"ନୂରଜାହାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Aditya Mahar (ଆଲୋଚନା | ଅବଦାନ) |
Aditya Mahar (ଆଲୋଚନା | ଅବଦାନ) +ଶ୍ରେଣୀ:୧୫୭୭ ଜନ୍ମ; +ଶ୍ରେଣୀ:୧୬୪୫ ମୃତ୍ୟୁ using HotCat |
||
୩୨ କ ଧାଡ଼ି: | ୩୨ କ ଧାଡ଼ି: | ||
*http://www.kahany.com/writing/0198nurjahan.shtml |
*http://www.kahany.com/writing/0198nurjahan.shtml |
||
{{ମୁଣ୍ଡିଆ}} |
{{ମୁଣ୍ଡିଆ}} |
||
[[ଶ୍ରେଣୀ:୧୫୭୭ ଜନ୍ମ]] |
|||
[[ଶ୍ରେଣୀ:୧୬୪୫ ମୃତ୍ୟୁ]] |
|||
[[bn:নূর জাহান]] |
[[bn:নূর জাহান]] |
୧୮:୨୩, ୧୦ ଜାନୁଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ
ବେଗମ ନୂରଜାହାନ | |
---|---|
ମୋଗଲ ସାମ୍ରାଜ୍ଞୀ
| |
ଜୀବନସାଥୀ | Sher Afghan Quli Khan Jahangir |
ସନ୍ତାନସନ୍ତତିଗଣ | |
Mehr-Un-Nisaa | |
ବଂଶ | Timurid |
ବାପା | Mirza Ghias Beg |
ମାଆ | Asmat Begum |
ଜନ୍ମ | 31 may 1577 Kandahar, Mughal Empire |
ମୃତ୍ୟ | 17 December 1645 ଲାହୋର, ମୋଗଲ ସାମ୍ରାଜ୍ୟ |
ସମାଧି | Shahdara Bagh, Lahore |
ଧର୍ମ | ଶିଆ ଇସଲାମ |
ନୂରଜାହାନ ହେଉଛନ୍ତି ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କର ପତ୍ନୀ । ନୂରଜାହାନଙ୍କର ପିଲାଦିନର ନାମ ଥିଲା ମେହେର-ଉନ୍ନିସା । ତାନକ ପିତା ମିର୍ଜା ଗିୟାସ ବେଗ ଆକବରଙ୍କ ରାଜତ୍ଵ କାଳରେ ପାରସ୍ୟ ଦେଶରୁ ଭାରତକୁ ପଳେଇଆସି ଆକବରଙ୍କ ଦରବାରରେ ଚାକିରି କରୁଥିଲେ ।
ଜାହାଙ୍ଗୀରଙ୍କ ସହ ବିବାହ
ତାଙ୍କ ପିତା ମେହେର-ଉନ୍ନିସାଙ୍କୁ ଆଲିକୁଲି ନାମକ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରେଇଥିଲେ । ଜାହାଙ୍ଗୀରଙ୍କ ରାଜତ୍ଵର ଆରମ୍ଭରେ ଆଲିକୁଲି ବର୍ଦ୍ଧ ମାନଙ୍କର ଜାଗିରଦାର ନିଯୁକ୍ତି ହେଲେ ଓ ତାଙ୍କର ଉପାଧୀ ଶେର ଆଫଗାନ ରଖାଗଲା । ଶେର ଆଫଗାନ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି ଶୁଣି ଜାହାଙ୍ଗୀର ତାଙ୍କୁ ଦମନ କରିବା ପାଇଁ ବଙ୍ଗର ଶାସନକର୍ତ୍ତା କୁତବୁଦ୍ଦିନଙ୍କୁ ପଠେଇଲେ । ଶେର ଆଫଗାନ କୁତବୁଦ୍ଦିନଙ୍କୁ ହତ୍ୟା କଲେ ମଧ୍ୟ କୁତବୁଦ୍ଦିନଙ୍କର ଅନୁଚରମାନଙ୍କ ଦ୍ଵାରା ନିହତ ହେଲେ । ମେହେର-ଉନ୍ନିସା ଓ ତାଙ୍କ କ୍ନ୍ୟାଙ୍କୁ ରାଜଧାନୀକୁ ନିଆଯାଇ ମୋଗଲ ରାଜପ୍ରସାଦରେ ରଖାଗଲା। ଏହାର ଚାରିବର୍ଷ ପରେ ଜାହାଙ୍ଗୀର ୧୬୧୧ ଖ୍ରୀଷ୍ଟାବ୍ଦରେ ମେହେର-ଉନ୍ନିସାଙ୍କର ଅସାମାନ୍ୟ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାହାଙ୍କୁ ବିବାହ କରିଥିଲେ ।[୧]ବିବାହ ପରେ ଜାହାଙ୍ଗୀର ମେହେର-ଉନ୍ନିସାଙ୍କ ନାମ ନୁରମହଲ (ପ୍ରାସାଦର ଆଲୋକ) ରଖିଲେ । [୨]ପରେ ତାଙ୍କୁ ନୂରଜାହାନ ( ଜଗତର ଖ୍ୟାତି) ନାମ ଦିଆଗଲା। [୩]
