ଟ୍ୱିଙ୍କଲ ଖାନ୍ନା

ଉଇକିପିଡ଼ିଆ‌ରୁ
ଟ୍ୱିଙ୍କଲ ଖାନ୍ନା
୨୦୧୦ରେ ଟ୍ୱିଙ୍କଲ
Born
ଟୀନା ଯତିନ ଖାନ୍ନା

(1974-12-29) ୨୯ ଡିସେମ୍ବର ୧୯୭୪ (ବୟସ ୪୯)[୧]
Other namesଟିନା
Occupation(s)ଅଭିନେତ୍ରୀ, ଚଳଚ୍ଚିତ୍ର ପ୍ରଯୋଜିକା, ଲେଖିକା
Years active୧୯୯୫–୨୦୦୧
Spouse
(m. ୨୦୦୧)
Children
Parent(s)ରାଜେଶ ଖାନ୍ନା (ବାପା)
ଡିମ୍ପଲ କପାଡିଆ (ମାଆ)
Relativesରେଣୁକା ଖାନ୍ନା (ଭଉଣୀ)
ସିମ୍ପଲ କପାଡିଆ (ମାଉସୀ)

‌ଟ୍ୱିଙ୍କଲ ଖାନ୍ନା‌ (ଜନ୍ମ: ୨୯ ଡିସେମ୍ବର ୧୯୭୪) ଜଣେ ପ୍ରାକ୍ତନ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ଚଳଚ୍ଚିତ୍ର ପ୍ରଯୋଜିକା, ଲେଖିକା ଏବଂ ଖବରକାଜଗର ଜଣେ ସ୍ତମ୍ଭକାର । ଟ୍ୱିଙ୍କଲଙ୍କର ଲିଖିତ ପ୍ରଥମ ପୁସ୍ତକ ‌ମିସେସ୍ ଫନିବୋନ୍‌ସ୍‌ ଭାରତବର୍ଷରେ ଏକ ଲକ୍ଷ ଖଣ୍ଡରୁ ଅଧିକ ବିକ୍ରି ହୋଇଥିଲା, ଯାହାକି ୨୦୧୫ରେ ଜଣେ ମହିଳା ଲେଖିକାଙ୍କର ଅଧିକ ବିକ୍ରିହୋଇଥିବା ବ‌ହି ଥିଲା ।[୨] ଏହି ବ‌ହି ପାଇଁ ତାଙ୍କୁ ୨୦୧୬ରେ ‌କ୍ରସ୍‌ୱାର୍ଡ଼ ବୁକ୍ ଆୱାର୍ଡ଼‌-୨୦୧୬ରେ ସମ୍ମାନିତ କରାଯାଇଥିଲା ।[୩] ଟ୍ୱିଙ୍କଲ ତାଙ୍କର ଦ୍ୱିତୀୟ ବ‌ହି ‌ଲକ୍ଷ୍ମୀ ପ୍ରସାଦ‌ ପାଇଁ ୨୦୧୭ରେ ସେ ଇଂରାଜୀ ଖବରକାଗଜ ‌India Today‌ ଦ୍ୱାରାର ଶ୍ରେଷ୍ଠ ଲେଖିକା ସମ୍ମାନ ପାଇଥିଲେ[୪], ଯାହାକି ପ୍ରକାଶ ହେବା ପରେ ଆମାଜନ୍‌ରେ ଦ୍ୱିତୀୟ ସ୍ଥାନରେ ର‌ହିଥିଲା।[୫]

