"ପ୍ରଣବ ମୁଖାର୍ଜୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.1) (Robot: Adding la:Pranab Mukherjee
ଟିକେ r2.7.3rc2) (Robot: Adding da:Pranab Mukherjee
୧୩୨ କ ଧାଡ଼ି: ୧୩୨ କ ଧାଡ଼ି:
[[ca:Pranab Mukherjee]]
[[ca:Pranab Mukherjee]]
[[cs:Pranáb Mukherdží]]
[[cs:Pranáb Mukherdží]]
[[da:Pranab Mukherjee]]
[[de:Pranab Mukherjee]]
[[de:Pranab Mukherjee]]
[[dv:ޕްރަނާބް މުކަރްޖީ]]
[[dv:ޕްރަނާބް މުކަރްޖީ]]

୧୪:୨୬, ୭ ଡିସେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

ପ୍ରଣବ ମୁଖାର୍ଜୀ
ଭାରତ ଅର୍ଥନୈତିକ ସମ୍ମିଳନି, ନୂଆ ଦିଲ୍ଲୀ (୨୦୦୯)ରେ ପ୍ରଣବ ମୁଖାର୍ଜୀ
ଭାରତର ରାଷ୍ଟ୍ରପତି
ନିର୍ବାଚିତ
Taking office
୨୫ ଜୁଲାଇ ୨୦୧୨
ପ୍ରଧାନ ମନ୍ତ୍ରୀମନମୋହନ ସିଂହ
ପୂର୍ବ ଅଧିକାରୀପ୍ରତିଭା ପାଟିଲ
ବିତ୍ତ ମନ୍ତ୍ରୀ
କାର୍ଯ୍ୟକାଳ
୨୪ ଜାନୁଆରୀ ୨୦୦୯ – ୨୬ ଜୁନ ୨୦୧୨
ପ୍ରଧାନ ମନ୍ତ୍ରୀମନମୋହନ ସିଂହ
ପୂର୍ବ ଅଧିକାରୀମନମୋହନ ସିଂହ
ପର ଅଧିକାରୀମନମୋହନ ସିଂହ
କାର୍ଯ୍ୟକାଳ
୧୫ ଜାନୁଆରୀ ୧୯୮୨ – ୩୧ ଡିସେମ୍ବର ୧୯୮୪
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ରାଜିବ ଗାନ୍ଧୀ
ପୂର୍ବ ଅଧିକାରୀରାମସ୍ଵାମୀ ଭେଙ୍କଟରମଣ
ପର ଅଧିକାରୀବିଶ୍ୱନାଥ ପ୍ରତାପ ସିଂହ
ବୈଦେଶିକ ମନ୍ତ୍ରୀ
କାର୍ଯ୍ୟକାଳ
୧୦ ଫେବୃଆରୀ ୧୯୯୫ – ୧୬ ମଇ ୧୯୯୬
ପ୍ରଧାନ ମନ୍ତ୍ରୀପି.ଭି. ନରସିଂହ ରାଓ
ପୂର୍ବ ଅଧିକାରୀଦିନେଶ ସିଂହ
ପର ଅଧିକାରୀଅଟଳ ବିହାରୀ ବାଜପେୟୀ
ରକ୍ଷା ମନ୍ତ୍ରୀ
କାର୍ଯ୍ୟକାଳ
୨୨ ମଇ ୨୦୦୪ – ୨୬ ଅକ୍ଟୋବର ୨୦୦୬
ପ୍ରଧାନ ମନ୍ତ୍ରୀମନମୋହନ ସିଂହ
ପୂର୍ବ ଅଧିକାରୀଜର୍ଜ ଫର୍ଣ୍ଣାଣ୍ଡେଜ
ପର ଅଧିକାରୀଏ. କେ. ଆଣ୍ଟୋନି
Deputy Chairperson of the Planning Commission
କାର୍ଯ୍ୟକାଳ
୨୪ ଜୁନ ୧୯୯୧ – ୧୫ ମଇ ୧୯୯୬
ପ୍ରଧାନ ମନ୍ତ୍ରୀପି.ଭି. ନରସିଂହ ରାଓ
ପୂର୍ବ ଅଧିକାରୀମୋହନ ଧାରିଆ
ପର ଅଧିକାରୀମଧୁ ଦଣ୍ଡବତେ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ପ୍ରଣବ କୁମାର ମୁଖାର୍ଜୀ

