ପ୍ରେମ ବିବାହ

ଉଇକିପିଡ଼ିଆ‌ରୁ
ଅର୍ଚ୍ଚେଥିପଲ ପ୍ରେମୀ "ରୋମିୟୋ ଓ ଜୁଲିୟେଟ"ଦ୍ୱାରା ଚିତ୍ରିତ "ଫ୍ରାଙ୍କ ବର୍ଣ୍ଣ ଡ଼ିସ୍କ"

ପ୍ରେମ ବିବାହ ଶବ୍ଦଟି ସାଧାରଣତଃ ଦକ୍ଷିଣ ଏସିଆ, ଖାସ କରି ଭାରତ,ପାକିସ୍ତାନ,ବଙ୍ଗଳାଦେଶ ଓ ଶ୍ରୀଲଙ୍କାରେ ବର୍ଣ୍ଣିତ ଅଟେ । ଏହା ଏପରି ଏକ ବିବାହ ଅଟେ ଯେଉଁଠାରେ ପୁଅ ଏବଂ ଝିଅ ନିଜ ଇଚ୍ଛାରେ ନିଜ ମନପସନ୍ଦ ସାଥି ସହିତ ପରିବାରର ସହମତି କିମ୍ବା ବିନା ସହମତିରେ ବିବାହ କରିଥାନ୍ତି ।[୧][୨][୩] ପ୍ରେମ ବିବାହର କୌଣସି ସ୍ପଷ୍ଟ ପରିଭାଷା ନାହିଁ । ଏହା ସାଧାରଣତଃ ଏକ ବିବାହର ବର୍ଣ୍ଣନା କରିବା ପାଇଁ ଉପ୍ୟୋଗ କରାଯାଏ ଯାହା ଯୁଗଳର ଏକମାତ୍ର ନିର୍ଣ୍ଣୟ ଅଟେ ।

ଭାରତରେ ପ୍ରେମ ବିବାହ[ସମ୍ପାଦନା]

ପ୍ରେମିକ ଓ ପ୍ରେମିକା ଦୁହେଁ ଦୁହିଁଙ୍କ ପାଇଁ ବାହାଘର ଠିକ କରିଥାନ୍ତି । ଏହି ବିବାହ ଜାତି,ଧର୍ମ,ସାମାଜିକ ପ୍ରଥାକୁ ଭାଙ୍ଗି ଦେଇ ପାରେ । ଭାରତରେ ଏହା ୧୯୭୦ ପରଠାରୁ ପ୍ରଚଳିତ ହୋଇଥିଲା । ଏହି ବିବାହରେ ପରିବାରର ସୀକୃତି ବାଧ୍ୟତାମୂଳକ ନୁହେଁ । "ପ୍ରେମ ବିବାହ" ଶବ୍ଦର ବ୍ୟଭାର ବିବାହର ଏକ ନୂତନ ଅବଶର ଋପକୁ ଧ୍ୟାନାନ୍ତର କରାଇଥାଏ, ଯେଉଁଥିରେ ଆୟୋଜିତ ବିବାହ ଓ ପ୍ରେମ ବିବାହର ତତ୍ତ୍ୱ ଉଭୟ ସାମିଲ ହୋଇ ରହିଥାଏ ।[୪] ୨୦୧୨ ଏନଡ଼ିଟିଭି ସର୍ଭେ ଅନୁସାରେ ୭୪% ଲୋକେ ଆୟୋଜିତ ବିବାହକୁ ପସନ୍ଦ କରିଥିଲେ ।[୫] ୨୦୧୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ ଏବଂ "ଇଣ୍ଟରନ୍ୟାସନାଲ ସେଣ୍ଟର ଫର ରିସର୍ଚ ଅନ ଓମ୍ୟାନ"ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣା ପଡିଲା କି, ୧୧.୭% ପୁରୁଷ ଓ ୮.୫% ମହିଳାମାନେ ନିଜ ଜୀବନସାଥୀଙ୍କୁ ନିଜେ ବାଛି ଥିଲେ ଏବଂ ପରିବାର ସହମତି କିମ୍ବା ବିନା ସହମତିରେ ବିବାହ କରିଥିଲେ ।[୬]

ପାକିସ୍ତାନରେ ପ୍ରେମ ବିବାହ[ସମ୍ପାଦନା]

ପାକିସ୍ତାନରେ ପରିବାରଦ୍ୱାରା ଠିକ ହୋଇଥିବା ବିବାହ ଆଦର୍ଶ ଅଟେ ଓ ପ୍ରେମ ବିବାହ ବିରଳ ଅଟେ ।(ମାନବ ହତ୍ୟା)ର ବହୁ ମାମଲା ପ୍ରତି ବର୍ଷ ରେକର୍ଡ କରାଯାଏ ।[୭] ଏଠାରେ ପ୍ରେମ ବିବାହ ବିରଳ । ଲୋକମାନେ ଏହାର ଘୋର ବିରୋଧ କରନ୍ତି । ପ୍ରାୟ ଘଟଣାରେ ଝିଅକୁ ମାରି ଦିଆଯାଇଥାଏ । ଉଭୟ ପ୍ରେମୀ ଯୁଗଳଙ୍କୁ ହତ୍ୟା କରିବାର ବି ନଜର ରହିଛି ।[୮] ପାକିସ୍ତାନରେ "ମାନବାଧିକାର ଆୟୋଗ" ମିଡିଆରେ ରିପୋର୍ଟ କରାଯାଇଥିବା ଏପରି ମୋକଦ୍ଦମା ୮୬୯ ମାମଲାକୁ ଗଣିଥିଲା, କିନ୍ତୁ ଧ୍ୟାନ ଦେଇଥିଲା ଯେ ଏହିପରି ବହୁ ମାମଲା ଅପ୍ରାପ୍ତ ମଧ୍ୟ ହୋଇପାରେ ।[୯]

