାଗାରେ ସ୍ଥିରୀକୃତ କରିସାରିଛନ୍ତି, ତେଣୁ ଆଶ୍ଚର୍ଯ୍ୟଜନକ ଭାବେ ଦୁହେଁ କୁଇନ୍ସଟାଉନ ଦେଇ ଜୋହାନ୍ସବର୍ଗରେ ଏପ୍ରିଲ ୧୯୪୧ରେ ପହଞ୍ଚିଥିଲେ ।[୩୩] ସେଠାରେ ଏକ ହୀରାଖଣିରେ ରାତ୍ର ଜଗୁଆଳ ଭାବେ ସେ କାମ ପାଇଥିଲେ ଏବଂ ପରେ ଘର ଛାଡ଼ି ଆସିଥିବା ଜଣାପଡ଼ିବାରୁ ବହିଷ୍କୃତ ହୋଇଥିଲେ ।[୩୪] ଜର୍ଜ ଗୁଚ ଟାଉନସିପରେ ନିଜ ସମ୍ବନ୍ଧୀୟ ଭାଇଙ୍କ ସହ ରହିବା ସମୟରେ ଆଫ୍ରିକୀୟ ଜାତୀୟ କଂଗ୍ରେସ କାର୍ଯ୍ୟକର୍ତ୍ତା ୱାଲଟର ସିସୁଲୁଙ୍କ ସହ ପରିଚୟ ହୋଇଥିଲା; ଏବଂ ତାଙ୍କ ସହାୟତାରେ "ୱିଟକିନ, ସିଡେଲସ୍କି ଏଣ୍ଡ ଏଲଡରମେନ" ଆଇନ ସହାୟତା କେନ୍ଦ୍ରରେ କିରାଣୀ ଭାବେ କାମ ପାଇଥିଲେ । କେନ୍ଦ୍ରର ମୁଖ୍ୟ ଜଣେ ଉଦାରପନ୍ଥୀ ଜୀଉ ଲାଜାର ସିଡେଲସ୍କି ଥିଲେ, ଏବଂ ଜାତୀୟ କଂଗ୍ରେସର କାର୍ଯ୍ୟକଳାପକୁ ସମର୍ଥନ କରୁଥିଲେ ।[୩୫] ସେଠାରେ କାମ କରିବା ସମୟରେ ଗୌର ରେଡ଼େବେଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା ଯିଏକି ଜଣେ ଯୋହା ଥିଲେ ଓ ଆଫ୍ରିକୀୟ ଜାତୀୟ କଂଗ୍ରେସ ତଥା କମ୍ୟୁନିଷ୍ଟ ଦଳର ସଦସ୍ୟ ଥିଲେ । ଆହୁରି ମଧ୍ୟ ପ୍ରଥମ ଶ୍ୱେତାଙ୍ଗ ବନ୍ଧୁ ଭାବେ ନାଟ ବ୍ରେଗମ୍ୟାନଙ୍କ ସହ ବନ୍ଧୁତା ହୋଇଥିଲା ।[୩୬] ବିଭିନ୍ନ ପ୍ରକାର କମ୍ୟୁନିଷ୍ଟ ଭାଷଣ ଶୁଣିବା ପରେ ତାଙ୍କର ଧାରଣା ହୋଇଥିଲା ଯେ ୟୁରୋପୀୟ, ଆଫ୍ରିକୀୟ, ଭାରତୀୟ ମାନେ ମେଳାପି ଓ ସମାନତାରେ ବିଶ୍ୱାସ ରଖନ୍ତି । କିନ୍ତୁ ପରେ ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ; ସେ କୌଣସି ଦଳୀୟ ରାଜନୀତିରେ ଯୋଗ ନ ଦେବାର ପ୍ରମୁଖ କାରଣ ଥିଲା ଖ୍ରୀଷ୍ଟବାଦ ଓ ନାସ୍ତିକବାଦ ମଧ୍ୟରେ ଦ୍ୱନ୍ଦ; ଏବଂ ଦକ୍ଷିଣ ଆଫ୍ରିକୀୟ ସଂଘର୍ଷ ସମାନ ବର୍ଗ ଉପରେ ଆଧାରିତ ନ ହୋଇ କଳା-ଗୋରା ଭେଦଭାବରେ ହୋଇଥିବାରୁ ।[୩୭] ରାଜନୀତିରେ ଅତ୍ୟଧିକ ସଂପୃକ୍ତ ହୋଇ ଅଗଷ୍ଟ ୧୯୪୩ରେ ମଣ୍ଡେଲା ଦରଦାମ ବୃଦ୍ଧି ବିରୁଦ୍ଧରେ ବିଶାଳ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।[୩୮] ନିଜ ଉଚ୍ଚଶିକ୍ଷାକୁ ଜାରିରଖିବାକୁ ଦକ୍ଷିଣ ଆଫ୍ରିକା ବିଶ୍ୱବିଦ୍ୟାଳୟରୁରୁ ରାତ୍ରକାଳୀନ ଦୂରଶିକ୍ଷା ବ୍ୟବସ୍ଥା ଦ୍ୱାରା କଳାରେ ସ୍ନାତକ ଚାଲୁ ରଖିଥିଲେ ।[୩୯]

ସ୍ୱଳ୍ପ ବେତନ ପାଉଥିବାରୁ, ଆଲେକଜାଣ୍ଡ୍ରା ଟାଉନସିପରେ ଏକ ଯୋହା ପରିବାରରେ ସେ ଘରଭଡ଼ା ନେଇ ରହୁଥିଲେ । ଯଦିଓ ଆଲେକଜାଣ୍ଡ୍ରା ଦାରିଦ୍ର୍ୟ, ପ୍ରଦୂଷଣ, ଅପରାଧ ଜର୍ଜରିତ ଥିଲା ଏହା ମଣ୍ଡେଲାଙ୍କ ଜୀବନରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ।[୪୦] ଦାରିଦ୍ର୍ୟର ପୀଡ଼ାରେ ଅଳ୍ପ ସମୟ ପାଇଁ ସେ ଜଣେ ସ୍ୱାଜୀ ସ୍ତ୍ରୀ ଲୋକଙ୍କ ସହ ରହିଥିଲେ ।[୪୧] ଘରଭଡ଼ା ଆହୁରି କମ ଦାମରେ ପାଇବା ଯୋଗୁଁ ମଣ୍ଡେଲା ୱିଟୱାଟର୍ସରାଣ୍ଡ ସ୍ଥାନୀୟ ଶ୍ରମିକ ସଂଘର କମ୍ପାଉଣ୍ଡରେ ରହିବା ଆରମ୍ଭ କଲେ; ଏବଂ ସେହି ସମୟରେ ବାସୁତୋଲାଣ୍ଡର କୁଇନ ରିଜେଣ୍ଟଙ୍କ ସହ ପରିଚୟ ହେଲା ।[୪୨] ୧୯୪୧ର ଶେଷ ଭାଗରେ ଯୋଙ୍ଗିନ୍ତାବା ତାଙ୍କୁ ଦେଖାକରିବାକୁ ଆସିଲେ ଏବଂ ଘର ଛାଡ଼ି ଚାଲି ଆସିଥିବା ସତ୍ତ୍ୱେ କ୍ଷମା କରିଦେଲେ । ୧୯୪୨ର ଶୀତ ସମୟରେ ଥେମ୍ବୁଲାଣ୍ଡ ଫେରିବା ପରେ, ରିଜେଣ୍ଟଙ୍କ ଦେହାବସାନ ଘଟିଲା ଏବଂ ମଣ୍ଡେଲା ଓ ଜଷ୍ଟିସ ମୃତ୍ୟୁର ଗୋଟିଏ ଦିନ ପରେ ପହଞ୍ଚିଲେ ।[୪୩] ୧୯୪୩ ର ଆଦ୍ୟରେ ମଣ୍ଡେଲା କଳାରେ ସ୍ନାତକ ଡିଗ୍ରୀ ହାସଲ କଲାପରେ, ଏକ ଓକିଲ ଭାବେ ରାଜନୈତିକ ପଥ ଆପଣାଇବା ଆଶାରେ ଜୋହାନ୍ସବର୍ଗ ଆସିଥିଲେ ।[୪୪]