୨୦୧୬ରେ ଶ୍ରେଷ୍ଠ ପ୍ରେରଣାଦାୟିକା ମହିଳା ଭାବରେ ଟ୍ୱିଙ୍କଲଙ୍କୁ ସମ୍ମାନିତ କରାଯାଇଥିଲା ।[୬] ଟ୍ୱିଙ୍କଲ ୧୯୯୫ରେ ଅଭିନେତା ବବି ଦେଓଲଙ୍କ ସ‌ହ ‌ବରଷାତ୍‌ ଚଳଚ୍ଚିତ୍ରର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ଫେୟାରର ଶ୍ରେଷ୍ଠ ନବାଗତା ସମ୍ମାନ୍ନ ପ୍ରଦାନ କରାଯାଇଥିଲା । ସେ ୧୯୯୯ରେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଟ୍ୱିଙ୍କଲ ଅଭିନେତା ରାଜେଶ ଖାନ୍ନା ଏବଂ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ସୁପୁତ୍ରୀ । ଅଭିନେତା ଅକ୍ଷୟ କୁମାରଙ୍କୁ ୨୦୦୧ରେ ବିବାହ କରିବା ପରେ ଟ୍ୱିଙ୍କଲ ଅଭିନୟ ଜଗତରୁ ବିଦାୟ ନେଇଥିଲେ, ମାତ୍ର ଚଳଚ୍ଚିତ୍ର ପ୍ରଯୋଜିକା ଭାବରେ କାର୍ଯ୍ୟ କରୁଛନ୍ତି । ନାୟିକା ଭାବରେ ଟ୍ୱିଙ୍କଲଙ୍କର ଶେଷ ଅଭିନୀତ କଥାଚିତ୍ର ହେଉଛି ‌ଲଭ୍ କେ ଲିୟେ କୁଛ୍ ଭି କରେଗା‌, ଯାହାକି ୨୦୦୧ରେ ମୁକ୍ତିଲାଭ କରିଥିଲା । ଟ୍ୱିଙ୍କଲ ବବି ଦେଓଲ, ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ, ଅମିର ଖାଁ, ଶାହାରୁଖ ଖାଁ, ସଲମାନ ଖାଁ, ଭେଙ୍କଟେଶ ଦଗୁପତି, ଗୋବିନ୍ଦା ଏବଂ ଅକ୍ଷୟ କୁମାର ଭଳି ଅଭିନେତାମାନଙ୍କ ସ‌ହ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଟ୍ୱିଙ୍କଲ ଖାନ୍ନା ୨୯ ଡିସେମ୍ବର ୧୯୭୪ରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତା ରାଜେଶ ଖାନ୍ନା ଏବଂ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କର ବଡ଼ ଝିଅ ଥିଲେ ।[୭] ଟ୍ୱିଙ୍କଲ ତାଙ୍କ ପିତାଙ୍କର ୩୨ତମ ଜନ୍ମଦିବସରେ ଜନ୍ମଗ୍ରହଣ କରିଥିଲେ । ଟ୍ୱିଙ୍କଲଙ୍କର ସାନ ଭଉଣୀ ହେଉଛନ୍ତି ରେଣୁକା ଖାନ୍ନା, ଯିଏ ପେଶାରେ ଜଣ ଅଭିନେତ୍ରୀ ।[୮] ଟ୍ୱିଙ୍କଲଙ୍କର ମାଉସୀ ହେଉଛନ୍ତି ସିମ୍ପଲ କପାଡିଆ ।[୯] ସେ ଫିଲ୍ମ‌ଫେୟାର ପତ୍ରିକା ପାଇଁ ଫଟୋଉଠା ସମୟରେ ଅକ୍ଷୟ କୁମରଙ୍କୁ ପ୍ରଥମଥର ପାଇଁ ଭେଟିଥିଲେ ।[୧୦] ଏହା ପରେ ସେ ଅକ୍ଷୟ କୁମାରଙ୍କୁ ୧୭ ଜାନୁଆରୀ ୨୦୦୧ରେ ବିବାହ କରିଥିଲେ ।[୧୧] ଟ୍ୱିଙ୍କଲ ଏବଂ ଅକ୍ଷୟଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।[୧୨][୧୩] ଅକ୍ଷୟ ତାଙ୍କ ସଫଳତାର ଶ୍ରେୟ ସବୁବେଳେ ଟ୍ୱିଙ୍କଲଙ୍କୁ ହିଁ ଦେଇଥାନ୍ତି ।[୧୪][୧୫]

ଅଭିନୟ ଜୀବନ[ସମ୍ପାଦନା]

