ଚିତ୍ରା ବିଶ୍ୱେଶ୍ୱରନ

ଉଇକିପିଡ଼ିଆ‌ରୁ

ସିଟେଲ୍ଠାରେ ଚିତ୍ରା ବିଶ୍ୱେଶ୍ୱରନ୍‌‌ଙ୍କ ପ୍ରଦର୍ଶନ
କେରଳ, ଭାରତରେ ବିଶ୍ୱେଶ୍ୱରନ୍‌‌ଙ୍କ ପ୍ରଦର୍ଶନ

ଚିତ୍ରା ବିଶ୍ୱେଶ୍ୱରନ୍‌‌ ହେଉଛନ୍ତି ଜଣେ ଭାରତ ନାଟ୍ୟମ ନର୍ତ୍ତକୀ ଯିଏ ଚେନ୍ନାଇଠାରେ ଦି ଚିଦାମ୍ବରମ୍ ଏକାଡେମୀ ଅଫ୍ ପର୍‌ଫର୍ମିଂ ଆର୍ଟ୍‌ସ୍ ନାମରେ ଏକ ନୃତ୍ୟ ବିଦ୍ୟାଳୟ ଚଲାଉଛନ୍ତି ।

୧୯୯୨ ମସିହାରେ ସେ, ଭାରତ ସରକାରଙ୍କଦ୍ୱାରା ପ୍ରଦତ୍ତ ଏକ ସର୍ବୋତ୍ତମ ବେସାମରିକ ସମ୍ମାନ ପଦ୍ମଶ୍ରୀ[୧][୨][୩] ପୁରସ୍କାର ପାଇଥିଲେ ।

ଆଦ୍ୟ ଜୀବନ ଓ ପ୍ରଶିକ୍ଷଣ[ସମ୍ପାଦନା]

ବିଶ୍ୱେଶ୍ୱରନ୍, ତିନି ବର୍ଷ ବୟସରେ ତାଙ୍କ ମା', ରୁକ୍ମିଣୀ ପଦ୍ମନାଭନ୍‌ଙ୍କ ସ‌ହ ନୃତ୍ୟ ଆରମ୍ଭ କରିଥିଲେ, ଯେ ସମସାମୟିକ ଭାରତୀୟ ନୃତ୍ୟ ଓ ଭାରତ ନାଟ୍ୟମ୍‌ରେ ପ୍ରଶିକ୍ଷଣ ପାଇଥିଲେ । ତାଙ୍କର ବାପା ଭାରତୀଯ ରେଳରେ ଜଣେ ଯନ୍ତ୍ରୀ ଥିଲେ ଓ ଯେତେବେଳେ ତାଙ୍କର ଚାକିରୀ ତାଙ୍କ ପରିବାରକୁ ଲଣ୍ଡନ୍ ନେଇଗଲା, ଚିତ୍ରା ଶାସ୍ତ୍ରୀୟ ବାଲେଟ୍ ଶିଖିବାକୁ ଲାଗିଲେ । ପରେ କୋଲ୍‌କାତାରେ ସେ [[ମନିପୁରୀ ନୃତ୍ୟ‌|ମଣିପୁରୀ] ଓ କଥକ ନୃତ୍ୟ ଶିଖିଥିଲେ ।

୧୦ ବର୍ଷ ବୟସରେ ସେ, ଥିରୁବିଦାଇମାରୁଦୁରର ଅନ୍ୟତମ ଦକ୍ଷ ଦେବଦାସୀଟି ଏ ରାଜଲକ୍ଷ୍ମୀ‌ଙ୍କ ସଂସ୍ପର୍ଶରେ ଆସିଥିଲେ, ଯିଏ କୋଲ୍‌କାତାରେ ଅବସ୍ଥାନ କରୁଥିଲେ । ତାଙ୍କର ଆରନ୍ଜେତ୍ରମ- ତାଙ୍କର ପ୍ରଥମ ମନ୍ଚ ପ୍ରଦର୍ଶନ ୧୦ ମାସ ଭିତରେ ହୋଇଥିଲା, ଯାହା ବ‌ହୁତ ସ୍ୱଳ୍ପ ସମୟ ଥିଲା ଏବଂ ସେ ପ୍ରାୟ ଏକ ଦଶନ୍ଧୀ ଧରି ରାଜଲକ୍ଷ୍ମୀଙ୍କଠାରୁ ପ୍ରଶିକ୍ଷଣ ନେଉଥିଲେ ।