ବୈପ୍ଳବିକ କାର୍ଯ୍ୟକଳାପ

ଆଇନ ଶିକ୍ଷା ଓ ଯୁବ କଂଗ୍ରେସ:୧୯୪୩-୧୯୪୯

ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା ଆରମ୍ଭ କରିବା ସମୟରେ ମଣ୍ଡେଲା ସେଠାରେ ଏକମାତ୍ର ମୂଳ ଆଫ୍ରିକୀୟ ଥିଲେ ଓ ରଙ୍ଗଭେଦ ନୀତିର ଶିକାର ହୋଇଥିଲେ; ଫଳତଃ ସେ ଅନେକ ଉଦାରପନ୍ଥୀ ଓ ସାମ୍ୟବାଦୀ ୟୁରୋପୀୟ, ଭାରତୀୟ ଓ ଜୀଉ ମାନଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ ଯେଉଁମାନଙ୍କ ମଧ୍ୟରେ ଜୋଏ ସ୍ଲୋଭୋ, ହ୍ୟାରି ସ୍କ୍ୱାର୍ଜ, ରୁଥ ଫାର୍ଷ୍ଟ ପ୍ରମୁଖ ।[୪୫] ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଯୋଗଦେବା ପରେ ସେ ସିସୁଲୁଙ୍କ ଦ୍ୱାରା ବହୁମାତ୍ରାରେ ପ୍ରଭାବିତ ହୋଇଥିଲେ ଓ ନିଜ ବନ୍ଧୁ ଅଲିଭର ଟାମ୍ବୋଙ୍କ ସହିତ ଅଧିକାଂଶ ସମୟ ସିସୁଲୁଙ୍କ ଓର୍ଲାଣ୍ଡୋ ଠାରେ ଥିବା ଘରେ ବିତାଉଥିଲେ ।[୪୬] ୧୯୪୩ରେ ମଣ୍ଡେଲା ଆଣ୍ଟୋନ ଲେମ୍ବେଡ଼େଙ୍କ ସହ ମିଶିଥିଲେ; ଯିଏକି ଜଣେ ଆଫ୍ରିକୀୟ ଥିଲେ ଓ କମ୍ୟୁନିଷ୍ଟ ଦଳ ସହ ମିଶି ବ୍ରିଟିଶରାଜ ଓ ରଙ୍ଗଭେଦ ନୀତି ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ ।[୪୭] ଶ୍ୱେତକାୟ ଓ କମ୍ୟୁନିଷ୍ଟମାନଙ୍କ ସହିତ ବନ୍ଧୁତା ସତ୍ତ୍ୱେ; ମଣ୍ଡେଲା ଲେମ୍ବେଡ଼େଙ୍କ ମତକୁ ସମର୍ଥନ କରି ବିଶ୍ୱାସ ରଖିଥିଲେ ଯେ କଳା ଆଫ୍ରିକୀୟ ମାନେ ନିଜର ସ୍ୱାଧୀନତା ପାଇଁ ସ୍ୱତନ୍ତ୍ର ଭାବେ ସଂଗ୍ରାମ କରିବା ଉଚିତ ।[୪୮] ଏହି ସଂଗ୍ରାମ ପାଇଁ ଏକ ଯୁବଗୋଷ୍ଠୀର ଆବଶ୍ୟକତାକୁ ଅନୁଭବ କରି ସେ ଅନ୍ୟକିଛି ଯୁବ ସଂଗ୍ରାମୀଙ୍କ ସହ ମିଶି ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି "ଆଲଫ୍ରେଡ଼ ବିତିନି ଜୁମା"ଙ୍କୁ ତାଙ୍କ ସୋଫିଆଟାଉନ ସ୍ଥିତ ବାସଭବନରେ ଭେଟିଥିଲେ । ୧୯୪୪ ଇଷ୍ଟର ରବିବାର ଦିନ ଏଲୋଫ ଷ୍ଟ୍ରିଟରେ ଥିବା ବାଣ୍ଟୁ ମେନ’ସ ସୋସିଆଲ ସେଣ୍ଟର ଠାରେ "ଆଫ୍ରିକୀୟ ଜାତୀୟ ଯୁବ କଂଗ୍ରେସ ସଂଘ"ର ସ୍ଥାପନା କରିଥିଲେ; ଏହାର ସଭାପତି ଲେମ୍ବେଡ଼େ ଥିଲେ ଓ ମଣ୍ଡେଲା କାର୍ଯ୍ୟକାରିଣୀ ପରିଷଦର ପ୍ରମୁଖ ସଭ୍ୟ ଥିଲେ ।[୪୯]

୧୯୪୪ରେ ମଣ୍ଡେଲା ଓ ଏଭେଲିନ

ସିସୁଲୁଙ୍କ ବାସଭବନରେ ମଣ୍ଡେଲା ଏଭେଲିନ ମାସେଙ୍କୁ ଭେଟିଥିଲେ; ଯିଏକି ଏଙ୍ଗକୋବୋ, ଟ୍ରାନସ୍କେଇରୁ ଜଣେ ନର୍ସ ତଥା ଜାତୀୟ କଂଗ୍ରେସ କାର୍ଯ୍ୟକର୍ତ୍ତା ଥିଲେ । ମଣ୍ଡେଲା ଓ ଏଭେଲିନଙ୍କ ବିବାହ ୫ ଅକ୍ଟୋବର, ୧୯୪୪ ରେ ହୋଇଥିଲା ଏବଂ କିଛି ଦିନ ଏଭେଲିନଙ୍କ ସମ୍ବନ୍ଧୀଙ୍କ ଘରେ ରହିବା ପରେ ୧୯୪୬ର ପ୍ରଥମ ଭାଗରେ ଓର୍ଲାଣ୍ଡୋ ଠାରେ ଥିବା ଘର ନଂ-୮୧୧୫ରେ ରହିଥିଲେ ।[୫୦] ସେମାନଙ୍କର ପ୍ରଥମ ସନ୍ତାନ ମାଦିବା "ଥେମ୍ବି" ଥେମ୍ବେକିଲେର ଜନ୍ମ ଫେବ୍ରୁଆରୀ ୧୯୪୬ରେ ହୋଇଥିଲା ଏବଂ ୧୯୪୭ରେ ମାକାଜିୱେ ନାମ୍ନୀ ଏକ ଶିଶୁକନ୍ୟାର ଜନ୍ମ ହୋଇଥିଲା; ଯାହାର ମୃତ୍ୟୁ ଜନ୍ମର ୯ ମାସ ପରେ ମେନିଞ୍ଜାଇଟିସ କାରଣରୁ ହୋଇଥିଲା ।[୫୧] ମଣ୍ଡେଲା ପାରିବାରିକ ଜୀବନ ଖୁସିରେ କାଟୁଥିଲେ ଓ ନିଜର ମା ଏବଂ ଭଉଣୀ ଲିଆବିଙ୍କୁ ନିଜ ପାଖରେ ରଖିଥିଲେ ।[୫୨] ୱିଟକିନ, ସିଡେଲସ୍କି ଏଣ୍ଡ ଏଲଡରମେନରେ ୩ ବର୍ଷ କାମ କରିବା ପରେ ୧୯୪୭ର ପ୍ରଥମ ଭାଗରେ ସେ ବାଣ୍ଟୁ ୱେଲଫେଆର ଟ୍ରଷ୍ଟରୁ ଋଣ ନେଇ ଏକ ସଂପୂର୍ଣ୍ଣ ସମୟ ଛାତ୍ର ରୂପେ ପଞ୍ଜିକରଣ କରିବାକୁ ମନସ୍ଥ କରିଥିଲେ ।[୫୩]

ଜୁଲାଇ ୧୯୪୭ରେ ଲେମ୍ବେଡ଼େଙ୍କ ଏକ ଡାକ୍ତରଖାନାରେ ମୃତ୍ୟୁହେବା ପରେ, ପିଟର ମଦା ଆଫ୍ରିକୀୟ ଜାତୀୟ ଯୁବ କଂଗ୍ରେସ ସଂଘର ମୁଖ୍ୟଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଓ ମଣ୍ଡେଲା ମୁଖ୍ୟ ସଚିବ ଥିଲେ ।[୫୪] କିନ୍ତୁ ମଣ୍ଡେଲା ମଦାଙ୍କ କମ୍ୟୁନିଷ୍ଟ ଏବଂ ଶ୍ୱେତାଙ୍କଙ୍କୁ ପାର୍ଟି ମଧ୍ୟରେ ସମର୍ଥନ କରିବା କାର୍ଯ୍ୟକଳାପକୁ ବିରୋଧ କରିଥିଲେ ।[୫୫] ୧୯୪୭ରେ ମଣ୍ଡେଲା ଟ୍ରାନ୍ସଭାଲ ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀକୁ ମନୋନୀତ ହୋଇଥିଲେ ଓ ଆଞ୍ଚଳିକ ମୁଖ୍ୟ ସି.ଏସ. ରାମୋହାନୋଏଙ୍କ ଅଧୀନରେ କାମ କରିଥିଲେ । କିନ୍ତୁ ଯେତେବେଳେ ରାମୋହାନୋଏ କାର୍ଯ୍ୟକାରିଣୀ ପରିଷଦର ମତ ବିରୁଦ୍ଧରେ ଭାରତୀୟ ଓ କମ୍ୟୁନିଷ୍ଟଙ୍କ ସହଯୋଗ ନେଇଥିଲେ, ମଣ୍ଡେଲା ତାଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରିଥିଲେ ।[୫୬]

