ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ
ନିର୍ଦ୍ଦେଶକଆଦିତ୍ୟ ଚୋପ୍ରା
ପ୍ରଯୋଜକୟସ ଚୋପ୍ରା
ଚିତ୍ରନାଟ୍ୟଆଦିତ୍ୟ ଚୋପ୍ରା
କାହାଣୀଆଦିତ୍ୟ ଚୋପ୍ରା
କଳାକାର
ସଙ୍ଗୀତଯତୀନ-ଲଳିତ
ଚିତ୍ରଗ୍ରହଣମନମୋହନ ସିଂ
ସମ୍ପାଦକକେଶବ ନାଇଡୁ
Production
company
ୟସ ରାଜ ଫିଲ୍ମ
କଥାଚିତ୍ରର ସମୟ
୧୮୯ ମିନିଟ[୧]
ଦେଶଭାରତ
ଭାଷାହିନ୍ଦୀ
ଖର୍ଚ୍ଚ୪୦ ମିଲିୟନ[୨]
ମୋଟ ଆୟ୧.୦୩ ବିଲୀୟନ[୩]

ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ ୧୯୯୫ ମସିହାରେ ତିଆରି ହିନ୍ଦୀ ଭାଷାର ଚଳଚ୍ଚିତ୍ର ଅଟେ, ଯାହା ଡିଡିଏଲ୍‌ଜେ(DDLJ) ନାମରେ ମଧ୍ୟ ଜଣାଶୁଣା । ଏହି ସିନେମାର ପ୍ରଥମ ପ୍ରଦର୍ଶନ ୧୯ ଅକ୍ଟୋବର ୧୯୯୫ ମସିହାରେ ହୋଇଥିଲା ଏବଂ ୨୦ ଅକ୍ଟୋବର ୧୯୯୫ ମସିହାରେ ଏହା ସମଗ୍ର ଭାରତରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ୟସ ଚୋପ୍ରାଙ୍କ ପୁତ୍ର "ଆଦିତ୍ୟ ଚୋପ୍ରା" କରିଥିଲେ । ଶାହାରୁଖ ଖାଁ, କାଜଲ ଏବଂ ଅମରେଶ ପୁରୀ ଏହି ଚଳଚ୍ଚିତ୍ରର ପ୍ରମୁଖ କଳାକାର ଥିଲେ । ଏହି ଚଳଚ୍ଚିତ୍ରର ନାମ ସବୁଠାରୁ ଅଧିକ ସମୟ ଧରି ଚାଲିବାର ରେକର୍ଡ଼ ଅଛି । ୨୦୧୯ ମସିହା ସୁଦ୍ଧା ଏହା ମୁମ୍ବାଇମରାଠା ମନ୍ଦିରରେ ୨୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲୁଥିଲା । ମାର୍ଚ୍ଚ ୨୦୦୯ ମସିହାରେ ଏହା ମୁମ୍ବାଇର ମରାଠା ମନ୍ଦିରରେ ୭୦୦ ସପ୍ତାହ ରେକର୍ଡ ତିଆରି କରିଥିଲେ, ଏହା ପୂର୍ବରୁ ଏହି ରେକର୍ଡ "ଶୋଲେ" ଚଳଚ୍ଚିତ୍ର ନାମରେ ଥିଲା ଯାହା ପ୍ରାୟ ସାଢ଼େ ୫ ବର୍ଷ ପର୍ଯ୍ୟନ୍ତ ଏକ ସେନେମା ଘରେ ଚାଲିଥିଲା । ଏହି ଚଳଚ୍ଚିତ୍ର ଭାରତରେ ୫୮ କୋଟି ଟଙ୍କା ଏବଂ ବିଦେଶରେ ୧୭.୫ କୋଟିର ରୋଜଗାର କରିଥିଲା। ଇଣ୍ଡିଆ ଟାଇମ୍ସ ମୁଭି ପତ୍ରିକା, ଏହାକୁ ଭାରତର ୨୫ତମ ଶ୍ରେଷ୍ଠ ଚଳଚ୍ଚିତ୍ରରେ ସାମିଲ କରିଥିଲା ।

