ଗୋପାଳବଲ୍ଲଭ ଦାସ
ଗୋପାଳବଲ୍ଲଭ ଦାସ | |
---|---|
ଜନ୍ମ | |
ମୃତ୍ୟୁ | ୧୯୧୪ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ବସନ୍ତ କୁମାରୀ ଦେବୀ |
ସନ୍ତାନ | ରମାଦେବୀ ଚୌଧୁରୀ, ଉମାଦେବୀ ଚୌଧୁରୀ |
ସମ୍ପର୍କୀୟ | ମଧୁସୂଦନ ଦାସ (ଭାଇ) |
ଗୋପାଳବଲ୍ଲଭ ଦାସ (୨୩ ଡିସେମ୍ବର ୧୮୬୦ - ୧୯୧୪) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଏବଂ ବ୍ରିଟିଶ ଶାସନ ସମୟରେ ଓଡ଼ିଶା କମିଶନରଙ୍କର ସହାୟକ, ଡେପୁଟି ମାଜିଷ୍ଟେଟ ଓ ଗଡ଼ଜାତ ସମୂହର ସହାୟକ ସୁପୁରିଣ୍ଟେଣ୍ଡେଣ୍ଟ ଥିଲେ । ସେ ପ୍ରଧାନତଃ ଓଡ଼ିଆ ଉପନ୍ୟାସ, କବିତା ଓ ଅନୁବାଦ ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚିତ ଉପନ୍ୟାସ ଭୀମା ଭୂଇଁଆ ଥିଲା ଓଡ଼ିଆରେ ଲିଖିତ ପ୍ରଥମ ଜନଜାତି ଉପନ୍ୟାସ ।
ଜୀବନୀ
[ସମ୍ପାଦନା]ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଗୋପାଳବଲ୍ଲଭ ଦାସ ୧୮୬୦ ମସିହାର ଡିସେମ୍ବର ୨୩ ତାରିଖରେ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ । ସେ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ସାନ ଭାଇ ଥିଲେ ।[୧] ସେ ବସନ୍ତ କୁମାରୀ ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଉମାଦେବୀ ଓ ରମାଦେବୀ ନାମରେ ଦୁଇଜଣ ଝିଅ ଥିଲେ ।
ଶିକ୍ଷା
[ସମ୍ପାଦନା]ଗୋପାଳବଲ୍ଲଭ ଦାସ କଲିକତା ବିଶ୍ୱବିଦ୍ୟାଳୟରୁ ଏମଏ ପାସ କରିଥିଲେ ।
ବୃତ୍ତି
[ସମ୍ପାଦନା]ସେ ବ୍ରିଟିଶ ଶାସନ ସରକାରଙ୍କ ଡେପୁଟି ମାଜିଷ୍ଟେଟ ଭାବେ ନିଯୁକ୍ତ ହୋଇଥିଲେ । ପରେ ସେ ଓଡ଼ିଶା କମିଶନରଙ୍କର ସହାୟକ ଓ ଗଡ଼ଜାତ ସମୂହର ସହାୟକ ସୁପୁରିଣ୍ଟେଣ୍ଡେଣ୍ଟ ହୋଇଥିଲେ । ସେ କେନ୍ଦୁଝର ଗଡ଼ଜାତ ରାଜ୍ୟର ସୁପୁରିଣ୍ଟେଣ୍ଡେଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ଭୀମା ଭୂଇଁଆ - ୧୯୦୮
- ପ୍ରୀତି ସୁଧାକର - ୧୯୦୬[୨]
- ଆତ୍ମବତ ସର୍ବ ଭୂତେଷୁ - ୧୮୮୮
- କବିତା ମଞ୍ଜରୀ - ୧୮୯୫
- ଭକ୍ତି ରସାବଳୀ - ୧୯୦୦
- ରାୟବାହାଦୁର ନନ୍ଦକିଶୋର ଦାସ ଜୀବନୀ
- ରମେଶ ଚନ୍ଦ୍ର ଦତ୍ତ ଜୀବନୀ ଅନୁବାଦ[୩]
ଆଧାର
[ସମ୍ପାଦନା]- ↑ The Quarterly Review of Historical Studies. Institute of Historical Studies. 1993.
- ↑ https://archive.org/details/dli.ministry.29838
- ↑ "ପ୍ରଥମ ଜନଜାତି ଉପନ୍ୟାସ : ଭୀମା ଭୂଇଁଆ". No. ଧରିତ୍ରୀ ୨୪ ଜୁନ ୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଧରିତ୍ରୀ. Retrieved 24 June 2021.