ପୂଜା ଭଟ୍ଟ

ଉଇକିପିଡ଼ିଆ‌ରୁ
ପୂଜା ଭଟ୍ଟ
पूजा भट्ट
Pooja Bhatt at Tommy Hilfiger Footwear Launch
ପୂଜା ଭଟ୍ଟ ଏକ ଉଦ୍‌ଘାଟନୀ ସଭାରେ
ଜନ୍ମ (1972-02-24) ୨୪ ଫେବୃଆରୀ ୧୯୭୨ (ବୟସ ୫୨)[୧]
ବୃତ୍ତି(ସମୂହ)ଅଭିନେତ୍ରୀ, ପ୍ରଯୋଜିକା, ନିର୍ଦ୍ଦେଶକ
ବୈବାହିକ-ସାଥୀମନିଷ ମଖିଜା (୨୦୦୩–୨୦୧୪)
ପିତାମାତା(s)ମହେଶ ଭଟ୍ଟ
କିରଣ ଭଟ୍ଟ
ସମ୍ପର୍କୀୟମୁକେଶ ଭଟ୍ଟ (କ‌କା)
ରାହୁଲ ଭଟ୍ଟ (ଭାଇ)
ଆଲିଆ ଭଟ୍ଟ (ସାବତ ଭଉଣୀ)
ଇମ୍ରାନ ହାସିମ (ସମ୍ପର୍କୀୟ ଭାଇ)

‌ପୂଜା ଭଟ୍ଟ‌ (ଜନ୍ମ: ୨୪ ଫେବୃଆରୀ ୧୯୭୨)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ପ୍ରଯୋଜିକା ।[୨] ସେ ଭାରତୀୟ କଥାଚିତ୍ର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମହେଶ ଭଟ୍ଟଙ୍କର ବଡ଼ ଝିଅ ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପୂଜା ଭଟ୍ଟ ୨୪ ଫେବୃଆରୀ ୧୯୭୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ମହେଶ ଭଟ୍ଟ ହେଉଛନ୍ତି ଭାରତୀୟ ଚଳଚ୍ଚିତ୍ର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଏବଂ ମାଆ କିରଣ ଭଟ୍ଟ ।[୪][୫][୬][୭] ପୂଜା ତାଙ୍କ ଘରେ ସମସ୍ତଙ୍କ ମଧ୍ୟରେ ବଡ଼ ଥିଲେ ଏବଂ ରାହୁଲ ଭଟ୍ଟ ହେଉଛନ୍ତି ପୂଜାଙ୍କର ଭାଇ । ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଶାହୀନ୍ ଭଟ୍ଟ ହେଉଛନ୍ତି ତାଙ୍କର ସାବତ ଭଉଣୀ ।

ଅଭିନୟ ଜୀବନ[ସମ୍ପାଦନା]

ପୂଜା ୧୭ ବର୍ଷ ବୟସରେ ୧୯୮୯ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପୂଜାଙ୍କର ପ୍ରଥମ ଚଳଚ୍ଚିତ୍ର ଡ୍ୟାଡିର ନିର୍ଦ୍ଦେଶକ ଥିଲେ ତାଙ୍କ ବାପା ମହେଶ ଭଟ୍ଟ । ୧୯୯୧ରେ ପୂଜାଙ୍କ ଅଭିନୀତ ଚଳଚ୍ଚିତ୍ର ‌ଦିଲ୍ ହେ କି ମାନ୍‌ତା ନେହିଁ‌ ଏକ ବଡ଼ ସଫଳତା ହାସଲ କରିଥିଲା । ଏହି ଚଳଚ୍ଚିତ୍ରଟି ଏକ ଇଂରାଜୀ ଚଳଚ୍ଚିତ୍ରରୁ ପୁନଃ ନିର୍ମାଣ ହୋଇଥିଲା । ଏହି ଚଳଚ୍ଚିତ୍ର ପୂଜାଙ୍କ ସ‌ହ ଅଭିନେତା ଅମିର ଖାଁ ନାୟକ ଭାବରେ ଅଭିନୟ କରିଥିଲେ । ପୂଜା ଷ୍ଟାରଡସ୍ ପତ୍ରିକା ପାଇଁ କିଛି ଖୋଲା ଦୃଶ୍ୟର ସୁଟଂ ମଧ୍ୟ କରିଥିଲେ ।[୮]

