"ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ r2.5.4) (Robot: Modifying tl:Relihiyon
୨୨୬ କ ଧାଡ଼ି: ୨୨୬ କ ଧାଡ଼ି:
[[th:ศาสนา]]
[[th:ศาสนา]]
[[tk:Din]]
[[tk:Din]]
[[tl:Pananampalataya]]
[[tl:Relihiyon]]
[[tpi:Lotu]]
[[tpi:Lotu]]
[[tr:Din]]
[[tr:Din]]

୦୪:୩୯, ୫ ନଭେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

Symbols from twelve World religious movements, in alphabetical order.
Christianity, Bahá'í Faith
Buddhism, Daoism (Taoism), Hinduism, Islam
Kami-no-michi (Shinto), Jainism, Judaism, Paganism
Shenism (Chinese Folk Tradition), Sikhism

ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ଵରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀ ମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ଵାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ଵାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ଵର । ପ୍ରତ୍ଯେକ ଧର୍ମ ଈଶ୍ଵରଙ୍କ ସ୍ଥିତିକୁ ସ୍ଵୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ତଥ୍ଯକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ତଥ୍ଯ ।

ତତ୍ତ୍ଵ

ପ୍ରତ୍ୟେକ ଧର୍ମର ମୌଳିକବାଣୀ ଈଶ୍ଵର କିମ୍ବା ଈଶ୍ଵରଙ୍କ ପ୍ରତିନିଧିଙ୍କ ମୂଖରୁ ନିଃସୃତ । ପ୍ରତ୍ୟେକ ଧର୍ମରେ ପୁଣି ରହିଛି ଦିବ୍ୟତା ଉପରେ ଆଧାରିତ ପ୍ରାମାଣିକ ଗ୍ରନ୍ଥମାନ । କିନ୍ତୁ ଗୋଟିଏ ହେଲେ ଧର୍ମଗ୍ରନ୍ଥରେ ଭୌତିକ ବିଶ୍ଵର ପ୍ରକୃତି ଓ ତାର କାର୍ଯ୍ୟଧାରା ବିଷୟରେ ପ୍ରାୟତଃ କୈଣସି ଉଲ୍ଲେଖ ନାହିଁ ।

ବିଶ୍ଵାସ

ଉଦ୍ଦ୍ୟେଶ୍ୟ

ବାସ୍ତବରେ ଯେଉଁ ଉଦ୍ଦ୍ୟେଶ୍ୟରେ ଧର୍ମର ଉଦ୍ଭବ ହୋଇଥିଲା, ତାହାଥିଲା ଅତୀବ ପ୍ରଶଂସନୀୟ । ମଣିଷ ଯେତେବେଳେ ସମାଜ ଗଢିଲା, ସମାଜର ଅନ୍ୟ ସମସ୍ତଙ୍କ ସହ ଅନୁକୂଳ ସଂମ୍ପର୍କ ରକ୍ଷା କରିବା ନିମନ୍ତେ ଚାହିଁଥିଲା ସେ । କାରଣ ତାହା ଥିଲା ନିଜ ପାଇଁ , ସମାଜପାଇଁ ଏବଂ ଅନ୍ୟମାନଙ୍କୁ ପାଇଁ ହିତକର । ପରସ୍ପର ପ୍ରତି କିପରି ଆଚାର ଆଚରଣ କରାଯିବ , ତାହାର ନୀୟମ ମାନ ସ୍ଥିରୀକୃତ ହେଲା । ସ୍ଥିରୀକୃତ ହେଲା କେତେକ ନୈତିକ ସିଦ୍ଧାନ୍ତ । ଏଗୁଡିକ ମଣିଷ ସମାଜ ପାଇଁ ଲାଭପ୍ରଦ ତଥା କଲ୍ୟାଣକର କରିବା ହିଁ ଥିଲା ମୂଖ୍ୟ ଲକ୍ଷ୍ୟ । ଏହା ଫଳରେ ମଣିଷର ଅଧିକତର ହିତ ସାଧିତ ହେଲା । ପରବର୍ତ୍ତୀ ସମୟରେ କେତେକ ବ୍ୟକ୍ତି ସେହିସବୁ ନିୟମ ଓ ସିଦ୍ଧାନ୍ତକୁ ସଂହିତାବଦ୍ଧ କରିଦେଲେ । କିନ୍ତୁ କାଳକ୍ରମେ ସେହି ନିୟମଗୁଡିକର ଜୀବନ୍ତତା ଲୋପପାଇଗଲା ଓ ତାହା ହେଇଗଲା ଜଡ଼ ପଦାର୍ଥ ସଦୃଶ । ତଥାପି କେତେକ ଧାର୍ମିକ ପ୍ରଥା , ପରମ୍ପରା ଓ ରୀତିନୀତିରେ ସମଗ୍ର ସାମାଜିକ ଆଚାର ଆଚରଣ ସେହି ପୁରାତନ ପନ୍ଥାଗୁଡିକ ଏବେ ବି ଜାରି ରହିଛି ।