୧୯୪୮ରେ ହୋଇଥିବା ଦକ୍ଷିଣ ଆଫ୍ରିକା ସାଧାରଣ ନିର୍ବାଚନରେ କେବଳ ଶ୍ୱେତକାୟ ମାନେ ମତଦାନ କରିବାକୁ ଅଧିକାର ପାଇଥିଲେ ଓ ହେରେନିଗଡେ ନାସିଓନାଲ ପାର୍ଟି ଡାନିଏଲ ଫ୍ରାଙ୍କୋଇସ ମାଲାନଙ୍କ ନେତୃତ୍ୱରେ କ୍ଷମତାର ଅଧିକାରୀ ହୋଇଥିଲେ । ରଙ୍ଗଭେଦ ନୀତିକୁ ଖୋଲାଖୋଲି ସମର୍ଥନ କରି ଅପାର୍ଥିଡ଼ ବୈଧାନିକ ନିୟମ ପ୍ରଣୟନ କରାଯାଇଥିଲା ।[୫୭] ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଅଧିକରୁ ଅଧିକ ପ୍ରଭାବଶାଳୀ ହୋଇ ମଣ୍ଡେଲା ଓ ତାଙ୍କ ସହକର୍ମୀ ମାନେ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟ ସଂଘ ଦ୍ୱାରା ପ୍ରଭାବିତ ହୋଇ ଅପାର୍ଥିଡ଼ ବିରୋଧରେ ଅନଶନ, ଶୋଭାଯାତ୍ରା, ଅସହଯୋଗ ପ୍ରଭୃତି କରିଥିଲେ । ଜୁମା ଏହି ସବୁ କାର୍ଯ୍ୟକଳାପକୁ ନାପସନ୍ଦ କରିବାରୁ ତାଙ୍କୁ ଅନାସ୍ଥା ପ୍ରସ୍ତାବ ଦ୍ୱାରା ବରଖାସ୍ତ କରାଯାଇଥିଲା ଓ ଜେମ୍ସ ମୋରୋକାଙ୍କ ନେତୃତ୍ୱରେ ସିସୁଲୁ, ମଦା, ଟାମ୍ବୋ, ଗଡ଼ଫ୍ରେ ପିଟଜେ ଇତ୍ୟାଦିଙ୍କୁ ନେଇ ଏକ ସଂଗ୍ରାମୀ ଦଳ ଗଠନ ହୋଇଥିଲା; ଏବଂ ପରେ ମଣ୍ଡେଲାଙ୍କ କହିବା ଅନୁସାରେ ଏହା ଜାତୀୟ କଂଗ୍ରେସ ତରଫରୁ ଏକ ବାସ୍ତବ ଓ କ୍ରାନ୍ତିକାରୀ ପଦକ୍ଷେପ ଥିଲା ।[୫୮] ରାଜନୀତିରେ ଅତ୍ୟଧିକ ସମୟ ଦେବାରୁ ମଣ୍ଡେଲା ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ ଓ ଶେଷରେ ୧୯୪୯ରେ ଡ଼ିଗ୍ରୀ ପାଇବାରୁ ବଞ୍ଚିତ ହୋଇଥିଲେ ।[୫୯]

ଅସହଯୋଗ ଆନ୍ଦୋଳନ ଓ ଜାତୀୟ କଂଗ୍ରେସ ସଭାପତି:୧୯୫୦-୧୯୫୪

ଆଫ୍ରିକୀୟ ଜାତୀୟ କଂଗ୍ରେସର ପତାକା

ମାର୍ଚ ୧୯୫୦ରେ ମଣ୍ଡେଲା ଜୁମାଙ୍କ ସ୍ଥାନ ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀରେ ନେଇଥିଲେ ।[୬୦] ସେହି ମାସରେ ଜୋହାନ୍ସବର୍ଗଠାରେ ହୋଇଥିବା "ଡିଫେଣ୍ଡ ଫ୍ରି ସ୍ପିଚ କନଭେନସନ"ରେ ଆଫ୍ରିକୀୟ, ଭାରତୀୟ ଓ କମ୍ୟୁନିଷ୍ଟମାନେ ମିଳିତ ଭାବେ ଅପାର୍ଥିଡ଼ ବିରୁଦ୍ଧରେ ଅନଶନ କରିଥିଲେ । ମଣ୍ଡେଲା ଏହାକୁ ବିରୋଧ କରିଥିଲେ ଯେହେତୁ ଏହା ଅଣ ଜାତୀୟ କଂଗ୍ରେସ ନେତୃତ୍ୱରେ ହୋଇଥିଲା; କିନ୍ତୁ ଅନେକ କଳା ଆଫ୍ରିକୀୟ ଏଥିରେ ଭାଗ ନେବାରୁ "ସପ୍ରେସନ ଅଫ କମ୍ୟୁନିଷ୍ଟ ଆକ୍ଟ, ୧୯୫୦"ର ପ୍ରଣୟନ ହୋଇଥିଲା ଏବଂ ସମସ୍ତ ବିରୋଧୀ ଦଳକୁ ଏହି ନିୟମ ପ୍ରଭାବିତ କରିଥିଲା ।[୬୧] ୧୯୫୦ରେ ମଣ୍ଡେଲା ଜାତୀୟ ଯୁବ କଂଗ୍ରେସ ସଂଘର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ଡିସେମ୍ବର ୧୯୫୧ରେ ରଙ୍ଗଭେଦ ବିରୋଧୀ ଏକ ଦଳ ସହ ଯୁକ୍ତି କରି ପରାସ୍ତ ହୋଇଥିଲେ ।[୬୨] ଏହାପରେ ତାଙ୍କ କାର୍ଯ୍ୟକଳାପରେ ସଂପୂର୍ଣ୍ଣ ପରିବର୍ତ୍ତନ ଆସିଥିଲା ଓ ନିଜ ବନ୍ଧୁ ମୋସେସ କୋତାନେଙ୍କ ଦ୍ୱାରା ପ୍ରଭାବିତ ହୋଇ କମ୍ୟୁନିଷ୍ଟ ଚିନ୍ତାଧାରା ପ୍ରତି ଥିବା ଅବିଶ୍ୱାସ ଭାଙ୍ଗିଯାଇଥିଲା । ପରେ କାର୍ଲ ମାର୍କସ, ଫ୍ରେଡ଼ରିକ ଏଙ୍ଗେଲ୍ସ, ଭ୍ଲାଦିମିର ଲେନିନ, ଜୋସେଫ ଷ୍ଟାଲିନ, ମାଓ ସେତୁଙ୍ଗଙ୍କ ଲେଖା ଦ୍ୱାରା ବହୁ ପ୍ରଭାବିତ ହୋଇଥିଲେ ।[୬୩] ୧୯୫୨ ମସିହା ଏପ୍ରିଲ ମାସରେ, ମଣ୍ଡେଲା ଏଚ. ଏମ. ବାସନର ଆଇନ ସଂସ୍ଥାରେ କାମ କରିବା ଆରମ୍ଭ କରିଥିଲେ ଓ କାମ ପ୍ରତି ଅଧିକା ଆଗ୍ରହ ଦେଇ ପରିବାରକୁ ଅବହେଳା କରିଥିଲେ ।[୬୪][୬୫]

୧୯୫୨ରେ ଜାତୀୟ କଂଗ୍ରେସ ଭାରତୀୟ ସଂଘ ଓ ଅନ୍ୟ ସାମ୍ୟବାଦୀ ଦଳମାନଙ୍କ ସହ ମିଶି ଅପାର୍ଥିଡ଼ ବିରୁଦ୍ଧରେ ଏକ ମିଳିତ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲା ।ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ପ୍ରଭାବିତ ହୋଇ କିଛି ଲୋକ ଏହାକୁ ଏକ ନୈତିକ କାର୍ଯ୍ୟପନ୍ଥା ବୋଲି ଭାବିଥିଲେ ମଧ୍ୟ ମଣ୍ଡେଲା ଏହି ଆନ୍ଦୋଳନ ଉପରେ ପୂର୍ଣ୍ଣ ଆସ୍ଥା ରଖିଥିଲେ ।[୬୬] ଜୁନ ୨୨ରେ ଡର୍ବାନଠାରେ ପ୍ରାୟ ୧୦୦୦୦ ଲୋକଙ୍କ ଏକ ସମାବେଶରେ ଉଦବୋଧନ ଦେଉଥିବା ସମୟରେ ମଣ୍ଡେଲା ସ୍ୱଳ୍ପକାଳ ଲାଗି ଗିରଫ ହୋଇଥିଲେ ଓ ମାର୍ଶାଳ ସ୍କୋୟାର କାରାଗାରରେ ରହିଥିଲେ ।[୬୭] ଆନ୍ଦୋଳନ ଜାରି ରହିବାରୁ ଜାତୀୟ କଂଗ୍ରେସର ସଭ୍ୟ ସଂଖ୍ୟା ୨୦,୦୦୦ରୁ ୧,୦୦,୦୦୦ ପହଞ୍ଚିଯାଇଥିଲା ଓ ସରକାର ଜନସାଧାରଣଙ୍କୁ କାରାଗାରରେ ଭରିବା ଅଭିଯାନ ଆରମ୍ଭ କରି "ପବ୍ଲିକ ସେଫଟି ଲ, ୧୯୫୩"ର ପ୍ରଣୟନ କରିଥିଲେ ।[୬୮] ମେ ମାସରେ ଟ୍ରାନ୍ସଭାଲ କଂଗ୍ରେସ ସଭାପତି ଜେ.ବି. ମାର୍କସଙ୍କୁ ଜନସାଧାରଣଙ୍କୁ ଭେଟ କରିବାକୁ ଅଧିକାରୀମାନେ ନିବୃତ କରିଥିଲେ; ଫଳତଃ ମଣ୍ଡେଲା ତାଙ୍କର କାର୍ଯ୍ୟଭାର ଗ୍ରହଣ କରିବାକୁ ମନୋନୀତ ହୋଇଥିଲେ । ଅକ୍ଟୋବର ମାସରେ ବାଫାବେଗିୟା ଗୋଷ୍ଠୀର ପ୍ରତିବାଦ ସତ୍ତ୍ୱେ ମଣ୍ଡେଲା ସଭାପତି ନିର୍ବାଚିତ ହୋଇଥିଲେ ।[୬୯]

