ଗିରୀଶ କର୍ଣ୍ଣାଡ଼

ଉଇକିପିଡ଼ିଆ‌ରୁ
(ଗିରିଶ କର୍ଣ୍ଣାଡ଼ରୁ ଲେଉଟି ଆସିଛି)
ଗିରୀଶ କର୍ଣ୍ଣାଡ଼
୨୦୦୯ ମସିହାରେ କର୍ଣ୍ଣ୍ୱେଲ ବିଶ୍ୱବିଦ୍ୟାଳୟରେ ଗିରୀଶ କର୍ଣ୍ଣାଡ଼
୨୦୦୯ ମସିହାରେ କର୍ଣ୍ଣ୍ୱେଲ ବିଶ୍ୱବିଦ୍ୟାଳୟରେ ଗିରୀଶ କର୍ଣ୍ଣାଡ଼
ଜନ୍ମ ଓ ଜନ୍ମସ୍ଥାନଗିରୀଶ ରଘୁନାଥ କର୍ଣ୍ଣାଡ଼
(1938-05-19)୧୯ ମଇ ୧୯୩୮
ମଥେରାନ, ବମ୍ବେ ପ୍ରେସିଡେନ୍ସୀ, ବ୍ରିଟିଶ ଭାରତ
(ବର୍ତ୍ତମାନର ମହାରାଷ୍ଟ୍ର, ଭାରତ)
ମୃତ୍ୟୁ୧୦ ଜୁନ ୨୦୧୯(2019-06-10) (ବୟସ ୮୧)[୧]
ବେଙ୍ଗାଳୁରୁ, କର୍ଣ୍ଣାଟକ, ଭାରତ
ବୃତ୍ତିସଂଳାପକାର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଚଳଚ୍ଚିତ୍ର ଅଭିନେତା
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନକର୍ଣ୍ଣାଟକ ବିଶ୍ୱବିଦ୍ୟାଳୟ, ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ
ସମୟ୧୯୩୯-୨୦୧୯
ଶୈଳୀକଳ୍ପନାପ୍ରସୂତ
ସାହିତ୍ୟର ଆନ୍ଦୋଳନନବ୍ୟ
ସାହିତ୍ୟ କୃତିତୁଗଲକ ୧୯୬୪
ତଳେଦଣ୍ଡ
ଜୀବନସାଥୀସରସ୍ୱତୀ ଗଣପତି
ସନ୍ତାନରଘୁ କର୍ଣ୍ଣାଡ଼

ଗିରୀଶ ରଘୁନାଥ କର୍ଣ୍ଣାଡ଼ (୧୯ ମଇ ୧୯୩୮ – ୧୦ ଜୁନ ୨୦୧୯)[୨] ଜଣେ ଭାରତୀୟ ଅଭିନେତା, ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ, କନ୍ନଡ଼ ଲେଖକ,[୩] ସଂଳାପକାର ଓ ରୋଡ୍ସ ସ୍କଲାର ଥିଲେ ଓ ମୁଖ୍ୟତଃ ଦକ୍ଷିଣ ଭାରତୀୟ ଓ ବଲିଉଡ଼ ସିନେମାରେ କାମ କରିଥିଲେ । ୧୯୬୦ ଦଶକରେ ସଂଳାପକାର ଭାବେ ତାଙ୍କର ଉତ୍ଥାନ କନ୍ନଡ଼ରେ ଆଧୁନିକ ସଂଳାପ ରଚନା ବଙ୍ଗଳାରେ ବାଦଲ ସରକାର, ମରାଠୀରେ ବିଜୟ ତେନ୍ଦୁଲକରହିନ୍ଦୀରେ ମୋହନ ରାକେଶଙ୍କ ସହ ତୁଳନୀୟ ।[୪] ସେ ୧୯୯୮ରେ ଭାରତର ସର୍ବଶ୍ରେଷ୍ଠ ସାହିତ୍ୟିକ ପୁରସ୍କାର ଜ୍ଞାନପୀଠ ସମ୍ମାନରେ ସମ୍ମାନୀତ ।[୫]

