ପୋଇ
ପୋଇ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Core eudicots |
ଗଣ: | କାରିଓଫିଲେଲ |
କୁଳ: | ବାସେଲାସି |
ପ୍ରଜାତି: | ବାସେଲା |
ଜାତି: | ବା. ଆଲ୍ୱା |
ବାଇନୋମିଆଲ ନାମ | |
ବାସେଲା ଆଲ୍ବା |
ପୋଇ ବା ବାସେଲା ଆଲ୍ବା ଏକ ଖାଦ୍ଯୋପଯୋଗୀ ଲତା ଜାତୀୟ ଉଦ୍ଭିଦ । ଏହାର ଉତ୍ପତ୍ତି ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ ତଥା ନୂଆଗିନିରେ ବୋଲି ବିଶ୍ବାସ କରାଯାଏ। ଏହାର ପତ୍ର ମୋଟା । ଏହା ଏକ ଲୋକପ୍ରିୟ ତଥା ଉପକାରୀ ବନୌଷଧୀ ଏବଂ ଏହାର ପତ୍ରକୁ ଶାଗ ରୂପେ ମଧ୍ୟ ବ୍ୟବହାର କରାଯାଏ ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ପୋଇ |
ସଂସ୍କୃତ | ଉପୋଦିକା, ପୋତକୀ, ମାଲବା, ଅମୃତବଲ୍ଲରୀ |
ହିନ୍ଦୀ | पोई (ପୋଇ) |
ତେଲୁଗୁ | బచ్చలి (ବଚ୍ଚଲି) |
ବଙ୍ଗଳା | পুঁই শাক (ପୁଇ ଶାକ) |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ଶୀତଳ, ରୁଚିକର । ତରଳ ଝାଡା, ରକ୍ତହୀନତା ତଥା କର୍କଟ ରୋଗରେ ଏହାର ଔଷଧୀୟ ବ୍ୟବହାର ହୋଇଆସୁଛି ।[୧]
ବ୍ୟବହାର
[ସମ୍ପାଦନା]ଏହାର ଶୀତଳ ଗୁଣ ଯୋଗୁଁ ପୋଡ଼ା ଘାରେ ପୋଇ ପତ୍ରର ରସ ଏବଂ ଘିଅ ମିଶାଇ ପ୍ରୟୋଗ କରାଯାଏ । ଗର୍ଭବତୀ ମହିଳାଙ୍କ କୋଷ୍ଠକାଠିନ୍ୟ ସମସ୍ୟାରେ ମଧ୍ୟ ପୋଇପତ୍ରର ରସ ବ୍ୟବହାର କରାଯାଏ ।ଏହାର ମୂଳର ରସକୁ ଆମବାତ ସମ୍ପର୍କୀୟ ବ୍ୟଥା ଲାଘବ ପାଇଁ ବ୍ୟବହାର କରାଯାଏ ।[୨][୩]
ଏହାର ପତ୍ରରୁ ପିଠା ମଧ୍ୟ ପ୍ରସ୍ତୁତ ହୋଇଥାଏ । ଏହା ଛଡା ପୋଇପତ୍ରରେ ଚୁନାମାଛ ପକାଇ ଛେଞ୍ଚଡା ପ୍ରସ୍ତୁତ କରାଯାଏ । ପତ୍ର ଓ କାଣ୍ଡକୁ ଛୋଟ ଛୋଟ କରି କାଟି ଘାଣ୍ଟ ତରକାରୀ କିମ୍ବା ଶୁଖୁଆ ସହିତ ରାଇ କରାଯାଏ । ଏହାର ଛୋଟ କଢ (ପୋଇକଢ)କୁ ମଧ୍ୟ ତରକାରୀ କରାଯାଇଥାଏ । ପୋଇଶାଗ ରାଈ ତଥା ପୋଇଶାଗ ଚିଙ୍ଗୁଡି ଘାଣ୍ଟ ପୋଇଶାଗରୁ ପ୍ରସ୍ତୁତ ଲୋକପ୍ରିୟ ବ୍ୟଞ୍ଜନ ।[୪][୫]
ଆଧାର
[ସମ୍ପାଦନା]- ↑ Adhikari, Roshan. "A Review on Medicinal Importance of Basella alba L." (PDF). Retrieved 11 June 2016.
- ↑ "Medicinal Plant-Malabar Spinac". Archived from the original on 16 September 2016. Retrieved 11 June 2016.
- ↑ "Basella Alba herb-Uses, Benefits, Cure & Side effects". Retrieved 11 June 2016.
- ↑ "Poi saga rai". Retrieved 11 June 2016.
- ↑ "Poi Saaga Chinguddi Ghaantta". Archived from the original on 10 August 2016. Retrieved 11 June 2016.
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
- http://japsonline.com/admin/php/uploads/1174_pdf.pdf A review of the taxonomy, ethnobotany, phytochemistry and
pharmacology of Basella alba (Basellaceae)