ପେଣ୍ଟାମିଡିନ

ଉଇକିପିଡ଼ିଆ‌ରୁ
ପେଣ୍ଟାମିଡିନ
Clinical data
Trade namesବ୍ୟବସାୟୀକ ନାମ - ନେବୁପେଣ୍ଟ (Nebupent), ପେଣ୍ଟାମ (Pentam) ଓ ଅନ୍ୟାନ୍ୟ[୧]
Synonymsପ୍ରତିଶବ୍ଦ - ପେଣ୍ଟାମିଡିନ ଡାଇସେଥିଓନେଟ (pentamidine diisethionate), ପେଣ୍ଟାମିଡିନ ଡାଇମେସିଲେଟ (pentamidine dimesilate)
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
ଶିରାଭ୍ୟନ୍ତରରେ (IV), ମାଂସପେଶୀରେ IM, ଆଘ୍ରାଣ ମାଧ୍ୟମରେ ।
ATC code
Legal status
Legal status
  • Rx- କେବଳ ପ୍ରେସକ୍ରିପସନରେ
Pharmacokinetic data
Protein binding୬୯%
Elimination half-life୬.୪-୯.୪ ଘଣ୍ଟା
Identifiers
  • 4,4'-[pentane-1,5-diylbis(oxy)]dibenzenecarboximidamide
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.002.583 Edit this at Wikidata
Chemical and physical data
FormulaC19H24N4O2
Molar mass340.42 g/mol
3D model (JSmol)
  • O(c1ccc(cc1)C(=[N@H])N)CCCCCOc2ccc(C(=[N@H])N)cc2
  • InChI=1S/C19H24N4O2/c20-18(21)14-4-8-16(9-5-14)24-12-2-1-3-13-25-17-10-6-15(7-11-17)19(22)23/h4-11H,1-3,12-13H2,(H3,20,21)(H3,22,23) checkY
  • Key:XDRYMKDFEDOLFX-UHFFFAOYSA-N checkY
  (verify)

ପେଣ୍ଟାମିଡିନ (ଇଂରାଜୀ ଭାଷାରେ Pentamidine)ଏକ ଔଷଧ ଯାହା ଆଫ୍ରିକୀୟ ଟ୍ରିପାନୋସୋମିଆସିସ, ଲିସମାନିଆସିସ, ବାବେସିଓସିସ (babesiosis) ରୋଗମାନଙ୍କ ଚିକିତ୍ସା ନିମନ୍ତେ ଦିଆଯାଏ ଓ ଇମ୍ମ୍ୟୁନିଟି ଅଭାବଗ୍ରସ୍ତ ଲୋକଙ୍କୁ ହେଉଥିବା ନିମୋସିସ୍ଟିସ ନିମୋନିଆ (pneumocystis pneumonia) ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ଆଫ୍ରିକୀୟ ଟ୍ରିପାନୋସିମିଆସିସ ରୋଗରେ କେନ୍ଦ୍ରୀୟ ସ୍ନାୟୁମଣ୍ଡଳ ପ୍ରଭାବିତ ହେବା ପୂର୍ବରୁ ଦିଆଯାଏ ଓ ସୁରାମିନର ଦ୍ୱିତୀୟ ବିକଳ୍ପ ଭାବରେ ଦିଆଯାଏ । ଉଭୟ ଭିସେରାଲ ଲିସମାନିଆସିସ (visceral leishmaniasis) ଓ ଚର୍ମ ଲିସମାନିଆସିସ (cutaneous leishmaniasis) ରୋଗ ନିମନ୍ତେ ଦିଆଯାଏ । ପେଣ୍ଟାମିଡିନ ଇଞ୍ଜେକସନ ଆକାରରେ ଶିରାରେ ବା ମାଂସପେଶୀରେ ଦିଆଯିବା ସ‌ହିତ ଆଘ୍ରାଣ (inhalation) କରିବା ଉପାୟରେ ମଧ୍ୟ ଦିଆଯାଏ । [୧]

