ଜାମୁକୋଳି

ଉଇକିପିଡ଼ିଆ‌ରୁ

ଜାମୁକୋଳି
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ୟୁଡିକୋଟ
Order: Saxifragales
Family: Grossulariaceae
Genus: Ribes
ଜାତି: R. nigrum
ବାଇନୋମିଆଲ ନାମ
Ribes nigrum
Synonyms
List
  • Botrycarpum nigrum (L.) A. Rich.
  • Grossularia nigra (L.) Rupr.
  • Ribes nigrum forma chlorocarpum (Späth) Rehder
  • Ribes nigrum var. chlorocarpum Späth
  • Ribes nigrum var. sibiricum W.Wolf
  • Ribes cyathiforme Pojark.
  • Ribes olidum Moench
  • Botrycarpum obtusilobum Opiz
  • Ribes nigrum var. europaeum Jancz.
  • Ribes nigrum var. pauciflorum (Turcz. ex Ledeb.) Jancz.
  • Ribes pauciflorum Turcz. ex Ledeb.
  • Ribesium nigrum (L.) Medik.

ଜାମୁକୋଳି (Ribes nigrum) ଏକ ଛୋଟ, କଷା-ସ୍ୱାଦ ଯୁକ୍ତ ଫଳ ଅଟେ । ଏହା ମଧ୍ୟ ଓ ଉତ୍ତର ୟୁରୋପ ଏବଂ ଉତ୍ତର ଏସିଆରେ ମିଳିଥାଏ । ଜାମୁକୋଳିରେ ପ୍ରଚୁର ପରିମାଣରେ ଭିଟାମିନ ସୀ ରହିଥାଏ । ଜାମୁକୋଳି ନିଜର ଗାଢା ରଙ୍ଗଦ୍ୱାରା ନିଜର ନାମ ପ୍ରାପ୍ତ କରିଥାଏ । ଏହାର ବ୍ୟବହାର ଜେଲି, ଆଇସକ୍ରିମ ତିଆରି କରିବା ପାଇଁ ବ୍ୟବହାର କରାଯାଏ ଓ ଏହାର ରସ ବଜାର ପାଇଁ ବ୍ୟବସାୟୀକ ରୂପେ ବ୍ୟବହାର କରାଯାଏ । ଜାମୁକୋଳି ୟୁନାଇଟେଡ କିଙ୍ଗଡମର ଏକ ଲୋକପ୍ରୀୟ ସ୍ୱାଦ ଅଟେ । ଖିସମିସ ସମାନ, ସାଲଡ ଓ ବେକିଙ୍ଗରେ ଜାମୁକୋଳିର ବ୍ୟବହାର କରାଯାଏ । ଏହି ଫଳର ବ୍ୟବହାର ମାଦକ ଦ୍ରବ୍ୟର ତିଆରିରେ କରାଯାଏ ଓ ଫଳ ଏବଂ ପତ୍ରକୁ ପାରମ୍ପରିକ ଚିକିତ୍ସାରେ ଉପଯୋଗ କରାଯାଏ ।

ବିବରଣୀ[ସମ୍ପାଦନା]

ଜାମୁକୋଳି ଏକ ମଧ୍ୟମ ଆକାରର ବୁଦା/ଗୁଳ୍ମ ଅଟେ । ଏହା ସାଧାରଣତଃ ୧.୫ରୁ ୧.୫ ମିଟର (୪.୯ ଫୁଟରୁ ୪.୯ ଫୁଟ) ପର୍ଯ୍ୟନ୍ତ ବଢିଥାଏ । ଏହାର ପତ୍ର ବୈକଳ୍ପିକ, ସରଳ, ୩ରୁ ୫ ସେମୀ (୧.୨ରୁ ୨.୦ ଇଞ୍ଚ) ଚୌଡା ଓ ପାଞ୍ଚ ପାଲମେଟ ଲୋବ ଏକ କରତ ଦାନ୍ତିଆ ଯୁକ୍ତ ମାର୍ଜିନ ସହିତ ଲମ୍ବା ହୋଇଥାଏ । ଗଛର ସମସ୍ତ ଭାଗ ଦୃଢତାର ସହିତ ସୁଗନ୍ଧିତ ହୋଇଥାଏ । ଫୁଲର ଉତ୍ପାଦନ ୮ ସେଣ୍ଟିମିଟର (୩ ଇଞ୍ଚ) ପର୍ଯ୍ୟନ୍ତ "ଷ୍ଟ୍ରିଗ୍ସ" ଋପେ ଜଣାଯାଏ ; ଏଥିରେ ପ୍ରାୟତଃ ଦଶରୁ କୋଡିଏ ଫୁଲ ରହିଥାଏ, ପ୍ରତ୍ୟେକର ବ୍ୟାସ ୮ ମିମି (୦.୩ ଇଞ୍ଚ) ହୋଇଥାଏ । ପ୍ରତ୍ୟେକ ଫୁଲରେ ହଳଦିଆ ଗ୍ରନ୍ଥି ସହିତ ଏକ କେଶବହୁଳ କ୍ୟାଲେକ୍ସ ରହିଥାଏ, ଯେଉଁଥିରୁ ପାଞ୍ଚୋଟି ଲୋବ ଅଗୋଚର ଫୁଲ ପାଖୁଡାର ତୁଳନାରେ ଲମ୍ବା ହୋଇଥାଏ ।କଳଙ୍କ, ଶୈଳୀ ଏବଂ ଫ୍ୟୁଜ କାର୍ପେଲ ପାଖାପାଖି ପାଞ୍ଚୋଟି ଫୁଳର ଫୁକେଶର ରହିଥାଏ ।[୧] ଷ୍ଟ୍ରିଗର ଆଧାରରେ ଏହାର ଫୁଲ ଖୋଲିଥାଏ ଓ ଅଧିକତର କୀଟ ପରାଗଣ ହୋଇଥାଏ, କିନ୍ତୁ କିଛି ପରାଗ ପବନଦ୍ୱାରା ବିତରିତ ହୋଇଥାଏ ।