ଅନୁସନ୍ଧାନ

ଧାର୍ମିକ ଅନୁସନ୍ଧାନ ହେଉଛି ମାନବର ପ୍ରାରମ୍ଭିକ ବୌଦ୍ଧିକ ଅନୁସନ୍ଧାନ ଏବଂ ସଂଗଠିତ ଧର୍ମ ହେଉଛି ମନୁଷ୍ୟ ଦ୍ଵାରା ଗଠିତ ହେଇଥିବା ବୋଧହୁଏ ସର୍ବ ପ୍ରଥମ ସମାଜିକ ସଂସ୍ଥା । ଧର୍ମ ମାନବ ସମାଜ ଉପରେ ପ୍ରବଳ ପ୍ରଭାବ ବିସ୍ତାର କରି ଆସିଛି ଏବଂ ଧର୍ମ ହିଁ ଇତିହାସ ପାଇଁ ରହିଆସିଛି ଏକ ପ୍ରବଳ ଉତପ୍ରେରକ ଶକ୍ତି ରୂପେ । ପ୍ରତ୍ୟେକ ସଂଗଠିତ ସମାଜରେ ରହିଛନ୍ତି ଧର୍ମତ୍ୟାଗୀ, ଧର୍ମବିରାଗୀ ଏବଂ ଅପଧର୍ମୀ ବ୍ୟକ୍ତିମାନେ । ସେମାନଙ୍କ ମଧ୍ୟରେ ବିବାଦ ତଥା ସଂଘର୍ଷ ଉପୁଜିବା କାରଣରୁ ମୂଳ ଧାର୍ମିକ ଗୋଷ୍ଠୀରେ ନୂଆନୂଆ ଉପଗୋଷ୍ଠୀମାନ ଜନ୍ମ ନେଇଛି ।

ମଣିଷର ଅନ୍ତରତମ ପ୍ରଦେଶକୁ ପ୍ରବେଶ କରି ଅନୁସନ୍ଧାନ କରିବା, ତାର ଆକଂକ୍ଷା ଏବଂ ସମ୍ଭାବିତ ସମ୍ଭାବନାକୁ ଅନ୍ଵେଷଣ କରିବା , ବ୍ୟକ୍ତି ଓ ସମାଜ କୁ ସୁସ୍ଥ ରଖୁଥିବା ମୂଲ୍ୟବୋଧର ସନ୍ଧାନ କରିବା,ସ୍ଵାର୍ଥପରତାରୁ ମୁକ୍ତହେଇ ତଥା ନିଜ ସ୍ଵର ଊର୍ଦ୍ଧକୁ ଆରୋହଣ କରି ମଣିଷ ଜୀବନର ଉଚ୍ଚତର ଉଦ୍ଦେଶ୍ୟର ରହସ୍ୟ ଉନ୍ମୋଚନ କରିବା ହିଁ ଧର୍ମର ଲକ୍ଷ୍ୟ ।

Bibliography

  • Saint Augustine; The Confessions of Saint Augustine (John K. Ryan translator); Image (1960), ISBN 0-385-02955-1.
  • Descartes, René; Meditations on First Philosophy; Bobbs-Merril (1960), ISBN 0-672-60191-5.
  • Barzilai, Gad; Law and Religion; The International Library of Essays in Law and Society; Ashgate (2007),ISBN 978-0-7546-2494-3
  • Durant, Will (& Ariel (uncredited)); Our Oriental Heritage; MJF Books (1997), ISBN 1-56731-012-5.
  • Durant, Will (& Ariel (uncredited)); Caesar and Christ; MJF Books (1994), ISBN 1-56731-014-1
  • Durant, Will (& Ariel (uncredited)); The Age of Faith; Simon & Schuster (1980), ISBN 0-671-01200-2.
  • Marija Gimbutas 1989. The Language of the Goddess. Thames and Hudson New York
  • Gonick, Larry; The Cartoon History of the Universe; Doubleday, vol. 1 (1978) ISBN 0-385-26520-4, vol. II (1994) ISBN#0-385-42093-5, W. W. Norton, vol. III (2002) ISBN 0-393-05184-6.
  • Haisch, Bernard The God Theory: Universes, Zero-point Fields, and What's Behind It All -- discussion of science vs. religion (Preface[dead link]), Red Wheel/Weiser, 2006, ISBN 1-57863-374-5
  • Lao Tzu; Tao Te Ching (Victor H. Mair translator); Bantam (1998).
  • Marx, Karl; "Introduction to A Contribution to the Critique of Hegel’s Philosophy of Right", Deutsch-Französische Jahrbücher, (1844).
  • Saler, Benson; "Conceptualizing Religion: Immanent Anthropologists, Transcendent Natives, and Unbounded Categories" (1990), ISBN 1-57181-219-9
  • The Holy Bible, King James Version; New American Library (1974).
  • The Koran; Penguin (2000), ISBN 0-14-044558-7.
  • The Origin of Live & Death, African Creation Myths; Heinemann (1966).
  • Poems of Heaven and Hell from Ancient Mesopotamia; Penguin (1971).
  • The World Almanac (annual), World Almanac Books, ISBN 0-88687-964-7.
  • The Serotonin System and Spiritual Experiences - American Journal of Psychiatry 160:1965-1969, November 2003.
  • United States Constitution
  • Selected Work Marcus Tullius Cicero
  • The World Almanac (for numbers of adherents of various religions), 2005
  • Religion [First Edition]. Winston King. Encyclopedia of Religion. Ed. Lindsay Jones. Vol. 11. 2nd ed. Detroit: Macmillan Reference USA, 2005. p7692-7701.
  • World Religions and Social Evolution of the Old World Oikumene Civilizations: A Cross-cultural Perspective by Andrey Korotayev, Lewiston, NY: Edwin Mellen Press, 2004, ISBN 0-7734-6310-0.
  • Brodd, Jefferey (2003). World Religions. Winona, MN: Saint Mary's Press. ISBN 978-0-88489-725-5. {{cite book}}: Cite has empty unknown parameter: |coauthors= (help)

On religion definition:

Studies of religion in particular geographical areas:

  • A. Khanbaghi. The Fire, the Star and the Cross: Minority Religions in Medieval and Early Modern Iran (IB Tauris; 2006) 268 pages. Social, political and cultural history of religious minorities in Iran, c. 226-1722 AD.

ଆଧାର

ବାହାର ତଥ୍ୟ