"ରାସାୟନିକ ମୌଳିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"thumb|ସଲ୍‌ଫର୍‌ ସ୍ପଟିକ File:Brom amp.jpg|thumb|ବ୍ରୋମିନ ହ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୭:୨୬, ୧୮ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ସଲ୍‌ଫର୍‌ ସ୍ପଟିକ
ବ୍ରୋମିନ ହେଉଛି ଏକ ତରଳ ମୌଳିକ

ଏକ ପ୍ରକାରର ପରମାଣୁ ବହନ କରୁଥିବା ବସ୍ତୁକୁ ମୌଳିକ କୁହାଯାଏ । କୌଣସି ବସ୍ତୁର ଗୁଣ ବହନ କରୁଥିବା କ୍ଷୁଦ୍ରତମ କଣିକା ହେଉଛି ମୌଳିକ । କୌଣସି ବସ୍ତୁରେ ଏକାଧିକ ପ୍ରକାରର ପରମାଣୁ ଥିଲେ ତାହାକୁ ଯୌଗିକ କୁହାଯାଏ । ମୌଳିକ କଠିନ, ତରଳ କିମ୍ବା ଗ୍ୟାସ୍‌ ହୋଇପାରେ । ମୌଳିକର କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ । ପରମାଣୁ ଗୁଡ଼ିକ ପ୍ରୋଟନ୍‌, ନ୍ୟୁଟ୍ରନ୍ ଓ ଇଲେକ୍‌ଟ୍ରନ୍‌କୁ ନେଇ ଗଠିତ ।

ଗୋଟିଏ ମୌଳିକରେ ଗୋଟିଏ ପ୍ରକାରର ପରମାଣୁ ଥାଆନ୍ତି । ପରମାଣୁରେ ଥିବା ପ୍ରୋଟନ୍‌ ବା ଇଲେକ୍‌ଟ୍ରନ୍‌ ସଂଖ୍ୟାକୁ ଏହାର ପରମାଣୁ ସଂଖ୍ୟା ବା କ୍ରମାଙ୍କ କୁହାଯାଏ । ଦୃଷ୍ଟାନ୍ତ ସ୍ୱରୂପ, ୬ଟି ପ୍ରୋଟନ୍‌ ଥିବା ପରମାଣୁ ଗୁଡ଼ିକ ଅଙ୍ଗାରକର ଓ ୯୨ଟି ପ୍ରୋଟନ୍‌ ଥିବା ପରମାଣୁ ଗୁଡ଼ିକ ହେଉଛି ୟୁରାନିୟମ୍‌ର ।

ସମସ୍ତ ବସ୍ତୁର ମୂଳ ହେଉଛି ମୌଳିକ । ଏମାନେ ମିଶି ଅଣୁ ଗଠନ କରନ୍ତି ।

ମୌଳିକମାନଙ୍କର ପର୍ଯ୍ୟାୟ ସାରଣୀ

ଆଜି ପର୍ଯ୍ୟନ୍ତ ୧୧୮ଟି ମୌଳିକ ଆବିଷ୍କାର କରାଯାଇଛି ।ତନ୍ମଧ୍ୟରୁ ୯୨ଟି ମୌଳିକ ପ୍ରକୃତିରୁ ମିଳେ ଏବଂ ମାନବ ଶରୀର ୨୬ଟି ମୌଳିକକୁ ନେଇ ଗଠିତ । ଅନ୍ୟଗୁଡ଼ିକ ଗବେଷଣାଗାରରେ ପ୍ରସ୍ତୁତ କରାଯାଏ । ୧୭୮୯ରେ ଶେଷ ପ୍ରାକୃତିକ ମୌଳିକ ଭାବେ ୟୁରାନିୟମ୍‌ ଆବିଷ୍କାର କରଯାଇଥିଲା । ୧୯୩୭ରେ ପ୍ରଥମ କୃତ୍ରିମ ମୌଳିକ ଟେକ୍ନେଟିୟମ୍‌ ପ୍ରସ୍ତୁତ କରାଯାଇଥିଲା ।

ରାସାୟନିକ ମୌଳିକମାନଙ୍କୁ ପର୍ଯ୍ୟାୟ ସାରଣୀରେ ସଜାଯାଇଥାଏ । ସାରଣୀରୁ ମୌଳିକ ମାନଙ୍କର ଗୁଣ ଓ ଅନ୍ୟ ମୌଳିକ ମାନଙ୍କ ସହ ତୁଳନା ଜଣା ପଡ଼ିଥାଏ ।

