ପରଜା (ଓଡ଼ିଆ ଉପନ୍ୟାସ)
ପରଜା | |
---|---|
ଲେଖକ | ଗୋପୀନାଥ ମହାନ୍ତି |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଉପନ୍ୟାସ |
ପ୍ରକାଶକ | ବିଦ୍ୟାପୁରୀ, ବାଲୁବଜାର, କଟକ |
ପ୍ରକାଶ ତାରିଖ | ୧୯୪୫, ମେ ୧୯୮୩, ଜୁଲାଇ ୧୯୯୧, ଅକ୍ଟୋବର ୧୯୯୭, ଜାନୁୟାରୀ ୨୦୦୧, ନଭେମ୍ବର ୨୦୦୭ |
ମାଧ୍ୟମ ପ୍ରକାର | ଛପା ବହି (କାଗଜ ମଲାଟ) |
ପୃଷ୍ଠା | ୩୪୦ (ଦଶମ ମୁଦ୍ରଣ) |
ISBN | ୯୭୮-୮୧-୭୪୧୧-୬୪୬-୮ |
ପରଜା ଗୋପୀନାଥ ମହାନ୍ତିଙ୍କ ରଚିତ ଏକ ଭାରତୀୟ ଓଡ଼ିଆ ଉପନ୍ୟାସ । ଏହାର ମୁଖ୍ୟ ବିଭାବ ହେଲା ବାସ୍ତବବାଦୀ ଉପନ୍ୟାସ । ବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହିପରି ଉପନ୍ୟାସର ଚାହିଦା ଫ୍ରାନସ ତଥା ୟୁରୋପର ଅନ୍ୟାନ୍ୟ ପ୍ରାନ୍ତରେ ବହୁତ ପରିଲକ୍ଷିତ ହେଉଥିଲା । ଏହା ବିଭିନ୍ନ ଭାରତୀୟ ଭାଷାରେ ତଥା ଇଂରାଜୀରେ ମଧ୍ୟ ଅନୁବାଦିତ ହୋଇସରିଛି । ଇଂରାଜୀରେ ଏହାର ଅନୁବାଦ କରିଥିଲେ ପ୍ରଫେସର ବିକ୍ରମ ଦାସ [୧][୨]।
ଉପନ୍ୟାସ ସମ୍ପର୍କରେ
[ସମ୍ପାଦନା]ଚରିତ୍ର
[ସମ୍ପାଦନା]ଅବିଭକ୍ତ କୋରାପୁଟ ଜିଲ୍ଲାର ଘଞ୍ଚ ଜଙ୍ଗଲ ଭିତରେ ଜୀବନ ବଞ୍ଚୁଥିବା ସରଳ ଅଥଚ ସଂଗ୍ରାମୀ ପରଜା ଜନଜାତିର ମଣିଷ ଏହାର ମୁଖ୍ୟ ଚରିତ୍ର ସୁକୃଜାନୀ
ବର୍ଣ୍ଣିତ ପରିବେଶ
[ସମ୍ପାଦନା]ଡଙ୍ଗର-ଟାଙ୍ଗର, ପାହାଡ-ପର୍ବତ, ଝୋଲା-ଝରଣା, ଜାତି ଜାତି ପଶୁପକ୍ଷୀ, ସରୀସୃପ ଏବଂ ଗଛଲତାରେ ପ୍ରାଣବନ୍ତ ଧରିତ୍ରୀ ଏଠାରେ ମୁଖ୍ୟ ବର୍ଣ୍ଣିତ ପରିବେଶ। ଏଥିରେ ସୁକୃଜାନୀ ବିଷୟରେ ଆଲୋଚନା କରିଛନ୍ତି
କାହାଣୀ
[ସମ୍ପାଦନା]ସେଇ ମଣିଷମାନଙ୍କ ଧର୍ମବିଶ୍ୱାସ, ରୀତି-ନୀତି, ଆଚାର-ବିଚାର, ପ୍ରେମ-ପ୍ରତାରଣା, ମିତ୍ରତା-ଶତ୍ରୁତା, ଦ୍ୱେଷ-ଅନୁରାଗ, ବିଶ୍ୱାସ-ଅବିଶ୍ୱାସ, ସଭ୍ୟ ଓ ମୁଖାଧାରୀ ମଣିଷମାନଙ୍କଦ୍ୱାରା ପ୍ରତାରିତ ସ୍ୱପ୍ନ, ବର୍ତ୍ତମାନ ଓ ତଜ୍ଜନିତ ପ୍ରତିବାଦ ଓ ଅବସାଦ ଏହାର ମୁଖ୍ୟ ବିଷୟ ।[୩]
ପ୍ରଶଂସା
[ସମ୍ପାଦନା]ପ୍ରସିଦ୍ଧ ଇଂରାଜୀ ଲେଖକ ଅମିତାଭ ଘୋଷ ଥରେ କହିଥିଲେ ଯେ "ଏହା ଏକ ଉଲ୍ଲେଖନୀୟ ଉପନ୍ୟାସ .... ଆମ ସମୟର ସବୁଠାରୁ ଶ୍ରେଷ୍ଠ ଲେଖା ।" [୧] ବହିଟିର ପ୍ରକାଶକ ଲେଖିଥିଲେ "ଉପନ୍ୟାସ ଭିତରକୁ ଭେଦିଗଲେ ଲାଗେ ସତେଯେପରି ତରୁଣ କବି ଗୋପୀନାଥଙ୍କ ଆଗ୍ନେୟ ଅନୁଭବର ଅନୁପମ ଆଲେଖ୍ୟ ।"[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ମୋ କଥା- ଅନୁବାଦକ ବିକ୍ରମ ଦାସ
- ↑ ବୁକ୍ଅଦା- ଇଂରାଜୀ ଅନୁବାଦକ ବିକ୍ରମ ଦାସ[permanent dead link]
- ↑ ୩.୦ ୩.୧ ମହାନ୍ତି, ଗୋପୀନାଥ. ପରଜା. ବିଦ୍ୟାପୁରୀ. pp. ପଛ ମଲାଟ - ଦଶମ ମୁଦ୍ରଣ.