ବଙ୍ଗଳାଦେଶରେ ପ୍ରେମ ବିବାହ[ସମ୍ପାଦନା]

ବଙ୍ଗଳାଦେଶରେ ରୋମାଣ୍ଟିକ ସମ୍ପର୍କକୁ ବର୍ଜିତ କରାଯାଇଛି । ସେଠାରେ ରୋମାଣ୍ଟିକ ଜୋଡି ଲୁଚି-ଲୁଚି ଦେଖା ହୁଅନ୍ତି ଏବଂ କଥାବାର୍ତ୍ତା ହୁଅନ୍ତି ।[୧୦][୧୧] ସାଧାରଣତଃ, ମାନବ ହତ୍ୟା ହୋଇନଥାଏ, କିନ୍ତୁ ସମାଜର ବଡ଼ ବଡ଼ ଅଂଶର ଇସ୍ଲାମିକ ପାଳନ କାରଣରୁ ରୂମାନିୟତ ବହୁ ଅଧିକ ନିରାଶ ନିରୁପାୟ ହୋଇଯାଏ । ରୋମାଣ୍ଟିକ ସମ୍ପର୍କରେ ସାମିଲ ହେବା କିମ୍ବା ନିଜ ଇଚ୍ଛାରେ ନିଜ ଜୀବନସାଥୀକୁ ବାଛିବା ମଧ୍ୟ ବହୁ କଷ୍ଟ ଅଟେ । ସମାଜ ବହୁ ଜଟିଳ ଭାବେ ଆୟୋଜିତ ବିବାହ ଉପରେ ନିର୍ଭର କରିଥାଏ ।[୧୨]

ୟୁରୋପରେ ପ୍ରେମ ବିବାହ[ସମ୍ପାଦନା]

ଐତିହାସକାର "ସ୍ଟେଫିନ କଣ୍ଟେଜ"ଙ୍କ ଅନୁସାରେ, ୧୪ବିଂ ଶତାବ୍ଦୀରେ ପ୍ରେମ ଏବଂ ବ୍ୟକ୍ତିଗତ କାରଣରୁ ବିବାହ ଦେଖାଦେଇଥିଲା । ଏହା ୧୭ବିଂ ଶତାବ୍ଦୀ ଆରମ୍ଭରୁ ଲୋକପ୍ରୀୟ ହେବାରେ ଲାଗିଲା ।[୧୩] "ରାଣୀ ଭିକ୍ଟୋରୀୟା" ଓ "ଆଲବର୍ଟ, ରାଜା କନସର୍ଟ"ଙ୍କ ବିବାହ ବ୍ରିଟିସ ଜନତାଙ୍କ ମନରେ "ଭିକ୍ଟୀୟା ଯୁଗ"ରେ ପ୍ରେମ ବିବାହକୁ ଅଧିକ ସ୍ୱିକାର୍ଯ୍ୟ କରିଥିଲେ, ଯେଉଁଠାରେ କି ପ୍ରେମ ବିବାହ ବଢୁଥିଲା ।

ଆଧାର[ସମ୍ପାଦନା]

  1. Mr Henrike Donner (28 December 2012). Domestic Goddesses: Maternity, Globalization and Middle-class Identity in Contemporary India. Ashgate Publishing, Ltd. pp. 80, 86. ISBN 978-1-4094-9145-3. Retrieved 31 January 2015.
  2. "Glitz and tradition at Sri Lanka society wedding". BBC News. 13 April 2011. Retrieved 31 January 2015. Society is becoming more Westernised, too: this is a love marriage, not one arranged by the family.
  3. "Pakistan police to protect Afghan runaway couple". BBC News. 23 July 2012. Retrieved 31 January 2015. The couple say that they entered Pakistan illegally about three weeks ago and had a secret love marriage.
  4. Katherine Twamley (12 February 2014). Love, Marriage and Intimacy Among Gujarati Indians: A Suitable Match. Palgrave Macmillan. p. 68. ISBN 978-1-137-29430-2. Retrieved 31 January 2015.
  5. "NDTV mid-term poll: Does India still want arranged marriages?". NDTV. 5 September 2015. Retrieved 14 February 2015.
  6. "Masculinity, Intimate Partner Violence and Son Preference in India". International Center for Research on Women.
  7. "Pakistan stoning victim's husband condemns police". BBC News. 29 May 2011. Retrieved 31 January 2015.
  8. "Pakistan 'love marriage' couple murdered by girl's family". The National (Abu Dhabi). 29 June 2014. Retrieved 31 January 2015.
  9. "Dark tale of love and murder in Pakistan's rural heartland". Reuters. 30 May 2014. Retrieved 31 January 2015.
  10. "Love, elopement, and all that". dhakatribune.com. Dhaka Tribune. February 12, 2018. Retrieved July 29, 2018.
  11. "Couple, student commit 'suicide' in Dhaka". bdnews24.com. Bdnews24.com. July 19, 2015. Retrieved July 5, 2018.
  12. "To Love In Bangladesh". HuffPost.
  13. "The Malleable Estate: Is marriage more joyful than ever?". Slate. 17 May 2005. Retrieved 31 January 2015.