ପ୍ରସବପୂର୍ବ ଫୁଲ ଝିଲ୍ଲିରେ ଫାଟ

ଉଇକିପିଡ଼ିଆ‌ରୁ
ପ୍ରସବପୂର୍ବ ଫୁଲ ଝିଲ୍ଲିରେ ଫାଟ
(Prelabor rupture of membranes)
ଅଣବୀକ୍ଷଣ ଯନ୍ତ୍ରରେ ଆମ୍ନିଓଟିକ ଫ୍ଲୁଇଡର ଯୁକ୍ତାତ୍ମକ ଫର୍ନ ପରୀକ୍ଷା
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Obstetrics)
ଲକ୍ଷଣଯୋନୀପଥରୁ (vagina) ଯନ୍ତ୍ରଣା ବିହୀନ ଆମ୍ନିଓଟିକ ତରଳ ପଦାର୍ଥ ଲିକ [୧]
ବିପଦ କାରକକୋରିଓଆମ୍ନିଓନାଇଟିସ (Infection of the amniotic fluid), prior PROM, ଅବସ୍ଟେଟ୍ରିକାଲ ରକ୍ତସ୍ରାବ (bleeding in the later parts of pregnancy), ଧୂମ୍ରପାନ, ସ୍ୱଳ୍ପ ଓଜନ ବିଶିଷ୍ଟ (underweight) ମାତା [୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ପରୀକ୍ଷା କରି ସନ୍ଦେହ, ଓ ଅଲଟ୍ରାସାଉଣ୍ଡ (ultrasound) ସୁନିଶ୍ଚିତ [୨]
ସଠିକ ରୋଗ ନିର୍ଣ୍ଣୟୟୁରିନାରି ଇନ‌କଣ୍ଟିନେନ୍ସ (Urinary incontinence), ଜୀବାଣୁ ଜନିତ ଭାଜିନୋସିସ (bacterial vaginosis)[୩]
ଚିକିତ୍ସାଗର୍ଭର ସମୟ ଓ ଜଟିଳତା ଉପସ୍ଥିତି ଅନୁସାରେ ଚିକିତ୍ସା [୨]
ପୁନଃପୌନିକ~ପୂର୍ଣ୍ଣଗର୍ଭର ୮%,[୨] ~ପୂର୍ଣ୍ଣ ଗର୍ଭ ପୂର୍ବ ୩୦% [୪]

ପ୍ରସବପୂର୍ବ ଫୁଲ ଝିଲ୍ଲିରେ ଫାଟ ବା ପିଆରଓଏମ (ଇଂରାଜୀ ଭାଷାରେ Prelabor rupture of membranes/ PROM, ଅନ୍ୟ ନାମ premature rupture of membranes) ନାମ ଦିଆଯାଏ ଯେତେବେଳେ ପ୍ରସବ ଯନ୍ତ୍ରଣା (labor) ଆରମ୍ଭ ହେବା ପୂର୍ବରୁ ଫୁଲର ଝିଲ୍ଲି ଫାଟିଯାଇ (breakage of the amniotic sac) ଗର୍ଭଜଳ ବାହାରିଯାଏ ।[୨] ଏପରି ହେଲେ ମହିଳାମାନେ ଯୋନୀପଥରୁ (vagina) ଅଧିକ ବା ସ୍ୱଳ୍ପ ପରିମାଣର ତରଳ ପଦାର୍ଥ ବୋହିଯିବା ଅନୁଭବ କରିପାରନ୍ତି ।[୧] ରୋଗ ଜଟିଳ ହେଲେ ଶିଶୁର ଶିଶୁ ଅପକ୍ୱ ଜନ୍ମ (Premature birth), ନାହି ନାଡ଼ ସଙ୍କୋଚନ (cord compression ଓ ସଂକ୍ରମଣ ହୋଇପାରେ ।[୨][୧] ସେହିପରି ମାତାର ପ୍ଳାସେଣ୍ଟାଲ ଆବରପସନ ଓ ପୋଷ୍ଟପାର୍ଟମ ଏଣ୍ଡୋମେଟ୍ରାଇଟିସ (postpartum endometritis) ହୋଇପାରେ । [୨]

ପୁର୍ବରୁ ଏହି ରୋଗ ଇତିହାସ, କୋରିଓଆମ୍ନିଓନାଇଟିସ (Infection of the amniotic fluid), ପୂର୍ବତନ ଏହି ରୋଗ, ଅବସ୍ଟେଟ୍ରିକାଲ ରକ୍ତସ୍ରାବ (bleeding in the later parts of pregnancy), ଧୂମ୍ରପାନ ଓ ସ୍ୱଳ୍ପ ଓଜନ ବିଶିଷ୍ଟ (underweight) ମାତା ହୋଇଥିଲେ ରୋଗ ହେବା ସମ୍ଭାବନା ଥାଏ ।[୨] ଲକ୍ଷଣ ଦେଖି ଓ ସ୍ପେକୁଲମ ପରୀକ୍ଷାକରି (speculum exam) ରୋଗ ସନ୍ଦେହ କରାଯାଏ; ଯୋନୀପଥ ତରଳ ପଦାର୍ଥ ପରୀକ୍ଷା କରି ଓ ଆବଶ୍ୟକ ସ୍ଥଳେ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା (ultrasound) କରି ରୋଗ ସୁନିଶ୍ଚିତ କରାଯାଏ । [୨] ୩୭ ମାସ ପୂର୍ବରୁ ଏହି ରୋଗ ହେଲେ ପ୍ରିଟର୍ମ ଓ ପରେ ହେଲେ ଟର୍ମ ଭାବରେ ବର୍ଗୀକରଣ କରାଯାଏ । [୨]

