ପୋମେରାନିଆନ (କୁକୁର)

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପୋମେରାନିଆନ
Other namesDeutscher Spitz;
Zwergspitz;
Dwarf-Spitz
Common nicknamesPom-Dog,
Pom-Pom,
Pom, Zwers,
Tumbleweed
OriginPomerania
Traits
Weight 3 to 7 pounds (1.4 to 3.2 kg)[୧]
Height 7 to 12 inches (18 to 30 cm)[୧]
Male 7-12 inches (18-30 cm)
Life span 12 to 16 years[୧]
Classification / standards
FCI Group 5 Spitz and Primitive dogs, Section 4 European Spitz #97e standard
AKC Toy standard
ANKC Group 1 (Toys) standard
CKC Group 5 (Toys) standard
KC (UK) Toy standard
NZKC Toy standard
UKC Companion Breeds standard
Domestic dog (Canis lupus familiaris)

ପୋମେରାନିଆନ ବା ପୋମ (ଇଂରାଜୀ ଭାଷାରେ The Pomeranian or Pom) ଏକ ସ୍ପିଜ (Spitz) କିସମର କୁକୁର ଯାହାର ନାମକରଣ ମଧ୍ୟ ୟୁରୋପର ପୋମେରାନିଆ ସ୍ଥାନ ଅନୁସାରେ କରାଯାଇଛି; ସେହି ସ୍ଥାନ ଉତ୍ତର ପଶ୍ଚିମ ପୋଲାଣ୍ଡ ଓ ଉତ୍ତର ପୂର୍ବ ଜର୍ମାନୀରେ ଅବସ୍ଥିତ । ଏହାର ଛୋଟ ଆକାର ହେତୁ ଖେଳନା କୁକୁର ପ୍ରଜାତି ଭାବରେ ଶ୍ରେଣୀଭୁକ୍ତ, ଯେହେତୁ ଏହା ବଡ଼ ଆକାରର ସ୍ପିଜର ବଂଶଧର ଓ ବିଶେଷତଃ ଜର୍ମାନ ସ୍ପିଜ (German Spitz) । ଫେଡେରେସନ ସାଇନୋଲୋଜିକ ଇଣ୍ଟରନ୍ୟାସନାଲ ଏହା ନିଶ୍ଚିତ କରିଛି ଯେ ଏହା ଜର୍ମାନ ସ୍ପିଜର ଅଂଶ ଓ ଅନେକ ଦେଶମାନଙ୍କରେ ଏହାକୁ ବାମନ ସ୍ପିଜ (Zwergspitz ("Dwarf-Spitz") ନାମରେ ଡାକନ୍ତି ।

ଏହି ପ୍ରଜାତି ଅଷ୍ଟାଦଶ ଶତାବ୍ଦୀରୁ ଅନେକ ରାଜାରାଜୁଡ଼ା ପରିବାରଦ୍ୱାରା ଲୋକପ୍ରିୟ ହୋଇପାରିଛି । ରାଣୀ ଭିକ୍ଟୋରିଆ ଏହିଭଳି ଗୋଟିଏ ଛୋଟ ପୋମେରିଆନ ରଖିବା ପରେ ଏହି ଛୋଟ କୁକୁର ସାରା ପୃଥିବୀରେ ଜନପ୍ରିୟ ହୋଇଗଲା । କେବଳ ରାଣୀ ଭିକ୍ଟୋରିଆଙ୍କ ଜୀବଦ୍ଦସାରେ, ପ୍ରଜାତିର ଆକାର ଅଧା ହୋଇଯାଇଥିଲା । ମୋଟାମୋଟି ପୋମେରାନିଆନ ଏକ ସୁସ୍ଥ ତଗଡ଼ା କିସମର କୁକୁର । ଏହାର ସ୍ୱାସ୍ତ୍ୟ ସମସ୍ୟାରେ ଢିଲା ପାଟେଲା (luxating patella) ଓ ଶ୍ୱାସନଳୀ ସଂକୋଚନ (tracheal collapse) ହୋଇପାରେ । କ୍ୱଚିତ୍ ଆଲୋପେସିଆ ଏକ୍ସ ଦେଖାଯାଏ ଯାହା ଏକ ଚର୍ମ ରୋଗ ଓ କଥାଛଳରେ ଏହାକୁ 'କଳା ଚର୍ମ ରୋଗ' କ‌ହନ୍ତି । ଏହି ଜେନେଟିକ ରୋଗ ହେବା ଫଳରେ କୁକୁର ଦେହର ରଙ୍ଗ କଳା ହୋଇଯାଏ ଓ ସମସ୍ତ ବା ଅଧିକାଂଶ ରୁମ ଝଡ଼ିଯାଏ [୨] ସନ ୨୦୧୩ର ପରିସଂଖ୍ୟାନ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ପଚାଶ ଲୋକପ୍ରିୟ କୁକୁରଙ୍କ ମଧ୍ୟରେ ସ୍ଥାନିତ ହୋଇଛି । ସନ ୧୯୯୮ ପରଠାରୁ ଏହି ଅଭିଜାତର କୁକୁର ରଖିବା ଏକ ଫେସନ ହୋଇ ପୃଥିବୀରେ ଲୋକପ୍ରିୟ ହୋଇଛି ।

