ଡିଗକ୍ସିନ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
ଡିଗକ୍ସିନ ବିଷକ୍ରିୟା (Digoxin toxicity)
Digoxin poisoning, digoxin overdose
ବିଭାଗଆଶୁ ଚିକିତ୍ସା ବିଭାଗ (Emergency medicine)
ଲକ୍ଷଣବାନ୍ତି, ଅରୁଚି, ଦ୍ୱନ୍ଦ୍ୱ, ଝାପସା ଦୃଷ୍ଟି, ପରିବର୍ତ୍ତିତ ରଙ୍ଗ ଦୃଷ୍ଟି, ଶକ୍ତିହୀନ [୧]
କାରଣଅତ୍ୟଧିକ ଡିଗକ୍ସିନ, ଫକ୍ସଗ୍ଲୋଭ ଛୋଟ ବୃକ୍ଷ (foxglove) [୧][୨]
ବିପଦ କାରକସ୍ୱଳ୍ପ ପୋଟାସିଅମ , ସ୍ୱଳ୍ପ ମ୍ୟଗନେସିଅମ (low magnesium), ଅତ୍ୟଧିକ କ୍ୟାଲସିଅମ[୧]
ସଠିକ ରୋଗ ନିର୍ଣ୍ଣୟଆକ୍ୟୁଟ କରୋନାରି ସିଣ୍ଡ୍ରୋମ (Acute coronary syndrome), ହାଇପରକାଲେମିଆ, ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା, ବିଟା ବ୍ଲକର ବିଷକ୍ରିୟା (beta blocker toxicity)[୨]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଆକ୍ଟିଭେଟେଡ ଚାରକୋଲ, ଆଟ୍ରୋପିନ, ଡିଗକ୍ସିନ-ସ୍ପେସିଫିକ ଆଣ୍ଟିବଡି ଫ୍ରାଗମେଣ୍ଟ (digoxin-specific antibody fragments)[୨][୧]
ପୁନଃପୌନିକ~ବର୍ଷକୁ ୨,୫୦୦ (ଯୁକ୍ତରାଷ୍ଟ୍ର ଆମେରିକା)[୨]

ଡିଗକ୍ସିନ ବିଷକ୍ରିୟା (ଇଂରାଜୀ ଭଷାରେ Digoxin toxicity, also known as digoxin poisoning) ଏକ ପ୍ରକାର ବିଷକ୍ରିୟା (poisoning) ଯାହା ଅତ୍ୟଧିକ ଡିଗକ୍ସିନ ଅଥବା ଫକ୍ସଗ୍ଲୋଭ (foxglove) ଛୋଟ ବୃକ୍ଷ ସେବନ କଲେ ସଂଘଟିତ ହୁଏ ।[୧][୨] ଏହାର ଲକ୍ଷଣ ଅତି ଅସ୍ପଷ୍ଟ ।[୧] ବାନ୍ତି, ଅରୁଚି, ଦ୍ୱନ୍ଦ୍ୱ (confusion), ଝାପସା ଦୃଷ୍ଟି, ପରିବର୍ତ୍ତିତ ରଙ୍ଗ ଦୃଷ୍ଟି, ଶକ୍ତିହୀନତା ଆଦି ଲକ୍ଷଣ ଏଥିରେ ଦେଖାଯାଏ ।[୧] ରୋଗ ଜଟିଳ ହେଲେ ହୃତ୍‌ପିଣ୍ଡ ଡିସରିଦମିଆ (Heart dysrhythmia) ଦୃତ ହୃଦ୍‌ଗତି (too fast) ବା ଧୀର ହୃଦ୍‌ଗତି (too slow) ହୋଇପାରେ ।[୧]

ଅଳ୍ପ ସମୟରେ ଅତ୍ୟଧିକ ମାତ୍ରା (overdose) ବା ସମୟ କ୍ରମେ ଦୀର୍ଘ କାଳ ଧରି ଅଳ୍ପ ମାତ୍ରାର ଡିଗକ୍ସିନ ଦେହକୁ ଗଲେ ବିଷକ୍ରିୟା ହୁଏ । [୧] ଶରୀରରେ ସ୍ୱଳ୍ପ ପୋଟାସିଅମ , ସ୍ୱଳ୍ପ ମ୍ୟଗନେସିଅମ (low magnesium), ଅତ୍ୟଧିକ କ୍ୟାଲସିଅମ ରହିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[୧] ହୃଦ୍‌ପାତ ବା ଆଟ୍ରିଆଲ ଫିବ୍ରିଲେସନ ରୋଗ ଥିଲେ ଡିଗକ୍ସିନ ଔଷଧ ଦିଆଯାଏ ।[୩] ରୋଗ ନିର୍ଣ୍ଣୟ ନିମନ୍ତେ ରୁଟିନ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (electrocardiogram) ଆବଶ୍ୟକ ହୁଏ ।[୨] ଶେଷ ମାତ୍ରା ଡିଗକ୍ସିନ ନେବାର ୬ ଘଣ୍ଟା ପରେ ରକ୍ତରେ ଥିବା ଔଷଧ ମାତ୍ରା ରୋଗ ନିର୍ଣ୍ଣୟରେ ଉପକାରୀ ହୁଏ । [୧]

