ଚନ୍ଦ୍ରମୁଖୀ

ଉଇକିପିଡ଼ିଆ‌ରୁ
ଚନ୍ଦ୍ରମୁଖୀ
ନିର୍ଦ୍ଦେଶକପି.ବାସୁ
ପ୍ରଯୋଜକରାମକୁମାର ଗଣେଶାନ
ପ୍ରଭୁ (ଅଭିନେତା)
ଚିତ୍ରନାଟ୍ୟପି.ବାସୁ
ମୂଳ ଆଧାରମଣିଚିତ୍ରଥାଝୁ 
by ମାଧୁ ମୁତ୍ତମ
କଳାକାରରଜନୀକାନ୍ତ
ପ୍ରଭୁ
ଜ୍ୟୋତିକା
ନୟନତାରା
ସଙ୍ଗୀତବିଦ୍ୟାସାଗର (ସଙ୍ଗୀତ ନିର୍ଦ୍ଦେଶକ)
ଚିତ୍ରଗ୍ରହଣଶେଖର ଭି. ଜୋସେଫ
ସମ୍ପାଦକସୁରେଶ ୟୁର୍ସ
Production
company
ଶିଭାଜୀ ପ୍ରଡକ୍ସନ
ମୁକ୍ତିଲାଭ ତାରିଖ
2005
କଥାଚିତ୍ରର ସମୟ
164 ମିନିଟ
ଦେଶIndia
ଭାଷାTamil
ଖର୍ଚ୍ଚIndian Rupee ₹190 ମିଲିଅନ[୧]

ଚନ୍ଦ୍ରମୁଖୀ ୨୦୦୫ ମସିହାର ଏକ ଭାରତୀୟ ତାମିଲ ଭାଷାର ହାସ୍ୟରସାତ୍ମକ ଭୟଙ୍କର ଫିଲ୍ମ ଅଟେ । ଏହି ଫିଲ୍ମକୁ ପି.ବାସୁ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହାକୁ ଶିବାଜୀ ପ୍ରଡକ୍ସନର ରାମ କୁମାର ଗଣେଶାନଙ୍କଦ୍ୱାରା ନିର୍ମାଣ କରାଯାଇଥିଲା । ଏହି ଫିଲ୍ମରେ ରଜନୀକାନ୍ତ, ପ୍ରଭୁ, ଜ୍ୟୋତିକା ଓ ନୟନତାରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ବାସୁଙ୍କ କନ୍ଣଡ ଫିଲ୍ମ ଆପ୍ତାମିତ୍ର (୨୦୦୪)ର ରୀମିକ ଅଟେ, ଯାହା ନିଜେ ମାଲାୟଲାମ ଫିଲ୍ମ ମଣିଚିତ୍ରାଥୁ (୧୯୯୩)ର ରୀମିକ ଅଟେ । ସାଉଣ୍ଡଟ୍ରାକ ଆଲବମ ଓ ବ୍ୟାକଗ୍ରାଉଣ୍ଡ ସ୍କୋରର ରଚନା ବିଦ୍ୱାସାଗର କରିଥିଲେ । ସିନେମେଟୋଗ୍ରାଫୀର ସଞ୍ଚାଳନ ଶେଖର ବି.ଜୋସେଫ କରିଥିଲେ ଏବଂ ଏହାର ସମ୍ପାଦନ ସୁରେଶ ଉର୍ସ କରିଥିଲେ ।

ଏହି ଫିଲ୍ମIndian Rupee ₹190  ମିଲିଅନ ବଜେଟରେ ତିଆରି ହୋଇଥିଲା । ଏହାର ଫଟୋଗ୍ରାଫୀ ୨୪ ଅକ୍ଟୋବର ୨୦୦୪ ମସିହାରେ ଆରମ୍ଭ ହୋଇ ମାର୍ଚ୍ଚ ୨୦୦୫ ମସିହାରେ ଶେଷ ହୋଇଥିଲା । ଏହାକୁ ୧୪ ଏପ୍ରିଲ ୨୦୦୫ ମସିହାରେ ତାମିଲ ନବବର୍ଷର ପୂର୍ବ ସନ୍ଧ୍ୟାରେ ରିଲିଜ କରାଯାଇଥିଲା । ଫିଲ୍ମଟିକୁ ସକରାତ୍ମକ ସମୀକ୍ଷା ମିଳିଥିଲା ଓ ଏହା ବକ୍ସ ଅଫିସରେ ସଫଳତା ଲାଭ କରିଥିଲା । ଏହା ୮୯୦ ଦିନର ନାଟକୀୟ ଦୌଡ ସହିତ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ଦକ୍ଷୀଣ ଭାରତୀୟ ଫିଲ୍ମ ଥିଲା । ଚନ୍ଦ୍ରମୁଖୀ, ପାଞ୍ଚୋଟି ତାମିଲନାଡୁ ରାଜ୍ୟ ଫିଲ୍ମ ପୁରସ୍କାର, ଚାରୋଟି ଫିଲ୍ମ ପ୍ରସଂଶକ ଆସୋସିଏସନ ପୁରସ୍କାର ଓ ଦୁଇଟି ଫିଲ୍ମ ଫେୟାର ପୁରସ୍କାର ଜିତିଥିଲା । ଜ୍ୟୋତିକା ଓ ବଡିବେଲୁଙ୍କୁ ଫିଲ୍ମରେ ତାଙ୍କର କାମ ପାଇଁ ପ୍ରତ୍ୟେକଙ୍କୁ "କଳୀମ ମଣି ପୁରସ୍କାର"ରେ ସମ୍ମାନିତ କରାଯାଇଥିଲା ।

