ପରମାନନ୍ଦ ତ୍ରିପାଠୀ
ଦେଖଣା
ପରମାନନ୍ଦ ତ୍ରିପାଠୀ (ଜନ୍ମ ତାରିଖ: ୧୨ ଫେବୃଆରୀ ୧୯୬୧) ଜଣେ ଜଣେ ଓଡ଼ିଆ ସାହିତ୍ୟିକ । ସାମାଜିକ ରୀତିନୀତି, ପରମ୍ପରାକୁ ନେଇ ସେ ବହୁ ଶିକ୍ଷଣୀୟ ଓ ସଂସ୍କାରମୂଳକ କବିତା, ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ପରମାନନ୍ଦ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ ପଢ଼ୁଆଁ ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଓ ମାତା ହେଲେ ଗୁରମଣୀ ତ୍ରିପାଠୀ । ଜଣେ ସଂସ୍କୃତ ଶିକ୍ଷକ ଭାବେ ସେ ୧୯୮୨ରୁ ଶିବ ପ୍ରସାଦ ହାଇସ୍କୁଲ,ବୋରଭଟ୍ଟା, କଳାହାଣ୍ଡିରୁ ଶିକ୍ଷକତା ଆରମ୍ଭ କଲେ । ଶେଷରେ ୧୯୯୭ରୁ ୨୦୨୧ ଯାଏଁ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠ, ମଙ୍ଗଳପୁର, ବାଲେଶ୍ଵରରେ ଶିକ୍ଷାଦାନ କରି ସେବା ନିବୃତ୍ତ ହେଲେ । ଜଣେ ନିରଳସ ସାହିତ୍ୟ ସାଧକ ଭାବେ ସେ ସମାଜ ସଂସ୍କାରଧର୍ମୀ ଗଳ୍ପ, ଉପନ୍ୟାସ, କବିତା, ଶିଶୁ ସାହିତ୍ୟ ଲେଖିବା ସହିତ ବହୁ ସାହିତ୍ୟ ସଂଗଠନ ସହ ଜଡ଼ିତ ।[୧]
ରଚନାବଳୀ
[ସମ୍ପାଦନା]କବିତା ସଂକଳନ -
- ପ୍ରେମ ପୁଲକ
- ପ୍ରେମ ସ୍ପଦନ
- ଶତ ପ୍ରୀତି କୁସୁମ
- ଶତ ସୁମନ
- ଶତ ଜୀବନ ଦର୍ଶନ
- ଜୀବନ ଦର୍ପଣ
- ଜୀବନ ଦୀପିକା
- ପ୍ରୀତି ପ୍ରସୂନ
- ସମର୍ପଣ (ଭକ୍ତି ରସାତ୍ମକ)
- ସିଦ୍ଧି ଦର୍ପଣ
- ସିଦ୍ଧି ତର୍ପଣ
- ଶ୍ରୀମଦ୍ଭାଗବଦ୍ ଗୀତା (ନବାକ୍ଷରୀ ବୃତ୍ତେ)
ଗଳ୍ପ ସଙ୍କଳନ
- ଗଳ୍ପ ଚୟନିକା ( ୧ମ ଭାଗ)
- ଗଳ୍ପ ଚୟନିକା (୨ୟ ଭାଗ)
- ଗଳ୍ପ ଆଜି ଓ କାଲିର
- ଗଳ୍ପ ପ୍ରବାହ- ୧ମ
- ଗଳ୍ପ ପ୍ରବାହ-୨ୟ [୨]
- ମନର ଭୂତ
- ପୁରାଣ ପୃଷ୍ଠାରୁ ପୁରୁଣା କାହାଣୀ -୧ମ ଭାଗ
- ପୁରାଣ ପୃଷ୍ଠାରୁ ପୁରୁଣା କାହାଣୀ - ୨ୟ ଭାଗ
ଉପନ୍ୟାସିକା
- ଚାରି ଚକ୍ଷୁର ମିଳନ ପରେ
- ଶେଷେ ସ୍ନାନ କଲି ଧୋବଣୀ ତୁଠେ
- ଶଶିରେଖା
- ପହିଲି ପ୍ରେମର ଶେଷେ ସଂଳାପ
ଆଲୋଚନା
- ଐସୁଲକ୍ଷଣୀ
- ଅନୂଢା ମାଆକୁ ଅଜନ୍ମା କନ୍ଯାର ଚିଠି
- ସୁଲକ୍ଷଣା ପୁତ୍ର କନ୍ଯା ନିର୍ଦ୍ଧାରଣ କାରିକା
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ବନଜ୍ଯୋତ୍ସ୍ନା ସାହିତ୍ୟ ସଂସଦ, ଫୁଲବାଣୀ, ୧୯୯୮