ବାଲ ଠାକରେ

ଉଇକିପିଡ଼ିଆ‌ରୁ
ବାଲ କେଶବ ଠାକରେ
Founder and Pramukh (Chief) of the Shiv Sena
କାର୍ଯ୍ୟକାଳ
19 July 1966 - 17 November 2012
ପୂର୍ବ ଅଧିକାରୀPosition created
ପର ଅଧିକାରୀଉଦ୍ଧବ ଠାକରେ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1926-01-23)୨୩ ଜାନୁଆରୀ ୧୯୨୬
ପୁନେ, ମହାରାଷ୍ଟ୍ର
ମୃତ୍ୟୁ୧୭ ନଭେମ୍ବର ୨୦୧୨(2012-11-17) (ବୟସ ୮୬)
ମୁମ୍ବାଇ, ଭାରତ
ରାଜନୀତିକ ଦଳଶିବ ସେନା
ଜୀବନ ସାଥୀମୀନା ଠାକରେ
ସନ୍ତାନବିନ୍ଦୁମାଧବ ଠାକରେ
ଜୟଦେବ ଠାକରେ
ଉଦ୍ଧବ ଠାକରେ[୧]
ଘରମୁମ୍ବାଇ

ବାଲ କେଶବ ଠାକରେ (ମରାଠୀ: बाळ केशव ठाकरे; IPA: [ʈʰakəɾe]; ୨୩ ଜାନୁଆରୀ ୧୯୨୬ – ୧୭ ନଭେମ୍ବର ୨୦୧୨) ଜଣେ ଭାରତୀୟ ରାଜନୀତିଜ୍ଞ ଓ ସେଦ୍ୱାରା ଶିବ ସେନା ଗଠନ କରିଥିଲେ । ମରାଠୀଙ୍କ ପାଇଁ ସ୍ୱତନ୍ତ୍ର ରାଜ୍ୟ ଗଠନ ଲାଗି ହୋଇଥିବା ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନର ଜଣେ ସକ୍ରିୟ ସଦସ୍ୟଭାବେ ତାଙ୍କ ପିତାଙ୍କ ଯୋଗଦାନ ଠାକରେଙ୍କୁ ଅନ୍ୟାୟ ବିରୁଦ୍ଧରେ ଲଢିବାକୁ ଖୋରାକ ଯୋଗାଇଥିଲା । ବମ୍ବେ ଉପରେ ତାଙ୍କର ନିୟନ୍ତ୍ରଣ ଏଭଳି ଥିଲା ଯେ ପ୍ରତିକ୍ଷେତ୍ରରେ ଲୋକେ ତାଙ୍କ ପରାମର୍ଶ ଲୋଡିବାକୁ ତାଙ୍କ ବାସଭବନ ମାତୋଶ୍ରୀରେ ପହଞ୍ଚୁଥିଲେ । ବଲିଉଡ ସହିତ ତାଙ୍କର ସମ୍ପର୍କ ଥିଲା ଅତି ଉତ୍ତମ ।

ପରିବାର[ସମ୍ପାଦନା]

ଜଣାଶୁଣା ଲେଖକ କେଶବ ସୀତାରାମ ଠାକରେଙ୍କର ୪ପୁତ୍ରଙ୍କ ମଧ୍ୟରେ ଦ୍ୱିତୀୟ ପୁତ୍ର ଭାବରେ ୧୯୨୬ ଜୁନ ୨୬ରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ । [୨] ବ୍ୟକ୍ତିଗତ ଜୀବନରେ ଠାକରେଙ୍କୁ ଯେତିକି ଘଟଣା ମର୍ମାହତ କରିଥିଲା ତାହା ମଧ୍ୟରେ ଥିଲା ୧୯୯୫ରେ ପତ୍ନୀଙ୍କ ବିୟୋଗ ଓ ୧୯୯୬ରେ ତାଙ୍କବଡ଼ ପୁଅ ବିନ୍ଦୁମାଧବଙ୍କ ସଡ଼କ ଦୁର୍ଘଟଣାରେ ବିୟୋଗ ।[୩] ୨୦୦୫ରେ ଜୀବନରେ ସବୁଠାରୁ ବଡ଼ ରାଜନୈତିକ ଧକ୍କା ପାଇଥିଲେ ଯେତେବେଳେ ନିଜ ପୁତୁରା ଓ ଅତି ବିଶ୍ୱସ୍ତ ରାଜ ଠାକରେ ଶିବସେନାଠାରୁ ଅଲଗା ହୋଇ ଗଢ଼ିଥିଲେ ମହାରାଷ୍ଟ୍ର ନବନିର୍ମାଣ ସେନା

ରାଜନୈତିଜ୍ଞ ଜୀବନ[ସମ୍ପାଦନା]

