ନିଖିଳ ବରଣ ସେନଗୁପ୍ତା
ନିଖିଳ ବରଣ ସେନଗୁପ୍ତା | |
---|---|
ଜନ୍ମ | ନିଖିଳ ବରଣ ସେନଗୁପ୍ତା ୧୩ ଡିସେମ୍ବର ୧୯୪୩ |
ମୃତ୍ୟୁ | ୧୮ ଫେବୃଆରୀ ୨୦୧୪ | (ବୟସ ୭୦)
ବୃତ୍ତି(ସମୂହ) | କଳା ନିର୍ଦ୍ଦଶକ, ଅଭିନେତା, ଚିତ୍ରଶିଳ୍ପୀ ଓ ପ୍ରୋଡକ୍ସନ୍ ଡିଜାଇନର୍ |
ସକ୍ରିୟ ବର୍ଷ | ୧୯୭୬–୨୦୧୪ |
ବୈବାହିକ-ସାଥୀ | ବିଜୟା ସେନଗୁପ୍ତ |
ନିଖିଳ ବରଣ ସେନଗୁପ୍ତା (୧୩ ଡିସେମ୍ବର ୧୯୪୩ – ୧୮ ଫେବୃଆରୀ ୨୦୧୪) ଏକାଧାରରେ ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ଭାଷାରେ ଜଣେ କଳା ନିର୍ଦ୍ଦେଶକ, ଅଭିନେତା, ଚିତ୍ରଶିଳ୍ପୀ ଓ ପ୍ରୋଡକ୍ସନ୍ ଡିଜାଇନର୍ ଥିଲେ । ସନ ୧୯୭୫ରେ ସେ କଳା ନିର୍ଦ୍ଦେଶକ ଭାବରେ ପ୍ରଥମେ ଗପ ହେଲେ ବି ସତ (୧୯୭୫) ଚଳଚ୍ଚିତ୍ରରେ କାମ ଆରମ୍ଭ କରିଥିଲେ । ଜନନୀ (୧୯୮୪), ସହରୀ ବାଘ (୧୯୮୫), ମାଆ ଓ ମମତା, ସୁନା ଚଢ଼େଇ (୧୯୮୭), ଯୁଗାନ୍ତର, ତାହାଦେର କଥା, ବାଗ ବାହାଦୂର (୧୯୮୯) ଓ ମିଷ୍ଟର ଆଣ୍ଡ ମିସେସ୍ ଆୟାର ଇତ୍ୟାଦି ଚଳଚ୍ଚିତ୍ରମାନଙ୍କରେ ତାଙ୍କର ଅବଦାନ ସ୍ୱୀକୃତ ହୋଇଥିଲେ ମଧ୍ୟ ସେ ସ୍ଳଳ୍ପ ଚର୍ଚ୍ଚିତ ହୋଇଥିଲେ ।
ଚଳଚ୍ଚିତ୍ର ଜଗତରେ ତାଙ୍କର ୪୦ ବର୍ଷର ଜୀବନ ମଧ୍ୟରେ ସେ ଯୁବ ପ୍ରତିଭାଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ । ସନ ୧୯୯୪ରେ ସର୍ବୋତ୍ତମ କଳା ନିର୍ଦ୍ଦେଶକ ଭାବରେ ଓ ସନ ୨୦୦୯ରେ ଜୀବନବ୍ୟାପି ସାଧନା ନିମନ୍ତେ ସେ ପୁରସ୍କୃତ ହୋଇଥିଲେ ।[୧][୨]
ପ୍ରାକ୍ ଜୀବନ
[ସମ୍ପାଦନା]ଓଡ଼ିଶାର ସେତେବେଳକାର ସର୍ବବୃହତ ସହର ଓ ରାଜଧାନୀ କଟକରେ ତାଙ୍କର ଶୈଶବ କଟିଥିଲା । କଟକର ରାଣୀହାଟ ସ୍କୁଲରେ ପଢ଼ିସାରିବା ପରେ ରେଭେନ୍ସା ମହାବିଦ୍ୟାଳୟରେ ସେ ଶିକ୍ଷା ଲାଭ କରିଥିଲେ କିନ୍ତୁ ତାଙ୍କର କଳା ଜଗତର ମୋହ ତାଙ୍କୁ କଲିକତାକୁ ଟାଣି ନେଇଥିଲା ଯେଉଁଠି ସେ ସରକାରୀ ଆର୍ଟ ଓ କ୍ରାଫ୍ଟ କଲେଜରେ କଳା ଅଧ୍ୟୟନ କଲେ ।
