"କେନ୍ଦୁଝର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେNo edit summary |
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ଦ୍ଵାରା ଯୋଡ଼ାଅଛି) |
||
୧୨୫ କ ଧାଡ଼ି: | ୧୨୫ କ ଧାଡ଼ି: | ||
{{ଓଡ଼ିଶାର ସହର}} |
{{ଓଡ଼ିଶାର ସହର}} |
||
{{ଓଡ଼ିଶା}} |
{{ଓଡ଼ିଶା}} |
||
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ--> |
|||
[[ଶ୍ରେଣୀ:କେନ୍ଦୁଝର ଜିଲ୍ଲା]] |
[[ଶ୍ରେଣୀ:କେନ୍ଦୁଝର ଜିଲ୍ଲା]] |
||
[[de:Kendujhar (Stadt)]] |
୦୮:୪୫, ୨୦ ଅପ୍ରେଲ ୨୦୧୩ ଅନୁସାରେ କରାଯାଇଥିବା ବଦଳ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
କେନ୍ଦୁଝର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକସଭା | କେନ୍ଦୁଝର |
ଜିଲ୍ଲା | କେନ୍ଦୁଝର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନସଭା | କେନ୍ଦୁଝର |
Population (୨୦୦୧) | |
• Total | ୫୧,୮୩୨ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୮ ୦୦୧ |
ତାର (ଏସ.ଟି.ଡ଼ି.) | +୦୬୭୬୬ |
ଯାନବାହାନ ପଞ୍ଚୀକରଣ | OR/୦୯ |
Website | Official website |
କେନ୍ଦୁଝର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ସଦର ମହକୁମା ଓ ଏକ ମୁଖ୍ୟ ସହର । ଏହି ସହର ଓଡିଶାର ରାଜଧାନୀ ଭୁବନେଶ୍ଵରଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, ସାନଘାଗରା ଜଳପ୍ରପାତ, ବଡ଼ଘାଗରା ଜଳପ୍ରପାତ, ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନ ସବୁ ଅଛି । ଏହି ସହର ବିପ୍ଳବୀ ଧରଣୀଧର ଭୂୟାଁ ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି ।
ଇତିହାସ
ଆରମ୍ଭରୁ କେନ୍ଦୁଝର ସହରହିଁ ଜିଲ୍ଲାର ମୂଖ୍ୟ ପ୍ରଶାସନିକ କେନ୍ଦ୍ର ରହି ଆସିଛି । ୧୨ଶ ଶତାବ୍ଦୀର ମଧ୍ୟଭାଗରେ ଖିଚିଂଠାରୁ ଅଲଗା ହେବାପରଠାରୁ ଭଞ୍ଜବଂଶର ରାଜମାନେ ଏହିଠାରୁହିଁ ରାଜ୍ୟର ଶାସନକାର୍ଯ୍ୟ ଚଳାଇଆସୁଥିଲେ । ଖିଚିଂଠାରୁ ଅଲଗା ହେବା ପରେ ରାଜା ଶ୍ରୀ ଜ୍ୟୋତି ଭଞ୍ଜ ଏହାର ଶାସନଭାର ଗ୍ରହଣ କରନ୍ତି । କାଳକ୍ରମେ ଯେଉଁ ଯେଉଁ ରାଜାମାନେ କେନ୍ଦୁଝରର ଶାସକ ହୋଇଥିଲେ ନିମ୍ନରେ ତାଙ୍କର ତାଲିକା ଦିଆଗଲା ।