ରୂପରଙ୍ଗ[ସମ୍ପାଦନା]

ପୋମେରାନ ଏକ ଛୋଟ କୁକୁର, ଓଜନ ୧.୩୬ - ୩.୧୭ କେଜି ଓ କାନ୍ଧ ଉଚ୍ଚତା ୬ - 7 ଇଞ୍ଚ/ ୧୫-୧୮ସେ:ମି: । [୩] ସେମାନେ ସୁଗଠିତ କିନ୍ତୁ ତଗଡ଼ା କୁକୁର ଓ ତାଙ୍କର ଉତ୍ତମ କୋଟ, ରୁମରୁମିଆ ଉଚ୍ଚତା ବିଶିଷ୍ଟ ଲାଞ୍ଜ ଥାଏ । [୪] ଉପର କୋଟରେ (top coat) ଅଧିକ ରୁମ ଥାଏ ଓ ପଛପାଖ ରୁମ ପରଭଳି ଯାହାକୁ ଫିଦରି ହେୟାର କୁହାଯାଏ । [୫]

ଏହି ଧରଣର କୁକୁର ବ‌ହୁତ ଆଗରୁ ଦେଖିବାକୁ ଧଳା ଥିଲେ ବା ବେଳେ ବେଳେ ମାଟିଆ ବା କଳା ଥିଲେ । ରାଣୀ ଭିକ୍ଟୋରିଆ Queen Victoria ସନ ୧୮୮୮ରେ ଗୋଟିଏ ଛୋଟ ଲାଲ ରଙ୍ଗର ପୋମେରିଆନ ପୋଷିଥିଲେ ଓ ଊନବିଂଶ ଶତାବ୍ଦୀରରେ ସେହି ରଙ୍ଗ ଫେସନ ହୋଇଗଲା । [୬] ଆଧୁନିକ ସମୟରେ ଅନେକ ଧରଣର ପୋମେରିଆନ ଦେଖିବାକୁ ମିଳୁଛନ୍ତି ଯେପରିକି ଧଳା, କଳା, ମାଟିଆ, ଲାଲ, କମଳା ରଙ୍ଗ, କ୍ରିମ, ନୀଳ, ସ୍ୟାହି ରଙ୍ଗ ଓ ବିଭିନ୍ନ ରଙ୍ଗର ସମିଶ୍ରଣ । [୭] ସବୁଠାରୁ ଅଧିକ ଧଳା, କଳା ଓ କ୍ରିମ/ଧଳା ରଙ୍ଗର ପୋମେରିଆନ ଦେଖାଯାଆନ୍ତି । [୪]

ପୋମେରିଆନ‌ଙ୍କର ଦୁଇ ମୋଟା କୋଟ ଥାଏ । ଏହାର ପାଳନ କଷ୍ଟସାଧ୍ୟ ନୁହେଁ ଓ ଏହାକୁ ପାଳୁଥିବା ଲୋକ ସବୁଦିନ ଏହାକୁ ସଫା କରିବାକୁ ସୁପାରିସ କରନ୍ତି ଓ ଏହା କଲେ କୋଟର ଗୁଣବତ୍ତା କାଏମ ରହେ । ଏହାର ଲୋମ ୧-୨ ମାସରେ ଥରେ କାଟିବାକୁ ହୁଏ । ଏହାର ବାହ୍ୟ କୋଟ ଲମ୍ବା, ସିଧା ଓ କଠୋର; ଭିତର କୋଟ ନରମ, ମୋଟା ଓ ଛୋଟ । ବର୍ଷରେ ଦୁଇ ଥର ଭିତର କୋଟ ଝଡ଼ିଯାଏ ଓ କୋଟଗୁଡ଼ିକରେ ଗଣ୍ଠି ପଡ଼ିଯାଏ । [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Pomeranian". dogtime.com. Retrieved 21 January 2020.
  2. "BSD (Black Skin Disease) Alopecia X, Coat Funk". Pommania Pomeranians. Retrieved 30 November 2009.[permanent dead link]
  3. Cunliffe, Juliette (1999). The Encyclopedia of Dog Breeds. Parragon. p. 262. ISBN 978-0-7525-8018-0.
  4. ୪.୦ ୪.୧ Hale, Rachael (2008). Dogs: 101 Adorable Breeds. Andrews McMeel. p. 197. ISBN 978-0-7407-7342-6.
  5. "Pomeranian History". Premier Pomeranians. Archived from the original on 15 July 2011. Retrieved 4 December 2009.
  6. "What is a Pomeranian". Web Answers. Retrieved 2 February 2010.
  7. Coile, D. Caroline (2007). Pomeranians for Dummies. For Dummies. p. 29. ISBN 978-0-470-10602-0.
  8. Dane Stanton (2009). "Tips on Pomeranian Grooming". Pomeranian Dogs. Archived from the original on 16 March 2010. Retrieved 2 February 2010.