କେରଳରେ ମୁସଲମାନ ମାନଙ୍କ ଗହଣରେ ବାଲ୍ୟ ବିବାହ

ଉଇକିପିଡ଼ିଆ‌ରୁ

କେରଳରେ ମୁସଲମାନମାନଙ୍କ ଗହଣରେ ବାଲ୍ୟ ବିବାହର ପ୍ରସଙ୍ଗକୁ ୧୪ ଜୁନ ୨୦୧୩ ମସିହାରେ ଜାରି ଏକ ପରିପତ୍ରଦ୍ୱାରା ସମ୍ବୋଧିତ କରାଯାଇଥିଲା । ଏହା କେରଳରେ ସତ୍ତାରୁଢ ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ (UDF)ର ଅଂଶ, "ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ"ର ସାମାଜିକ କଲ୍ୟାଣ ବିଭାଗଦ୍ୱାରା ଘୋଷଣା କରାଯାଇଥିଲା । ଏଥିରେ ବିବାହ ପଞ୍ଜିକର୍ତ୍ତାମାନଙ୍କୁ "ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬"ଦ୍ୱାରା ନିରୁପିତ ବୟସ ପୂର୍ବରୁ ମଧ୍ୟ ମୁସଲିମ ବର ଏବଂ କନ୍ୟାଙ୍କ ମଧ୍ୟରେ ବିବାହ ପଞ୍ଜିକରଣ କରାଯାଇପାରିବ ବୋଲି କୁହାଯାଇଥିଲା । ରାଜନୈତିକ ଦଳ ଓ ମୁସଲିମ ମହିଳା ସଙ୍ଗଠନ କହିଥିଲେ କି, ଏହାଦ୍ୱାରା ବାଲ୍ୟ ବିବାହକୁ ଉତ୍ସାହ ମିଳିବ । ସଂଶୋଧନ ପରେ, କେବଳ ୨୮   ଜୁନ ୨୦୧୩ ମସିହା ପୂର୍ବରୁ ହୋଇଥିବା କମ ବୟସର ବିବାହକୁ ପଞ୍ଜିକୃତ କରାଯାଇପାରେ ବୋଲି କୁହାଯାଇଥିଲା ।[୧][୨] କେରଳରେ ୯ଟି ପ୍ରମୂଖ ମୁସଲିମ ସଂଗଠନ ସାମୁଦାୟିକ ବିବାହ-ବୟସ ପ୍ରତିବନ୍ଧରୁ ଛାଡ଼ ପାଇବାକୁ ଆଇନ ସମ୍ବନ୍ଧିୟ କାର୍ଯ୍ୟନୁଷ୍ଠାନ କରିଥିଲେ ।[୩][୪] ମହିଳା ମାନଙ୍କ ପାଇଁ ବିବାହର ନ୍ୟୁନତମ ବୟସ (ବାଲ୍ୟ ବିବାହ ଅଧିନିୟମଦ୍ୱାରା ୧୮ ବର୍ଷ ନିର୍ଦ୍ଧାରିତ) ସହିତ ଏହାର (ଭାରତର ସର୍ବୋଚ୍ଚ ନ୍ୟାୟାଳୟ) ମୁସଲିମ ଆଇନର ଉଲଙ୍ଘନ କରିଥାଏ ।[୫]

ପୃଷ୍ଠଭୂମି[ସମ୍ପାଦନା]

ଭାରତୀୟ ୟୁନିଅନ ମୁସଲିମ ଲିଗ (IUML) ବାଲ୍ୟ ବିବାହ ଅଧିନିୟମର ବିରୋଧ ଏହି ଆଧାରରେ ବର୍ଣ୍ଣନା କରି ଲେଖିଥିଲେ କି, ଏହା ମୁସଲିମ ବ୍ୟକ୍ତିଗତ ଆଇନର ଉଲଙ୍ଘନ କରିଥାଏ ।[୬][୭] ଭାରତରେ "ସାଂସ୍କୃତିକ ବାଲ୍ୟ ବିକାଶ ଯୋଜନାର ଏକ ସର୍ବେକ୍ଷଣ ଅନୁସାରେ, ୧୩ରୁ ୧୮ ବୟସ ସୀମାର ୩,୪୦୦ କନ୍ୟା ମାନଙ୍କ ବିବାହ ମଲପ୍ପୁରମରେ ହୋଇଥିଲା ଏବଂ କେରଳରେ ୨୦୧୨ ମସିହାରେ ହୋଇଥିବା ବିବାହରେ ୨,୮୦୦ ମୁସଲିମ ଥିଲେ । ୨୦୦୮ ମସିହାରେ ବାଲ୍ୟ ବିବାହରେ ୪,୯୫୫ କନ୍ୟା ମାନଙ୍କ ମଧ୍ୟରୁ ୪,୨୪୯ ମୁସଲିମ ଥିଲେ । ହୁଏତ ଅଧିକାଂଶ ମୁସଲିମ ଧାର୍ମୀକ ସଂଗଠନ ଓ ମୌଲାବୀୟମାନେ ସରକାରୀ ପରିପତ୍ରକୁ ବଞ୍ଚେଇଥିଲେ, କିନ୍ତୁ ମୁସଲିମ ମହିଳାମାନେ ଏହାର ବିରୋଧ କରିଥିଲେ ।[୮]