(1935-12-11) ୧୧ ଡିସେମ୍ବର ୧୯୩୫ (ବୟସ ୮୮)
Mirati, British India
(now India)
ରାଜନୀତିକ ଦଳIndian National Congress (Before 1986; 1989–present)
Rashtriya Samajwadi Congress (1986–1989)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
United Front (1996–2004)
United Progressive Alliance (2004–present)
ଜୀବନ ସାଥୀଶୁଭ୍ରା ମୁଖାର୍ଜୀ (1957–present)
ସନ୍ତାନଶର୍ମିଷ୍ଠା
Abhijit
Indrajit
ଶିକ୍ଷାନୁଷ୍ଠାନକଲିକତା ବିଶ୍ଵବିଦ୍ୟାଳୟ
Awardsପଦ୍ମ ବିଭୁଷଣ (୨୦୦୮)
Presidential styles of
Pranab Mukherjee
Reference styleHis Excellency Pranab Mukherjee, President of the Republic of India
Spoken stylePresident Mukherjee
Alternative styleMister President

ପ୍ରଣବ ମୁଖାର୍ଜୀ ଜଣେ ରାଜନେତା । ସେ ଭାରତର ୧୩ଶ ରାଷ୍ଟ୍ରପତି ଭାବେ ଦାୟିତ୍ଵ ନିର୍ବାହ କରିବେ ।[୧]୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ଏକ ମଫସଲ ଗ୍ରାମ ମିରାଟି ଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ।ତାଙ୍କ ବାପା ନାମ କଦମ କିଙ୍କର ମୁଖାର୍ଜୀ ଏବଂ ମାଆଙ୍କ ନାମ ରାଜଲକ୍ଷୀ ।[୨]ପ୍ରଣବ କଲିକତା ବିଶ୍ବବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ଏବଂ ଆଇନ ଡିଗ୍ରୀ ହାସଲ କରିଛନ୍ତି ।ତେବେ ସେ ପ୍ରଥମେ କଲିକତାର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ରେ ଜଣେ କିରାଣି ଭାବେ କାମ କରୁଥିଲେ ।ପରେ ସେ କଲିକତା ସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍ଷ୍ଟିଚ୍ୟୁଟର ଅଧକ୍ଷଭାବେ ନିଯୁକ୍ତି ପାଇଥିଲେ ।ଏହାପରେ ସେ ସାମ୍ବାଦିକତା ଏବଂ ଓକିଲାତିକୁ ନିଜର ପେଶାରୂପେ କିଛି ଦିନ ଆପଣେଇଥିଲେ ।[୩]

ପରିବାର

ତାଙ୍କ ବାପା କଦମ କିଙ୍କର ଜଣେ ସ୍ବାଧୀନତା ସଂଗ୍ରାମୀ।ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।୧୯୫୨ରୁ ୧୯୬୪ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟ ରହିଥିଲେ ।ଏହା ସହିତ ସେ ବିରଭୁମି ଜିଲ୍ଲାର କଂଗ୍ରେସ କମିଟିର ସଭାପତି ଥିଲେ ।୧୯୫୭ରେ ଶୁଭ୍ରା ମୁଖାର୍ଜୀଙ୍କ ସହିତ ତାଙ୍କର ବିବାହ ହେଇଥିଲା ।ତାଙ୍କର ଦୁଇପୁତ୍ର ଇନ୍ଦ୍ରଜିତ ଓ ଅଭିଜିତ ଏବଂ ଗୋଟିଏ ଝିଅ ଶର୍ମିଷ୍ଠା । ଅଭିଜିତ ଏବେ ପଶ୍ଚିମବଙ୍ଗର କଂଗ୍ରେସ ବିଧାୟକ ଅଛନ୍ତି ।ଶର୍ମିଷ୍ଠା ଜଣେ କଥକ ନୃତ୍ୟାଙ୍ଗନା ।[୪][୫]

