ଦହିଦହିଆ
ଦହିଦହିଆ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ବିଭାଗ: | Magnoliophyta |
ବର୍ଗ: | Magnoliopsida |
ଗଣ: | Ranunculales |
କୁଳ: | Menispermaceae |
ପ୍ରଜାତି: | Tinospora |
ଜାତି: | T. tomentosa |
ବାଇନୋମିଆଲ ନାମ | |
Tinospora tomentosa (Thunb.) Miers
|
ଦହିଦହିଆ ଏକ ଲତା ଜାଦୀୟ ଉଦ୍ଭିଦ । ଏହାର ପତ୍ରଗୁଡ଼ିକ ଲତାବେଙ୍କୋଳୀ ପତ୍ରପରି ଦିଶିଲେ ବି ଆକାରରେ ସାନ ହୋଇଥାଏ । ଏହାର ପତ୍ରର ଆକାର ହରିଣ ଖୁରାପରି ହୋଇଥିବାରୁ ହିନ୍ଦିରେ ଏହାକୁ ହିରନଖୁରୀ ବୋଲି କହିଥାନ୍ତି। କେତେଗୋଟି ପତ୍ରକୁ ନେଇ ପାଣିରେ ଚକଟି କିଛି ସମୟ ରଖିଦେଲେ, ତାହା ଦହିପରି ବସିଯାଏ । ସେଥିପାଇଁ ଏଇ ଗଛକୁ ଗୋରଖ ଦହି, ଦହିଦହିଆ ବା ସାଧାରଣରେ ଦ’ଦୟା ବୋଲି କହିଥାନ୍ତି। ଏଇ ବସିଯାଇଥିବା ପଦାର୍ଥକୁ ଦ’ଦୟା ଛେନା ବୋଲି କହନ୍ତି । ପିଲାଏ ଏଥିରେ ଅଳ୍ପ ମିଠା ପକାଇ ଖାଆନ୍ତି । ଏହା ପୁଷ୍ଟିକର ଏବଂ ଧାତୁବର୍ଧକ ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ଦହିଦହିଆ, ଗୋରଖଦହି |
ସଂସ୍କୃତ | କାନ୍ତିବତୀ, ସ୍ତମ୍ଭବତୀ, ଗୋରଖ ଦହି ଓ ଦଧିସର୍ଜିନୀ |
ହିନ୍ଦୀ | ହିରନଖୁରୀ |
ତେଲୁଗୁ | ଦହିଆଚେଟ୍ଟୁ, ଦଧିମାନୀ ଚେଟ୍ଟୁ |
ବଙ୍ଗଳା | ଦଧିରପାତା, ଦହିଦହିଆ, ଦହିଆଳୁ |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ଏହା ମଧୁରରସ, ଶୀତବୀର୍ଯ୍ୟ, ଲଘୁପାକ, ବଳକର, ବୀର୍ଯ୍ୟବର୍ଧକ,ସ୍ନିଗ୍ଧ, ରସାୟନ, ଅଗ୍ନିବର୍ଧକ, ମସ୍ତିସ୍କ ଅସ୍ଥିରତା, ଜ୍ୱର, ବାତ, ପିତ୍ତ, ବ୍ରଣ, ଅଜୀର୍ଣ୍ଣ, ବିଷଦୋଷ, ଦୁର୍ବଳତା, ମସ୍ତିସ୍କଭ୍ରମ ଓ ସମସ୍ତପ୍ରକାର ଧାତୁରୋଗର ବିନାଶକ ଅଟେ।
ବ୍ୟବହାର
[ସମ୍ପାଦନା]ଏହାର ସର୍ବାଙ୍ଗକୁ ଔଷଧ ରୂପେ ବ୍ୟବହାର କରାଯାଏ। ଧାତୁପୁଷ୍ଟି, ଶୁକ୍ରତାରଲ୍ୟ, ସ୍ୱପ୍ନଦୋଷ ଓ ପ୍ରମେହର ଚିକିତ୍ସାରେ ମିଶ୍ରି ଅଥବା ମହୁ ସହିତ ଏହାର ପ୍ରୟୋଗ କରାଯାଏ । ଏହାଛଡା ଅତିସାର ଓ ଗ୍ରହଣୀ ଆଦି ରୋଗରେ ଗୋଲମରିଚ ସହିତ ଏହାର ଉପଯୋଗ ହୋଇଥାଏ। ହାତପାଦର ଦାହପାଇଁ ଏହାର ବ୍ୟବହାର ହୋଇଥାଏ ।
ବାହାର ଆଧାର
[ସମ୍ପାଦନା]- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
- zipcodezoo.com: Tinospora tomentosa