ଚନ୍ଦ୍ରମୁଖୀକୁ ତେଲୁଗୁ ଭାଷାରେ ଡବିଂ କରାଯାଇଥିଲା ଏବଂ ତା'ସହିତ ତାମିଲ ସଂସ୍କରଣର ସମାନ ଶୀର୍ଷକ ସହିତ ରିଲିଜ କରା ଯାଇଥିଲା । ଏହାକୁ "ଚନ୍ଦ୍ରମୁଖୀର ହୁଂକାର" ଶୀର୍ଷକରେ ଭୋଜପୁରୀ ଭାଷାରେ ଡବିଂ ଓ ରୀଲିଜ କରାଯାଇଥିଲା । ଏହା ଜର୍ମାନରେ ଡବିଂ ହୋଇଥିବା ପ୍ରଥମ ତାମିଲ ଫିଲ୍ମ ହୋଇଗଲା । ଏହା ଜର୍ମାନୀରେ "ଡେର ଜିଷ୍ଟରଜ୍ୟାଗେର" (ଇଂଗ୍ରାଜୀ: ଦି ଘୋଷ୍ଟ ହଣ୍ଟର୍ସ) ଶୀର୍ଷକରେ ଜାରୀ କରାଯାଇଥିଲା । ଏହି ଫିଲ୍ମଟିକୁ ତୁର୍କୀ ଭାଷାରେ ମଧ୍ୟ ଡବିଂ କରାଯାଇଥିଲା । ଚନ୍ଦ୍ରମୁଖୀକୁ ହିନ୍ଦୀ ଭାଷାରେ ଡବିଂ କରାଯାଇଥିଲା ଏବଂ ୨୯ ଫେବୃଆରୀ ୨୦୦୮ ମସିହାରେ ପ୍ରଡକ୍ସନ ହାଉସ ରୟାଲ ଫିଲ୍ମ କମ୍ପାନୀର ମାଲିକ "ଦିଲୀପ ଧନୱାନୀ"ଙ୍କଦ୍ୱାରା ରିଲୀଜ କରାଯାଇଥିଲା । ହିନ୍ଦୀ ସଂସ୍କରଣ ନିର୍ମାତା ଏ.ଏମ.ରଥନାମଙ୍କ ସହଯୋଗରେ ଜାରୀ କରାଯାଇଥିଲା ।

ସଙ୍ଗୀତ[ସମ୍ପାଦନା]

