କ୍ୟାଟ୍ରିନା କୈଫ

ଉଇକିପିଡ଼ିଆ‌ରୁ
କ୍ୟାଟ୍ରିନା କୈଫ୍
Kaif at Dabboo Ratnani's calendar shoot, 2013
Born
କ୍ୟାଟ୍ରିନା ଟର୍‌କ୍ୟୁଟି

(1983-07-16) ୧୬ ଜୁଲାଇ ୧୯୮୩ (ବୟସ ୪୦)[a]
ହଂକଂଙ୍ଗ
Citizenshipୟୁନାଇଟେଡ୍ କିଂଗଡମ୍
Occupation(s)ଅଭିନେତ୍ରୀ,ମଡେଲ୍
Years active୨୦୦୩-ବର୍ତ୍ତମାନ

କ୍ୟାଟ୍ରିନା କୈଫ (କ୍ୟାଟ୍ରିନା ଟର୍‌କ୍ୟୁଟି ଜନ୍ମ-୧୬ ଜୁଲାଇ ୧୯୮୩) ଜଣେ ବ୍ରିଟିଶ୍।[୫] ସେ ଜଣେ ଚ୍ଚଳଚ୍ଚିତ୍ର ଅଭିନେତ୍ରୀ ଓ ମଡେଲ୍। ମୂଖ୍ୟତଃ ସେ ହିନ୍ଦୀ ଚ୍ଚଳଚ୍ଚିତ୍ରରୁ ଜଣାଶୁଣା। କ୍ୟାଟ୍ରିନା ମାଲାୟାଲାମ୍ତେଲୁଗୁ ଚ୍ଚଳଚ୍ଚିତ୍ର ମଧ୍ୟ କରିଛନ୍ତି। ବଲିଉଡ୍‌ର ସେ ଜଣେ ଉଚ୍ଚ ବେତନ ପ୍ରାପ୍ତ ଅଭିନେତ୍ରୀ ଏବଂ ଭାରତର ଅନ୍ୟ ସେଲିବ୍ରିଟିମାନଙ୍କ ମଧ୍ୟରୁ ସେ ଗଣପ୍ରତିନିଧିଦ୍ୱାରା ଜଣେ ଅତ୍ୟାକର୍ଷଣୀୟ ସେଲିବ୍ରିଟି ଅଟନ୍ତି।

ହଂକଂଙ୍ଗରେ ତାଙ୍କ ଜନ୍ମ, କୈଫ୍ ଓ ତାଙ୍କ ପରିବାର ଲଣ୍ଡନ ଯିବା ପୂର୍ବରୁ ଅନେକ ଦେଶରେ ରହି ସାରିଥିଲେ।ତରୁଣୀ ଥିବା ଅବସ୍ଥାରେ ସେ ପ୍ରଥମେ ମଡେଲିଂରେ ପାଦ ଦେଇଥିଲେ ଓ ପରେ ସେ ଏଥିରେ ନିଜର ଭବିଷ୍ୟତ ଗଢିଥିଲେ। ଲଣ୍ଡନର ଏକ ଫ୍ୟାସନ୍ ସୋ'ରେ ଚ୍ଚଳଚ୍ଚିତ୍ର ପ୍ରଯୋଜକ କାଇଜାଡ୍ ଗଷ୍ଟାଡ୍ କୈଫ୍‌ଙ୍କୁ ଦେଖି ତାଙ୍କୁ ବୁମ୍(୨୦୦୩) ଚ୍ଚଳଚ୍ଚିତ୍ରରେ ଏକ ଚରିତ୍ର ଦେବା ପାଇଁ ନିଷ୍ପତ୍ତି ନେଲେ।କିନ୍ତୁ ଏହି ଚ୍ଚଳଚ୍ଚିତ୍ର ଆର୍ଥିକ କ୍ଷେତ୍ରରେ ଅସଫଳ ହୋଇଥିଲା।ଭାରତରେ ଚ୍ଚଳଚ୍ଚିତ୍ର କରୁଥିବା ସମୟରେ, ମଡେଲିଂ କରି ଏକ ସଫଳ ମଡେଲ୍ ରୂପେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।କ୍ୟାଟ୍ରିନା ଭଲରେ ହିନ୍ଦୀ କହିପାରୁନଥିବାରୁ ଚ୍ଚଳଚ୍ଚିତ୍ର ପ୍ରଯୋଜକମାନେ ତାଙ୍କ ପ୍ରତି ଦ୍ୱିଧାଗ୍ରସ୍ତ ହୋଇଥିଲେ। ତେଲୁଗୁ ଚ୍ଚଳଚ୍ଚିତ୍ର ମାଲିଶ୍ୱରୀ (୨୦୦୪)ରେ ଅଭିନୟ କରିସାରିବା ପରେ ସେ ବଲିଉଡ୍‌ରେ କିଛି ରୋମାଞ୍ଚକ ଚ୍ଚଳଚ୍ଚିତ୍ର "ମୈନେ ପ୍ୟାର୍ କ୍ୟୁଁ କିୟା" (୨୦୦୫), "ନମସ୍ତେ ଲଣ୍ଡନ୍" (୨୦୦୭) କରି ଆର୍ଥିକ ସଫଳତା ଅର୍ଜନ କରିଥିଲେ।

୨୦୦୯ ମସିହାରେ ଚ୍ଚଳଚ୍ଚିତ୍ର ନ୍ୟୁୟର୍କରେ କ୍ୟାଟ୍ରିନାଙ୍କ ଅଭିନୟ ବେଶ୍ ଭଲ ଥିଲା ତେଣୁ ସେ ଫିଲ୍ମ ଫେୟାର ଆୱାର୍ଡ ଫର୍ ବେଷ୍ଟ୍ ଆକଟ୍ରେସ୍ ପାଇଁ ମନୋନୀତ ହୋଇଥିଲେ। ଅଜବ ପ୍ରେମ୍ କି ଗଜବ୍ କାହାନୀ (୨୦୦୯), ରାଜ୍‌ନୀତି (୨୦୧୦), ଜିନ୍ଦେଗୀ ନା ମିଲେଗି ଦୋ ବାରା (୨୦୧୧)ରେ ସେ ଅଭିନୟ କରିବା ପରେ ମେରେ ବ୍ରଦର୍ କି ଦୁଲ୍‌ହନ୍ (୨୦୧୩) ପାଇଁ ଦ୍ୱିତୀୟ ଥର ଫିଲ୍ମ ଫେୟାର ଆୱାର୍ଡ ଫର୍ ବେଷ୍ଟ୍ ଆକଟ୍ରେସ୍ ପାଇଁ କ୍ୟାଟ୍ରିନା ମନୋନୀତ ହୋଇଥିଲେ। ତାଙ୍କର ଉଭୟ ଏକ୍ ଥା ଟାଇଗର୍(୨୦୧୨) ଓ ଧୁମ୍ ଥ୍ରୀ(୨୦୧୩) ଚ୍ଚଳଚ୍ଚିତ୍ର ବଲିଉଡ୍ ଚ୍ଚଳଚ୍ଚିତ୍ର ମାନଙ୍କରେ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଥିଲା। ସମାଲୋଚକମାନଙ୍କ ବିଭିନ୍ନ ସମାଲୋଚନା ସତ୍ତ୍ୱେ ମଧ୍ୟ ସେ ନିଜକୁ ହିନ୍ଦୀ ଚ୍ଚଳଚ୍ଚିତ୍ରର ଅର୍ଥନୈତିକ ବୃଦ୍ଧି କରୁଥିବା ସଫଳ ଅଭିନେତ୍ରୀ ରୂପେ ପରିଗଣିତ କରିପାରିଛନ୍ତି।

ଅଭିନୟ କରିବା ସଙ୍ଗେ ସେ ତାଙ୍କ ମା'ଙ୍କ ଅନାଥ ଆଶ୍ରମରେ ମଧ୍ୟ ଜଡୀତ ଥାଆନ୍ତି ଓ ଅନେକ ମଞ୍ଛ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି।

ପ୍ରାଥମିକ ଜୀବନ[ସମ୍ପାଦନା]

A woman is sitting next to an older woman in a crowded room. The younger woman is sitting on the right wearing a white dress, while the older woman is wearing a black dress.
୨୦୧୨ ପିପୁଲ୍‌ସ ଚେଏସ୍ ଆୱାର୍ଡ ଇଣ୍ଡିଆରେ କ୍ୟାଟ୍ରିନା ତାଙ୍କ ମା'ଙ୍କ ସହିତ

ଜୁଲାଇ ୧୬, ୧୯୮୩ ମସିହାରେ କ୍ୟାଟ୍ରିନା ହଂକଂଗରେ ଜନ୍ମ ଗ୍ରହଣ କରିଥିଲେ।

ଟୀକା[ସମ୍ପାଦନା]

  1. Although Kaif has said that she was born in 1983, her birth year has been quoted (or inferred) in reliable sources as 1983 or 1984.[୧][୨][୩][୪]

ଆଧାର[ସମ୍ପାଦନା]

  1. Katrina, Hrithik Do A Jig At India TV Broadcast Centre. YouTube. 12 July 2011. Retrieved 3 August 2013. Event occurs at 14:27
  2. Lalwani, Vickey (29 June 2011). "Salman Khan's there for me: Katrina Kaif". The Times of India. Archived from the original on 5 October 2013. Retrieved 4 October 2013.
  3. "Katrina Kaif turns 30!". Zee News. 18 July 2013. Retrieved 28 February 2014.
  4. "Katrina Kaif welcomes plans to target false claims in ad world". Zee News. 5 February 2014. Retrieved 28 February 2014.
  5. ବ୍ରିଟିଶ୍, Katrina Kaif. "କ୍ୟାଟ୍ରିନା କୈଫ". Retrieved 5 March 2017.