ନାଜମା ଅନୱର
ନାଜମା ଅନୱର | |
---|---|
নাজমা আনোয়ার | |
ଜନ୍ମ | c. 1941 ମୁନ୍ସିଗଞ୍ଜ ଜିଲ୍ଲା, ବେଙ୍ଗଲ ପ୍ରେସିଡେନ୍ସି, ବ୍ରିଟିଶ ଭାରତ |
ମୃତ୍ୟୁ | ୧୪ ଡିସେମ୍ବର ୨୦୦୪ | (ବୟସ ୬୨–୬୩)
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୧-୨୦୦୪ |
ନାଜମା ଅନୱର ( ପ୍ରାୟ ୧୯୪୧ - ୧୪ ଡିସେମ୍ବର ୨୦୦୪) ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ତଥା ନାଟକ କାର୍ଯ୍ୟକର୍ତ୍ତା ଥିଲେ । ସେ ହଜାର ବାଛୋର ଧରେ (୨୦୦୫), ଦୁଖାଇ (୧୯୯୭) ଜୟଯାତ୍ରା (୨୦୦୪), ଶଙ୍ଖୋନିଲ କରାଗର (୧୯୯୨), ଚିତ୍ରକୋଣ୍ଡା: ଦି ଲଷ୍ଟ ଷ୍ଟପଓଭର (୨୦୦୦), ଶଙ୍ଖନାଦ (୨୦୦୪) ଅଦି ଲୋକପ୍ରିୟ ବଙ୍ଗଳାଦେଶି କଥାଚିତ୍ରରେ ଅଭିନୟ କରିଥିଲେ । ଏଥି ସହିତ ସେ ଇବଲିଶ, କୋଥାଓ କେଉ ନେଇ, ଏବଂ ତାହାର ଭଳି କିଛି ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।[୧][୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନାଜମା ୧୯୪୧ ମସିହାରେ ତତ୍କାଳୀନ ବ୍ରିଟିଶ ଭାରତର ମୁନ୍ସିଗଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସରକାରୀ ହାରାଗଙ୍ଗା କଲେଜରେ ଆରବୀୟ ପ୍ରଧ୍ୟାପକ ଥିଲେ ।[୧] ଯେତେବେଳେ ସେ ସ୍କୁଲରେ ଷଷ୍ଠ ଶ୍ରେଣୀ ଶେଷ କରିଥିଲେ ସେତେବେଳେ ସେ ପରିବାର ସହିତ ଢାକା ପଳାଇ ଯାଇଥିଲେ ।[୩][୪]
ଅଭିନୟ ଜୀବନ
[ସମ୍ପାଦନା]୧୯୬୦ ଦଶକରେ ସେ ଢାକା ଡ୍ରାମା ସର୍କଲରେ ଯୋଗ ଦେଇଥିଲେ ଏବଂ ଅଭିନୟ ଜୀବନର ଆରମ୍ଭ କରିଥିଲେ । ୧୯୮୧ ମସିହାରେ, ସେ ବାଂଲାଦେଶର ଏକ ଥିଏଟର ସଂସ୍ଥା, ଆରଣ୍ୟକ ନାଟ୍ୟଦଳରେ ଯୋଗ ଦେଇଥିଲେ ।[୫][୬]
୨୦୦୧ ମସିହାରେ, ସେ ସ୍ୱାଧୀନତା ସଂଗ୍ରାମୀ ତାରାମନ୍ ବିବିଙ୍କ ଜୀବନୀ ଉପରେ ଆଧାରିତ ଦୂରଦର୍ଶନ ନାଟକ କରିମାନ ବେୱାରେ ଅଭିନୟ କରିଥିଲେ ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ତାଙ୍କର ପାଞ୍ଚଜଣ ସନ୍ତାନ ଥିଲେ। ତାଙ୍କ ଝିଅ ଇଶ୍ରାତ୍ ନିଶତ୍ (ମୃତ୍ୟ: ୨୦୨୦) ଜଣେ ଥିଏଟର କାର୍ଯ୍ୟକର୍ତ୍ତା ଥିଲେ ।[୭]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଶଙ୍ଖୋନିଲ କରାଗର (୧୯୯୨)
- ଦୁଖାଇ (୧୯୯୭)
- ଚିତ୍ରକୋଣ୍ଡା: ଦି ଲଷ୍ଟ ଷ୍ଟପଓଭର (୨୦୦୦)
- ଜୟଯାତ୍ରା (୨୦୦୪)
- ଶଙ୍ଖନାଦ (୨୦୦୪)
- ହଜାର ବାଛୋର ଧରେ (୨୦୦୫)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Charanji, Kavita (2 July 2004). "Najma Anwar: A grassroots actress Getting under the skin of her characters". The Daily Star. No. Web Edition Vol. 5 Num 36. Archived from the original on 26 July 2018. Retrieved 4 March 2019.
- ↑ "Actress Nazma Anwar passes away". No. Vol. 5 Num 36. The Daily Star. 16 December 2004. Archived from the original on 27 July 2018. Retrieved 26 July 2018.
- ↑ কে বলে গো সেই প্রভাতে নেই আমি. The Daily Ittefaq (in Bengali). 2016-12-15. Retrieved 2018-10-03.
- ↑ নাজমা আনোয়ার : ক্রমেই ম্লান হয়ে যায় যেসব মানুষেরা. www.theatrewala.net (in Bengali). Retrieved 2018-12-31.
- ↑ Ahmed, Afsar (2004-12-20). "Theatre activists pay homage to Najma Anwar". The Daily Star. Archived from the original on 2019-03-06. Retrieved 2019-03-04.
- ↑ Zaker, Sara. "In memory of Najma Anwar". The Daily Star. Archived from the original on 2019-03-06. Retrieved 2018-12-31.
- ↑ "Thespian Ishrat Nishat passes away". The Daily Star (in ଇଂରାଜୀ). 2020-01-21. Retrieved 2020-01-21.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନାଜମା ଅନୱର