ସନ ୧୯୬୯ରେ ଶିକ୍ଷା ସମାପ୍ତ ହେବାପରେ ସେ ଅନେକ ଗୁଡ଼ିଏ ବିଜ୍ଞାପନ ଫାର୍ମରେ ଓ କେତେକ ମାଗାଜିନରେ ଭିଜୁଆଲାଇଜର ଓ ଇଲଷ୍ଟ୍ରେଟର ଭାବରେ କାମ କରିଥିଲେ । ଏହା ପରେ ସେ ଚିତ୍ରକର ହୋଇ ତାଙ୍କର କଳାକୃତି ଅନେକ ପ୍ରଦର୍ଶନୀରେ ପ୍ରଦର୍ଶନ କରିଥିଲେ । ଏହା ପରେ ଥରେ ଫିଲ୍ମ ଜଗତରେ ପଶିଲା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।
ବୃତ୍ତି
[ସମ୍ପାଦନା]ଓଡ଼ିଆ ସିନେମା ଜଗତର ସେ ମାର୍ଗଦର୍ଶକ ଥିଲେ, ତିନି ଭାଷାର ୧୦୦ରୁ ଉର୍ଦ୍ଧ୍ୱ ସିନେମାରେ ୩୫ ନିର୍ଦ୍ଦେଶକଙ୍କ ସାଙ୍ଗରେ ତାଙ୍କର କାମ କରିବାର ସୌଭାଗ୍ୟ ଜୁଟିଥିଲା । ସେ ଓଡ଼ିଆ ସିନେମା ଜଗତର ଏକମାତ୍ର ଲୋକ ଥିଲେ ଯିଏ ଅପର୍ଣ୍ଣା ସେନ, ବୁଦ୍ଧଦେବ ଦାସଗୁପ୍ତ, ମନମୋହନ ଦେସାଇ, ଅମୋଲ ପାଲେକର, ପ୍ରଶାନ୍ତ ନନ୍ଦ, ବିପ୍ଳବ ରାୟଚୌଧୁରୀ, ନିତାଇ ପାଲିତ, ଗୋବିନ୍ଦ ତେଜ ଓ ରାଜୁ ମିଶ୍ର ଭଳି ଲୋକଙ୍କ ସଙ୍ଗେ କାମ କରିଥିଲେ ।
ହାକିମ ବାବୁ, ଜନନୀ ଓ ହିସାବ ନିକାଶ ସିନେମାରେ କଳା ନିର୍ଦ୍ଦେଶନା ନିମନ୍ତେ ସେ ତିନୋଟି ରାଜ୍ୟ ପୁରସ୍କାର ପାଇଥିଲେ ଓ ଓଡ଼ିଆର ପ୍ରଥମ ରଙ୍ଗୀନ ଫିଲ୍ମ 'ଗପ ହେଲେବି ସତ'ରେ କାମ କରିଥିଲେ ।[୩] ଗୁରୁ କେଳୁଚରଣ ମହାପାତ୍ର ସମ୍ମାନର ଜୁରୀ ତାଙ୍କୁ ୨୦୦୮ ମସିହାରେ ସିନେମା ଜଗତର 'ପ୍ରଖ୍ୟାତ ଶ୍ରେଣୀ' ଭୁକ୍ତ କରି ପୁରସ୍କୃତ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ନିଖିଳ, ବିଜୟା ସେନଗୁପ୍ତଙ୍କୁ ବିବାହ କରିଥିଲେ । ନିଲ ସେନଗୁପ୍ତ ଓ ବିମାନ ସେନଗୁପ୍ତ ନାମରେ ତାଙ୍କର ଦୁଇଟି ପୁଅ ଥିଲେ । କାମରୁ ଅବସର ସମୟରେ ସେ ଜଳ ରଙ୍ଗ ଦେଇ ଚିତ୍ର କରୁଥିଲେ । ସତୁରୀ ବର୍ଷ ବୟସରେ ୧୮ ଫେବୃଆରୀ ୨୦୧୪ ମସିହା ଦିନ ତାଙ୍କର ଦେହାନ୍ତ ହୋଇଥିଲା । [୪]
ସିନେମା ତାଲିକା
[ସମ୍ପାଦନା]କଳା ନିର୍ଦ୍ଦେଶକ
[ସମ୍ପାଦନା]- ୧୯୭୬ ଗପ ହେଲେବି ସତ
- ୧୯୭୬ ଶେଷ ଶ୍ରାବଣ
- ୧୯୭୮ ବଳୀଦାନ
