ଜରୀନ ଖାନ

ଉଇକିପିଡ଼ିଆ‌ରୁ
ଜରୀନ ଖାନ
ज़रीन खान
ଟେନୀସ ଏକାଡେମୀରେ ଜରୀନ
Born
ଜରୀନ ଖାନ

(1987-05-14) ୧୪ ମଇ ୧୯୮୭ (ବୟସ ୩୬)
Nationalityଭାରତୀୟ
Occupation(s)ଅଭିନେତ୍ରୀ, ମଡେଲ
Years active୨୦୧୦–ଏବେଯାଏଁ

ଜରୀନ ଖାନ‌ (ଜନ୍ମ: ୧୪ ମଇ ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ।[୧][୨] ସେ ହିନ୍ଦୀ କଥାଚିତ୍ର ସ‌ହ ତାମିଲ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଜରୀନ ୨୦୧୦ ମସିହାରେ ଅଭିନେତା ସଲମାନ ଖାଁଙ୍କ ସ‌ହ ‌ବୀର୍‌ ଚଳଚ୍ଚିତ୍ର ମାଧ୍ୟମରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ପରେ ଜରୀନ ସଲମାନଙ୍କ ରେଡ୍ଡି ଚଳଚ୍ଚିତ୍ରରେ ଆଇଟମ୍ ଗୀତ ‌କାରେକ୍ଟ ଢିଲା‌ ଗୀତରେ ନୃତ୍ୟ କରିଥିଲେ, ଏହି ନୃତ୍ୟ ତାଙ୍କୁ ଅଧିକ ଲୋକପ୍ରିୟ କରାଇଥିଲା । ପରେ ପରେ ସେ ହାଉସଫୁଲ୍-୨ ଏବଂ ହେଟ ଷ୍ଟୋରୀ-୨ରେ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।[୩] ଜରୀନ ତାମିଲ କଥାଚିତ୍ର ‌ନାନ୍ ରାଜାବାଗା ପୋଗିରେନ୍‌ ଚଳଚ୍ଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୪][୫][୬]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଜରୀନ ୧୪ ମଇ ୧୯୮୭ରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୭][୮][୯] ଜରୀନ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।[୮] ସେ ହିନ୍ଦୀ, ଉର୍ଦ୍ଦୁ, ଇଂରାଜୀ ଏବଂ ମରାଠୀ କ‌ହିପାରନ୍ତି । ସେ ମୁମ୍ବାଇର ରବି କଲେଜ ଅଫ୍ ସାଇନ୍ସ‌ରୁ ତାଙ୍କର ଶିକ୍ଷା ଶେଷ କରିଛନ୍ତି ।[୧୦][୧୧]

ଅଭିନୟ ଜୀବନ[ସମ୍ପାଦନା]

ଜରୀନ ପୂର୍ବରୁ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ, ମାତ୍ର ପରେ ସେ ଯୁବରାଜ ଚଳଚ୍ଚିତ୍ରର ସୁଟିଂ ସମୟରେ ସେ ଅଭିନେତ୍ରୀ ହେବାକୁ ଇଚ୍ଛା କରିଥିଲେ ।[୧୨] ଜରୀନ ୨୦୧୦ରେ ହିନ୍ଦୀ କଥାଚିତ୍ର ‌ବୀର୍‌ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । [୧୩] ଏକ ସ୍କ୍ରିନ୍ ଟେଷ୍ଟରେ ସେ ସଫଳ ହେବା ପରେ ସଲମାନ ତାଙ୍କୁ ଏହି ଭୂମିକାରେ ଅଭିନୟ ପାଇଁ ବାଛିଥିଲେ ।[୧୪]