ପ୍ରଶଂସକଙ୍କ ନିକଟରେ ବମ୍ବେର ବାଘ ପରିଚିତ ବାଲ ଠାକରେ ବିଶିଷ୍ଟ କାର୍ଟୁନିଷ୍ଟ ଆର. କେ. ଲକ୍ଷ୍ମଣଙ୍କ ସହ ମିଶି ୧୯୫୦ର ଶେଷ ଆଡ଼କୁ ଇଂଲିଶ ଦୈନିକ ଫ୍ରି ପ୍ରେସ୍ ଜର୍ଣ୍ଣାଲର ଜଣେ କାର୍ଟୁନିଷ୍ଟ ଭାବେ ଜୀବନ ଆରମ୍ଭ କରିଥିଲେ । ୧୯୬୦ରେ ନିଜର କାର୍ଟୁନ ସାପ୍ତାହିକ ମାର୍ମିକ ପ୍ରକାଶନ କରି ସମାଜର ସବୁ ବର୍ଗର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ । ଅଗ୍ନିବର୍ଷୀ ଭାଷଣ ଦେଉଥିବା ଠାକରେ ମହାରାଷ୍ଟ୍ରରେ ଗୁଜରାଟୀ ଓ ଦକ୍ଷିଣ ଭାରତୀୟଙ୍କ ସହ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେଉଥିବା ମରାଠୀଙ୍କୁ ମାଟିର ପୁତ୍ର ଭାବେ ଚିତ୍ରଣ କରି ସେମାନଙ୍କୁ ଚାକିରି ନିରାପତ୍ତା ଦେବାର ଏକ ପ୍ରୟାସ ଆରମ୍ଭ କରିଥିଲେ ,ଯାହାର ଫଳସ୍ୱରୂପ ୧୯୬୬ ଜୁନ ୧୯ରେ ଜନ୍ମ ନେଇଥିଲା ତାଙ୍କ ଅଭିଳଷିତ ରାଜନୈତିକ ମଞ୍ଚ ଶିବସେନା[୪] ୧୯୮୦ରେ ବୃହତ ମୁମ୍ବାଇ ନିଗମ ଅକ୍ତିଆର ଏବଂ ୧୯୯୫ରେ ଭାଜପା ସହିତ ମିଶି ସରକାର ଗଢ଼ିବା ପରେ ଠାକରେଙ୍କ ରାଜନୈତିକ ପଟୁତା ଦିଲ୍ଲୀକୁ ପ୍ରଭାବିତ କରିଥିଲା । ଜୀବନରେ ନିର୍ବାଚନ ଲଢି ନ ଥିବା ଠାକରେ ବହୁ ରାଜନୈତିକ ବ୍ୟକ୍ତି ଗଢ଼ି ଜଣେ ସୁସଙ୍ଗଠକ ହେବାର ଗୌରବ ଅର୍ଜନ କରିପାରିଥିଲେ । ତାଙ୍କର ସ୍ପଷ୍ଟବାଦୀ ଚିନ୍ତାଧାରା କେବଳ ନିଜ ଦଳ ଭିତରେ ସୀମିତ ନ ଥିଲା । ଆମେରିକାର ଷ୍ଟାନ୍ଫୋର୍ଡ଼ସ୍ଥିତ ନୃତତ୍ତ୍ୱବିତ ଟମାସ ବ୍ଲୋମ୍ ହାନସେନ୍ ଶିବସେନା ଉପରେ ଅଧ୍ୟୟନ କରି ଠାକରେଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ଏଠାରେ ପ୍ରଣିଧାନଯୋଗ୍ୟ । ବାଲ ଠାକରେ କେବେ ଝଳନା କରିବାକୁ ଭଲ ପାଆନ୍ତି ନାହିଁ । ସବୁଠାରୁ ବଡ଼ କଥା ହେଲା ଠାକଲେ ସର୍ବସମ୍ମୁଖରେ ମଦ୍ୟପାନ କରିବା ସହ ସିଗାରେଟ ଟାଣନ୍ତି । ଯେଉଁମାନେ ଲୋକଙ୍କୁ ମଦ୍ୟପାନ କରିବା କ୍ଷତିକାରକ ବୋଲି ମୁହଁରେ କହି ଲୁଚି ଲୁଚି ସେହି ଭୁଲ କରନ୍ତି, ସେମାନଙ୍କୁ ସେ ଘୃଣା କରନ୍ତି । ସଚ୍ଚୋଟ ହେବା ଓ ଉଚିତ ପଦକ୍ଷେପ ନେବାଲାଗି ସାହାସ ଲୋଡା ହେଇଥାଏ ବୋଲି ଠାକରେ ପ୍ରମାଣ କରିଯାଇଥିବାରୁ ବମ୍ବେବାସୀ ତାଙ୍କୁ ଅନ୍ତରରୁ ସମ୍ମାନ ଦେଇଥାନ୍ତି ବୋଲି ହାନସେନ୍ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି ।

ଆଧାର[ସମ୍ପାଦନା]

  1. The Hindu : News / National : Leader who brought ethnic politics to Mumbai melting pot
  2. Weinstein, Liza (30 September 2011). "Thackeray, Balsaheb Keshav". In Kaminsky, Arnold P.; Long, Roger D. (eds.). India Today: An Encyclopedia of Life in the Republic. ABC-CLIO. pp. 693–694. ISBN 978-0-313-37463-0. Retrieved 7 September 2012.
  3. IANS (17 November 2012). "Shiv Sena chief Bal Thackeray passes away". IANS. Retrieved 17 November 2012.
  4. "Roar of the Tiger". Daily News and Analysis (DNA). Retrieved 23 January 2011.

ବାହାର ତଥ୍ୟ[ସମ୍ପାଦନା]