ଉଦାହରଣ[ସମ୍ପାଦନା]

ଜଣେ ୨୮ ବର୍ଷୀୟ ସଂଯୁକ୍ତ ଆରବ ଏମିରେଟର ନାଗରିକ, ମୁହମ୍ମଦ ଅବଦୁଲ କରୀମ ଅବଦୁଲହମ୍ମଦ ୨୦୧୩ ମସିହା ଜୁନ ୧୩ ତାରିଖରେ ମଲପ୍ପୁରମର ଏକ ଅନାଥଆଶ୍ରମରୁ ୧୭ ବର୍ଷୀୟ କନ୍ୟା ସହିତ ବିବାହ କରିଥିଲେ । ସେ ଦୁଇ ସପ୍ତାହ ପରେ ଦେଶ ଛାଡି ଚାଲିଗଲେ । ପରେ ସେ ଟେଲିଫୋନଦ୍ୱାରା ସେହି କନ୍ୟାକୁ "ଟ୍ରିପଲ ତଲାଖ"ଦ୍ୱାରା ଛାଡପତ୍ର ଦେଇଦେଲେ ।[୯]

ଅନୁମାନ କରାଯାଏ କି, ଏହି ଘଟଣାରୁ ବାଲ୍ୟ ବିବାହକୁ ନେଇ ଆନ୍ଦୋଳନ ହୋଇଥିଲା,[୧୦]ଏବଂ କେରଳ ଉଚ୍ଚ ନ୍ୟାୟାଳୟ ପରେ କନ୍ନୁରରେ ୧୪ ବର୍ଷୀୟ କନ୍ୟାର ବିବାହ ବନ୍ଦ କରିଦେଲେ ।[୧୧]

ଚଳଚ୍ଚିତ୍ର[ସମ୍ପାଦନା]

ପ୍ରଯୋଜକ ଆର୍ୟଦାନ ଶୁକ୍ଥ (Aryadan Shoukath) ଏହି ବିଷୟ ଉପରେ ଏକ ଚଳଚ୍ଚିତ୍ର, ପାଦମ ଓନ୍ନୁ:ଓରୂ ଭିଲାପମ (Paadam Onnu: Oru Vilapam) ନିର୍ମାଣ କରିଥିଲେ, ଯାହାକୁ ରାଷ୍ଟ୍ରୀୟ ପ୍ରଶଂସା ମିଳିଥିଲା ।[୧୨]

ଆଧାର[ସମ୍ପାଦନା]

  1. "Underage marriage among Muslims in Kerala ignites debate - Indian Express". Archive.indianexpress.com. 2013-10-03. Retrieved 2014-06-10.
  2. Ananthakrishnan G. (2013-06-24). "Child marriage row in Kerala". Telegraphindia.com. Retrieved 2014-06-10.
  3. "Keralite Muslim group wants Supreme Court to legalise child marriage". daily.bhaskar.com. 2013-09-22. Retrieved 2014-06-12.
  4. "Muslim groups want minimum marital age scrapped : Featured, News - India Today". Indiatoday.intoday.in. 2013-09-22. Retrieved 2014-06-12.
  5. "Marriage Age Row: CPI(M) Says IUML Behind Move". Outlookindia.com. Retrieved 2014-06-12.
  6. Special Correspondent (2013-09-22). "Muslim groups oppose ban on child marriage". The Hindu. Retrieved 2014-06-10.
  7. "Muslim organizations in Kerala root for under-18 marriage - The Times of India". Timesofindia.indiatimes.com. 2013-09-22. Retrieved 2014-06-12.
  8. "Legalising underage marriage is Indian Union Muslim League's new ploy to gain political mileage in Kerala : NATION - India Today". Indiatoday.intoday.in. Retrieved 2014-06-10.
  9. Special Correspondent (2013-11-23). "Child marriage: plea to extradite Arab national". The Hindu. Retrieved 2014-06-10.
  10. R K Nair (2013-10-18). "The politics of child marriage | Business Line". Thehindubusinessline.com. Retrieved 2014-06-12.
  11. "Court stops a 14-year-old girl from married off - The Times of India". Timesofindia.indiatimes.com. 2013-08-31. Retrieved 2014-06-12.
  12. R Gopakumar, THIRUVANANTHAPURAM, June 19, DHNS:. "Child marriages high in Kerala". Deccanherald.com. Retrieved 2014-06-10.{{cite web}}: CS1 maint: extra punctuation (link) CS1 maint: multiple names: authors list (link) CS1 maint: numeric names: authors list (link)