ଟ୍ୱିଙ୍କଲ ୧୯୯୫ରେ ଅଭିନେତା ବବି ଦେଓଲଙ୍କ ସ‌ହ ବରଷାତ୍ ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅଭିନୟ ଆରମ୍ଭ କରିଥିଲେ । ବବିଙ୍କ ବାପା ଧର୍ମେନ୍ଦ୍ର ସେହି ଚଳଚ୍ଚିତ୍ର ପାଇଁ ଟ୍ୱିଙ୍କଲଙ୍କୁ ନାୟିକା ଭାବରେ ବାଛିଥିଲେ । ଏବଂ ସେହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ଟ୍ୱିଙ୍କିଲ ଆଉ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସୁଯୋଗ ପାଇଥିଲେ ।[୧୬] ଏହା ପରେ ଟ୍ୱିଙ୍କଲ ‌ଦିଲ୍ ତେରା ଦିୱାନା‌, ‌ଇତିହାସ‌, ଜାନ୍, ମେଲା, ବାଦ୍‌ଶାହା, ଇଣ୍ଟରନେସନାଲ ଖିଲାଡ଼ି, ଜୋରୁ କା ଗୋଲାମ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଟ୍ୱିଙ୍କଲ ବବି ଦେଓଲ, ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ, ଅମିର ଖାଁ, ଶାହାରୁଖ ଖାଁ, ସଲମାନ ଖାଁ, ଭେଙ୍କଟେଶ ଦଗୁପତି, ଗୋବିନ୍ଦା ଏବଂ ଅକ୍ଷୟ କୁମାର ଭଳି ଅଭିନେତାମାନଙ୍କ ସ‌ହ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ଟ୍ୱିଙ୍କଲଙ୍କର ଶେଷ ଚଳଚ୍ଚିତ୍ର ଥିଲା ‌ଲଭ୍ କେ ଲିୟେ କୁଛ୍ ଭି କରେଗା‌ ।[୧୭] ୨୦୦୧ରେ ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ଟ୍ୱିଙ୍କଲ ଅଭିନୀୟ ଜଗତରୁ ବିଦାୟ ନେଇଥିଲା । ମାତ୍ର ପରେ ସେ ଜଣେ ଚଳଚ୍ଚିତ୍ର ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ ।[୧୮] ‌ତିସ୍ ମାର୍ ଖାନ୍‌, ‌ପଟିଆଲା ହାଉସ୍‌, ‌ଥ୍ୟାଙ୍କ ୟୁ‌, ‌ଖିଲାଡ଼ି ୭୮୬‌, ‌ହଲିଡେ‌ ଭଳିଆ ଚଳଚ୍ଚିତ୍ରର ସ‌ହ-ପ୍ରଯୋଜିକା ଥିଲେ ଟ୍ୱିଙ୍କଲ ।[୧୯]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୧୯୯୫: ବରଷାତ୍
  • ୧୯୯୬: ଜାନ୍
  • ୧୯୯୬: ଦିଲ୍ ତେରା ଦିୱାନା
  • ୧୯୯୭: ଉଫ୍ ତେରା ମହବତ୍
  • ୧୯୯୭: ଇତିହାସ
  • ୧୯୯୮: ଜବ୍ ପ୍ୟାର୍ କିସିସେ ହୋତା ହେ
  • ୧୯୯୯: ଇଣ୍ଟରନ୍ୟାସନଲ୍ ଖିଲାଡ଼ି
  • ୧୯୯୯: ଜୁଲ୍‌‌ମି
  • ୧୯୯୯: ଶୀନୁ
  • ୧୯୯୯: ବାଦ୍‌ଶାହା
  • ୧୯୯୯: ୟେ ହେ ମୁମ୍ବାଇ ମେରି ଜାନ୍
  • ୨୦୦୦: ମେଲା
  • ୨୦୦୦: ଚାଲ୍ ମେରେ ଭାଇ
  • ୨୦୦୦: ଜୋରୁ କା ଗୁଲାମ୍
  • ୨୦୦୧: ଯୋଡ଼ି ନଂ ୧
  • ୨୦୦୧: ଲଭ୍ କେ ଲିୟେ କୁଛ୍ ଭି କରେଗା
  • ୨୦୧୦: ତିସ୍ ମାର୍ ଖାନ୍ (ଅତିଥି କଳାକାର)

ପ୍ରଯୋଜିତ ଚଳଚ୍ଚିତ୍ର[ସମ୍ପାଦନା]

  • ତିସ୍ ମାର୍ ଖାନ୍
  • ଥ୍ୟାଙ୍କ ୟୁ
  • ପଟିଆଲା ହାଉସ
  • ଖିଲାଡ଼ି ୭୮୬
  • ୭୨ ମାଇଲସ୍
  • ହଲିଡେ: ଏ ସୋର୍ଲଜର୍ ଇଜ୍ ନେଭର ଅଫ୍ ଡ୍ୟୁଟି

ପୁରସ୍କାର ଏବଂ ସମ୍ମାନ[ସମ୍ପାଦନା]