ବିଦ୍ୟାସାଗର ସାଉଣ୍ଡଟ୍ରାକ ଆଲବମ ଓ ଚନ୍ଦ୍ରମୁଖୀର ପୃଷ୍ଠଭୂମୀ ସ୍କୋରର ରଚନା କରିଥିଲେ । ସାଉଣ୍ଡଟ୍ରାକ ଆଲବମରେ ଛ'ଟି ଟ୍ରାକ ରହିଥାଏ । ଭାଲି, ୟୁଗଭାରତୀ, ପା.ବିଜୟ, ନା.ମୁଥୁକୁମାର ଓ ଭୁବନ ଚନ୍ଦ୍ର ତାମିଲ ସଂସ୍କରଣ ପାଇଁ ଗୀତ ଲେଖିଥିଲେ ।[୨] ଭୁବନ ଚନ୍ଦ୍ର, ସୁଧାଲା ଅଶୋକ ତେଜା, ବେନେଲାକାନ୍ତି ଓ ଭାଲି ଡବିଂ ହୋଇଥିବା ତେଲୁଗୁ ସଂସ୍କରଣ ପାଇଁ ଗୀତ ଲେଖିଥିଲେ । ଟ୍ରାକ "ରା ରା" ସୂର୍ଯ୍ୟା ରାଗରେ ଆଧାରିତ ଥିଲା, ଯାହାକୁ ସଲ୍ଲଭମ ରାଗ ରୂପେ ଜଣାଯାଏ ।[୩] ଆଶା ଭୋସଲେ ଫିଲ୍ମ ପାଇଁ ଏକ ଗୀତ ଗାଇବା ପାଇଁ ଓ ଫିଲ୍ମର ଅଡିଓ ଲଞ୍ଚରେ ଭାଗ ନେବା ପାଇଁ ବ୍ୟସ୍ତ ଥିଲେ । [୪] ଫିଲ୍ମର ଅଡିଓ ଅଧିକାର Indian Rupee ₹11 ମିଲିୟନରେ ଏନକ ଅଡିଓର ସଞ୍ଜୟ ୱାଧବାଙ୍କୁ ବିକ୍ରୟ କରାଯାଇଥିଲା ।[୫][a] ଟାଟା ଇଣ୍ଡିକମ ଓ ସନଫିଷ୍ଟ ବିସ୍କୁଟ ଅଡିଓ ଲଞ୍ଚ ଏବଂ ମାର୍କେଟିଙ୍ଗ ପାଇଁ ପ୍ରାୟୋଜିତ ଥିଲା । [୭]

ମୁକ୍ତିଲାଭ[ସମ୍ପାଦନା]

ଏହି ଫିଲ୍ମ ୧୪ ଏପ୍ରିଲ ୨୦୦୫ ମସିହାରେ ତାମିଲ ନବବର୍ଷରେ ରିଲିଜ ହୋଇଥିଲା ।[୮] ଚନ୍ଦ୍ରମୁଖୀକୁ ମାଲେସିୟାରେ ୩୭ଟି ସିନେମା ଘରେ, ୟୁରୋପରେ ୧୫, ଶ୍ରୀଲଙ୍କାରେ ୯, ସଂଯୁକ୍ତ ରାଜ୍ୟ ଆମେରିକାରେ ୭, କାନାଡାରେ ୪, ଅଷ୍ଟ୍ରେଲିଆରେ ୨ ଓ ସିଙ୍ଗାପୁରର ୨ଟି ସିନେମା ଘରେ ରିଲୀଜ କରାଯାଇଥିଲା [୯] ଫିଲ୍ମକୁ କୋୟାମୁଥୁରରେ ୨୩ଟି ପ୍ରିଣ୍ଟ ସହିତ ରିଲିଜ କରାଯାଇଥିଲା ଯାହା ରଜନୀକାନ୍ତଙ୍କ ପଡାୟପ୍ପା (୧୯୯୯)ରୁ ୧୨ ଅଧିକ ଥିଲା ।[୧୦]

ଆଧାର[ସମ୍ପାଦନା]

  1. The exchange rate in 2005 was 45.3 Indian rupees (Indian Rupee ₹) per 1 US dollar (US$).[୬]
  1. Ram, Arun (20 June 2005). "Return of the king". India Today. Archived from the original on 25 September 2014. Retrieved 22 September 2014.
  2. "Chandramukhi (2005) Soundtrack". Music India Online. Archived from the original on 25 September 2014. Retrieved 25 September 2014.
  3. Mani, Charulatha (8 November 2013). "Of love and longing". The Hindu. Archived from the original on 24 September 2014. Retrieved 24 September 2014.
  4. Pillai, Sreedhar (28 February 2005). "Asha again". The Hindu. Archived from the original on 23 September 2014. Retrieved 24 September 2014.
  5. "'Chandramukhi' audio fetches Rs 1.10 Crore!". Sify. 17 February 2005. Archived from the original on 24 September 2014. Retrieved 24 September 2014.
  6. "U.S. Dollar Vs. Indian Rupee Exchange Rate". USA Today. Archived from the original on 26 October 2014. Retrieved 26 October 2014.
  7. "First peek- 'Chandramukhi' audio!". Sify. 4 March 2005. Archived from the original on 26 October 2014. Retrieved 26 October 2014.
  8. "Legend in the making!". Sify. 16 March 2007. Archived from the original on 27 July 2016. Retrieved 27 July 2016.
  9. "Kollywood to spin magic overseas". Rediff.com. 12 April 2005. Archived from the original on 26 September 2014. Retrieved 26 September 2014.
  10. Pillai, Sreedhar (30 December 2005). "Tamil cinema's new high". The Hindu. Archived from the original on 4 October 2014. Retrieved 4 October 2014.