- ୧୯୭୯ ନଇୟା
- ୧୯୮୨ ହିସାବ ନିକାଶ
- ୧୯୮୪ ଜନନୀ
- ୧୯୮୫ ସହରୀ ବାଘ
- ୧୯୮୫ ଚକା ଭଉଁରୀ
- ୧୯୮୫ ହାକିମ ବାବୁ
- ୧୯୮୫ ଜଗା ହାତରେ ପଘା
- ୧୯୮୫ ସମୟ ବଡ଼ ବଳବାନ
- ୧୯୮୭ ଚକା ଆଖି ସବୁ ଦେଖୁଛି
- ୧୯୮୭ ସୁନା ଚଢ଼େଇ
- ୧୯୮୭ ତୁଣ୍ଡ ବାଇଦ
- ୧୯୮୮ ପୁଅ ମୋର କଳା ଠାକୁର
- ୧୯୮୯ ଆସିଛି ମୋ କାଳିଆ ସୁନା
- ୧୯୮୯ ବାଘ ବାହାଦୂର
- ୧୯୮୯ ବିଧିର ବିଧାନ
- ୧୯୯୦ ଚକାଡୋଳା କରୁଛି ଲୀଳା
- ୧୯୯୦ ମା ମତେ ଶକ୍ତି ଦେ
- ୧୯୯୧ ବସ୍ତ୍ର ହରଣ
- ୧୯୯୪ ନିର୍ବାଚନ
- ୧୯୯୪ ସୁନା ଭାଉଜ
- ୨୦୦୦ ହାଉସ୍ ଅଫ ମେମୋରିଜ୍
- ୨୦୦୨ ମି: ଓ ମିସେସ ଆୟାର
- ୨୦୦୩ ପରୀ ମହଲ
- ୨୦୦୮ Aaynate (2008)
- ୨୦୧୦ ଏଇ ମିଳନ ଯୁଗ ଯୁଗର
- ୨୦୧୧ ତୋର ମୋର କଥା ହେବା ଚୁପ ଚାପ
ଅଭିନେତା
[ସମ୍ପାଦନା]- ଆସୁଛି ମୋ କାଳିଆ ସୁନା (୧୯୮୯)
- ନିର୍ବାଚନ (୧୯୯୪)
- The Square Circle (୧୯୯୬)
- ପରୀ ମହଲ (୨୦୦୩)
ପ୍ରୋଡକ୍ସନ ଡିଜାଇନର୍
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Rhythm rhapsody in guru's memory". The Telegraph (Kolkata). 6 September 2008. Retrieved 14 June 2011.
- ↑ "Guru Kelu Charan award". www.narthaki.com. 2009. Retrieved 2012-09-13.
- ↑ Chakra, Shyamhari. "I enjoy painting as much as art direction". The New Indian Express. Retrieved 2 May 2015.[permanent dead link]
- ↑ "Art director Nikhil Da' passes away". Odisha Sun Times. 18 Feb 2014.
ବାହ୍ୟ ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ Nikhil Baran Sengupta
- Shri Nikhil Baran Sengupta Archived 2013-02-03 at Archive.is at Srjan
- ଫେସବୁକରେ ନିଖିଳ ବରଣ ସେନଗୁପ୍ତା