ଚଳଚ୍ଚିତ୍ରର ନିର୍ମାଣ[ସମ୍ପାଦନା]

A church with a high steeple on a green field
The Church of in Montbovon, one of the filming locations in Switzerland

ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ   ୧୯୯୪ ଏବଂ ଅଗଷ୍ଟ   ୧୯୯୫ ମଧ୍ୟରେ ୫-, ୧୦-, ୨୦- ଦିନ ଶିଡ୍ୟୁଲରେ ନିର୍ମାଣ କରାଯାଇଥିଲା । [୪] ନିର୍ମାଣ କରାଯାଇଥିବା ପ୍ରଥମ ଅନୁକ୍ରମ ସ୍ୱିଜରଲ୍ୟାଣ୍ଡରେ କାଜଲ ଏବଂ ଶାହାରୁଖ ଖାଁଙ୍କ ସହିତ "ହୋ ଗେୟା ହେ ତୁଝ କୋ ତୋ ପ୍ୟାର ସଜନା" ଗୀତରେ ନିଆଯାଇଥିଲା ।[୫] ୟୁରୋପୀୟ ଯାତ୍ରା ଦୃଶ୍ୟ ଏବଂ ଗୀତର ମୁଖ୍ୟ ରୂପେ ସନେନ, ମୋଣ୍ଟବୋବନ, ଗସ୍ତଦ ପରି ଦୃଶ୍ୟ ସ୍ୱିଜରଲ୍ୟାଣ୍ଡରେ ନିର୍ମାଣ କରାଯାଇଥିଲା ।[୬] ଟ୍ରାଫଲଗର ସ୍କୋୟାର, ଲଣ୍ଡନ କିଙ୍ଗ କ୍ରସ ରେଲୱେ ଷ୍ଟେସନ ଏବଂ ଏଞ୍ଜେଲ ଟ୍ୟୁବ ଷ୍ଟେସନ ସହିତ ଅନ୍ୟ ଦୃଶ୍ୟର ସୁଟିଂ ଇଂଲଣ୍ଡରେ କରାଯାଇଥିଲା ।[୭][୮][୯] ଚଳଚ୍ଚିତ୍ରର ସିନେମେଟୋଗ୍ରାଫର ନିର୍ଦ୍ଦେଶକ ମାନମୋହବ ସିଂ , ଚୋପ୍ରାଙ୍କ ସହିତ "ତୁଝେ ଦେଖା ତୋ ୟେ" ସଙ୍ଗୀତର ସୁଟିଂ କରିଥିଲେ । ଏହି ଗୀତକୁ ଦିଲ୍ଲୀର ଗୁରୁଗ୍ରାମର ବାହାର ଅଞ୍ଚଳରେ ଶାହାରୁଖ ଏବଂ କାଜଲଙ୍କ ସହିତ ପ୍ରତିଷ୍ଠିତ ଏକ ବିରାଟ ସୋରିଷ କ୍ଷେତରେ ସୁଟିଂ କରିଥିଲେ ।[୧୦] ଅନ୍ତିମ ଦୃଶ୍ୟକୁ ନିର୍ମାଣ କରିବା ସମୟରେ କଳାକାରମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା , ଯେଉଁଥିରେ କାଜଲଙ୍କୁ ଚାଲୁଥିବା ଟ୍ରେନଟିକୁ ଦୌଡ଼ି ଦୌଡ଼ି ଧରିବାର ଥିଲା । ଅଧିକ ଗରମରେ ସୁଟିଂ କରିବା ବହୁ କଷ୍ଟସାଧ୍ୟ ହେଉଥିଲା , ଯଦି ଟ୍ରେନ ପାଖେ କିଛି ସୁଟିଂରେ ଅସୁବିଧା ହେଉଥିଲା ତେବେ ପୁନଶ୍ଚ ଟ୍ରେନକୁ ଫେରିବା ପାଇଁ ୨୦ ମିନିଟ ଲାଗୁଥିଲା । [୧୧]

ସଙ୍ଗୀତ[ସମ୍ପାଦନା]

ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ ଚଳଚ୍ଚିତ୍ରରେ ସାତୋଟି ଗୀତ ରହିଛି ଯାହାକୁ ଯତୀନ-ଲଳିତ ଦେଇଥିଲେ । ଆନନ୍ଦ ବଂଶୀ ସଙ୍ଗୀତ ଲେଖିଥିଲେ । ଯେତେବେଳେ ଆଶା ଭୋସଲେ ତାଙ୍କୁ ଦେଖା କରିବା ପରେ ୟସ ଚୋପ୍ରାଙ୍କ ସହିତ ସମ୍ପର୍କ କରିଥିଲେ , ଯାହା ଫଳରେ ଯତୀନ-ଲଳିତଙ୍କୁ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେବା ପାଇଁ ସୁଯୋଗ ମିଳିଲା । ସଙ୍ଗୀତ, ଏହି ଚଳଚ୍ଚିତ୍ରରେ ଅନେକ ସଫଳତା ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।

ସ୍ୱାଗତ ସମାରୋହ[ସମ୍ପାଦନା]

ଏହି ଚଳଚ୍ଚିତ୍ର ୧୯୯୫ ମସିହାର ସବୁଠାରୁ ବଡ଼ ହିଟ ଚଳଚ୍ଚିତ୍ର ଏବଂ ୧୯୯୦ ଦଶକର ଦ୍ୱିତୀୟ ସବୁଠାରୁ ଭଲ ରୋଜଗାର କରିଥିବା ଚଳଚ୍ଚିତ୍ର ଅଟେ ।[୧୨] "ମରିବା ପୂର୍ବରୁ ୧୦୦୧ ଚଳଚ୍ଚିତ୍ରକୁ ଦେଖିବାକୁ ପଡିବ"ର ସୂଚୀରେ ସୂଚୀବଦ୍ଧ ହୋଇଥିବା ଚଳଚ୍ଚିତ୍ର ମଧ୍ୟରୁ ଏହା ଦ୍ୱିତୀୟ ଚଳଚ୍ଚିତ୍ର ଅଟେ ।[୧୩]

ଆଧାର[ସମ୍ପାଦନା]

  1. "Dilwale Dulhania Le Jayenge (PG)". British Board of Film Classification. Archived from the original on 30 May 2015. Retrieved 18 March 2015.
  2. Baker, Steven (12 January 2013). "Shah Rukh Khan, Kajol's 'DDLJ' completes 900 weeks". Digital Spy. Archived from the original on 30 May 2015. Retrieved 10 March 2015.
  3. These are old sources:
    "Top Worldwide Grossers ALL TIME: 37 Films Hit 110 Crore". Box Office India. Archived from the original on 30 October 2013. Retrieved 3 February 2012.
    "Top Lifetime Grossers Worldwide". Box Office India. Archived from the original on 21 October 2013. Retrieved 25 December 2010.
  4. Chopra 2002, p. 40.
  5. Singh, Harneet (19 November 2012). "Screen exclusive! Love me tender: Shah Rukh Khan". The Indian Express. Archived from the original on 30 May 2015. Retrieved 19 November 2012.
  6. Kaur, Jasleen (July 2014). "Bollywood in Swiss Alps". India-Outbound. Archived from the original on 30 May 2015. Retrieved 24 March 2015.
  7. Singh, Amar (14 May 2007). "Bollywood comes to London". London Evening Standard. Archived from the original on 30 May 2015. Retrieved 20 August 2014.
  8. Khubchandani, Lata (5 February 2001). "DDLJ story goes to the roots of Indian culture". Rediff.com. Archived from the original on 30 May 2015. Retrieved 20 August 2014.
  9. Dwyer 2014, p. 59.
  10. "'Yash Chopra wasn't convinced about DDLJ's climax'". Rediff.com movies. 9 December 2014. Archived from the original on 1 January 2016. Retrieved 3 January 2016.
  11. "Kajol opens up about the iconic train scene from 'Dilwale Dulhania Le Jayenge'". The Times of India. 21 ଅଗଷ୍ଟ 2018. Archived from the original on 22 ଅଗଷ୍ଟ 2018. Retrieved 21 ଅଗଷ୍ଟ 2018.
  12. "All Time Earners". Retrieved 2012-09-20.
  13. "1001series". Retrieved 2012-09-20.