ସାଧାରଣ ପ୍ରତିକ୍ରିୟା ମଧ୍ୟରେ ହାଇପୋଗ୍ଲାଇସେମିଆ, ଇଞ୍ଜେକସନ ନେଇଥିବା ଯାଗାରେ କଷ୍ଟ, ଅଇ, ବାନ୍ତି, ନିମ୍ନ ରକ୍ତଚାପ (low blood sugar) ଓ ବୃକ୍‌କ ସମସ୍ୟା ଦେଖାଯାଏ । ଆଘ୍ରାଣ ଜନିତ ପ୍ରତିକ୍ରିୟାରେ ଶବ୍ଦ ସ‌ହିତ ଲମ୍ବା ଶ୍ୱାସ (wheezing), କାଶ ଓ ଅଇ ଇତ୍ୟାଦି ଲକ୍ଷଣ ଦେଖାଯାଏ । ବୃକ୍‌କ ବା ଯକୃତ ସମସ୍ୟା ଥିଲେ ଏହି ଔଷଧ ମାତ୍ରା ପରିବର୍ତ୍ତନ କରିବା ବିଷୟରେ କୌଣସି ସ୍ପଷ୍ଟିକରଣ ନାହିଁ । ପ୍ରାକ୍ ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ କିନ୍ତୁ ଶେଷ ଅବସ୍ଥାରେ ଦିଆଯାଇପାରେ । [୧] ସ୍ତନ୍ୟପାନ ସମୟରେ ମଧ୍ୟ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ନୁହେଁ ।[୨]ଏହାର କାର୍ଯ୍ୟବିଧି ସ୍ପଷ୍ଟ ନଥିଲେ ମଧ୍ୟ ଡିଏନଏ, ଆରଏନଏ, ଓ ପ୍ରୋଟିନ ତିଆରି କମେଇ ଦେଉଥିବା ବିଶ୍ୱାସ କରାଯାଏ ।[୧]

ପେଣ୍ଟାମିଡିନ ପ୍ରଥମେ ଡାକ୍ତରୀ ବ୍ୟବ‌ହାରରେ ସନ ୧୯୩୭ରେ ଆରମ୍ଭ ହେଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ପୃଥିବୀରେ ଯେଉଁ ସ୍ଥାନମାନଙ୍କରେ ପ୍ରବଳ ରୋଗ ହୁଏ, ସେଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ଏହାକୁ ବିନାମୂଲ୍ୟରେ ବିତରଣ କରେ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ପେଣ୍ଟାମିଡିନ ପାଉଡର ମୂଲ୍ୟ ଡୋଜ ପିଛା ୧୨୨.୮୪ ଓ ଗୋଟିଏ ଭାଏଲର ମୂଲ୍ୟ ୪୫.୩୧ଆମେରିକୀୟ ଡଲାର । [୬] ପିସିପି ନିମୋନିଆ ରୋଗରେ ଉପକାରୀ ସାବ୍ୟସ୍ତ ହେବାରୁ ଏହାର ମୂଲ୍ୟ ଦଶ ଗୁଣରୁ ଅଧିକ ବଢ଼ିଗଲା । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Pentamidine Isethionate". The American Society of Health-System Pharmacists. Retrieved 3 December 2016.
  2. "Pentamidine Use During Pregnancy". www.drugs.com. Retrieved 3 December 2016.
  3. ୩.୦ ୩.୧ Magill, Alan J.; Strickland, G. Thomas; Maguire, James H.; Ryan, Edward T.; Solomon, Tom (2012). Hunter's Tropical Medicine and Emerging Infectious Disease (in ଇଂରାଜୀ) (9 ed.). Elsevier Health Sciences. p. 723. ISBN 1455740438.
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  5. "Trypanosomiasis, human African (sleeping sickness)". World Health Organization. February 2016. Retrieved 7 December 2016.
  6. DrugBank, ed. (2016-08-17). "Pentamidine". DrugBank.