ଔଷଧ ଖାଇବାର ୨ ଘଣ୍ଟା ମଧ୍ୟରେ ଆକ୍ଟିଭେଟେଡ ଚାରକୋଲ ବ୍ୟବ‌ହାର କରାଯାଇପାରେ । [୧] ହୃଦ୍‌ଗତି ଧୀର ଥିଲେ ଆଟ୍ରୋପିନପ୍ରିମାଚ୍ୟୁର ଭେଣ୍ଟ୍ରିକୁଲାର କଣ୍ଟ୍ରାକସନ ଥିଲେ ମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର) ଦିଆଯାଏ ।[୨] ଅତ୍ୟଧିକ ବିଷକ୍ରିୟା ହୋଇଥିଲେ ଡିଗକ୍ସିନ-ସ୍ପେସିଫିକ ଆଣ୍ଟିବଡି ଫ୍ରାଗମେଣ୍ଟ (digoxin-specific antibody fragments) ଦେଇ ଚିକିତ୍ସା କରାଯାଏ ।[୧] ଯେଉଁମାନଙ୍କର ସାଂଘାତିକ ଡିସଆରିଦମିଆ ଥାଏ, ରୋଗୀର ହୃଦ୍‌ପାତ ଥାଏ ବା ପୋଟାସିଅମ ସ୍ତର ୫ମିମୋଲରୁ ଅଧିକ ଥିଲେ ଏହା ଦିଆଯାଏ ।[୧] ଅଳ୍ପ ମାତ୍ରାର ପୋଟାସିଅମ ବା ମ୍ୟାଗନେସିଅମ ଥିଲେ ତାହାକୁ ଠିକ କରାଯାଏ ।[୧] ଚିକିତ୍ସା କରିବାର କିଛି ଦିନ ପରେ ଏହି ବିଷକ୍ରିୟା ପୁନର୍ବାର ହୋଇପାରେ । [୧]

ଅଷ୍ଟ୍ରେଲିଆରେ ସନ ୧୦୧୨ରେ ୧୪୦ଟି କେଶ ଲିପିବଦ୍ଧ ହୋଇଥିଲା ।[୧] ଡିଗକ୍ସିନ ବ୍ୟବ‌ହାର କମିଯିବା ଫଳରେ ସନ ୧୯୯୪ରୁ ଏହି ସଂଖ୍ୟା କମିଯାଇଛି ।[୧] ସନ ୨୦୧୧ରେ ଯୁକ୍ତରାଷ୍ଟ୍ରରେ ୨୫୦୦ ରୋଗୀଙ୍କର ବିବରଣୀ ମିଳିଥିଲା ଓ ସେମାନଙ୍କ ମଧ୍ୟରୁ ୨୭ ଜଣ ମୃତ୍ୟୁ ବରଣ କରିଥିଲେ ।[୨] ଉଇଲିଅମ ଉଇଦରିଙ୍ଗ (William Withering) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Pincus, M (February 2016). "Management of digoxin toxicity". Australian prescriber. 39 (1): 18–20. doi:10.18773/austprescr.2016.006. PMC 4816869. PMID 27041802.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Palatnick, W; Jelic, T (February 2014). "Emergency department management of calcium-channel blocker, beta blocker, and digoxin toxicity". Emergency medicine practice. 16 (2): 1–19, quiz 19-20. PMID 24883458. Archived from the original on 2014-05-14.
  3. Gheorghiade, M; van Veldhuisen, DJ; Colucci, WS (30 May 2006). "Contemporary use of digoxin in the management of cardiovascular disorders". Circulation. 113 (21): 2556–64. doi:10.1161/circulationaha.105.560110. PMID 16735690.
  4. Feldman, Arthur M. (2008). Heart Failure: Pharmacologic Management (in ଇଂରାଜୀ). John Wiley & Sons. p. 26. ISBN 9781405172530. Archived from the original on 2017-09-10.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