ପୂଜାଙ୍କ ଅଭିନୀତ ସଫଳତମ ଚଳଚ୍ଚିତ୍ରଗୁଡ଼ିକ ହେଲା: ସଞ୍ଜୟ ଦତ୍ତଙ୍କ ସ‌ହ ‌ସଡ଼କ‌, ରାହୁଲ ରାୟଙ୍କ ସ‌ହ ‌ଜୁନୁନ୍‌, ଅମିର ଖାନ୍‌ଙ୍କ ସ‌ହ ‌ଦିଲ୍ ହେ କି ମାନ୍‌ତା ନେହିଁ‌, ‌ସାର୍‌, ‌ଫିର୍ ତେରି କାହାଣୀ ୟାଦ୍ ଆଇ‌, ‌ତଡ଼ିପାର୍‌, ‌ଗୁନେଗାର୍‌, ମିଥୁନ ଚକ୍ରବର୍ତ୍ତୀଙ୍କ ସ‌ହ ‌ନାରାଜ୍‌, ‌ହମ୍ ଦୋନା‌, ସନି ଦିଓଲଙ୍କ ସ‌ହ ‌ଅଙ୍ଗରକ୍ଷକ‌, ଶାହାରୁଖ ଖାଁଙ୍କ ସ‌ହ ‌ଚାହାତ୍‌, ‌ତମନ୍ନା‌, ‌ବୋର୍ଡ଼ର୍‌ ଏବଂ ‌ଜଖମ୍‌ । ପୂଜା ହିନ୍ଦୀ କଥାଚିତ୍ର ସ‌ହ କିଛି ଆଞ୍ଚଳିକା ଭାଷା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

୨୦୦୪ରେ ପୂଜା(ଡାହାଣ) ତାଙ୍କ ବାପା ମହେଶ ଭଟ୍ଟ ଏବଂ ଅଭିନେତ୍ରୀ ମଲ୍ଲିକା ସରାବତଙ୍କ ସ‌ହ

ପୂଜାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି ‌ଏଭ୍ରିବଡ଼ି ସେଜ୍ ଆଇ ଏମ୍ ଫାଇନ୍‌, ଯାହାକି ୨୦୦୧ରେ ମୁକ୍ତଲାଭ କରିଥିଲା । ତା' ପରେ ପୂଜା ଚଳଚ୍ଚିତ୍ର ପ୍ରଯୋଜନା ଏବଂ ନିର୍ଦ୍ଦେଶନାରେ ଦୃଷ୍ଟ ନିବେଶ କରିଥିଲେ । ୨୦୦୪ରେ ପୂଜାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ଥିଲା ‌ପାପ୍‌ ଯେଉଁଥିରେ ଅଭିନେତା ଜନ୍ ଆବ୍ରାହମ୍ ଏବଂ ଉଦିତ ଗୋସ୍ୱାମୀ ଅଭିନୟ କରିଥିଲେ । ତା ପରଠାରୁ ସେ ‌ହଲିଡେ‌, ‌ଧୋକା‌, ‌କଜ୍‌ରାରେ‌ ଏବଂ ‌ଜିସ୍ମ-୨‌[୯] ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା
୧୯୯୦ ଡ୍ୟାଡି ପୂଜା
୧୯୯୧ ଦିଲ୍ ହେ କି ମାନ୍‌ତା ନେହିଁ ପୂଜା ଧରମଚାନ୍ଦ
ସଡ଼କ ପୂଜା
୧୯୯୨ ପ୍ରେମ୍ ଦିୱାନେ ରାଧା
ଜାନମ୍ ଅଞ୍ଜଳୀ
ସାତ୍ୱା ଆସମାନ୍ ପୂଜା ମାଲହୋତ୍ରା
ଜୁନୁନ୍ ଡଃ. ନିତା ଭି. ଚୌହାନ
ଫିର୍ ତେରି କାହାଣୀ ୟାଦ୍ ଆୟି ପୂଜା
ସାର୍ ପୂଜା
ଚୋର୍ ଔର୍ ଚାନ୍ଦ୍ ରିମା ଡି. ସେଠ୍
ପେହେଲା ନଶା ମୋନିକା
ତଡ଼ିପାର୍ ମୋହିନୀ ଦେବୀ/ନମ୍‌କୀନ୍
୧୯୯୪ କ୍ରାନ୍ତି କ୍ଷେତ୍ର ପୂଜା
କଲ୍ଲୋରୀ ଭାସାଲ୍ (ତାମିଲ ଚଳଚ୍ଚିତ୍ର) ପୂଜା
ନାରାଜ୍
ବୟଫ୍ରେଣ୍ଡ୍ (ତେଲୁଗୁ ଚଳଚ୍ଚିତ୍ର)
୧୯୯୫ ଗୁନେଗାର୍ ପୂଜା ଠାକୁର
ହମ୍ ଦୋନୋ ପ୍ରିୟଙ୍କା ସୁନ୍ଦର ଗୁପ୍ତା
ଅଙ୍ଗରକ୍ଷକ ପ୍ରିୟଙ୍କା ଚୌଧୁରୀ
୧୯୯୬ ଚାହାତ୍ ପୂଜା
ଖିଲୋନା
୧୯୯୭ ତମନ୍ନା ତମନ୍ନା ଅଲ୍ଲୀ ସାୟଦ୍
ବୋର୍ଡ଼ର୍ କମ୍ମୋ
୧୯୯୮ ୟେ ଆଶିକ୍ ମେରି ଅଞ୍ଜୁ
କଭି ନା କଭି ଟିନା
ଅଙ୍ଗାରେ ପୂଜା
ଜଖମ୍ ଶ୍ରୀମତି ଦେଶାଇ
୨୦୦୦ ୟେ ପ୍ୟାର୍ ହି ତୋ ହୈ
ସନମ୍ ତେରି କସମ୍ ସୀମା ଖାନ୍ନା
୨୦୦୧ ଏଭ୍ରିବଡ଼ି ସେଜ୍ ଆଇ ଏମା ଫାଇନ୍ ତାନ୍ୟା

ନିର୍ଦ୍ଦେଶିତ ଚଳଚ୍ଚିତ୍ର[ସମ୍ପାଦନା]

  • ୨୦୦୩: ପାପ୍
  • ୨୦୦୬: ହଲିଡେ
  • ୨୦୦୭: ଧୋକା
  • ୨୦୧୦: କଜ୍‌ରାରେ
  • ୨୦୧୨: ଜିସ୍ମ-୨
  • ୨୦୧୬: କବରେଟ୍

ପ୍ରଯୋଜିତ ଚଳଚ୍ଚିତ୍ର[ସମ୍ପାଦନା]

  • ୧୯୯୮: ଦୁସ୍‌ମନ୍
  • ୨୦୦୨: ସୁର୍- ଦ ମେଲୋଡ଼ି ଅଫ୍ ଲାଇଫ୍
  • ୨୦୦୩: ଜିସ୍ମ
  • ୨୦୦୩: ପାପ୍
  • ୨୦୦୫: ରୋଗ୍
  • ୨୦୦୬: ହଲିଡେ
  • ୨୦୧୨: ଜିସ୍ମ-୨
  • ୨୦୧୨: କବରେଟ୍

ଆଧାର[ସମ୍ପାଦନା]

  1. ୧.୦ ୧.୧ AP/AFP/PTI/Agencies/Twitter/Movie stills. "Birthday Exclusive: Pooja Bhatt". Deccan Chronicle. Archived from the original on 22 November 2015. Retrieved 24 April 2017. {{cite web}}: |author= has generic name (help)
  2. "Pooja Bhatt photos: 50 best looking, hot and beautiful HQ and HD photos of Pooja Bhatt".
  3. Pooja Bhatt Bollywood Actress Biography
  4. Bollywood Trade News Network (July 2007). "Tulip's one exciting girl to watch for!". GlamSham. Retrieved 24 April 2017.
  5. Jha, Subhash K (23 May 2013). "Pooja Bhatt auctions role for women's cause". Bollywood Hungama. Retrieved 24 April 2017.
  6. Bhatt, Pooja (21 November 2013). "My mother is Scottish,Burmese,Armenian,English. My father is half Brahmin,half Muslim & Soni is Half Kashmiri & half German". Twitter. Retrieved 24 April 2017.
  7. Bhatt, Pooja (13 August 2013). "Did you know my maternal great-grandmother was Burmese? I now have the chance to celebrate my roots. Come join me!". Twitter. Retrieved 24 April 2017.
  8. "Pooja Bhatt poses in a black bikini for Stardust with actor like Sanjay Suri and other models wearing underwear".
  9. "Sunny Leone confirmed for Jism 2". Hindustan Times. 18 January 2012. Archived from the original on 19 January 2012. Retrieved 24 April 2017.

ଅଧିକ ତ‌ଥ୍ୟ[ସମ୍ପାଦନା]