- ଶ୍ରୀ ଜଗନ୍ନାଥ ଭଞ୍ଜ (୧୬୮୮-୧୭୦୦)
- ଶ୍ରୀ ରଘୁନାଥ ଭଞ୍ଜ (୧୭୦୦-୧୭୧୯)
- ଶ୍ରୀ ଗୋପୀନାଥ ଭଞ୍ଜ (୧୭୧୯-୧୭୩୬)
- ଶ୍ରୀ ନରସିଂହ ନାରାୟଣ ଭଞ୍ଜ (୧୭୩୬-୧୭୫୭)
- ଶ୍ରୀ ଧନେଶ୍ଵର ନାରାୟଣ ଭଞ୍ଜ (୧୭୫୭-୧୭୫୮)
- ଶ୍ରୀ ଜଗତେଶ୍ଵର ନାରାୟଣ ଭଞ୍ଜ (୧୭୫୮-୧୭୬୨)
- ଶ୍ରୀ ପ୍ରତାପ ବଳଭଦ୍ର ଭଞ୍ଜ (୧୭୬୪-୧୭୯୨ ଅଥବା ୧୭୬୨-୧୭୯୭)
- ଶ୍ରୀ ଜନାର୍ଦ୍ଦନ ଭଞ୍ଜ (୧୭୯୪-୧୮୨୫ ଅଥବା ୧୭୯୭-୧୮୩୨)
- ଶ୍ରୀ ଗଦାଧର ନାରାୟଣ ଭଞ୍ଜଦେଓ (୧୮୨୫-୧୮୬୧ ଅଥବା ୧୮୩୨-୧୮୬୧)
- ଶ୍ରୀ ଧନୁର୍ଯୟ ନାରାୟଣ ଭଞ୍ଜଦେଓ (୧୮୬୧-୧୯୦୫)
- ଶ୍ରୀ ଗୋପୀନାଥ ନାରାୟଣ ଭଞ୍ଜଦେଓ (୧୯୦୫-୧୯୨୬)
- ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଓ (୧୯୨୬-୧୯୪୮)
ବିପ୍ଳବୀ ଧରଣୀଧରଙ୍କର ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା ।
ଭୂଗୋଳ
କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡିଆ ଚତୁପାର୍ଶ୍ଵ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।
୨୦୦୧ ଜନଗଣନା ଅନୁଯାୟୀ ସହରର ମୋଟ ଜନସଂଖ୍ୟା ୫୧,୮୩୨ ଥିଲା ।
ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ
- ଜିଲ୍ଲା ମୁଖ୍ୟ ଗ୍ରନ୍ଥାଳୟ
କେନ୍ଦୁଝର ସହରର ଏହି ଗ୍ରନ୍ଥାଳୟଟି ୧୯୭୭ ମସିହାରୁ କାର୍ଯ୍ୟ କରିଆସୁଛି । ଉପଲବ୍ଧ ଗ୍ରନ୍ଥପଞ୍ଜି ଅନୁସାରେ, ଏହି ଗ୍ରନ୍ଥାଳୟରେ ମୋଟ ୧୦୮୭୦ଟି ପୁସ୍ତକ ରହିଛି । ଏହି ଗ୍ରନ୍ଥାଳୟ ସୋମବାର ବ୍ୟତୀତ ଅନ୍ୟ ସବୁଦିନେ ଦିନ ୧୧ଟା ଠାରୁ ସନ୍ଧ୍ୟା ୬ଟା ଯାଏ ଖୋଲାରହେ ।
- ଜିଲ୍ଲା ସଂଗ୍ରହାଳୟ
ଏହା କେନ୍ଦୁଝରର ପୁରୁଣା ବଜାରରେ ଥିବା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଅବସ୍ଥିତ । ଏହି ସଂଗ୍ରହାଳୟର ଏକ ଶାଖା ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ମଧ୍ୟ ରହିଛି ।
ଦର୍ଶନୀୟ ସ୍ଥାନ
- ବଳଦେବଜୀଉ ମନ୍ଦିର
ଓଡିଶାର ଇଷ୍ଟଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଏହି ସୁଦୃଶ୍ୟ ମନ୍ଦିରଟି କେନ୍ଦୁଝରର ପୁରୁଣା ବଜାର ଅଞ୍ଚଳରେ ଅବସ୍ଥିତ । ପ୍ରତିବର୍ଷ ଏଠାରେ ମହା ସମାରୋହରେ ଶ୍ରୀ ଜୀଉଙ୍କର ରଥଯାତ୍ରା ପାଳନ କରାଯାଏ । ଏହି ମନ୍ଦିରର ଅନତି ଦୂରରେ ବଣଜଙ୍ଗଲ ଘେରା ସିଦ୍ଧମଠ ଠାରେ ସିଦ୍ଧକାଳୀଙ୍କର ମନ୍ଦିର ଅଛି ।
ସହର ଉପକଣ୍ଠରେ, ମାତ୍ର ୬କି.ମି. ଦୂରତାରେ ଥିବା ଏହି ଜଳପ୍ରପାତଟି ଏକ ଅତ୍ୟନ୍ତ ମନୋରମ ସ୍ଥାନ । ୧୦୦ଫୁଟ ଉଚ୍ଚତାର ଏହି ପ୍ରପାତ ନିକଟରେ ବର୍ଷସାରା ଜନଗହଳି ଲାଗିରହିଥାଏ । ଏଠାରେ ଏକ କୃତ୍ରିମ ଜଳଭଣ୍ଡାର ନିର୍ମାଣ କରାଯାଇ ପର୍ଯ୍ୟଟକ ମାନଙ୍କପାଇଁ ନୌ-ବିହାରର ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ପ୍ରମୋଦ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ/ଫଳ ବୃକ୍ଷମାନ ଲଗାଯାଇଛି ।
ସହରରୁ ମାତ୍ର ୯କି.ମି. ଦୂରତାରେ ଅବସ୍ଥିତ ଏହା ଅନ୍ୟ ଏକ ମନୋରମ ଜଳପ୍ରପାତ । ଏହାର ଉଚ୍ଚତା ୨୦୦ଫୁଟ ଅଟେ ।[୧]
ଶିକ୍ଷା
- ମହାବିଦ୍ୟାଳୟ
- ଧରଣୀଧର ମହାବିଦ୍ୟାଳୟ
- ଓଡିଶା ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ
- ସରକାରୀ ମହିଳା ମହାବିଦ୍ୟାଳୟ
- କେନ୍ଦୁଝର ଆଇନ ମହାବିଦ୍ୟାଳୟ
- ବିଦ୍ୟାଳୟ
- ଧନୁର୍ଯୟ ନାରାୟଣ (ଡି.ଏନ.) ଉଚ୍ଚ ବିଦ୍ୟାଳୟ
- ନରସିଂହ ସ୍ଵାଇଁ (ଏନ.ଏସ.) ପୋଲିସ ଉଚ୍ଚ ବିଦ୍ୟାଳୟ
- କେନ୍ଦ୍ରୀୟ ବିଦ୍ୟାଳୟ
- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ରାଜନୀତି
କେନ୍ଦୁଝର ବିଧାନସଭା ଆସନରୁ ଶ୍ରୀ ସୁବର୍ଣ୍ଣ ନାଏକ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କେନ୍ଦୁଝର ଲୋକସଭା ଆସନରୁ ଶ୍ରୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ନିର୍ବାଚିତ ହୋଇ ସାଂସଦ ଭାବେ ଜିଲ୍ଲାର ପ୍ରତିନିଧିତ୍ଵ କରୁଛନ୍ତି ।[୨]
ପରିବହନ ଓ ଯୋଗାଯୋଗ
ଜାତୀୟ ରାଜପଥ ନଂ୦୬ ଏବଂ ୨୧୫ ଏହି ସହରର ପରିବହନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ଦୁଇ ରାଜପଥ ସହରର ମଧ୍ୟଭାଗ ଦେଇ ଯାଇଛନ୍ତି । ୨୦୦୮-୦୯ ରୁ ଏହି ସହରରୁ ରେଳ ପରିବହନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରକୁ ପ୍ରତିଦିନ ନିୟମିତ ଭାବରେ ଯାତ୍ରୀବାହୀ ରେଳ ଚାଲୁଅଛି ।