ଗର୍ଭର ସମୟ ଓ ଜଟିଳତା ଉପସ୍ଥିତି ଉପରେ ଚିକିତ୍ସା ନିର୍ଭର କରେ ।[୨] କୋଣସି ଜଟିଳତା ନଥାଇ ଗର୍ଭ ସମୟ ଶେଷ ହୋଇଥିଲେ ବା ସରିଆସୁଥିଲେ ପ୍ରସବ ପ୍ରେରଣ (induction of labor) କରାଯାଏ ।[୨] ପ୍ରସବ ସ୍ୱୟଂ ହେବାପାଇଁ ସମୟ ଦେବା ଆବଶ୍ୟକ ।[୧][୨] ଜଟିଳତା ନଥାଇ ୨୪ରୁ ୩୬ ସପ୍ତାହ ଗର୍ଭ (gestation) ଥିଲେ କର୍ଟିକୋସ୍ଟିରଏଡ (corticosteroids) ଦିଆଯାଇ ନିରୀକ୍ଷଣ କରାଯାଏ ।[୨] ଗ୍ରୁପ ବି ସ୍ଟ୍ରେପ୍ଟୋକୋକସ (Group B streptococcus) ସଙ୍କଟ ଥିଲେ ଆଣ୍ଟିବାୟୋଟିକସ (Antibiotics) ଦିଆଯାଏ ।[୨] ଜଟିଳତା ସ‌ହିତ ଏହି ଅବସ୍ଥା ଉପୁଜିଲେ ଗର୍ଭ ସମୟ ଯାହା ହୋଇଥାଉ, ତୁରନ୍ତ ପ୍ରସବ କରିବାକୁ ଉପଦେଶ ଦିଆଯାଏ । [୨]

ପୂର୍ଣ୍ଣ ଗର୍ଭ ସମୟ ହୋଇଯାଇଥିଲେ ୮% ଓ ତା ପୂର୍ବରୁ ହୋଇଥିଲେ ୩୦% ଗର୍ଭାବସ୍ଥା ଜଟିଳ ହୋଇ ପିଆରଓଏମ ହୋଇପାରେ ।[୨][୪][୫] ଗର୍ଭର ୨୪ ସପ୍ତାହ ପୂର୍ବରୁ ପିଆରଓଏମ ୧% ମହିଳାଙ୍କର ହୁଏ ।[୨] ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ (necrotizing enterocolitis), ଇଣ୍ଟ୍ରାଭାସ୍କୁଲାର ହେମୋରେଜ (intraventricular hemorrhage) ଓ ସେରେବ୍ରାଲ୍ ପାଲ୍‌ସି ଭଳି ସମୟପୂର୍ବ ଜଟିଳତା ଥିଲେ ପୂର୍ବାନୁମାନ ସେଇ ଅନୁସାରେ କରାଯାଏ ।[୨][୬]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Norwitz, Errol R.; Arulkumaran, S.; Symonds, I. (2007). Oxford American Handbook of Obstetrics and Gynecology (in ଇଂରାଜୀ). Oxford University Press, USA. p. 268. ISBN 9780195189384.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ Committee on Practice, Bulletins-Obstetrics. (January 2018). "ACOG Practice Bulletin No. 188: Prelabor Rupture of Membranes". Obstetrics and gynecology. 131 (1): e1–e14. doi:10.1097/AOG.0000000000002455. PMID 29266075.
  3. Desai, Shyam V.; Tank, Parikshit (2012). Handbook on Preterm Prelabor Rupture of Membranes in a Low Resource Setting (in ଇଂରାଜୀ). JP Medical Ltd. p. 22. ISBN 9789350255803.
  4. ୪.୦ ୪.୧ Keeling, Jean W. (2013). Fetal and Neonatal Pathology (in ଇଂରାଜୀ). Springer Science & Business Media. p. 325. ISBN 9781447136828.
  5. Duff, Patrick (2016). "Management of Premature Rupture of the Membranes in Term Patients". The Global Library of Women's Medicine. doi:10.3843/GLOWM.10119.
  6. Mercer, Brian M. (2009). "Preterm Premature Rupture of the Membranes". The Global Library of Women's Medicine. doi:10.3843/GLOWM.10120.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