ପ୍ରତୀକ

ମୌଳିକମାନଙ୍କୁ ଅନନ୍ୟ ପ୍ରତୀକ ଦିଆଯାଇଥାଏ । ସାରା ବିଶ୍ୱରେ ଏଗୁଡ଼ିକ ବ୍ୟବହାର କରାଯାଇଥାଏ । ଅର୍ଥାତ୍‌, ଯେକୌଣସି ଭାଷାରେ ମଧ୍ୟ କୌଣସି ପ୍ରତୀକର ଅର୍ଥ ସମାନ । କୌଣସି ମୌଳିକର ପ୍ରତୀକ ଇଂରାଜୀ କିମ୍ବା ଲାଟିନ୍‌ ନାମରୁ ଆସିଥାଏ । ଯଥା, ଅଙ୍ଗାରକ(Carton-ଇଂରାଜୀ)ର ପ୍ରତୀକ ହେଉଛି 'C' ଓ ସୋଡ଼ିଅମ୍‌(Natrium-ଲାଟିନ୍‌)ର ପ୍ରତୀକ ହେଉଛି 'Na'। ଜର୍ମାନ୍‌ ନାମ ୱଲ୍‌ଫ୍ରାମ୍‌ (wolfram)ରୁ ଟଙ୍ଗଷ୍ଟନ୍‌ର ପ୍ରତୀକ ହେଉଛି 'W'। କିଛି ପ୍ରତୀକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ, ଯଥା ଆଲବର୍ଟ ଆଇନଷ୍ଟାଇନଙ୍କ ନାମରେ ଆଇନଷ୍ଟାନିଅମ୍‌ ।

ଯୌଗିକ

ମୌଳିକମାନେ ମିଶି ବା ପ୍ରତିକ୍ରିୟା କରି ଯୌଗିକ ଗଠନ କରନ୍ତି (ଯଥା ଜଳ, ଲବଣ, ଅକ୍ସାଇଡ୍‌ ଓ ଜୈବଯୌଗିକ) । ଯୌଗିକମାନଙ୍କର ନିଜସ୍ୱ ଗଠନ ଓ ଗୁଣଧର୍ମ ରହିଥାଏ । ଗଠିତ ମୌଳିକ ମାନଙ୍କର ଗୁଣଠାରୁ ଯୌଗିକର ଗୁଣ ଅଲଗା ହୋଇପାରେ । ସୋଡ଼ିଅମ୍‌ ଏକ ଦହନଶୀଳ ଧାତୁ ଓ କ୍ଲୋରିନ୍‌ ଏକ ବିଷାକ୍ତ ଗ୍ୟାସ୍‌ । ଉଭୟେ ପ୍ରତିକ୍ରିୟା କରିଲେ ଖାଇବାଯୋଗ୍ୟ ସୋଡ଼ିଅମ୍‌ କ୍ଲୋରାଇଡ଼୍‌ (ଲୁଣ) ତିଆରି ହୁଏ ।

ମିଶ୍ରଣ

କିଛି ମୌଳିକ, ବିଶେଷତଃ ଧାତବ ମୌଳିକ ଅନିର୍ଦ୍ଦିଷ୍ଟ ଅନୁପାତରେ ମିଶି ମିଶ୍ରଣ ଗଠନ କରନ୍ତି । ଏଗୁଡ଼ିକ ଯୌଗିକ ନୁହନ୍ତି । ଏହାକୁ ମିଶ୍ରଣ କୁହାଯାଏ ।

ସମସ୍ତାନିକ

ଗୋଟିଏ ମୌଳିକର ପରମାଣୁର ନାଭି ବା ନ୍ୟୁକ୍ଲିୟସ୍‌ରେ ଭିନ୍ନ ସଂଖ୍ୟାର ନ୍ୟୁଟ୍ରନ୍‌ ଥିଲେ ଏଗୁଡ଼ିକୁ ମୌଳିକର ବିଭିନ୍ନ ସମସ୍ତାନିକ କୁହାଯାଏ । ଯେମିତି ଅଙ୍ଗାରକର ଗୋଟିଏ ସାଧାରଣ ସମସ୍ତାନିକ ହେଉଛି ଅଙ୍ଗାରକ-୧୪ । ଏହା ତେଜଷ୍କ୍ରିୟ ଅଟେ ଓ ଅଙ୍ଗାରକର-୧୨ ଠାରୁ ୨ଟି ଅଧିକ ନ୍ୟୁଟ୍ରନ୍‌ ଧାରଣ କରେ ।


ଅନ୍ୟାନ୍ୟ ପୃଷ୍ଟା

  • ପର୍ଯ୍ୟାୟ ସାରଣୀ

ଆଧାର

ଛାଞ୍ଚ:Link GA