ଘାଣ୍ଟ
ପ୍ରକାର | ତରକାରୀ |
---|---|
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ଓଡ଼ିଶା |
ସମ୍ବନ୍ଧିତ ଜାତୀୟ ଖାଦ୍ୟ | ଓଡ଼ିଆ |
ମୁଖ୍ୟ ଉପାଦାନ | ପନିପରିବା (ସାରୁ, ବୁଟ, ଖମ୍ବ ଆଳୁ, କଞ୍ଚା କଦଳୀ, କଖାରୁ, ବାଇଗଣ), ମାଛ (ମୁଣ୍ଡ), ସୋରିଷ ତେଲ |
ଘାଣ୍ଟ (ମହୁର ନାମରେ ମଧ୍ୟ ଜଣା) ବିଭିନ୍ନ ପନିପରିବା ବା ମାଛ ସହ ପରିବା ମିଶାଇ ତିଆରି କରାଯାଉଥିବା ଏକ ପ୍ରକାରର ଓଡ଼ିଆ ରନ୍ଧା ଖାଦ୍ୟ । ସାଦା ଘାଣ୍ଟରେ ବିଭିନ୍ନ ସିଝା ପରିବା, ସିଝା ବୁଟ ଓ ବଡ଼ିଭଜା ଆଦି ପଡ଼ି ହେଉଥିବା ବେଳେ ମାଛ ଘାଣ୍ଟରେ ମାଛ ବା ମାଛ ମୁଣ୍ଡ ପଡ଼ି ହୋଇଥାଏ । ଘାଣ୍ଟ ଦେଉଳିଆ ଖାଦ୍ୟରେ "ମହୁର" ନାମରେ ରନ୍ଧାଯାଇଥାଏ ଓ ସେଠାର ବାକି ରନ୍ଧାଖାଦ୍ୟ ଭଳି ଏଥିରେ ପିଆଜ, ରସୁଣ ନପଡ଼ି ରନ୍ଧାଯାଇଥାଏ । ମହୁରରେ ସାଧାରଣତଃ ସାରୁ, ବୁଟ, ଖମ୍ବ ଆଳୁ, କଞ୍ଚା କଦଳୀ, କଖାରୁ, ଓ ବାଇଗଣ ଆଦି ପଡ଼ିଥାଏ ।[୧] ଓଡ଼ିଶାର ବାକି ଖାଦ୍ୟ ଭଳି ଘାଣ୍ଟ ସାଧାରଣତଃ ସୋରିଷ ତେଲରେ ଛୁଙ୍କ ହୋଇଥାଏ ।[୨]
ବିହଙ୍ଗବାଲୋକନ
[ସମ୍ପାଦନା]ସାଦା ଘାଣ୍ଟ ତିଆରି ପାଇଁ ଆଳୁ, ମୂଳା, ବାଇଗଣ, କଞ୍ଚା କଦଳୀ, କଖାରୁ ଆଦି ପରିବାକୁ ସେଗୁଡ଼ିକର ସିଝିବା ସମୟ ଅନୁସାରେ ଦୁଇଭାଗ କରି ଅଲଗା କରିଦିଆଯାଏ । ଏକ ପାତ୍ରରେ ପାଣି ନେଇ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ସହ ସିଖିବା ପାଇଁ ଅଧିକ ସମୟ ଲାଗୁଥିବା ପରିବାକୁ ସିଝାଯାଏ । ଅଧା ସିଝି ଆସିଲେ ସେଥିରେ ବାକି ଅଧା ଭାଗ ପରିବାକୁ ସେଥିରେ ମିଶାଇ ପୂରା ସିଝାଯାଏ । ପରିବାସବୁ ସିଝିଗଲା ପରେ ଏକ ପାତ୍ରରେ ଫୁଟଣ ଓ ରସୁଣ ଛୁଙ୍କ ଦେଇ ସିଝା ପରିବା ଏଥିରେ ମିଶାଯାଏ ଓ ପାଣି ମରିଆସିବା ଯାଏ ଗରମ କରାଯାଏ ।[୩]
ଶାଗ ଘାଣ୍ଟ ପାଇଁ ଖଡ଼ା ବା କୋଶଳା, ଏବଂ ପୋଇ ଆଦି ଶାଗ ବ୍ୟବହାର କରାଯାଏ । ପୋଇ, କଖାରୁ, ବାଇଗଣ, ଜହ୍ନି, ସାରୁ, ଆଳୁ ଆଦି ସହ ମାଛ ମୁଣ୍ଡ ପକାଇ ମାଛ ଛେଞ୍ଚେଡ଼ା ଓ ମାଛ ଘାଣ୍ଟ ରନ୍ଧାଯାଇଥାଏ ।[୪]
ସମାନ ଧରଣର ଖାଦ୍ୟ
[ସମ୍ପାଦନା]ସନ୍ତୁଳା ସମାନ ଧରଣର ପଦ୍ଧତିରେ ରନ୍ଧାଯାଇଥାଏ । ସେଥିରେ ବ୍ୟବହୃତ ଉପାଦାନ ପାଖାପାଖି ସମାନ ହେଲେ ହେଁ ସେଥିରେ ସାମାନ୍ୟ ଝୋଳ ରହିଥାଏ । ଘାଣ୍ଟ ସାଧାରଣ ଖାଦ୍ୟ ଭାବେ ଖିଆ ହେଲା ବେଳେ ସନ୍ତୁଳା ପଥି ଭାବେ ମଧ୍ୟ ଖିଆଯାଇଥାଏ ।[୫]
ଜଗନ୍ନାଥ ମନ୍ଦିରରେ ରନ୍ଧା ଛପନ ଭୋଗ ଅନ୍ତର୍ଭୁକ୍ତ ମହୁରରେ ଆଳୁ ଓ ବିଲାତି ବାଇଗଣ ବ୍ୟବହାର ନ ହୋଇ କେବଳ ଖମ୍ବଆଳୁ ପଡ଼ିଥାଏ । ଏହା ଆନନ୍ଦ ବଜାରରେ ବିକ୍ରି ହେଉଥିବା ଭୋଗ ଭିତରୁ ଏକ ।[୬]
ଅଧିକ ପଠନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Data and Expo India Pvt Ltd; Ashutosh Goyal (1 May 2014). RBS Visitors Guide INDIA - Odisha: Odisha Travel Guide. Data and Expo India Pvt. Ltd. pp. 40–. ISBN 978-93-80844-82-4.
- ↑ Rocky Singh; Mayur Sharma (25 July 2014). Highway on my Plate - II: the indian guide to roadside eating. Random House India. pp. 391–. ISBN 978-81-8400-642-1.
- ↑ Laxmi Parida (April 2003). Purba: Feasts From The East: Oriya Cuisine from Eastern India. iUniverse. pp. 115–. ISBN 978-0-595-26749-1.
- ↑ Das, Sarita. "Machha Chhencheda (with poi saga)". Odiakitchen.com. Archived from the original on 21 April 2021. Retrieved 16 April 2018.
- ↑ Sujata Patnaik (2010). Classic Cooking of Orissa. Allied Publishers. pp. 14–. ISBN 978-81-8424-584-4.
- ↑ Narayan Miśra (2007). Annals and Antiquities of the Temple of Jagannātha. Sarup & Sons. pp. 134–. ISBN 978-81-7625-747-3.