ଚାଳିଶ ବର୍ଷ ଧରି କର୍ଣ୍ଣାଡ଼ ମୁଖ୍ୟତଃ ଇତିହାସ ଓ ପୁରାଣକୁ ନେଇ ତାତ୍କାଳିକ ଅସୁବିଧା ବାବଦରେ ନାଟକ ରଚନା କରିଥିଲେ । ସେ ତାଙ୍କର ନାଟକଗୁଡ଼ିକ ଇଂରାଜୀରେ ଅନୁବାଦ ମଧ୍ୟ କରୁଥିଲେ । ତାଙ୍କର ନାଟକଗୁଡ଼ିକ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ହୋଇ ଏବ୍ରାହିମ ଆଲକାଜି, ବି.ଭି. କରନ୍ତ, ଆଲିକି ପଦମସୀ, ପ୍ରସନ୍ନ, ଅରବିନ୍ଦ ଗୌର, ସତ୍ୟଦେବ ଦୁବେ, ବିଜୟ ମେହେଟା, ଶ୍ୟାମାନନ୍ଦ ଜଲାନ, ଅମାଲ ଆଲାନାଜାଫର ମହିଉଦ୍ଦିନ ଆଦି ନିର୍ଦ୍ଦେଶକଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଛି ।[୬] ସେ ବିଭିନ୍ନ ଭାରତୀୟ ଭାଷାର ସିନେମାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଭାବେ କାମ କରିବା ସହ କନ୍ନଡ଼ ଓ ହିନ୍ଦୀ ସିନେମାରେ ପୁରସ୍କୃତ ହୋଇଛନ୍ତି । ସେ ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀପଦ୍ମଭୂଷଣ ସମ୍ମାନରେ, ଓ ଚାରିଥର ଫିଲ୍ମଫେୟାର ପୁରସ୍କାରରେ (ତନ୍ମଧ୍ୟରୁ ତିନୋଟି କନ୍ନଡ଼ରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓ ଚତୁର୍ଥ ସଂଳାପରଚନା ପାଇଁ) ସମ୍ମାନୀତ । ତାଙ୍କର ପ୍ରସିଦ୍ଧତମ ନାଟକ ଯଯାତି । ସେ ୧୯୯୧ ମସିହାରେ ଦୂରଦର୍ଶନରେ ପ୍ରସାରିତ ସାପ୍ତାହିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଟର୍ଣ୍ଣିଂ ପଏଣ୍ଟର ଉପସ୍ଥାପକ ଥିଲେ ।

କ୍ଷୀଣ ସ୍ୱାସ୍ଥାବସ୍ଥା ହେତୁ ସେ ବେଙ୍ଗାଳୁରୁଠାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ୨୦୧୯ ମସିହା ଜୁନ ୧୦ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୭]

ଆଧାର[ସମ୍ପାଦନା]

  1. "Veteran playwright Girish Karnad passes away". The Times of India. 09 June 2019. Retrieved 10 June 2019. {{cite web}}: Check date values in: |date= (help)
  2. "Girish Karnad passes away, end of an era in Indian theatre and cinema". The News Minute. 10 June 2019. Retrieved 10 June 2019.
  3. "Sahitya Akademi : Who's Who of Indian Writers". Sahitya Akademi. Sahitya Akademi. Retrieved 27 October 2015.
  4. "Drama between the lines". Financial Express. 28 January 2007.
  5. "Jnanpith for Dr Girish Karnad". Rediff.com. 21 January 1999. Retrieved 2 May 2014.
  6. AWARDS: The multi-faceted playwright Frontline, Vol. 16, No. 3, 30 Jan.–12 Feb 1999.
  7. https://www.ndtv.com/entertainment/girish-karnad-dies-at-81-president-kovind-pm-modi-kamal-haasan-and-others-post-tributes-2050728?News_Trending

ବାହାର ଆଧାର[ସମ୍ପାଦନା]