ଗ୍ରୋଥ ହରମୋନ ଅଭାବ

ଉଇକିପିଡ଼ିଆ‌ରୁ
ଗ୍ରୋଥ ହରମୋନ ଅଭାବ (Growth hormone deficiency)
ପିଟୁଇଟାରି ଡ୍ୱାର୍ଫିଜ୍ମ (Pituitary dwarfism)
ବିଭାଗଅନ୍ତସ୍ରାବୀ ଗ୍ରନ୍ଥି ବିଜ୍ଞାନ (Endocrinology)
ଲକ୍ଷଣଛୋଟ ଉଚ୍ଚତା (short height)[୧]
କାରଣଯଥେଷ୍ଟ ଗ୍ରୋଥ ହରମୋନ (ଜିଏଚ) (growth hormone) ଅଭାବ[୨]
ବିପଦ କାରକଜେନେଟିକ (Genetics), ଆଘାତ, ସଂକ୍ରମଣ, ଅର୍ବୁଦ tumors, ରାଡିଏସନ ଥେରାପି (radiation therapy)[୩]
ରୋଗ ନିର୍ଣ୍ଣୟ ପଦ୍ଧତିଗ୍ରୋଥ ହରମୋନ ନିମନ୍ତେ ରକ୍ତ ପରୀକ୍ଷା[୩]
ସଠିକ ରୋଗ ନିର୍ଣ୍ଣୟSmall for gestational age, ଟର୍ନର ସିଣ୍ଡ୍ରୋମ, ନୁନାନ ସିଣ୍ଡ୍ରୋମ (Noonan syndrome), ପ୍ରେଡର-ୱିଲି ସିଣ୍ଡ୍ରୋମ (Prader-Willi syndrome)[୩]
ଚିକିତ୍ସାଗ୍ରୋଥ ହରମୋନ ପ୍ରତିସ୍ଥାପନ (Growth hormone replacement)[୧]
ପୁନଃପୌନିକଅସ୍ପଷ୍ଟ[୩]

ଗ୍ରୋଥ ହରମୋନ ଅଭାବବା ଜିଏଚଡି (ଇଂରାଜୀ ଭାଷାରେ Growth hormone deficiency/ (GHD) ଏକ ବେମାରୀ ଯେଉଁଥିରେ ଯଥେଷ୍ଟ ଗ୍ରୋଥ ହରମୋନ (ଜିଏଚ) (growth hormone) ନଥାଏ ।[୨] ସାଧାରଣତଃ ଛୋଟ ଉଚ୍ଚତା ଥାଏ (short height) ଏହି ରୋଗୀର ଧ୍ୟାନ ଆକର୍ଷଣକାରୀ ଲକ୍ଷଣ ହୁଏ ।[୧] ନବଜାତ ଶିଶୁର ନିମ୍ନ ରକ୍ତ ଶର୍କରା ବା ଛୋଟ ଲିଙ୍ଗ (small penis) ଥାଏ ।[୩] ଯୁବକମାନଙ୍କର କମ ମାଂସପେଶୀ, ଅଧିକ କୋଏସ୍ଟେରୋଲ ସ୍ତର ବା ଓଷ୍ଟିଓପୋରୋସିସ ଥାଏ ।[୧]

ଏହି ଜିଏଚଡି ରୋଗ ଜନ୍ମରୁ (Congenital) ଥାଇପାରେ ବା ପରେ ଉତ୍ପନ୍ନ ହୋଇପାରେ ।[୧] ଏହାର କାରଣ ସ୍ୱରୁପ ଜେନେଟିକ (Genetics), ଆଘାତ, ସଂକ୍ରମଣ, ଅର୍ବୁଦ tumors, ରାଡିଏସନ ଥେରାପି (radiation therapy) ଇତ୍ୟାଦି ଥାଏ । [୩] ଜିଏଚ୧ (GH1), ଜିଏଚଆରଏଚଆର (GHRHR), ବା ବିଟିକେ (BTK) ଭଳି ଜିନ ଯୋଗୁ ମଧ୍ୟ ଏହି ରୋଗ ହୋଇପାରେ ।[୨] ଏକ ତୃତୀୟାଂଶ କେଶ୍‌ମାନଙ୍କରେ କୌଣସି କାରଣ ପ୍ରତୀୟମାନ ହୁଏନି ।[୩] ପିଟୁଇଟାରି ଗ୍ରନ୍ଥିରେ (pituitary gland) ସମସ୍ୟା ଥିବା ଜଣାଯାଏ ।[୩] ଅନ୍ୟ କେତେକ ପିଟୁଇଟାରି ହରମୋନର (pituitary hormone) ମଧ୍ୟ ଅଭାବ ଥାଇପାରେ ଓ ତାହାକୁ ମିଳିତ ପିଟୁଇଟାରୀ ହରମୋନ ଅଭାବ (combined pituitary hormone deficiency) ନାମ ଦିଆଯାଏ ।[୪] ରକ୍ତରେ ଗ୍ରୋଥ ହରମୋନ ସ୍ତର ମାପ କରି ରୋଗ ନିର୍ଣ୍ଣୟ କରାଯାଏ ।[୩]

ଗ୍ରୋଥ ହରମୋନ ପ୍ରତିସ୍ଥାପନ (growth hormone replacement) କରି ଚିକିତ୍ସା କରାଯାଏ ।[୧] କେତେ ଜଣକୁ ଏ ରୋଗ ହୁଏ ତାହାର ହିସାବ ଅସ୍ପଷ୍ଟ ଅଛି ।[୩] ଅଧିକାଂଶ କେଶ୍ ପିଲାଙ୍କଠାରେ ଦେଖାଯାଏ ।[୧] ପ୍ରାୟ ୭,୦୦୦ ଲୋକରେ ଜଣକୁ ଏ ରୋଗ ଆକ୍ରମଣ କରେ । [୨] ପୁରୁଷ ଓ ମହିଳା ଉଭୟଙ୍କୁ ସମ ଭାବରେ ରୋଗ ହେଲେ ମଧ୍ୟ ପୁରୁଷଙ୍କର ଅଧିକ ନିର୍ଣ୍ଣୟ କରାଯାଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Growth hormone deficiency". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2016. Retrieved 12 December 2017.
  2. ୨.୦ ୨.୧ ୨.୨ ୨.୩ "isolated growth hormone deficiency". Genetics Home Reference (in ଇଂରାଜୀ). February 2012. Retrieved 12 December 2017.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ "Growth Hormone Deficiency". NORD (National Organization for Rare Disorders). 2016. Retrieved 12 December 2017.
  4. "Combined pituitary hormone deficiency". Genetics Home Reference (in ଇଂରାଜୀ). August 2010. Retrieved 13 December 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