ପ୍ଲୁରା ପୂଜ
Pleural empyema | |
---|---|
Pyothorax, purulent pleuritis, lung empyema, thoracic empyema | |
ବିଭାଗ | Thoracic surgery[୧] |
ଲକ୍ଷଣ | Fever, chest pain with breathing in, cough, shortness of breath[୧][୨] |
କାରଣ | Often bacterial[୧] |
ବିପଦ କାରକ | Pneumonia, esophageal rupture, chest injury, chest surgery, diabetes[୩][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging, thoracentesis[୧] |
ସଠିକ ରୋଗ ନିର୍ଣ୍ଣୟ | Pneumonia, hemothorax, heart failure, pulmonary infarction[୧][୨] |
ଚିକିତ୍ସା | Antibiotics, drainage[୧] |
ପୁନଃପୌନିକ | Relatively common[୧] |
ପ୍ଲୁରା ପୂଜ ବା ପ୍ଲୁରାଲ୍ ଏମ୍ପାଇମା ରୋଗରେ ଫୁସଫୁସର ପ୍ଲୁରା ଭିତରେ ପୂଜ ଜମିଯାଏ | [୩] ଏହାର ଲକ୍ଷଣ ମଧ୍ୟରେ କାଶ, ଜ୍ୱର, ଅଣନିଶ୍ୱାସ, କଫ ଉତ୍ପାଦନ ଏବଂ ପ୍ଲୁରିସି ଜନିତ ଛାତି ଯନ୍ତ୍ରଣା ହୋଇପାରେ । [୧] [୨] ରୋଗ ଜଟିଳତା ହେଲେ ଫାଇବ୍ରୋଥୋରାକ୍ସ କିମ୍ବା ଶ୍ୱାସକ୍ରିୟାରେ ଅସୁବିଧା ହୋଇପାରେ | [୧] ଏହା ଏକ ପ୍ରକାର ପ୍ଲୁରା କ୍ଷରଣ | [୧]
ଏହା ସାଧାରଣତଃ ନିମୋନିଆ ଜଟିଳ ହେଲେ ଏହି ରୋଗ ହେବା ଦେଖାଯାଏ | [୧] ଅନ୍ୟାନ୍ୟ କାରଣ ମଧ୍ୟରେ ଗ୍ରାସନଳୀ ଫାଟିଯିବା, ଛାତିରେ ଆଘାତ ଏବଂ ଛାତି ଅପରେଶନ ଅନ୍ତର୍ଭୁକ୍ତ। [୩] [୧] ମଧୁମେହ ଏବଂ ମଦ୍ୟପାନ ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇପାରେ । [୧] ଅନ୍ତର୍ନିହିତ କାର୍ଯ୍ୟବିଧିରେ ସାଧାରଣତଃ ଷ୍ଟ୍ରେପଟୋକୋକସ୍ କିମ୍ବା ଷ୍ଟାଫିଲୋକୋକସ୍ ଜୀବାଣୁ ସଂକ୍ରମଣ ଯୋଗୁ ଏହି ରୋଗ ହୋଇଥାଏ | [୧] ଡାକ୍ତରୀ ଇମେଜିଙ୍ଗ ଓ ଥୋରାସେଣ୍ଟେସି (thoracentesis) ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୧]
ଚିକିତ୍ସାରେ ସାଧାରଣତଃ ଆଣ୍ଟିବାୟୋଟିକ୍ ଏବଂ ନିଷ୍କାସନ ବ୍ୟବସ୍ଥା କରାଯାଏ | [୧] ଆଣ୍ଟିବାୟୋଟିକ୍ସ ମଧରେ ସେଫ୍ଟ୍ରିଆକ୍ସୋନ୍ ଏବଂ ମେଟ୍ରୋନିଡାଜୋଲର ଦ୍ୱୟ ୨ରୁ ୬ ସପ୍ତାହ ପର୍ଯ୍ୟନ୍ତ ଦିଆଯାଇପାରେ | [୧] ଯଦି ମେଥିସିଲିନ ପ୍ରତିରୋଧୀ ସ୍ଟାଫିଲୋକୋସ ଜୀବାଣୁ (MRSA) ହୋଇଥାଏ ତେବେ ଏହା ଏକ ଚିନ୍ତାର ବିଷୟ ହୁଏ ଓ ଭାନକୋମାଇସିନ୍ ଔଷଧ ଯୋଗ କରାଯାଇପାରେ | [୧] ନିଷ୍କାସନ ପାଇଁ ଛାତିରେ ନଳୀ ସଂଯୋଗ କିମ୍ବା ଅପରେଶନ କରାଯାଇପାରେ। [୧] ଚିକିତ୍ସା ସତ୍ତ୍ୱେ 30% ଲୋକ ଅଧିକ ଅସ୍ତ୍ରୋପଚାର ଆବଶ୍ୟକ କରନ୍ତି କିମ୍ବା ଗୋଟିଏ ବର୍ଷ ମଧ୍ୟରେ ମରନ୍ତି | [୧] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୩୨,000 ଏହିଭଳି ରୋଗୀ ଆସନ୍ତି । [୧] ହିପୋକ୍ରାଟସ୍ ସମୟରୁ ଏହାକୁ ବର୍ଣ୍ଣନା କରାଯାଇଛି | [୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ Garvia, V; Paul, M (January 2020). "Empyema". PMID 29083780.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ ୨.୩ Iguina, MM; Danckers, M (January 2020). "Thoracic Empyema". PMID 31334999.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ Redden MD, Chin TY, van Driel ML (March 2017). "Surgical versus non-surgical management for pleural empyema". Cochrane Database Syst Rev. 3: CD010651. doi:10.1002/14651858.CD010651.pub2. ISSN 1469-493X. PMC 6464687. PMID 28304084.