ତେର ବର୍ଷ ବୟସରେ, ବିଶ୍ୱେଶ୍ୱରନ୍ ସେଣ୍ଟ୍ ତ୍ୟାଗରାଜଙ୍କ ଜୀବନୀକୁ ବର୍ଣ୍ଣମ ଆକାରରେ ନିର୍ଦ୍ଦେଶନା ଦେଇଥିଲେ । ସେ ବିଦ୍ୟାଳୟ ଶିକ୍ଷା ସାରିବା ପରେ, ନୃତ୍ୟରେ ପ୍ରଶିକ୍ଷଣ ପାଇଁ, ଚେନ୍ନାଇ (ସେତେବେଳର ମାଡ୍ରାସ୍) ଯିବାକୁ ଚାହୁଁଥିଲେ, ମାତ୍ର ତାଙ୍କର ବାପା, ମା' ବିଶ୍ୱ୍ୱବିଦ୍ୟାଳୟ ଡିଗ୍ରୀ ହାସଲ ପାଇଁ ପ୍ରବର୍ତ୍ତାଇ ଥିଲେ । ସେ କୋଲ୍‌କାତା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକ ଲାଭ କରିବା ସ‌ହ ନିଜେ ସମୟ ଦେଇ ନୃତ୍ୟ ବିଷୟ ଓ ନୃତ୍ୟ ଇତିହାସ ପଢ଼ିଥିଲେ ।

୧୯୭୦ ମସିହାରେ, ସେ ଏକ ସମୟରେ ମାନବ ସଂସାଧନ ମନ୍ତ୍ରାଳୟରୁ ଭାରତ ନାଟ୍ୟମରେ ଅଧିକ ପଢ଼ିବା ପାଇଁ ବୃତ୍ତି ପାଇଥିଲେ, ଯେଉଁ ସମୟରେ ଏକ ବର୍ଷରେ ଦେଶବ୍ୟାପୀ କେବଳ ଦୁଇଟି ବୃତ୍ତି ଦିଆ ଯାଉଥିଲା, ଯାହା ବର୍ତ୍ତମାନ ୨୫ । ସେ ତାଙ୍କର ଚାରି ବର୍ଷ ବୃତ୍ତି ସମୟ ଭାଜୁଭୁର ରମୟା ପିଲ୍ଲାଇଙ୍କ ଅଧୀନରେ ଚାନ୍ନାଇରେ ପାଠ ପଢ଼ିଥିଲେ । ତିନି ମାସ ଭିତରେ ଭାଜୁଭୁର ନିଜ ନିର୍ଦ୍ଦେଶନାର ଏକ ଏକାଙ୍କିରେ ବିଶ୍ୱେଶ୍ରନ୍‌ଙ୍କୁ ଚୟନ କରିଥିଲେ । ସନ୍ଗୀତକାର ପି ସାମ୍ବାମୂର୍ତ୍ତୀ, କଳା ଐତିହାସିକ କପିଳା ବାତ୍ସ୍ଚାୟନ ଓ ନୃତ୍ୟ ସମାଲୋଚକ ସୁନୀଲ କୋଠାରୀ ସମସ୍ତେ ତାଙ୍କ ନୃତ୍ୟକୁ ଆଦର କରିଥିଲେ ।

ଶିକ୍ଷା ପ୍ରଦାନ[ସମ୍ପାଦନା]

ଷୋହଳ ବର୍ଷ ବୟସରେ କୋଲ୍‌କାତାରେ ବିଶ୍ୱେଶ୍ୱରନ୍ ନୃତ୍ୟ ଶିଖାଇବା ଆରମ୍ଭ କରିଥିଲେ ଓ ୧୯୭୫ରେ ଚେନ୍ନାଇଠାରେ ଦି ଚିଦାମ୍ବରମ୍ ଏକାଡେମୀ ଅଫ୍ ପର୍‌ଫର୍ମିଂ ଆର୍ଟ୍‌ସ୍ (ସି ଏ ପି ଏ) ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନ ବିଶ୍ୱବ୍ୟାପୀ ଏହାର ଅନୁଷ୍ଠାନ ଅଛି, ଯାହା ପୁରାତନ ଛାତ୍ରୀ, ଛାତ୍ରଙ୍କଦ୍ୱାରା ପରିଚାଳିତ । ଏଠାରେ ସ୍ନାତକ ଶିକ୍ଷା ପାଇଥିବା ପିଲାମାନେ ଜାତୀୟ ଓ ଆନ୍ତର୍ଜାତୀୟ ବୃତ୍ତି ପାଇଥାନ୍ତି ।

ବିଶ୍ୱେଶ୍ୱରନ୍ ମଧ୍ଧ୍ୟ ବିକଳାନ୍ଗ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ ନୃତ୍ୟ ଓ ଗୀତ ଅନୁଷ୍ଠାନ ରସ ପାଇଁ ପୁନ୍ଜି ଏକତ୍ର କରୁଛନ୍ତି ।

ଆଧାର[ସମ୍ପାଦନା]

  1. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved 21 July 2015.
  2. "Changing narrative of dance: Group acts take centre stage". Arjun Naraynan. The Times of India. 18 ଡିସେମ୍ବର 2016. Retrieved 1 ଅକ୍ଟୋବର 2017.
  3. Eve's Weekly. ଅକ୍ଟୋବର 1975. p. 253. Retrieved 1 ଅକ୍ଟୋବର 2017.

ବାହ୍ୟ ଆଧାର[ସମ୍ପାଦନା]