ଜୁଲାଇ ୩୦, ୧୯୫୨ରେ ଜୋହାନ୍ସବର୍ଗ ଠାରେ ସପ୍ରେସନ ଅଫ କମ୍ୟୁନିଷ୍ଟ ଆକ୍ଟ ବଳରେ ମଣ୍ଡେଲା, ମୋରୋକା, ସିସୁଲୁ, ଡାଦୁଙ୍କ ସମେତ ୨୧ଜଣ ଗିରଫ ହୋଇଥିଲେ ଓ କୋର୍ଟ ଚାଲାଣ କରାଯାଇଥିଲା । ବୈଧାନିକ ସାମ୍ୟବାଦ ପାଇଁ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କର ଦଣ୍ଡ ଅବଧିକୁ ୯ ମାସରୁ ୨ ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା ।[୭୦] ଡିସେମ୍ବର ମାସରେ ୬ ମାସ ପାଇଁ ମଣ୍ଡେଲାଙ୍କୁ କୌଣସି ପ୍ରକାର ସାଧାରଣ ସଭାରେ ଯୋଗ ଦେବାକୁ ଅନୁମତି ଦିଆଯାଇ ନଥିଲା ଓ କୌଣସି ସମୟର୍ ମାତ୍ର ଜଣଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଇଥିଲା । ତେଣୁ ଟ୍ରାନ୍ସଭାଲ ଜାତୀୟ କଂଗ୍ରେସର ସଭାପତି ପଦରେ ରହିବା ଅସମ୍ଭବ ହୋଇପଡ଼ିଲା ।[୭୧] ସେପ୍ଟେମ୍ବର ୧୯୫୩ରେ ଆଣ୍ଡ୍ରିଉ କୁନେନେ ଟ୍ରାନ୍ସଭାଲ ଜାତୀୟ କଂଗ୍ରେସ ଅଧିବେସନରେ ମଣ୍ଡେଲାଙ୍କ "ନୋ ଇଜି ୱାକ ଟୁ ଫ୍ରିଡ଼ମ" ଭାଷଣଟିକୁ ପାଠ କରିଥିଲେ; ଯାହାର ଶୀର୍ଷକଟି ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଜବାହରଲାଲ ନେହେରୁଙ୍କ ଏକ ରଚନାରୁ ନିଆଯାଇଥିଲା ଓ ମଣ୍ଡେଲା ନେହେରୁଙ୍କ ଚିନ୍ତାଧାରାରେ ବହୁ ପ୍ରଭାବିତ ଥିଲେ । ଏହି ଭାଷଣ ଫଳରେ ଜାତୀୟ କଂଗ୍ରେସକୁ ବାଜ୍ୟାପ୍ତ କରାଯାଇଥିଲା ଓ ମଣ୍ଡେଲା ପ୍ଲାନ ଅନୁସାରେ ଏକ କେନ୍ଦ୍ରୀୟ ନେତୃତ୍ୱ ଧର୍ମୀ ଦଳ ଗଠନ ହୋଇଥିଲା ।[୭୨]

ଆଇନ ବ୍ୟବସ୍ଥାପକ ପାଇଁ ଆବଶ୍ୟକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ "ମଣ୍ଡେଲା ଟେର୍ବାଲାଞ୍ଚେ ଏଣ୍ଡ ବ୍ରିଗିଶ ଲ ଫାର୍ମ"ରେ ଏକ ଆଟର୍ଣ୍ଣି ରୂପେ କାର୍ଯ୍ୟ କରିବା ଆରମ୍ଭ କଲେ ।[୭୩] ଅଗଷ୍ଟ ୧୯୫୩ରେ ମଣ୍ଡେଲା ଓ ତାଙ୍କ ବନ୍ଧୁ ଅଲିଭର ଟାମ୍ବୋ ମିଳିତ ଭାବେ ନିଜସ୍ୱ "ଟାମ୍ବୋ ଏଣ୍ଡ ମଣ୍ଡେଲା" ସଂସ୍ଥା ଜୋହାନ୍ସବର୍ଗରେ ଆରମ୍ଭ କରିଥିଲେ । ସମଗ୍ର ଦେଶରେ ଏକମାତ୍ର ଆଫ୍ରିକୀୟ ଆଇନ ସଂସ୍ଥା ଭାବେ କଳା ମାନଙ୍କ ବିରୁଦ୍ଧରେ ହେଉଥିବା ପୋଲିସ ଅତ୍ୟାଚାର ବିରୋଧରେ ଲଢ଼ି ଏହା ଖୁବ ଲୋକପ୍ରିୟ ହେବାକୁ ଆରମ୍ଭ କଲା । ତେଣୁ ସରକାରୀ ଅଧିକାରୀ ମାନେ "ଗ୍ରୁପ ଏରିଆସ ଆକ୍ଟ" ବଳରେ ଅହାକୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରାଇଦେଲେ ।[୭୪] ମେ ୧୯୫୪ ରେ ମଣ୍ଡେଲାଙ୍କ ଦ୍ୱିତୀୟ କନ୍ୟା ମାକାଜିୱେ ଫୁମିଆଙ୍କ ଜନ୍ମ ସତ୍ତ୍ୱେ ଏଭେଲିନଙ୍କ ସହ ତାଙ୍କ ସଂପର୍କ ତିକ୍ତ ହେବାକୁ ଆରମ୍ଭ ହେଲା ଓ ଏଭେଲିନ ମଣ୍ଡେଲାଙ୍କୁ ଅନୈତିକ ସଂପର୍କ ପାଇଁ ଦୋଷୀ କଲେ । ପରେ ଏହା ଜଣାପଡ଼ିଲା ଯେ ମଣ୍ଡେଲାଙ୍କ ସଂପର୍କ ଜାତୀୟ କଂଗ୍ରେସ ସଭ୍ୟା ଲିଲିଆନ ଏନଗୋୟି ତଥା ସଚିବ ରୁଥ ମୋମ୍ପାତିଙ୍କ ସହ ଥିଲେ ମଧ୍ୟ; ଆବଶ୍ୟକ ପ୍ରମାଣ ଅଭାବରୁ ଏହି ସବୁ ଦୋଷ ଖାରଜ ହୋଇଗଲା । ନିଜ ପୁତ୍ରର ଏଭଳି ଆଚରଣରେ ଦୁଃଖିତ ହୋଇ ପିତା ନୋସେକେନି ଟ୍ରାନସ୍କେଇ ଫେରିଆସିଲେ ଓ ଏଭେଲିନ ମଣ୍ଡେଲାଙ୍କୁ ରାଜନୀତିରେ ଅତ୍ୟଧିକ ସଂପୃକ୍ତି ପାଇଁ ଭର୍ତ୍ସନା କରିଥିଲେ ।[୭୫]

କଂଗ୍ରେସ ଅଫ ଦି ପିପୁଲ ଓ ଦେଶଦ୍ରୋହ ଅଭିଯୋଗ:୧୯୫୫-୧୯୬୧

"We, the people of South Africa, declare for all our country and the world to know:
That South Africa belongs to all who live in it, black and white, and that no government can justly claim authority unless it is based on the will of the people."