ମୋଗଲ ସାମ୍ରାଜ୍ୟ
ନୂରଜାହାନ ସୁନ୍ଦରୀ, ବୁଦ୍ଧିମତୀଓ ଗୁଣବତୀ ଥିଲେ । ତାଙ୍କ ଠାରେ ଉଚ୍ଚାଭିଳାଷ ପୁରି ରହିଥିଲା । ସାମ୍ରାଜ୍ଞୀ ହେବା ପରେ ସେ ଜାହାଙ୍ଗୀରଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଥିଲେ । ଜାହାଙ୍ଗୀର ମ୍ଦ୍ୟପାନ ଓ ବିଳାସ ବ୍ୟସନରେ କାଳାତିପାତ କରିବାରୁ ନୂରଜାହାନ ଶାସନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ସର୍ବେସର୍ବା ହୋଇଉଠିଲେ । ସେ ତାନକ ପିତା ମିର୍ଜାଗିୟାସ ବେଗ ଓ ଭ୍ରାତା ଆସଫ ଖାଁଙ୍କୁ ଉଚ୍ଚ କାର୍ଯ୍ୟରେ ନିଯୁକ୍ତ କରିଥିଲେ । ରାଜଦରବାର ରେ ବସି ଜାହାଙ୍ଗୀରଙ୍କ ସହିତ ରାଜକାର୍ଯ୍ୟ ପରିଚାଲନା କରୁଥିଲେ । ମୁଦ୍ରାମାନଙ୍କରେ ଜାହାଙ୍ଗୀରଙ୍କ ସହିତ ତାଙ୍କ ସ୍ଥାନ ପାଇଥିଲା । [୪] ଜୀବନର ଶେଷଭାଗରେ ଜାହାଙ୍ଗୀରଙ୍କ କାଶ୍ମୀର ସୁରମ୍ୟ ଉପତ୍ୟକାରେ ଭୋଗବିଳାସରେ କାଲାତିପାତ କରିବାରୁ ନୂରଜାହାନ ସମସ୍ତ ଶାସନ ଦାୟିତ୍ଵ ବହନ କରିଥିଲେ । ନୂରଜାହାନଙ୍କ କ୍ଷମତା ଓ ପ୍ରତିପତ୍ତି ବୃଦ୍ଧି ପାଇବାରୁ ଅମୀରମାନେ ଉତ୍ତ୍ୟକ୍ତ ହୋଇଥିଲେ । ଜାହାଙ୍ଗୀରଙ୍କର କନିଷ୍ଠ ପୁତ୍ର ଶାହରିୟରଙ୍କ ସହିତ ଶେର ଆଫଗାନଙ୍କ ଔରଷରୁ ଜାତ ନିଜର କନ୍ୟାକୁ ବିବାହ କରେଇ ଜାହାଙ୍ଗୀରଙ୍କ ଅନ୍ତେ ଶାହରିୟରଙ୍କୁ ସମ୍ରାଟ କରିବା ପାଇଁ ନୂରଜାହାନ ସ୍ଥିର କରିଥିଲେ । ଫଲରେ ଯୁବରାଜ ଖୁରମ ଓ ସେନାପତି ମହବତ ଖାଁ ବିଦ୍ରୋହ କରିଥିଲେ । ଜାହାଙ୍ଗୀରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର କ୍ଷମତା ଅପ୍ରତିହତ ରହିଥିଲା । ତାଙ୍କର ମୃତ୍ୟୁପରେ ନୂରଜାହାନ ରାଜକୋଷରୁ ବୃତ୍ତିପାଇ ୧୬୪୫ ରେ ମୃତ୍ୟୁ ପର୍ଯ୍ୟନ୍ତ ସମୟ କଟାଇଥିଲେ । [୫][୬]
ମୃତ୍ୟୁ
ଆଧାର
- ↑ http://www.indianetzone.com/47/nur_jahan.htm
- ↑ http://www.womeninworldhistory.com/heroine11.html
- ↑ http://ebook-download-now.com/g/download/0195074882/Nur-Jahan:-Empress-of-Mughal-India/
- ↑ http://persian.packhum.org/persian/main?url=pf%3Ffile%3D00702015%26ct%3D304%26rqs%3D181
- ↑ http://www.indianetzone.com/47/nur_jahan.htm
- ↑ http://www.womeninworldhistory.com/heroine11.html
ବାହାର ତଥ୍ୟ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |