ପିଆଜ
ଦେଖଣା
ପିଆଜ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ଏକବୀଜପତ୍ରୀ |
ଗଣ: | ଆସ୍ପାରାଗେଲ |
Family: | {{{1}}} |
Subfamily: | {{{1}}} |
Genus: | {{{1}}} |
ଜାତି: | A. cepa |
ବାଇନୋମିଆଲ ନାମ | |
Allium cepa |
ପିଆଜ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ । ଏହାର ମୂଳକୁ ମୁଖ୍ୟତଃ ବ୍ୟବହାର କରାଯାଏ । କଅଁଳିଆ ପିଆଜ ପତ୍ର ଯାହାକୁ ପିଆଜ ଶଣ୍ଢା କହିଥାନ୍ତି, ତାହା ମଧ୍ୟ କେତେକ ବ୍ୟଞ୍ଜନରେ ବ୍ୟବହାର କରାଯାଏ । କୋଷ
ବିବିଧ ଭାଷାରେ ନାମ
[ସମ୍ପାଦନା]ଭାଷା | ନାମ |
---|---|
ଓଡ଼ିଆ | ପିଆଜ |
ସଂସ୍କୃତ | ପଲାଣ୍ଡୁ |
ହିନ୍ଦୀ | ପ୍ୟାଜ |
ଗୁଜରାଟୀ | ଦୁଂଗାରୀ |
ତାମିଲ | ୱେଂଗୟମ୍ |
ତେଲୁଗୁ | ନିରୁଲ୍ଲୀ |
ବଙ୍ଗଳା | ପ୍ଯାଞ୍ଜ୍ |
ମରାଠି | କନ୍ଦା |
ମାଲୟାଲମ | ଚୁବନ୍ନାଉଲୀ |
ବର୍ମିଜ | Kyiat-Thwon-ni |
English | Onin |
ବ୍ୟବହାର
[ସମ୍ପାଦନା]ଔଷଧୀୟ
[ସମ୍ପାଦନା]- ଏକ ଉତ୍ତେଜକ ଦ୍ରବ୍ୟରୂପେ
- ପରିସ୍ରାର ପ୍ରବାହକୁ ସୁଗମ କରାଇବାରେ
- ଋତୁକାଳରେ ରକ୍ତର ପ୍ରବାହକୁ ସୁଗମ କରାଇବାରେ
- ଖାଦ୍ୟନଳୀର ଯାବତୀୟ ଦୋଷ ଦୂର କରିବାରେ ଓ ଏହାକୁ ସୁରକ୍ଷା ପ୍ରଦାନ କରିବାରେ
- ରକ୍ତ ପରିସ୍କାର କରିବାରେ
- ଯକ୍ଷ୍ମା, ବିଭିନ୍ନପ୍ରକାରର ଆନ୍ତରିକ କ୍ଷତ, ଟାଇଫଏଡ଼ ଜ୍ୱର, ଟିସୁ ଭିତରେ ଅତ୍ୟଧିକ ତରଳ ଦ୍ରବ୍ୟ ଜମା ହୋଇଥିଲେ, ମଧୁମେହ, କାଶ, ଛାତି ଓ ଫୁସଫୁସର ଦୋଷ, ଥଣ୍ଡା-ସର୍ଦ୍ଦି, ଆଣ୍ଠୁ-ଗଣ୍ଠି ବାତ (ରିଉମାଟିଜମ), ଚର୍ମ ରୋଗ, ବୃକକ/ପଥର, ଯକୃତ ବିକାର, ପାଳିଜ୍ୱର, ଶ୍ୱାସ, କୋଷ୍ଠବଦ୍ଧତା ଓ ବାନ୍ତି ଆଦି ଦୂର କରିବାରେ ଏହାର ପ୍ରୟୋଗ ହୋଇଥାଏ।
- ବିଷାକ୍ତ କୀଟ ଦଂଶନରେ, ଆବୁ, ଫୁଲା-ଦରଜ ଆଦିରେ, ପୂଜଯୁକ୍ତ ବଥରେ, କ୍ଷତ ଓ ଘାଆରେ, ନାକରୁ ରକ୍ତ ସ୍ରାବରେ ମଧ୍ୟ ଏହାର ପ୍ରୟୋଗ ହୋଇଥାଏ। ଏଥିପାଇଁ କଞ୍ଚା ପିଆଜର ରସକୁ ମହୁ ସହିତ ସିଧା କ୍ଷତ ଉପରେ ପ୍ରୟୋଗ କରାଯାଏ।
- କଞ୍ଚା ପିଆଜର ରସ ଚନ୍ଦାମୁଣ୍ଡରେ ନୂଆ ବାଳ ସୃଷ୍ଟି କରିବାରେ ସାହାଯ୍ୟ କରେ ଓ ବାଳର ବୃଦ୍ଧିରେ ସହାୟକ ହୋଇ ଥିବାରୁ ଏହା ଚନ୍ଦାପଣର ପ୍ରତିଷେଧକ।
କଞ୍ଚା ପିଆଜକୁ ଖାଇଲେ ଉପରୋକ୍ତ ଅନେକ ରୋଗ ଦୂର ହୋଇଥାଏ।
ଅନ୍ୟାନ୍ୟ
[ସମ୍ପାଦନା]- ପିଆଜ ଏକ ଭଲ ମସଲା। ପ୍ରାୟ ପ୍ରତ୍ୟେକ ଭାରତୀୟ ବ୍ୟଞ୍ଜନରେ ଏହା ବ୍ୟବହାର କରାଯାଏ।
ଆଧାର
[ସମ୍ପାଦନା]ପୁସ୍ତକ
[ସମ୍ପାଦନା]- Plants That Heal by Dr. J C Kurian, Oriental Watchman Publishing House, Pune, India
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Onions
ବାବଦରେ ମାଧ୍ୟମ ରହିଛି ।
onion ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
- PROTAbase on Allium cepa
- Watch the Video: No Cry Onion Chopping (with Jonathon Stewart)
- Allium cepa L. Medicinal Plant Images Database (School of Chinese Medicine, Hong Kong Baptist University) ଛାଞ୍ଚ:Zh-hant(ଇଂରାଜୀ)