ତପୁ ମିଶ୍ର

ଉଇକିପିଡ଼ିଆ‌ରୁ
ତପୁ ମିଶ୍ର
ଭୁବନେଶ୍ୱରରେ ତପୁ ମିଶ୍ର
Born
ଧ୍ରୁତିତପା ମିଶ୍ର

(1985-01-11)୧୧ ଜାନୁଆରୀ ୧୯୮୫
Died୧୯ ଜୁନ ୨୦୨୧(2021-06-19) (ବୟସ ୩୬)
Occupationପ୍ରଚ୍ଛଦପଟ ଗାୟିକା
Years active୧୯୯୯-ଏବେଯାଏଁ
Spouseଦୀପକ ପୂଜାରୀ
Parent(s)କ୍ଷେତ୍ରମୋହନ ମିଶ୍ର, ଚାରୁଲତା ମିଶ୍ର
Relativesଦୀପଶିଖା, ଧୃତିଦୀପା (ଭଉଣୀ)

ତପୁ ମିଶ୍ର (୧୧ ଜାନୁଆରୀ ୧୯୮୫ - ୧୯ ଜୁନ ୨୦୨୧) ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ । ସେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଥିଲେ । ସେ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ "ଭଏସ୍ ଅଫ୍ ଓଡ଼ିଶା"ରେ ଗୁଡ୍‌ଲି ରଥ ଏବଂ ପମିଙ୍କ ସହ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ଓଡ଼ିଆ ସମେତ ସେ ବଙ୍ଗଳା, ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ଆଞ୍ଚଳିକ ଭାଷାମାନଙ୍କରେ ମଧ୍ୟ ଗୀତ ଗାଇଥିଲେ । ଜଣେ ସ୍ୱାଧୀନ କଳାକାର ଭାବେ ସେ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆଲବମ ପ୍ରକାଶ କରିଥିଲେ ।[୧]

୨୦୨୧ ମସିହା ଜୁନ ୧୯ ତାରିଖରେ କରୋନାରେ ୩୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ତପୁ ମିଶ୍ର ଓଡ଼ିଶାର ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅଳ୍ପ ବୟସରେ ଗୀତ ବୋଲା ଶିଖି ଗୀତ ଗାଇବା ଆରମ୍ଭ କରିଥିଲେ ।[୩] ସେ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କଠାରୁ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।[୪]

ଶିକ୍ଷା[ସମ୍ପାଦନା]

ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓ ପରେ ଗାନ୍ଧର୍ବ ମହାବିଦ୍ୟାଳୟରୁ ସଂଗୀତ ଡିଗ୍ରୀ ହାସଲ କରିଥିଲେ ।[୧]

ସଙ୍ଗୀତ[ସମ୍ପାଦନା]

ତପୁ ମିଶ୍ର ପ୍ରାୟତଃ ଅର୍ଦ୍ଧ-ଶାସ୍ତ୍ରୀୟ, ରୋମାଣ୍ଟିକ ଏବଂ ଆଇଟମ ଗୀତ ବୋଲୁଥିଲେ । ୧୯୯୫ ମସିହାରେ ହିମାଂଶୁ ପରିଜାଙ୍କ ଓଡ଼ିଆ ଚଳଚ୍ଚିତ୍ର କୁଳ ନନ୍ଦନ ଜରିଆରେ ସେ ପ୍ରଥମ କରି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଏହା ପରେ ସେ ଆଇ ଲଭ୍ ୟୁ ଚଳଚ୍ଚିତ୍ରର ତାଙ୍କ ଗୀତ ନାରେ ନା ବଜାନା ବଂଶୀ ଖ୍ୟାତିଲାଭ କରିଥିଲା । ସେ ୫୦୦ରୁ ଅଧିକ ଚଳଚ୍ଚିତ୍ର ଗୀତରେ କଣ୍ଠଦାନ କରିଥିଲେ । ଓଡ଼ିଆ ସମେତ ସେ ବଙ୍ଗଳା, ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଗୀତ ଗାଇଥିଲେ । ଏକ ସ୍ୱାଧୀନ କଳାକାର ଭାବରେ ସେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆଲବମ ପ୍ରକାଶ କରିଆସିଥିଲେ ।[୧]

ଅସୁସ୍ଥତା ଓ ମୃତ୍ୟୁ[ସମ୍ପାଦନା]

ମଇ ୧୯ରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଘରୋଇ କରୋନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେ ସୁସ୍ଥ ହେବା ପରେ ପୁଣିଥରେ କରୋନା ପରବର୍ତ୍ତୀ ଜଟିଳତା ସୃଷ୍ଟି ହୋଇଥିଲା ଓ ତାଙ୍କର ଅମ୍ଳଜାନ ସ୍ତର ୪୫କୁ ଖସିଯାଇଥିଲା । ଭୁବନେଶ୍ୱରଠାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତିହୋଇଥିଲେ ଓ ପରେ ଭେଣ୍ଟିଲେଟରରେ ଥିଲେ । ଚିକିତ୍ସିତ ହେଉଥିବା ସମୟରେ ୨୦୨୧ ମସିହା ଜୁନ ୧୯ ତାରିଖ ରାତି ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।[୧] ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା ।[୫]

ଗୀତ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

କଣ୍ଠ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ତପୁ ମିଶ୍ର ଚାରୋଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭକରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Eminent Ollywood singer Tapu Mishra passes away due to post COVID complications". The New Indian Express. The New Indian Express. The New Indian Express. 20 June 2021. Retrieved 20 June 2021.
  2. "Noted Ollywood singer Tapu Mishra dies of Covid-19". KalingaTV. 19 June 2021. Retrieved 20 June 2021.
  3. "ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ". ପ୍ରମେୟ. ୨୦ ଜୁନ ୨୦୨୧. p. ୧. Archived from the original on 20 June 2021. Retrieved 20 June 2021. {{cite web}}: Check date values in: |date= (help)
  4. "ବଧୂ ବେଶରେ ବିଦାୟ ନେଲେ ତପୁ". No. ସମ୍ବାଦ ୨୧/୦୬/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. 21 June 2021. Archived from the original on 21 June 2021. Retrieved 21 June 2021.
  5. "Ollywood singer Tapu Mishra succumbs to Covid19". 19 June 2021. Retrieved 20 June 2021.

ବାହାର ଆଧାର[ସମ୍ପାଦନା]