ରାଜନୈତିକ ଜୀବନ

୧୯୬୯ରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।ସେହି ବର୍ଷ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଇଥିଲେ । ପରେ ସେ ୧୯୭୫,୧୯୮୧,୧୯୯୩ ଏବଂ ୧୯୯୯ ମସିହାରେ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହେଇଥିଲେ ।୧୯୭୩ରେ ଇନ୍ଦିରାଙ୍କ କ୍ୟାବିନେଟ ରେ ତାଙ୍କୁ ଶିଳ୍ପ ବିକାଶ ଉପମନ୍ତ୍ରୀ ନିଯୁକ୍ତ କରାଯାଇଥିଲା ।[୬]୧୯୮୨ ରୁ ୧୯୮୪ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଥିଲେ ।ତାଙ୍କ ପ୍ରସ୍ଥାବିତ ଅର୍ଥନୀତି ଯୋଗୁଁ ଇନ୍ଦିରା ସରକାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆ.ଏମ.ଏଫ୍.)କୁ ଦେଶର ପ୍ରଥମ ଋଣ ପୈଠର ଅନ୍ତିମ କିସ୍ତି କରିବାରେ ସଫଳ ହେଇଥିଲା ।ଏହି ସମୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଭାବେ ଡଃ ମନମୋହନ ସିଂହ ଙ୍କ ନିଯୁକ୍ତି ପତ୍ରରେ ପ୍ରଣବ ଅର୍ଥମନ୍ତ୍ରୀ ଭାବେ ଦସ୍ତଖତ କରିଥିଲେ ।

ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜିବ ଗାନ୍ଧୀଙ୍କ ସହ ମତାନ୍ତର ସୃଷ୍ଟି ହେବାରୁ ସେ କଂଗ୍ରେସରୁ ଓହରିଯାଇଥିଲେ ।ସେ ସମୟରେ ରାଷ୍ଟ୍ରୀୟ ସମାଦବାଦୀ କଂଗ୍ରେସ ନାମରେ ସେ ନିଜର ଏକ ଦଳ ଗଠନ କରିଥିଲେ ।ମାତ୍ର କିଛି ଦିନ ପରେ ରାଜୀବ ଗାନ୍ଧୀଙ୍କ ବୁଝାମଣା ହେବାରୁ ପୁଣି କଂଗ୍ରେସରେ ସାମିଲ ହେଇଥିଲେ ।ପି.ଭି.ନରସିଂହ ରାଓଙ୍କ ସରକାରରେ ପ୍ରଣବଙ୍କୁ ଭାରତୀୟ ଯୋଜନା କମିଶନର ଉପାଧ୍ୟକ୍ଷ ନିଯୁକ୍ତ କରାଯିବା ସହ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା ।

କୁହାଯାଏ ପ୍ରଣବ ରାଜୀବ ଗାନ୍ଧୀଙ୍କ ପତ୍ନୀ ସୋନିଆ ଗାନ୍ଧୀ ଙ୍କୁ ରାଜନୀତିକୁ ଆଣିବାରେ ମୂଖ୍ୟଭୂମିକା ଗ୍ରହଣ କରିଥିଲେ ।ସୋନିଆ କଂଗ୍ରେସ ଅଧ୍ୟକ୍ଷା ହେବାପରେ ୧୯୯୮-୧୯୯୯ ପର୍ଯ୍ୟନ୍ତ ପ୍ରଣବଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କରାଯାଇଥିଲା। ୨୦୦୦ ମସିହାରେ ସେ ପଶ୍ଚିମବଙ୍ଗର କଂଗ୍ରେସ ଅଧ୍ୟକ୍ଷ ହେଲେ ।୨୦୦୪ ମସିହା ସାଧାରଣ ନିର୍ବାଚନରେ ସେ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢିଥିଲେ ।ପଶ୍ଚିମବଙ୍ଗର ଜାଙ୍ଗିପୁରରୁ ସେ ନିର୍ବାଚିତ ହେଇଥିଲେ ।୨୦୦୯ରେ ସେ ପୁନଃ ସେଠାରୁ ନିର୍ବାଚିତ ହେଇଥିଲେ।ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଥମ ଓ ଦ୍ବିତୀୟ ସରକାରରେ ସେ ପ୍ରତିରକ୍ଷା,ଅର୍ଥ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ବ ନିର୍ବାହ କରିଛନ୍ତି ।