— The opening of the Freedom Charter[୭୬]

ଫେବ୍ରୁଆରୀ ୧୯୫୫ରେ ଜୋହାନ୍ସବର୍ଗର ସୋଫିଆଟାଉନଠାରେ କଳା ଲୋକ ବସବାସ କରୁଥିବା ଅଞ୍ଚଳକୁ ଧ୍ୱଂସ କରିବାର ପ୍ରୟାସ ପରେ ମଣ୍ଡେଲା ମତ ଦେଇଥିଲେଯେ; ଜାତୀୟ କଂଗ୍ରେସ ପାଖରେ ଅସ୍ତ୍ରଶସ୍ତ୍ର ଓ ହିଂସାତ୍ମକ ଆନ୍ଦୋଳନ ଛଡ଼ା କୌଣସି ବିକଳ୍ପ ନାହିଁ ।[୭୭] ସେ ସିସୁଲୁଙ୍କୁ ମତ ଦେଇଥିଲେ ଯେ ଚୀନ ପାଖରୁ ଅସ୍ତ୍ରଶସ୍ତ୍ରର ସହାୟତା ନିମନ୍ତେ ନିବେଦନ କରିବାକୁ, କିନ୍ତୁ ଚୀନ ଅଣ-ଅପାର୍ଥିଡ଼ ଆନ୍ଦୋଳନକୁ ସମର୍ଥନ କରୁଥିଲେ ମଧ୍ୟ ସେଠାକାର ଅଧିକାରୀ ମାନେ ବିଶ୍ୱାସ କରୁଥିଲେ ଯେ ଗରିଲା ଯୁଦ୍ଧ ପାଇଁ ଆନ୍ଦୋଳନକାରୀ ମାନେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ନୁହନ୍ତି ।[୭୮] ଦକ୍ଷିଣ ଆଫ୍ରିକୀୟ ଭାରତୀୟ କଂଗ୍ରେସ, କଲର ପିପୁଲ୍ସ କଂଗ୍ରେସ, ଦକ୍ଷିଣ ଆଫ୍ରିକୀୟ ଶ୍ରମିକ କଂଗ୍ରେସ ଓ କଂଗ୍ରେସ ଅଫ ଡେମୋକ୍ରାଟସଙ୍କ ମିଳିତ ଉଦ୍ୟମରେ ଜାତୀୟ କଂଗ୍ରେସ "କଂଗ୍ରେସ ଅଫ ଦି ପିପୁଲ" ଗଠନ କରିବାର ପ୍ରୟାସ ହୋଇଥିଲା; ଏବଂ ସମସ୍ତ ଦକ୍ଷିଣ ଆଫ୍ରିକୀୟ ମାନଙ୍କୁ ଅପାର୍ଥିଡ଼ ବିରୁଦ୍ଧରେ ମତ ଦେବାକୁ ଅନୁରୋଧ କରାଯାଇଥିଲା । ସଂଗୃହୀତ ମତ ଗୁଡ଼ିକ ଉପରେ ରଷ୍ଟି ବାର୍ଣ୍ଣେଷ୍ଟାଇନଙ୍କ ଦ୍ୱାରା ଏହ ଗାଣତାନ୍ତ୍ରିକ "ଫ୍ରିଡ଼ମ ଚାର୍ଟର" ଲେଖାଯାଇଥିଲା । ଜୁନ ୧୯୫୫ରେ କ୍ଳିପଟନ ଠାରେ ପ୍ରାୟ ୩୦୦୦ ସଭ୍ୟଙ୍କୁ ନେଇ ହୋଇଥିବା ସମାବେଶରେ ଏହି ଚାର୍ଟର ଗୃହୀତ ହୋଇଥିଲା ଏବଂ ଏହା ମଣ୍ଡେଲାଙ୍କ ଜୀବନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଥିଲା ।[୭୯]

ସେପ୍ଟେମ୍ବର ୧୯୫୫ରେ ଦ୍ୱିତୀୟ ବାରଣାଦେଶର ଶେଷ ଭାଗରେ, ମଣ୍ଡେଲା ବାଣ୍ଟୁ ଅଥୋରିଟିଜ ଆକ୍ଟ, ୧୯୫୫ ବିଷୟରେ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାକୁ ଟ୍ରାନସ୍କେଇ ଯାତ୍ରା କରିଥିଲେ; ଏବଂ ନିଜ ମାଆ ନୋଏଙ୍ଗଲାଣ୍ଡଙ୍କୁ ଦେଖାକରି କେପ ଟାଉନ ଫେରିଯାଇଥିଲେ ।[୮୦] ମାର୍ଚ ୧୯୫୬ରେ ସେ ତୃତୀୟ ବାରଣ ଆଦେଶ ପାଇଥିଲେ ଏବଂ ୫ ବର୍ଷ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ପ୍ରବେଶକରିବାକୁ ନିଷେଦ୍ଧାଦେଶ ଜାରି ହୋଇଥିଲା ।[୮୧] ମେ ୧୯୫୬ରେ ଏଭେଲିନ ତାଙ୍କୁ ଛାଡ଼ି ନିଜ ଭାଇଙ୍କ ପାଖକୁ ଚାଲିଯାଇଥିଲେ, ମଣ୍ଡେଲା ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ ଓ ମଣ୍ଡେଲା ଏହାକୁ ପ୍ରତ୍ୟାଖାନ କରିଥିଲେ । ପରେ ନଭେମ୍ବର ମାସରେ ଏଭେଲିନ ନିଜର ଅଭିଯୋଗ ଫେରାଇ ନେଇଥିଲେ ମଧ୍ୟ ଜାନୁଆରୀ ୧୯୫୮ରେ ଦୁଇଜଣଙ୍କ ବିବାହ ବିଚ୍ଛେଦ ଘଟିଥିଲା, ଏବଂ ସନ୍ତାନ ମାନେ ଏଭେଲିନଙ୍କ ତତ୍ତ୍ୱାବଧାନରେ ରହିଥିଲେ ।[୮୨] ଏହି ବିହାହ ବିଚ୍ଛେଦ ସମୟରେ ମଣ୍ଡେଲାଙ୍କ ପରିଚୟ ୱିନି ମାଦିକିଜେଲାଙ୍କ ସହ ହୋଇଥିଲା; ଯାହାଙ୍କୁ ସେ ଜୁନ ୧୪, ୧୯୫୮ରେ ବିଜାନାଠାରେ ବିବାହ କରିଥିଲେ । ୱିନି ପରେ ବହୁ ସମୟ ଧରି ଜାତୀୟ କଂଗ୍ରେସ ରେ କାର୍ଯ୍ୟ କରିଥିଲେ ଏବଂ କାରାବାସ ମଧ୍ୟ ଭୋଗିଥିଲେ ।[୮୩]

ଅପାର୍ଥିଡ ବ୍ୟବସ୍ଥା ଜନସାଧାରଣଙ୍କୁ ବ୍ୟତିବସ୍ଥ କରି ପକାଇଥିଲା

୫ ଡିସେମ୍ବର ୧୯୫୬ରେ, ମଣ୍ଡେଲା ଜାତୀୟ କଂଗ୍ରେସର ଅନ୍ୟ କର୍ମକର୍ତ୍ତାଙ୍କ ସହ ଦେଶଦ୍ରୋହ ଅପରାଧରେ ଗିରଫ ହୋଇଥିଲେ । ୧୯ ଡିସେମ୍ବରରେ ତାଙ୍କୁ ବେଲ ମିଳିବା ପୂର୍ବରୁ ଜୋହାନ୍ସବର୍ଗରେ ଏକ ଜେଲରେ ତାଙ୍କୁ ରଖାଯାଇଥିଲା ।[୮୪] ୯ ଜାନୁଆରି ୧୯୫୭ରେ ଭେର୍ଣ୍ଣୋନ ବେରାଙ୍ଗେଙ୍କ ସପକ୍ଷ ଓକିଲାତି ଫଳରେ କେସ ପ୍ରାୟ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିଲା ଓ ଜାନୁଆତୀ ୧୯୫୮ରେ ବିଚାରପତି ଭାବେ ଓସୱାଲଡ ପିରୋଓ ନିଯୁକ୍ତ ହେଲେ । ଫେବ୍ରୁଆରୀରେ ପିରୋଓ ରାୟ ଦେଇଥିଲେ ଯେ ଅଭିଯୁକ୍ତ ମାନେ ଆଗକୁ ଟ୍ରାନ୍ସଭାଲ ଉଚ୍ଚତମ ନ୍ୟାୟାଳୟରେ କେସ ଲଢ଼ି ପାରିବେ ।[୮୫] ସରକାରୀ ଭାବେ ଅଗଷ୍ଟ ୧୯୫୮ରେ ପ୍ରିଟୋରିଆରେ କେସର ଶୁଣାଣୀ ଆରମ୍ଭ ହେଲା ଓ ଗୋଟିଏ ଅଭିଯୋଗରୁ ମୁକ୍ତ ହୋଇଥିଲେ । ଅକ୍ଟୋବରମାସରେ ପ୍ରତିପକ୍ଷ ନଭେମ୍ବର ମାସରେ ଦିଆଯାଇଥିବା ରାୟ ଉପରେ ପୁଣି ଜାତୀୟ କଂଗ୍ରେସର ନେତାମାନଙ୍କୁ ଦେଶଦ୍ରୋହରେ ଅଭିଯୁକ୍ତ କରିଥିଲେ ଯାହାକୁ ମଣ୍ଡେଲା ଓ ସାଥୀ ପ୍ରତ୍ୟାଖାନ କରିଥିଲେ ।[୮୬]

ଏପ୍ରିଲ ୧୯୫୯ରେ ସଶସ୍ତ୍ରବାଦୀ ଆଫ୍ରିକୀୟମାନେ ଜାତୀୟ କଂଗ୍ରେସର କାର୍ଯ୍ୟକୁ ନାପସନ୍ଦ କରି ପ୍ୟାନ-ଆଫ୍ରିକାନ-କଂଗ୍ରେସର ଗଠନ କଲେ; ଯାହାର ସଭାପତି ମଣ୍ଡେଲାଙ୍କ ବନ୍ଧୁ ରବର୍ଟ ସୋବୁକ୍ୱେ ଥିଲେ ।[୮୭] ମେ ୧୯୬୦ ପର୍ଯ୍ୟନ୍ତ ଦୁଇଦଳ ଆଣ୍ଟି-ପାସ ଆନ୍ଦୋଳନ ଜାରି ରଖିଲେ । ପୋଲିସ ଦ୍ୱାରା ଜଣେ ପ୍ୟାନ ଆଫ୍ରିକାନ କଂଗ୍ରେସ ସଦସ୍ୟଙ୍କୁ ଜଳେଇ ଦିଆଯିବା ପରେ ଶାର୍ପଭିଲ୍ଲେ ସଂହାରରେ ୬୯ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଲା । ଏହାର ପ୍ରତିବାଦରେ ମଣ୍ଡେଲା ନିଜର ପାସ ଜଳାଇ ଦେଇଥିଲେ ଏବଂ ଦେଶ ସାରା ବିରୋଧ ହେବାରୁ ସରକାର ସାମରିକ ଆଇନ ଲାଗୁ କରିବାକୁ ବାଧ୍ୟ ହେଲେ ।[୮୮] ଜରୁରୀକାଳୀନ ପରିସ୍ଥିତିରେ ମଣ୍ଡେଲା ଓ ତାଙ୍କର ସହକର୍ମୀ ମାନଙ୍କୁ ମାର୍ଚ ୩୦ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗିରଫ କରାଯାଇଥିଲା ଏବଂ ଜାତୀୟ କଂଗ୍ରେସ ତଥା ପ୍ୟାନ ଆଫ୍ରିକାନ କଂଗ୍ରେସକୁ ଏପ୍ରିଲ ପର୍ଯ୍ୟନ୍ତ ନିଷିଦ୍ଧ ଘୋଷଣା କରାଗଲା ।[୮୯] ପୁଣି ଅଗଷ୍ଟ ମାସରେ ଜରୁରୀକାଳୀନ ପରିସ୍ଥିତିର ସମାପ୍ତି ପରେ ସମସ୍ତଙ୍କୁ ମୁକ୍ତ କରିଦିଆଯାଇଥିଲା ।[୯୦] ମଣ୍ଡେଲା ନିଜ ଖାଲି ସମୟରେ ଅଲ-ଇନ-ଆଫ୍ରିକାନ କନଫରେନ୍ସକୁ ସୁଦୃଢ଼ କରି ପିଟରମାରିଜବର୍ଗ, ନାଟାଲରେ ପ୍ରାୟ ୧୪୦୦ ଅଣ-ଅପାର୍ଥିଡ଼ ସଦସ୍ୟଙ୍କ ସହ ମିଶି ମେ ୩୧ରେ (ଦକ୍ଷିଣ ଆଫ୍ରିକାର ସ୍ୱାଧୀନତା ଦିବସ) ଘରେ ରହି ବିରୋଧ କରିବାକୁ ନିଷ୍ପତି ନେଲେ ।[୯୧] ମାର୍ଚ ୨୯, ୧୯୬୧ରେ ପ୍ରାୟ ଛଅ ବର୍ଷ କେସ ଚାଲିବା ପରେ ବିଚାରପତି ମଣ୍ଡେଲାଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ କରିଥିଲେ, ଯାହା ସରକାରଙ୍କ ପାଇଁ ଏକ ଲଜ୍ଜ୍ୟାର ବିଷୟ ଥିଲା ।[୯୨]

ଉମଖୋଂତ ୱେ ସିଜୱେ ଏବଂ ଆଫ୍ରିକା ଗସ୍ତ:୧୯୬୧-୧୯୬୨

୨୯ ମେ’ରେ ହେବାକୁ ଥିବା ପ୍ରତିରୋଧ ପାଇଁ ମଣ୍ଡେଲା ସାରା ଦେଶ ଅଜ୍ଞାତ ରୂପେ ଗସ୍ତ କରିଥିଲେ ଓ ପୋଲିସ ତାଙ୍କ ବିରୁଦ୍ଧରେ ୱାରାଣ୍ଟ ଜାରୀ କରିଥିଲା ।[୯୩] ମଣ୍ଡେଲା ଅନ୍ୟ ସମ୍ୱାଦଦାତାଙ୍କ ସହିତ ଗୋପନରେ ସାକ୍ଷାତ କରି ଏହା ଜଣେଇଦେଇଥିଲେ ଯେ ପ୍ୟାନ-ଆଫ୍ରିକାନ-କଂଗ୍ରେସର ପୋକୋ ଗୋଠସହ ମିଶି ଅଣ-ଅପାର୍ଥିଡ଼ ମାନେ ଏକ ବଡ଼ ବିପ୍ଳବ କରିବେ ।[୯୪] ସେ ଅହୁରି ମଧ୍ୟ ବିଶ୍ୱାସ କରୁଥିଲେ ଯେ ଜାତୀୟ କଂଗ୍ରେସ ଏକ ସଶସ୍ତ୍ର ବାହିନୀ ଗଠନ କରିବା ଉଚିତ ଏବଂ ଅହିଂସାରେ ବିଶ୍ୱାସ ରଖୁଥିବା ଜାତୀୟ କଂଗ୍ରେସ ନେତା ଆଲବର୍ଟ ଲୁଥୁଲିଙ୍କୁ ମନାଇବାରେ ସଫଳ ହୋଇଥିଲେ ।[୯୫]

କ୍ୟୁବାର ଫିଡ଼େଲ କାଷ୍ଟ୍ରୋଙ୍କ "୨୬ ଜୁଲାଇ ବିପ୍ଳବ"ରେ ଅନୁପ୍ରାଣିତ ହୋଇ ୧୯୬୧ରେ ମଣ୍ଡେଲା, ସିସୁଲୁ ଏବଂ ଜୋଏ ସ୍ଲୋଭୋଙ୍କ ସହ "ଉମଖୋଂତ ୱେ ସିଜୱେ" (ଏମ.କେ.) ଗଠନ କରିଥିଲେ ।[୯୬] ସଶସ୍ତ୍ରବାହିନୀର ମୁଖ୍ୟ ଅଧିକାରୀ ଭାବେ ସେ ଅନୈତିକ ଭାବେ ମାଓ ଏବଂ ଚେ ଗୁଏଭରାଙ୍କ ଗରିଲା ଯୁଦ୍ଧ କୌଶଳ ଶିକ୍ଷା କରିଥିଲେ । ଜାତୀୟ କଂଗ୍ରେସରୁ ବିଛିନ୍ନ ହେବାପରେ ଏମ.କେ. ଏକ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ଭାବେ ଉଭା ହେଲା । ପରେ ରେମଣ୍ଡ ମହଲ୍ଲାବା, ସ୍ଲୋଭୋ ଓ ବାର୍ଣ୍ଣେଷ୍ଟାଇନଙ୍କ ସହ ମିଶି ଏମ.କେ.ର ସମ୍ବିଧାନ ପ୍ରଣୟନ କରିଥିଲେ ।[୯୭] ଛୋଟ ଛୋଟ ଗୋଠରେ କାର୍ଯ୍ୟ କରୁଥିବା ଦଳ ନେଇ ସରକାରୀ ଅଫିସ ଗୃହ, ସାମରିକ ପ୍ରତିଷ୍ଠାନ, ବିଜୁଳି, ଟେଲିଫୋନ ଓ ଗମନାଗମନ ବ୍ୟବସ୍ଥାକୁ ରାତିରେ ବୋମାମାଡ଼ କରି ଅଚଳ କରିଦେବାକୁ ନିର୍ଣ୍ଣୟ ନିଆଯାଇଥିଲା । ସେଥିରେ ଅସଫଳ ହେଲେ ଗରିଲା ଯୁଦ୍ଧ କରିବାକୁ ପରାମର୍ଶ ଦିଆଯାଇଥିଲା ।[୯୮] ଜାତୀୟ କଂଗ୍ରେସର ନେତା ଲୁଥୁଲିଙ୍କୁ ନୋବେଲେ ଶାନ୍ତି ସମ୍ମାନ ମିଳିବା ପରେ ପରେ ୧୬ ଡିସେମ୍ବର ୧୯୬୧ରେ ଏମ.କେ. ୫୭ଟି ବୋମାମାଡ଼ ସହ ସର୍ବସାଧାରଣଙ୍କୁ ନିଜର ଅବସ୍ଥିତି ସଂପର୍କରେ ଜଣାଇ ଦେଇଥିଲା ।[୯୯]

