ପ୍ରୋଥ୍ରୋମ୍ବିନ କମ୍ପ୍ଲେକ୍ସ କନସେଣ୍ଟ୍ରେଟ

ଉଇକିପିଡ଼ିଆ‌ରୁ
ପ୍ରୋଥ୍ରୋମ୍ବିନ କମ୍ପ୍ଲେକ୍ସ କନସେଣ୍ଟ୍ରେଟ
Combination of
Factor IIBlood clotting factor
Factor VIIBlood clotting factor
Factor IXBlood clotting factor
Factor XBlood clotting factor
Clinical data
Trade namesBeriplex, Octaplex, Kcentra, others
Synonymsfactor IX complex
AHFS/Drugs.commonograph
Routes of
administration
injection
ATC code
Legal status
Legal status
  • ℞ (Prescription only)
Identifiers
CAS Number

ପ୍ରୋଥ୍ରୋମ୍ବିନ କମ୍ପ୍ଲେକ୍ସ କନସେଣ୍ଟ୍ରେଟ (ଇଂରାଜୀ ଭାଷାରେ Prothrombin complex concentrate ବା PCC, ଅନ୍ୟ ନାମ ଫ୍ୟାକ୍ଟର ୯ କମ୍ପ୍ଲେକ୍ସ/factor IX complex) ଏକ ଔଷଧ ଯାହା ଫ୍ୟାକ୍ଟର (II), (II) ଓ ୧୦ ଭଳି (X) ରକ୍ତ ଜମାଟକାରୀ ଫ୍ୟାକ୍ଟରମାନଙ୍କୁ (blood clotting factor) ନେଇ ପ୍ରସ୍ତୁତ କରାଯାଇଛି ।[୧] ଏହାର କେତେକ ସଂସ୍କରଣରେ ଫ୍ୟାକ୍ଟର ୭ (factor VII) ମଧ୍ୟ ଥାଏ ।[୨] ବିଶୁଦ୍ଧ ଫ୍ୟାକ୍ଟର ୯ ନ ମିଳିଲେ ଏହା ହେମୋଫିଲିଆ ବି (hemophilia B) ରୋଗର ଚିକିତ୍ସା ବା ପ୍ରତିଷେଧ ଭାବରେ ଦିଆଯାଏ ।[୧][୩] ୱାରଫାରିନ (warfarin) ଚିକିତ୍ସାରେ ଏହି ଫ୍ୟାକ୍ଟର କମିଯିବା କାରଣରୁ ଏହି ଔଷଧ ଦିଆଯାଇପାରେ ।[୩] ଶିରାଭ୍ୟନ୍ତର ଇନଫ୍ୟୁଜନ (slow injection into a vein) ଆକାରରେ ଏହା ଦିଆଯାଏ ।[୧]

ଏହା ସାଧାରଣ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ମୁଣ୍ଡବଥା, ବାନ୍ତି ଓ ନିଦ୍ରାଚ୍ଛନ୍ନ ଲାଗେ ।[୧][୪] ପ୍ରତିକ୍ରିୟା ସାଂଘାତିକ ହେଲେ ରକ୍ତ ଜମାଟ (blood clots) ହୋଇଯାଇପାରେ ଫଳରେ ହୃଦ୍‌ଘାତ, ସ୍ଟ୍ରୋକ୍ (stroke), ପଲ୍‌ମୋନାରି ଏମ୍ବୋଲିଜ୍ମ (pulmonary embolism) ବା ଡିପ ଭେନ ଥ୍ରୋମ୍ବୋସିସ (deep vein thrombosis) ହୋଇପାରେ ।[୪] ଦୀର୍ଘକାଳୀନ ଚିକିତ୍ସା କଲେ ଆଣ୍ଟବଡି (Antibodies) ତିଆରି ହୋଇଯିବା ଫଳରେ ଭବିଷ୍ୟତରେ ଏହି ଔଷଧ ଫଳପ୍ରଦ ହୁଏନାହିଁ । [୩]

ପ୍ରୋଥ୍ରୋମ୍ବିନ କମ୍ପ୍ଲେକ୍ସ କନସେଣ୍ଟ୍ରେଟ ପ୍ରଥମେ ସନ ୧୯୬୦ରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର କରାଗଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬][୭] ଏହା ମାନବ ପ୍ଲାଜ୍ମାରୁ (human plasma) ତିଆରି ହୁଏ ।[୪] ରିକମ୍ବିନାଣ୍ଟ ପଦ୍ଧତିରେ (recombinant methods) ତିଆରି ସଂସ୍କରଣରେ କେବଳ ଫ୍ୟାକ୍ଟର ୯ ଥାଏ ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ପ୍ରାୟ ୯୦୦ ଆମେରିକୀୟ ଡଲାର ।[୯] ଏହି ଔଷଧ ବିଭିନ୍ନ ପଦ୍ଧତିରେ ତିଆରି ହେଉଛି ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ WHO Model Formulary 2008 (PDF). World Health Organization. 2009. pp. 259–260. ISBN 9789241547659. Retrieved 8 December 2016.
  2. Perkins, John C. (2014). Hematology/Oncology Emergencies, An Issue of Emergency Medicine Clinics of North America, (in ଇଂରାଜୀ). Elsevier Health Sciences. p. 720. ISBN 9780323320290.
  3. ୩.୦ ୩.୧ ୩.୨ British national formulary : BNF 69 (69 ed.). British Medical Association. 2015. p. 171. ISBN 9780857111562.
  4. ୪.୦ ୪.୧ ୪.୨ "Factor IX (Human), Factor IX Complex (Human)". The American Society of Health-System Pharmacists. Retrieved 8 December 2016.
  5. Besa, Emmanuel C. (1992). Hematology (in ଇଂରାଜୀ). Lippincott Williams & Wilkins. p. 276. ISBN 9780683062229.
  6. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  7. The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). WHO. 2015. p. 510. ISBN 9789240694941. Retrieved 8 December 2016.
  8. "Factor IX (Recombinant)". The American Society of Health-System Pharmacists. Retrieved 8 December 2016.
  9. Murray, Michael J.; Rose, Steven H.; Wedel, Denise J.; Wass, C. Thomas; Harrison, Barry A.; Mueller, Jeff T. (2014). Faust's Anesthesiology Review: Expert Consult (in ଇଂରାଜୀ) (4 ed.). Elsevier Health Sciences. p. 543. ISBN 9781437703672.
  10. Miller, Ronald D.; Eriksson, Lars I.; Fleisher, Lee A.; Wiener-Kronish, Jeanine P.; Cohen, Neal H.; Young, William L. (2014). Miller's Anesthesia (in ଇଂରାଜୀ) (8 ed.). Elsevier Health Sciences. p. 1892. ISBN 9780323280112.