ଏହାପରେ ସେ ‌ହାଉସଫୁଲ୍-୨‌[୧୫][୧୬], ‌ଅମର ମଷ୍ଟ ଡାଏ‌ ଏବଂ ‌ହେଟ ଷ୍ଟୋରୀ-୨‌[୧୭] ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ । ଜରୀନ ତାମିଲ କଥାଚିତ୍ର ‌ନାନ୍ ରାଜାବାଗା ପୋଗିରେନ୍‌ ଚଳଚ୍ଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୧୮] ‌ଜ୍ୟାଟ୍ ଜେମ୍‌ସ୍ ବଣ୍ଡ୍‌ କଥାଚିତ୍ର ଜରିଆରେ ସେ ପଞ୍ଜାବୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୯] ଏଥି ସ‌ହ ଜରୀନ ରେଡ୍ଡି, ବିରାପ୍ପାନ, ବଜା ତୁମ୍ ହୋ ଭଳି କଥାଚିତ୍ରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୦: ବୀର୍ (ହିନ୍ଦୀ)
  • ୨୦୧୧: ରେଡ୍ଡି (ହିନ୍ଦୀ)
  • ୨୦୧୨: ହାଉସଫୁଲ୍-୨ (ହିନ୍ଦୀ)
  • ୨୦୧୩: ନାନ୍ ରାଜାଭାଗ ପୋଗିରେନ୍ (ତାମିଲ)
  • ୨୦୧୪: ଜ୍ୟାଟ୍ ଜେମ୍‌ସ୍ ବଣ୍ଡ୍ (ପଞ୍ଜାବୀ)
  • ୨୦୧୪: ଅମର ମଷ୍ଟ ଡାଏ (ହିନ୍ଦୀ)
  • ୨୦୧୫: ହେଟ୍ ଷ୍ଟୋରୀ-୩ (ହିନ୍ଦୀ)
  • ୨୦୧୬: ବିରାପ୍ପାନ୍ (ହିନ୍ଦୀ)
  • ୨୦୧୬: ବଜା ତୁମ୍ ହୋ (ହିନ୍ଦୀ)
  • ୨୦୧୭: ଅକ୍ସର-୨ (ହିନ୍ଦୀ)

ଆଧାର[ସମ୍ପାଦନା]

  1. ୧.୦ ୧.୧ "Zarine Khan: Veer ki Heer!". The Times of India. 23 January 2010. Retrieved 11 May 2017. ଆଧାର ଭୁଲ: Invalid <ref> tag; name "interview" defined multiple times with different content
  2. "Sunny Leone & Zarine Khan Lookalike".
  3. "Which is the raunchiest Hate Story? VOTE!".
  4. bollyb (2013-09-18). "Will Elli Avram be Salman Khan's next lady 'friend'?". Bollywoodlife.com. Retrieved 11 May 2017.
  5. Vaibhavi V Risbood (2013-08-21). "Finally, Zareen gets over Katrina's 'look alike' tag". The Times Of India. TNN. Archived from the original on 2013-10-16. Retrieved 11 May 2017.
  6. "Sunny Leone & Zarine Khan Lookalike".
  7. ""I Am Muslim, I Know My Islam": Zareen Khan". Bollywood Hungama. {{cite web}}: Cite has empty unknown parameter: |1= (help)
  8. ୮.୦ ୮.୧ Mangal Dalal (8 January 2010). "When Men Were Men". Indian Express. Retrieved 11 May 2017. Asked about whether it was a risk casting Zarine Khan, the debutant from the UK, Khan says: "She's a Pathan girl who speaks Hindi and Urdu well and was spectacular in the screen test. It was pure luck."
  9. Mangal Dalal (8 January 2010). "'Veer' also has a social message behind it: Salman Khan". Express India. Archived from the original on 14 March 2012. Retrieved 11 May 2017. Asked about whether it was a risk casting Zarine Khan, the debutant from the UK, Khan says: "She's a Pathan girl who speaks Hindi and Urdu well and was spectacular in the screen test.
  10. "No bikini for me: Zarine Khan". Mid-Day. IANS. 2010-01-27. Retrieved 11 May 2017.
  11. Natasha Sahgal (11 January 2010). "Zarine Khan is living a dream as the heroine in 'Veer'". The Indian Express. Retrieved 11 May 2017.
  12. Soumyadipta Banerjee (24 January 2010). "Zarine Khan is a tough cookie". Daily News & Analysis. Retrieved 11 May 2017.
  13. Deepa Karmalkar (21 November 2008). "'No candlelight dinners for me...'". Screen. Archived from the original on 11 March 2010. Retrieved 11 May 2017.
  14. Subhadeep Bhattacharjee (16 December 2009). "Salman made Zarine Khan gain weight". Oneindia.in. Archived from the original on 20 October 2012. Retrieved 11 May 2017.
  15. Taran Adarsh (2012-04-06). "Housefull 2". Bollywood Hungama. Retrieved 11 May 2017.
  16. "Housefull 2 Crossed Rs. 100 crore Mark At Box-Office In 17 Days". Koimoi.com. 2012-04-23. Retrieved 11 May 2017.
  17. "Watch Zareen Khan & Daisy Shah in Hot ever before-'Hate Story 3' Official Trailer". Retrieved 11 May 2017.
  18. B-town actresses turn item girls for K’wood - The Times of India
  19. "'Jatt James Bond' collects Rs 7 crore in first four days - IBNLive". Archived from the original on 2014-05-02. Retrieved 2017-05-11.

ଅଧିକ ତ‌ଥ୍ୟ[ସମ୍ପାଦନା]