କେ. କେ. ଉଷା

ଉଇକିପିଡ଼ିଆ‌ରୁ
Hon'ble Justice

ନ୍ୟାୟାଧୀଶ କେ କେ ଉଷା
ପ୍ରଧାନ ବିଚାରପତି କେରଳ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୨୦୦୦ – ୨୦୦୧
ପୂର୍ବ ଅଧିକାରୀଅରବିନ୍ଦ ବିନୟକାରାଓ ସାଭାଣ୍ଟ
ପର ଅଧିକାରୀବି ଏନ୍ ଶ୍ରୀକ୍ରିଷ୍ଣା
ବିଚାରପତି କେରଳ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୧୯୯୧ – ୨୦୦୦
ବ୍ୟକ୍ତିଗତ ସବିଶେଷ
ଜନ୍ମ (1939-07-03) ୩ ଜୁଲାଇ ୧୯୩୯ (ବୟସ ୮୪)
ଥିଶୁର, କେରଳ, ଭାରତ
ନାଗରିକତାଭାରତୀୟ
ଜାତୀୟତା ଭାରତ
ଜୀବନ ସାଥୀବିଚାରପତି କେ ସୁକୁମରନ
କେରଳ ଉଚ୍ଚ ନ୍ୟାୟାଳୟ

କେ କେ ଉଷା (ଜନ୍ମ ୩ ଜୁଲାଇ ୧୯୩୯) କେରଳ ଉଚ୍ଚ ନ୍ୟାୟାଳୟର ଜଣେ ପୂର୍ବତନ ବିଚାରପତି ।

ଜୀବନ[ସମ୍ପାଦନା]

ସେ ୧୯୬୧ରେ ଜଣେ ଓକିଲ ଭାବେ ଅବସ୍ଥାପିତ ହୋଇଥିଲେ । ୧୯୭୯ରେ କେରଳ ଉଚ୍ଚ ନ୍ୟାୟାଳୟରେ ସେ ସରକାରୀ ଓକିଲ ହୋଇଥିଲେ ।[୧] ସେ ପ୍ରଥମେ ବିଚାରପତି ଓ ପରେ ୨୫ ଫେବୃଆରୀ ୧୯୯୧ରୁ ୩ ଜୁଲାଇ ୨୦୦୧ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିଲେ ।[୨] ସେ ମଧ୍ଧ୍ୟ ୨୦୦୦ରୁ ୨୦୦୧ ପ୍ରଧାନ ବିଚାରପତି ଥିଲେ ।[୩] ସେ ବାର୍ରୁ ଉଚ୍ଚନ୍ୟାୟାଳୟ ଯୋଗଦେଇ ପରେ ପ୍ରଧାନ ବିଚାରପତି ହେବାରେ ପ୍ରଥମ ମହିଳା ଥିଲେ । ଉଚ୍ଚ ନ୍ୟାୟାଳୟରୁ ଅବସର ପରେ ୨୦୦୧ରୁ ୨୦୦୪ ସେ ଦିଲ୍ଲୀ ବେସିତ ପରିପାଟୀ, ରାଜ୍ୟକର ଓ ସେବାକରର ପୁନଃବିଚାର ସମ୍ବନ୍ଧୀୟ (Customs, Excise and Service Tax Appellate) ଟ୍ରିବ୍ୟୁନାଲର ସଭାପତି ଥିଲେ ।[୧]

ଅନ୍ୟାନ୍ୟ କାର୍ଯ୍ୟ[ସମ୍ପାଦନା]

୧୯୭୫ରେ ସେ ଜର୍ମାନୀର ହାମବର୍ଗଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଆଇନଜ୍ଞ ଫେଡେରେସନ୍ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ସେ ମଧ୍ଧ୍ୟ ମହିଳାମୀନଙ୍କ ପ୍ରତି ହେଉଥିବା ସମସ୍ତ ଭେଦଭାବର ଦୂରୀକରଣ ଉପରେ ଜାତିସଂଘ ତରଫରୁ ହୋଇଥିବା ଯୁଗଳ ସେମିନାରରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ,ଯାହା ଆନ୍ତର୍ଜାତୀୟ ମହିଳା ଆଇନଜ୍ଞ ଫେଡେରେସନ୍ ଓ ଆନ୍ତର୍ଜାତୀୟ ନ୍ୟାୟ ବୃତ୍ତିରେ ମହିଳାଙ୍କ ଫେଡ଼େରେସନ୍ ତରଫରୁ ଆୟୋଜିତ ହୋଇଥିଲା । ସେ ବିଶ୍ୱବିଦ୍ୟାଳୟ ମହିଳା ସଂଘର ସଭାପତି ଥିଲେ । ସେ ମଧ୍ଧ୍ୟ ତ୍ରିଭେନ୍ଦ୍ରମସ୍ଥିତ ଶ୍ରୀ ନାରାୟଣ ସେବିକା ସମାଜମ୍ ନାମକ ଏକ ଅନାଥ ତଥା ପୀଡ଼ିତ ମହିଳାଙ୍କ ଆଶ୍ରମ ସହ ଜଡ଼ିତ ଥିଲେ ।[୧]

