କିରଣ ମଜୁମଦାର ସାହ

ଉଇକିପିଡ଼ିଆ‌ରୁ
Kiran Mazumdar-Shaw
Born (1953-03-23) ୨୩ ମାର୍ଚ୍ଚ ୧୯୫୩ (ବୟସ ୭୦)
OccupationChairperson of बायोकॉन

କିରଣ ମଜୁମ୍‌ଦାର ସାହ(ଜନ୍ମ ୨୩ ମାର୍ଚ୍ଚ ୧୯୫୩) ଜଣେ ଭାରତୀୟ ବ୍ୟବସାୟୀ ଅଟନ୍ତି।

ଜୀବନ ଓ ଶିକ୍ଷା[ସମ୍ପାଦନା]

କିରଣ ବେଙ୍ଗାଲୁରୁର ଗୁଜରାଟୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବେଙ୍ଗାଲୁରୁର ବିଶୋପ୍ କଟନ୍ ହାଇ ସ୍କୁଲରେ ସେ ଶିକ୍ଷା ଲାଭ କରି ୧୯୬୮ ମସିହାରେ ସେଠାରୁ ପାସ୍ ହୋଇଥିଲେ।[୧] ଏହାପରେ ସେ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ମାଉଣ୍ଟ କାର୍ମେଲ୍ ମହିଳା ମହାବିଦ୍ୟାଳୟରେ ଶିକ୍ଷା ଲାଭ କଲେ। ୧୯୭୩ ମସିହାରେ ସେ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟରୁ ଜୀବ ବିଜ୍ଞାନ ବିଷୟରେ ଅଧ୍ୟୟନ କରି ବ୍ୟାଚ୍‌ଲର୍ ଡିଗ୍ରୀ ହାସଲ କରିଥିଲେ।

ଜୀବିକା[ସମ୍ପାଦନା]

କିରଣ ମଜୁମଦାର ସାହ ଜଣେ ଭାରତୀୟ ମହିଳା ବ୍ୟବସାୟୀ, ଯିଏକି ଟେକ୍ନୋକ୍ରିଟ୍,ଉନ୍ୱେଷକ ଓ ବାୟୋକଁନ୍‌ର ସଂସ୍ଥାପକ ଥିଲେ।[୨] ଯିଏକି ଭାରତର ବେଙ୍ଗାଲୁରୁର ଅଗ୍ରଣୀ ସଂସ୍ଥା ଅଟେ। ସେ ବାୟୋକଁନ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ତଥା ସିଞ୍ଜିନ ଇନ୍ଟର୍‌ନ୍ୟାସ୍‌ନାଲ୍‌ ଲିମିଟେଡ୍କ୍ଲିଞ୍ଜିନ ଇନ୍ଟର୍‌ନ୍ୟାସ୍‌ନାଲ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଅଟନ୍ତି।

  1. ପାସ୍ ହୋଇଥିଲେ, ବେଙ୍ଗାଲୁରୁର ବିଶୋପ୍ କଟନ୍ ହାଇ ସ୍କୁଲରେ. "Kiran Mazumdar-Shaw". Retrieved 7 March 2017.
  2. ସଂସ୍ଥାପକ ଥିଲେ, କିରଣ. "किरण मजूमदार-शॉ". Retrieved 7 March 2017.