  • ଫିଲ୍ମ‌ଫେୟାର ପୁରସ୍କାର (ଶ୍ରେଷ୍ଠ ନବାଗତା)- ବରଷାତ୍ ଚଳଚ୍ଚିତ୍ର
  • ବିଗ୍ ଷ୍ଟାର୍ ଏଣ୍ଟରଟେନମେଣ୍ଟ ଆୱାର୍ଡ଼ (ଅଧିକ ମନୋରଞ୍ଜନ‌‌କାରୀ ଚଳଚ୍ଚିତ୍ର)- ହଲିଡେ

ଲିଖିତ ବ‌ହି[ସମ୍ପାଦନା]

  • Khanna, Twinkle (18 August 2015). Mrs Funnybones. Penguin India. ISBN 9780143424468. OCLC 919186937.
  • Khanna, Twinkle (7 November 2016). The Legend Of Lakshmi Prasad. Juggernaut Books. ISBN 9789386228055.

ଆଧାର[ସମ୍ପାଦନା]

  1. "Happy Birthday Twinkle Khanna, Sprinkling Stardust @41". NDTV. 28 December 2015. Retrieved 15 April 2017.
  2. "NDTV news". Retrieved 15 April 2017.
  3. http://timesofindia.indiatimes.com/life-style/books/features/Celebrating-writing-at-the-14th-Raymond-Crossword-Book-Award/articleshow/55706315.cms. {{cite news}}: Missing or empty |title= (help)
  4. "India Today". Retrieved 15 April 2017.{{cite web}}: CS1 maint: url-status (link)
  5. http://www.hindustantimes.com/bollywood/everybody-in-bollywood-wants-to-read-twinkle-khanna-s-new-book/story-2suuqi6EKMXAcZUvSLyGQM.html. {{cite news}}: Missing or empty |title= (help)
  6. "Outlook". Outlook India. Retrieved 15 April 2017.
  7. Bajaj, J.K. (26 March 2014). On & Behind the Indian Cinema. Diamond Pocket Books Pvt Ltd. p. 1971. ISBN 978-93-5083-621-7.
  8. Sharma, Garima (9 October 2013). "Rinke Khanna becomes a mummy again". The Times of India. The Times Group. Retrieved 15 April 2017.
  9. "Akki, Twinkle to support Simple's son". Hindustan Times. HT Media. 25 November 2009. Retrieved 15 April 2017.
  10. Singh, Raghuvendra (28 May 2013). ""I never had to do anything to impress Twinkle" – Akshay Kumar". Filmfare. The Times Group. Retrieved 15 April 2017.
  11. Sarkar, Suparno (17 January 2016). "Akshay Kumar, Twinkle Khanna celebrate wedding anniversary with PDA on Twitter". International Business Times, India Edition. Retrieved 15 April 2017.
  12. Saran, Renu (25 February 2014). Encyclopedia of Bollywood–Film Actors. Diamond Pocket Books Pvt Ltd. p. 15. ISBN 978-93-5083-690-3.
  13. "CONGRATS! Akshay Kumar-Twinkle Khanna blessed with a baby girl on 25th september named Nitara Khanna Bhatia". Hindustan Times. HT Media. Retrieved 25 September 2012.
  14. Indo-Asian News Service (12 May 2013). "On Mother's Day Akshay thanks Twinkle for his success". Daily Pioneer. New Delhi. Retrieved 15 April 2017.
  15. Press Trust of India (28 April 2010). "Twinkle is my lucky charm: Akshay Kumar". Deccan Herald. New Delhi. Retrieved 15 Apirl 2017. {{cite news}}: Check date values in: |accessdate= (help)
  16. "More On Amitabh". Stabroek News. Guyana. 23 October 1994. p. 28. Retrieved 10 March 2015 – via Google News Archive.
  17. Adarsh, Taran (29 June 2001). "Love Ke Liye Kuch Bhi Karega". Bollywood Hungama. Retrieved 15 April 2017.
  18. Indo-Asian News Service (21 November 2014). "Karan Johar clarifies why Akshay Kumar's 'Brothers' got preponed". The Times of India. The Times Group. Retrieved 15 April 2017.
  19. Sen, Sushmita (18 January 2015). "Akshay Kumar, Twinkle Khanna Celebrate 14th Marriage Anniversary, Snapped at PVR". International Business Times. IBT Media. Retrieved 15 April 2017.

ଅଧିକ ତ‌ଥ୍ୟ[ସମ୍ପାଦନା]