ଜାନୁଆରୀ ୨୦୦୫ରୁ ଅକ୍ଟୋବର ୨୦୦୬, ଓଡ଼ିଶାରେ ହୋଇଥିବା ଧର୍ମ ସମ୍ବନ୍ଧୀୟ ଦଙ୍ଗାର ନିରୀକ୍ଷଣ ପାଇଁ ଗଠିତ ଭାରତୀୟ ଜନ ଟ୍ରିବ୍ୟୁନାଲIndian People's Tribunal (IPT)ର ମୁଖ୍ୟ ବାବେ ସେ ନିଯୁକ୍ତ ହୋଇଥିଲେ ।[୪] ସଂଘ ପରିବାରର କର୍ମକର୍ତ୍ତାମାନେ ଭୁବନେଶ୍ୱରଠାରେ ଶେଷ ଶୁଣାଣି ବେଳେ ବ୍ୟାଘାତ ସୃଷ୍ଟି କରିଥିଲେ । ଟ୍ରିବ୍ୟୁନାଲର ଜଣେ ସଦସ୍ୟ ଅଙ୍ଗନା ପି. ଚାଟାର୍ଜୀ, ଅଭିଯୋଗ ଆଣିଥିଲେ ଯେ, ହିନ୍ଦୁ ଜାତୀୟତାବାଦୀ ଚ୍ରିବ୍ୟୁନାଲର ସଦସ୍ୟଙ୍କୁ ବଳାତ୍କାର କରି, ରାସ୍ତାରେ ଉଲଗ୍ନ କରି ଚଲାଇବାକୁ ଧମକ ଦେଇଛନ୍ତି ।[୫] କେ କେ ଉଷା ଓ ଟ୍ରିବ୍ୟୁନାଲର ଅନ୍ୟ ଜଣେ ସଦସ୍ୟ ଆର୍ ଏ ମେହେଟା, ଯେ ଗୁଜରାଟ ଉଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ଥିଲେ, ଏହି ଧମକକୁ ଆଶ୍ଚର୍ଯ୍ଜନକ, ଭୟଙ୍କର ଓ ଅତ୍ୟନ୍ତ ଦୁଃଖଦ ବୋଲି କହିଥିଲେ ।[୬] ଡିସେମ୍ବର ୨୦୧୧ରେ ସେ ମଣିପୁରରେ ହେଉଥିବା ମାନବ ଅଧିକାର ଘଟଣାର ତଦନ୍ତ ପାଇଁ ଗଠିତ ଭାରତୀୟ ଜନ ଟ୍ରିବ୍ୟୁନାଲର ସଦସ୍ୟ ଥିଲେ । ଏହି ପ୍ୟାନେଲ୍ ଇମ୍ଫାଲଠାରେ ପାଞ୍ଚ ବର୍ଷ ମଧ୍ଧ୍ୟରେ ହୋଇଥିବା ୪୦ରୁ ଅଧିକ ଅନୈତିକ ହତ୍ୟା ଓ ଅନ୍ୟ ମାନବ ଅଧିରାର ଉଲଂଘନ ଘଟଣାର ତଦନ୍ତ କର୍ଥିଲେ । ଏହା ରାଜ୍ୟରେ ସୈନ୍ୟ ବାହିନୀ (ସ୍ୱତନ୍ତ୍ର ଶକ୍ତି) ଆକ୍ଟ୍ ରବ୍ଦ କରିବା ପାଇଁ ଉପଦେଶ ଦେଇଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Chief Justice KK Usha". Kerala Women. Archived from the original on 5 ମାର୍ଚ୍ଚ 2012. Retrieved 20 ଅପ୍ରେଲ 2012. {{cite web}}: Unknown parameter |deadurl= ignored (|url-status= suggested) (help)
  2. "Former Judges". High Court of Kerala. Retrieved 20 April 2012.
  3. "COMMUNALISM IN ORISSA" (PDF). Indian People's Tribunal on Environment and Human Rights. September 2006. ISBN 81-89479-13-X. Archived from the original (PDF) on 17 May 2019. Retrieved 20 April 2012.
  4. Angana Chatterji (20 March 2012). "To: The Tom Lantos Human Rights Commission" (PDF). Archived from the original (PDF) on 15 September 2012. Retrieved 19 April 2012.
  5. Williams, Mark; Pocha, Jehangir (23 June 2005). "S.F. professor fears Hindu retaliation". San Francisco Chronicle. Retrieved 19 April 2012. {{cite journal}}: Invalid |ref=harv (help)
  6. Das, Prafulla (15 June 2005). "Sangh Parivar activists disrupt tribunal hearing". The Hindu. Archived from the original on 18 September 2006. Retrieved 19 April 2012. {{cite journal}}: Invalid |ref=harv (help)
  7. "Tribunal seeks act repeal - 'Independent' panel wants AFSPA to go". the Telegraph. 19 January 2011. Retrieved 20 April 2012.

ବାହ୍ୟ ଆଧାର[ସମ୍ପାଦନା]