ଇତିହାସ[ସମ୍ପାଦନା]

ଜାମୁକୋଳି ୟୁରୋପ ଓ ଏସିଆର ମୂଳ ନିବାସୀ ଅଟେ । ରଷରେ ୧୧ବିଂ ଶତାବ୍ଦୀ ପର୍ଯ୍ୟନ୍ତ ଏହାର କୃଷି-କର୍ମ କରାଯାଇଥିଲା । ଏହା ସାଧାରଣତଃ ମଠର ବଗିଚାରେ ଉପସ୍ଥିତ ରହିଥାଏ ଏବଂ ବସ୍ତି ମାନଙ୍କରେ ମଧ୍ୟ ଏହାର କୃଷି-କର୍ମ କରାଯାଏ । ୟୁରୋପରେ ଏହାର କୃଷି-କର୍ମ ୧୭ବିଂ ଶତାବ୍ଦୀର ଅନ୍ତିମ ଦଶକରେ ଆରମ୍ଭ ହୋଇଥିଲା ।[୨] ପତ୍ର, ଛାଲ ଏବଂ ମୂଳର ମିଶ୍ରଣକୁ ଏକ ପାରମ୍ପରିକ ଉପଚାର ଋପେ ବ୍ୟବହାର କରାଯାଏ ।[୩]

ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟରେ, ଭିଟାମିନ (ସୀ)ରେ ଭରପୁର ଅଧିକାଂଶ ଫଳ, ଯଥା: କମଳା, ୟୁନାଇଟେଡ କିଙ୍ଗଡମରେ ପ୍ରାପ୍ତ କରିବା କଷ୍ଟକର ହୋଇଗଲା । ଜାମୁକୋଳି ଭିଟାମିନର ଏକ ସମୃଦ୍ଧ ସ୍ରୋତ ଅଟେ ଏବଂ ଏହାର ଗଛ ୟୁକେର ଜଳବାୟୁରେ ବଢିବା ପାଇଁ ଉପଯୁକ୍ତ ଅଟେ, ବ୍ରିଟିସ ସରକାର ତାଙ୍କର କୃଷିକାର୍ଯ୍ୟକୁ ପ୍ରୋତ୍ସାହିତ କରିଥିଲେ ଓ ଯଥାଶୀଘ୍ର ରାଷ୍ଟ୍ରର ଫସଲର ଉପଜରେ ବହୁ ବୃଦ୍ଧି ହୋଇଥିଲା । ୧୯୪୨ ମସିହାରୁ, ଦୁଇ ବର୍ଷରୁ କମ ବୟସର ପିଲାମାନଙ୍କୁ ଜାମୁକୋଳିର ସିରପ ନିଃଶୁଳ୍କ ଭାବେ ବିତରିତ କରାଯାଉ ଥିଲା । ଏହା ବ୍ରିଟିଶରେ ସ୍ୱାଦ ବଢେଇବା ଋପରେ ଜାମୁକୋଳିର ସ୍ଥାୟୀ ଲୋକପ୍ରୀୟତାକୁ ଜନ୍ମ ଦେଇଥିଲା । [୪] ବ୍ରିଟେନରେ ବାଣିଜ୍ୟିକ ଫସଲ ସମ୍ପୁର୍ଣ୍ଣ ଭାବେ ଜନ୍ତ୍ରପାତି-(ମେଶିନ)କୃତ ଅଟେ ଏବଂ ପାଖାପାଖି ୧,୪୦୦ ହେକ୍ଟର ଫଳ ଲଗାଯାଏ । ବ୍ୟବସାୟୀକ ଋପେ, ଜାମୁକୋଳିର ସବୁଠାରୁ ଅଧିକ ମାପକ୍ରମରେ କୃଷି-କର୍ମ ପୂର୍ବ ୟୁରୋପରେ ରସ ଓ ରସ କେନ୍ଦ୍ରିତ ବଜାର ପାଇଁ କରାଯାଏ । ୨୦୧୭ ପର୍ଯ୍ୟନ୍ତ, ଏହି ଫଳର ବିଶେଷତାରେ ସୁଧାର ପାଇଁ ପ୍ରମୁଖ କୃଷି-କର୍ମର ପ୍ରୟାସ ସ୍କଟଲ୍ୟାଣ୍ଡ, ନ୍ୟୁଜଲ୍ୟାଣ୍ଡ ଓ ପୋଲାଣ୍ଡରେ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Black currant: Ribes nigrum". NatureGate. Retrieved 2013-09-08.
  2. Doronina, A. Ju.; Terekhina, N. V. "Crops: European Black Currant". Economic plants and their diseases, pests and weeds. AgroAtlas. Retrieved 2013-06-02.
  3. Grieve, M. (1931). "Currant, black". Botanical.com: A modern herbal. Retrieved 2013-06-03.
  4. Titmuss, Richard Morris (2001). Welfare and Well Being: Richard Titmuss's Contribution to Social Policy. The Policy Press. p. 85. ISBN 1861342993.