ମନ୍ତ୍ରୀପଦ ଓ ସମ୍ମାନ

  • ୧୯୭୩-୧୯୭୪ : ଶିଳ୍ପ ବିକାଶ ଉପମନ୍ତ୍ରୀ
  • ୧୯୭୪ : ଜାହଜ ଚଳାଚଳ ଓ ପରିବହନ ମନ୍ତ୍ରୀ
  • ୧୯୭୪-୧୯୭୫ : ଅର୍ଥ ରାଷ୍ଟ୍ରମନ୍ତ୍ରୀ
  • ୧୯୭୫-୧୯୭୭ : ରାଜସ୍ବ ଏବଂ ବ୍ୟାଙ୍କିଙ୍ଗ ମନ୍ତ୍ରୀ (ସ୍ବାଧୀନ)
  • ୧୯୭୮-୧୯୮୦ : ରାଜ୍ୟସଭା ଉପନେତା
  • ୧୯୭୦-୧୯୭୨ : ବାଣିଜ୍ୟ ଏବଂ ଇସ୍ପାତ ଓ ଖଣି କ୍ୟାବିନେଟ ମନ୍ତ୍ରୀ
  • ୧୯୮୨-୧୯୮୪ : ୧୯୮୨ ମସିହାରେ ତାଙ୍କୁ ପ୍ରଥମଥର ପାଇଁ ଅର୍ଥ ମନ୍ତ୍ରାଳୟର ଦାୟିତ୍ବ ମିଳିଥିଲା ।୪୭ ବର୍ଷ ବୟସରେ ଭାରତର ସର୍ବ କନିଷ୍ଠ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ପାଇଥିଲେ ।
  • ୧୯୮୨-୮୩ ମସିହାରେ ସେ ପ୍ରଥମ ବଜେଟ ପାର୍ଲାମେଣ୍ଟରେ ଉପସ୍ଥାପିତ କରିଥିଲେ ।ତାଙ୍କର କାର୍ଯ୍ୟ ଦକ୍ଷତା ଏତେ ଭଲ ଥିଲା ଯେ ପ୍ରସିଦ୍ଧ ପତ୍ରିକା ୟୁରୋମନି ପକ୍ଷରୁ ତାଙ୍କୁ ବିଶ୍ବର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା ।
  • ୧୯୯୧-୧୯୯୬ : ଯୋଜନା କମିଶନ ଉପାଧ୍ୟକ୍ଷ
  • ୧୯୯୩-୧୯୯୫ : ବାଣିଜ୍ୟ ମନ୍ତ୍ରୀ
  • ୧୯୯୫-୧୯୯୬ : ବହିର୍ବ୍ୟାପାର ମନ୍ତ୍ରୀ
  • ୧୯୯୬-୧୯୯୯ : ବହିର୍ବ୍ୟାପାର ମରାମର୍ଶ କମିଟି ସଦସ୍ୟ
  • ୨୦୦୪ : ଲୋକସଭାକୁ ନିର୍ବାଚିତ ଓ ପ୍ରତିରକ୍ଷା ମନ୍ତ୍ରୀ
  • ୨୦୦୬ : ବହିର୍ବ୍ୟାପାର ମନ୍ତ୍ରୀ
  • ୨୦୦୮ : ପଦ୍ମ ବିଭୁଷଣରେ ସମ୍ମାନିତ
  • ୨୦୦୯-୨୦୧୨ : ଅର୍ଥମନ୍ତ୍ରୀ[୭]


ଆଧାର

ବାହାର ଆଧାର