ଫେବ୍ରୁଆରୀ ୧୯୬୨ରେ ଇଥିଓପିଆର ଆଦ୍ଦିସ ଆବାବାରେ ହେବାକୁ ଥିବା ପ୍ୟାନ-ଆଫ୍ରିକାନ ଫ୍ରିଡ଼ମ ମୁଭମେଣ୍ଟ ଫର ଇଷ୍ଟ, ସେଣ୍ଟ୍ରାଲ ଏଣ୍ଡ ସଦର୍ଣ୍ଣ ଆଫ୍ରିକା ସମାବେଶରେ ଯୋଗ ଦେବାକୁ ଜାତୀୟ କଂଗ୍ରେସ ମଣ୍ଡେଲାଙ୍କୁ ମନୋନୀତ କରିଥିଲା ।[୧୦୦] ସେ ସେଠାକୁ ଗୋପନରେ ଯାଇ ସମ୍ରାଟ ହାଇଲେ ସେଲାସି-୧ଙ୍କୁ ଭେଟି ତାଙ୍କ ପରେ ନିଜ ଭାଷଣ ଦେଇଥିଲେ ।[୧୦୧] ସମାବେଶ ପରେ ସେ କାଇରୋ, ଇଜିପ୍ଟ ଯାତ୍ରା କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଗମାଲ ଅବ୍ଦେଲ ନାସେରଙ୍କୁ ପ୍ରସଂଶା କରିଥିଲେ; ଏହା ପରେ ଟ୍ୟୁନିସିଆର ଟ୍ୟୁନିସ ଯାତ୍ରା କରି ସେଠାରେ ରାଷ୍ଟ୍ରପତି ହବିବ ବୌରଗୁଇବାଙ୍କୁ ଭେଟି ଅସ୍ତ୍ରଶସ୍ତ୍ର ପାଇଁ ୫୦୦୦ ପାଉଣ୍ଡର ଆର୍ଥିକ ସହାୟତା ପାଇଥିଲେ । ଏହା ପରେ ମରୋକ୍କୋ, ମାଲି, ଗୁଏନିଆ, ସିଏରା ଲିଓନ, ଲିବେରିଆ ଓ ସେନେଗାଲ ଗସ୍ତ କରିଥିଲେ ଏବଂ ଲିବେରିଆର ରାଷ୍ଟ୍ରପତି ୱିଲିଅମ ଟ୍ୟୁବମ୍ୟାନ,ଗୁଏନିଆର ରାଷ୍ଟ୍ରପତି ଅହମଦ ସେକୌ ଟୌରେଙ୍କ ଠାରୁ ଆର୍ଥିକ ସହାୟତା ପାଇଥିଲେ ।[୧୦୨] ଆଫ୍ରିକା ଛାଡ଼ି ସେ ଲଣ୍ଡନ ଯାଇ ଅଣ-ଅପାର୍ଥିଡ଼ କାର୍ଯ୍ୟକର୍ତ୍ତା,ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବାମପନ୍ଥୀ ନେତାଙ୍କ ସହ ଭେଟ ହୋଇଥିଲେ ।[୧୦୩] ଇଥିଓପିଆକୁ ଫେରିବା ପରେ ସ୍ୱତନ୍ତ୍ର ଭାବେ ଛଅ ମାସ ଗରିଲା ଯୁଦ୍ଧ କୌଶଳ ଶିଖିବାକୁ ଚାହିଁଥିଲେ ମଧ୍ୟ ଦୁଇ ମାସ ପରେ ଦକ୍ଷିଣ ଆଫ୍ରିକାରୁ ଡାକରା ଆସିବା ଫଳରେ ଫେରିଯାଇଥିଲେ ।[୧୦୪]

କାରାବାସ

ଗିରଫ:୧୯୬୨-୧୯୬୪

ରୋବେନିଆ ଦ୍ୱୀପ:୧୯୬୨-୧୯୮୨

ପୋଲ୍ସମୁର କାରାଗାର:୧୯୮୨-୧୯୮୮

ଭିକ୍ଟର ଭର୍ଷ୍ଟର କାରାଗାର ଓ ଛାଡ଼:୧୯୮୮-୧୯୯୦

ବ୍ୟକ୍ତିଗତ ଓ ସାମାଜିକ ଜୀବନ

ଭାବମୂର୍ତ୍ତି

ରାଜନୈତିକ ଚିନ୍ତାଧାରା

ପରିବାର

ପ୍ରଭାବ

ଆଧାର

  1. ୧.୦ ୧.୧ Mandela 1994, p. 3; Sampson 2011, p. 3; Smith 2010, p. 17.
  2. Mandela 1994, p. 4; Smith 2010, p. 16.
  3. Guiloineau 2002, p. 23; Mafela 2008.
  4. Guiloineau 2002, p. 26; Mafela 2008.
  5. Smith 2010, p. 19.
  6. Mandela 1994, pp. 8–9; Sampson 2011, p. 4; Smith 2010, pp. 21–22.
  7. Mandela 1994, p. 17.
  8. Mandela 1994, pp. 7–8; Sampson 2011, p. 4; Smith 2010, pp. 16, 23–24.
  9. Mandela 1994, p. 15.
  10. Mandela 1994, p. 12; Smith 2010, pp. 23–24.
  11. Mandela 1994, pp. 18–19; Sampson 2011, pp. 5, 7; Smith 2010, p. 24.
  12. Mandela 1994, pp. 20; Sampson 2011, p. 7; Smith 2010, p. 25.
  13. Mandela 1994, pp. 8, 20.
  14. Mandela 1994, pp. 22–25; Sampson 2011, pp. 7–9; Smith 2010, pp. 26–27.
  15. Mandela 1994, pp. 27–29.
  16. Mandela 1994, p. 25; Smith 2010, p. 27.
  17. Mandela 1994, pp. 31–34; Smith 2010, p. 18.
  18. Mandela 1994, pp. 36–42; Sampson 2011, p. 14; Smith 2010, pp. 29–31.
  19. Mandela 1994, pp. 45–47; Sampson 2011, p. 15; Smith 2010, p. 31.
  20. Mandela 1994, pp. 48–50.
  21. Sampson 2011, p. 17.
  22. Mandela 1994, p. 52; Sampson 2011, pp. 17–18; Smith 2010, pp. 31–32.
  23. Mandela 1994, pp. 53–54; Sampson 2011, pp. 18–21; Smith 2010, p. 32.
  24. Mandela 1994, p. 56; Smith 2010, p. 32.
  25. Mandela 1994, pp. 62–65; Sampson 2011, pp. 21, 25; Smith 2010, pp. 33–34.
  26. Mandela 1994, pp. 62–63; Sampson 2011, pp. 24–25; Smith 2010, pp. 33–34.
  27. Mandela 1994, p. 68; Sampson 2011, p. 25; Smith 2010, p. 35.
  28. Mandela 1994, p. 68
  29. Mandela 1994, pp. 70–71; Sampson 2011, p. 26.
  30. Sampson 2011, p. 25.
  31. Mandela 1994, p. 66; Smith 2010, p. 34.
  32. Mandela 1994, pp. 78–86; Sampson 2011, pp. 26–27; Smith 2010, pp. 34–35.
  33. Mandela 1994, pp. 73–76; Sampson 2011, pp. 27–28; Smith 2010, pp. 36–39.
  34. Mandela 1994, pp. 89–94; Sampson 2011, pp. 29–30; Smith 2010, p. 40.
  35. Mandela 1994, pp. 96–101; Sampson 2011, pp. 30–31; Smith 2010, p. 41.
  36. Mandela 1994, pp. 104–105; Sampson 2011, pp. 32–33; Smith 2010, pp. 43, 48.
  37. Mandela 1994, p. 106; Smith 2010, pp. 48–49.
  38. Mandela 1994, pp. 122–123; Sampson 2011, p. 37; Smith 2010, p. 48.
  39. Mandela 1994, p. 100; Sampson 2011, p. 34; Smith 2010, p. 44.
  40. Mandela 1994, pp. 99, 108–110; Sampson 2011, p. 33; Smith 2010, pp. 44–45.
  41. Mandela 1994, pp. 113–116; Sampson 2011, p. 33; Smith 2010, pp. 45–46.
  42. Mandela 1994, pp. 118–119; Sampson 2011, p. 34.
  43. Mandela 1994, pp. 116–117, 119–120; Sampson 2011, p. 33; Smith 2010, p. 47.
  44. Mandela 1994, pp. 122, 126–27; Sampson 2011, p. 34; Smith 2010, p. 49.
  45. Mandela 1994, pp. 127–131; Sampson 2011, pp. 34–35; Smith 2010, pp. 64–65.
  46. Mandela 1994, p. 136; Smith 2010, p. 53.
  47. Mandela 1994, pp. 137–139; Sampson 2011, pp. 38–39; Smith 2010, p. 53.
  48. Mandela 1994, pp. 142–143; Smith 2010, p. 54.
  49. Mandela 1994, pp. 139–143; Sampson 2011, pp. 39–41; Smith 2010, pp. 52–56.
  50. Mandela 1994, pp. 144, 148–149; Sampson 2011, p. 36; Smith 2010, pp. 59–62.
  51. Mandela 1994, pp. 149, 152; Sampson 2011, p. 36; Smith 2010, pp. 60–64.
  52. Mandela 1994, pp. 150, 210; Sampson 2011, p. 36; Smith 2010, p. 67.
  53. Mandela 1994, p. 151; Smith 2010, p. 64.
  54. Mandela 1994, pp. 153–154; Sampson 2011, p. 48; Smith 2010, p. 66.
  55. Mandela 1994, p. 154; Sampson 2011, p. 42.
  56. Mandela 1994, pp. 154–157; Sampson 2011, p. 49; Smith 2010, p. 66.
  57. Mandela 1994, pp. 159–162; Sampson 2011, pp. 51–52; Smith 2010, pp. 70–72.
  58. Mandela 1994, pp. 162–165; Sampson 2011, pp. 53–55; Smith 2010, pp. 72–73.
  59. Sampson 2011, p. 35; Smith 2010, pp. 68–70.
  60. Mandela 1994, p. 168; Sampson 2011, pp. 55–56.
  61. Mandela 1994, pp. 165–167; Sampson 2011, pp. 61–62; Smith 2010, pp. 74–75.
  62. Mandela 1994, p. 176; Sampson 2011, pp. 63–64; Smith 2010, p. 78.
  63. Mandela 1994, pp. 177–172; Sampson 2011, pp. 64–65; Smith 2010, pp. 75–76.
  64. Mandela 1994, p. 165; Smith 2010, p. 77.
  65. Mandela 1994, p. 170; Smith 2010, p. 94.
  66. Mandela 1994, pp. 182–183; Sampson 2011, pp. 66–67; Smith 2010, pp. 77, 80.
  67. Mandela 1994, pp. 183–188; Sampson 2011, p. 69; Smith 2010, pp. 81–83.
  68. Mandela 1994, pp. 188–192; Sampson 2011, p. 68.
  69. Mandela 1994, pp. 194–195; Sampson 2011, pp. 72–73; Smith 2010, p. 85.
  70. Mandela 1994, pp. 195–198; Sampson 2011, pp. 71–72; Smith 2010, pp. 83–84.
  71. Mandela 1994, pp. 199–200, 204; Sampson 2011, p. 73; Smith 2010, p. 86.
  72. Mandela 1994, pp. 205–207, 231; Sampson 2011, pp. 81–82, 84–85; Smith 2010, pp. 116–117.
  73. Mandela 1994, pp. 209–210; Sampson 2011, p. 7; Smith 2010, p. 87.
  74. Mandela 1994, pp. 210–216; Sampson 2011, pp. 77–80; Smith 2010, pp. 87–93.
  75. Mandela 1994, pp. 293–294; Sampson 2011, pp. 76–77; Smith 2010, pp. 95–99, 105–106.
  76. Sampson 2011, p. 92.
  77. Mandela 1994, pp. 218–233, 234–236; Sampson 2011, pp. 82–84; Smith 2010, pp. 120–123.
  78. Mandela 1994, pp. 226–227; Sampson 2011, p. 84; Smith 2010, p. 118.
  79. Mandela 1994, pp. 243–249; Sampson 2011, pp. 87–95; Smith 2010, pp. 118–120, 125–128.
  80. Mandela 1994, pp. 253–274; Sampson 2011, pp. 96–99; Smith 2010, pp. 130–132.
  81. Mandela 1994, p. 275; Sampson 2011, pp. 101–102.
  82. Mandela 1994, p. 296; Sampson 2011, p. 110; Smith 2010, pp. 99–104.
  83. Mandela 1994, pp. 306–311; Sampson 2011, pp. 110–113; Smith 2010, pp. 104, 132–145.
  84. Mandela 1994, pp. 283–292; Sampson 2011, pp. 103–106; Smith 2010, pp. 163–164.
  85. Mandela 1994, pp. 299–305; Sampson 2011, pp. 116–117; Smith 2010, pp. 167–168.
  86. Mandela 1994, pp. 331–334; Sampson 2011, pp. 122–123; Smith 2010, p. 167.
  87. Mandela 1994, pp. 327–330; Sampson 2011, pp. 117–122; Smith 2010, pp. 171–173.
  88. Mandela 1994, pp. 342–346; Sampson 2011, pp. 130–131; Smith 2010, pp. 173–175.
  89. Mandela 1994, pp. 347–357; Sampson 2011, pp. 132–133; Smith 2010, p. 175.
  90. Mandela 1994, pp. 357–364; Sampson 2011, pp. 134–135; Smith 2010, p. 177.
  91. Mandela 1994, pp. 373–374; Sampson 2011, pp. 140–143; Smith 2010, pp. 183–185.
  92. Mandela 1994, pp. 377–380; Sampson 2011, p. 143; Smith 2010, p. 178.
  93. Mandela 1994, pp. 283–287; Sampson 2011, pp. 144–146, 154; Smith 2010, pp. 186–188, 193.
  94. Mandela 1994, pp. 289–291; Sampson 2011, pp. 147–149; Smith 2010, pp. 188–189.
  95. Mandela 1994, pp. 393–396; Sampson 2011, pp. 150–151; Smith 2010, pp. 206–210.
  96. Mandela 1994, pp. 397–398; Sampson 2011, pp. 151–154; Smith 2010, pp. 209–214.
  97. Mandela 1994, pp. 397–409; Sampson 2011, pp. 154–156; Smith 2010, pp. 191, 222–229.
  98. Mandela 1994, pp. 411–412.
  99. Mandela 1994, pp. 413–415; Sampson 2011, pp. 158–159; Smith 2010, pp. 239–246.
  100. Mandela 1994, pp. 418–425; Sampson 2011, pp. 160–162; Smith 2010, pp. 251–254.
  101. Mandela 1994, pp. 427–432; Sampson 2011, pp. 163–165; Smith 2010, pp. 255–256.
  102. Mandela 1994, pp. 432–440; Sampson 2011, pp. 165–167; Smith 2010, pp. 256–259.
  103. Mandela 1994, pp. 441–443; Sampson 2011, pp. 167–169; Smith 2010, pp. 259–261.
  104. Mandela 1994, pp. 443–445; Sampson 2011, pp. 169–170; Smith 2010, pp. 261–262.

ସହାୟକ ଗ୍ରନ୍ଥ ସୂଚୀ

  • Guiloineau, Jean; Rowe, Joseph (2002). Nelson Mandela: The Early Life of Rolihlahla Mandiba. Berkeley: North Atlantic Books. pp. 9–26. ISBN 1-55643-417-0. {{cite book}}: Invalid |ref=harv (help)
  • Mandela, Nelson (1994). Long Walk to Freedom Volume I: 1918–1962. Little, Brown and Company. ISBN 978-0754087236. {{cite book}}: Invalid |ref=harv (help)
  • Mandela, Nelson (2004) [1994]. Long Walk to Freedom Volume II: 1962–1994 (large print edition). London: BBC AudioBooks and Time Warner Books Ltd. ISBN 978-0754087243. {{cite book}}: Invalid |ref=harv (help)
  • Meredith, Martin (2010). Mandela: A Biography. New York: PublicAffairs. ISBN 978-1586488321. {{cite book}}: Invalid |ref=harv (help)
  • Sampson, Anthony (2011) [1999]. Mandela: The Authorised Biography. London: HarperCollins. ISBN 978-0007437979. {{cite book}}: Invalid |ref=harv (help)
  • Smith, David James (2010). Young Mandela. London: Weidenfeld & Nicolson. ISBN 978-0297855248. {{cite book}}: Invalid |ref=harv (help)

ବାହ୍ୟ ଆଧାର

ଛାଞ୍ଚ:Link FA ଛାଞ୍ଚ:Link FA ଛାଞ୍ଚ:Link FA ଛାଞ୍ଚ:Link GA ଛାଞ୍ଚ:Link GA ଛାଞ୍ଚ:Link FA